ବେଜିଂ,୧।୬: ପୂର୍ବ ଲଦାଖରେ ଗଲଓ୍ବାନ ଘାଟିରେ ଭାରତୀୟ ସେନା ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ଘଟିଥିବା ହିଂସ୍ର ସଂଘର୍ଷରେ ଏବେ ନୂଅ୍ରା ମୋଡ଼ ଆସିଛି। ପୂର୍ବରୁ ନିଜ ସୈନ୍ୟଙ୍କ ମୃତ୍ୟୁକୁ ନେଇ ଚାଇନା ମିଥ୍ୟା କହୁଥିବାବେଳେ ଏବେ ମାନିବାକୁ ବାଧ୍ୟ ହୋଇଛି। ଚାଇନା ସରକାର ଗଲଓ୍ବାନ ଘାଟି ସଂଘର୍ଷର ମୃତ ସୈନ୍ୟଙ୍କୁ ମରଣୋତ୍ତର ବୀର ପଦକ ପ୍ରଦାନ କରିଛି। ଏହାଦ୍ୱାରା ପ୍ରମାଣିତ ହୋଇଛି ଯେ, ସଂଘର୍ଷରେ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ଗଲଓ୍ବାନ ଘାଟିରେ ୨୦୨୦ ଜୁନ୍ ୧୫-୧୬ରେ ଦୁଇପକ୍ଷଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ସୈନ୍ୟ ଶହୀଦ୍ ହୋଇଥିଲେ। ତେବେ ଚାଇନାର ୪୫ ସୈନ୍ୟଙ୍କର ମୃତ୍ୟୁ ଏହି ସଂଘର୍ଷରେ ଘଟିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା। ଶୁକ୍ରବାର ଚାଇନାର ସେଣ୍ଟ୍ରାଲ ମିଲିଟ୍ରି କମିଶନ ପକ୍ଷରୁ ୨୯ ଜଣ ସୈନ୍ୟଙ୍କୁ ବୀର ସମ୍ମାନରେ ସମ୍ମାନୀତ କରାଯାଇଛି। ଏହି ସଂଘର୍ଷରେ ଚାଇନାର ୪ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଥିବା ସେଣ୍ଟ୍ରାଲ ମିଲିଟ୍ରି କମିଶନ କହିଛି।
Posted inଅନ୍ତର୍ଜାତୀୟ View All
କୋଭିଡ୍ ଭୟରେ ୫ ବର୍ଷର ଝିଅଙ୍କୁ ୧୫ ଥର ଭୁଷିଲେ ଛୁରି
ଲଣ୍ଡନ,୨୫।୬: କୋଭିଡ୍-୧୯ ଭୟରେ ୩୬ ବର୍ଷୀୟା ମହିଳା ଭାରତୀୟ ବଂଶଦ୍ଭୋବ ୟୁକେରେ ନିଜ ଘରେ ୫ ବର୍ଷର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।...
ଜି ୭କୁ ଚାଇନାର ଉପହାସ
କାର୍ବିସ୍ ବେ (ଇଂଲଣ୍ଡ), ୧୪।୬: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ କୋଣଠେସା କରିବା ପାଇଁ ୭ ଧନୀ ରାଷ୍ଟ୍ର ବ୍ରିଟେନ୍ରେ ରଣନୀତି ପ୍ରସ୍ତୁତ କରୁଥିବାବେଳେ ସେମାନଙ୍କୁ...
ଉହାନ୍ ଲ୍ୟାବ୍କୁ ଆର୍ଥିକ ସହାୟତା: ସନ୍ଦେହ ଘେରରେ ଆମେରିକା ମହାମାରୀ ବିଶେଷଜ୍ଞ…
ଓ୍ବାଶିଂଟନ,୩।୬: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଚାଇନାର ଉହାନ୍ ଲ୍ୟାବ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଏନେଇ...
ମାଲାଲାଙ୍କୁ ଧମକ ଦେଇ ପାକ୍ ମୌଲବୀ ଗିରଫ
ପେଶାଓ୍ବର, ୧୧।୬(ପି.ଟି.):ନୋବେଲ ପୁରସ୍କାର ବିଜେତା ମାଲାଲା ୟୁସୁଫ୍ଜାଇଙ୍କୁ ଆକ୍ରମଣ ଧମକ ଦେଇଥିବା ପାକିସ୍ତାନର ଜଣେ ମୌଲବୀଙ୍କୁ ଗିରଫ କରାଯାଇଛି। ଖାଇବର ପଖ୍ତୁନ୍ଖ୍ବା ପ୍ରଦେଶ ମରଓ୍ବାତ ଜିଲାର...
ଆଇଜାକ୍ ହର୍ଜୋଗ୍ ଇସ୍ରାଏଲ ରାଷ୍ଟ୍ରପତି
ଜେରୁଜେଲମ, ୩ା୬: ଇସ୍ରାଏଲରେ ବୁଧବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଅଭିଜ୍ଞ ରାଜନେତା ଆଇଜାକ୍ ହର୍ଜୋଗ୍ ବିଜୟୀ ହୋଇଛନ୍ତି। ଇସ୍ରାଏଲ ପାର୍ଲାମେଣ୍ଟ ‘ନେସେଟ୍’ରେ ୧୨୦ ଜଣ ସଦସ୍ୟ...
ହାରିସ୍ଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି
ଆମେରିକା ଉପରାଷ୍ଟ୍ରପତି ହେବା ପରେ ପ୍ରଥମ କରି ବିଦେଶ ଯାତ୍ରାରେ ବାହାରିଥିବା କମଲା ହାରିସ୍ଙ୍କ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଧା ବାଟରୁ ଫେରିଆସିଛି। ହାରିସ୍...
ଦକ୍ଷିଣ କୋରିଆ ନ୍ୟୁକ୍ଲିୟର ସଂସ୍ଥା ହ୍ୟାକ୍
ଉତ୍ତର କୋରିଆର ସାଇବର ଅପରାଧୀମାନେ ଦକ୍ଷିଣ କୋରିଆର ନ୍ୟୁକ୍ଲିୟର ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟକୁ ହ୍ୟାକ୍ କରିଛନ୍ତି। ଗତମାସରେ ୧୩ ଅନଧିକୃତ ଆଇପି ଆଡ୍ରେସ୍ରୁ କୋରିଆ ଆଟମିକ୍ ଏନର୍ଜି...
କୋଭାକ୍ସିନ୍କୁ ଡବ୍ଲ୍ୟୁଏଚ୍ଓ ମଞ୍ଜୁରୀ: ଜୁନ୍ ୨୩ରେ ବୈଠକ…
ଜେନେଭା,୧୭।୬: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଭାକ୍ସିନ୍ କୋଭାକ୍ସିନ୍କୁ ବିଶ୍ୱସ୍ତରରେ ବ୍ୟବହାର କରାଯିବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ର ମଞ୍ଜୁରୀ ପାଇଁ ଜୁନ୍ ୨୩ରେ...


