ଯାଜପୁର ଅଫିସ,୧୧।୬: ଲୁହାପଥର ଅଭାବ ଓ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ରାଜ୍ୟରେ ଗଢ଼ିଉଠିଥିବା ଇସ୍ପାତ୍ କାରଖାନାଗୁଡିକ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଗତ ବର୍ଷକ ମଧ୍ୟରେ ଲୁହାପଥର ଦର ପ୍ରାୟ ୫ ଗୁଣାରୁ ଅଧିକ ବଢ଼ିଛି। କରୋନା ମହାମାରୀ ପ୍ରଭାବରେ ଦୋହଲି ଯାଇଥିବା ବିଶ୍ୱ ଅର୍ଥନୀତିକୁ ସଜାଡ଼ିବାରେ ଇସ୍ପାତ ଶିଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ହେଲେ ବିଡମ୍ବନାର ବିଷୟ ଯେ ଶିଳ୍ପ ସମୃଦ୍ଧ ରାଜ୍ୟ ଓଡ଼ିଶାରେ ଲୁହାପଥର ଉତ୍ପାଦନ କ୍ରମେ ହ୍ରାସ ପାଉଥିବା ହେତୁ ଲୁହାପଥରର ଅହେତୁକ ମୂଲ୍ୟବୃଦ୍ଧି ଘଟିଛି। ନିଜସ୍ବ ଲୁହାପଥର ଖଣି ନ ଥିବା ଶିଳ୍ପସଂସ୍ଥାଗୁଡିକ ବର୍ତ୍ତମାନ ପରିସ୍ଥିତିରେ ବର୍ଦ୍ଧିତ ମୂଲ୍ୟରେ ଲୁହାପଥର କିଣି କାରଖାନା ଚଳାଇବା ସମ୍ଭବପର ହେଉନାହିଁ। ଫଳରେ ସଂମ୍ପୃକ୍ତ ଶିଳ୍ପସଂସ୍ଥାଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନଙ୍କ ଜୀବନଜୀବିକା ବିପନ୍ନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ଲୁହାପଥର ଉତ୍ପାଦନ ୧୪୨ ମିଲିୟନ ଟନ୍ ଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୩୧ ମିଲିୟନ ଟନ ହ୍ରାସ ପାଇ ୧୧୧ ମିଲିୟନ ଟନ୍ ହୋଇଛି। ସେହିପରି ୨୦୧୯-୨୦ରେ ୧୭.୪ ମିଲିୟନ ଟନ୍ ଲୁହାପଥର ଓଡ଼ିଶା ବାହାରକୁ ରପ୍ତାନି କରାଯାଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧୧.୬ ମିଲିୟନ ଟନ୍ ବୃଦ୍ଧି ପାଇ ୨୯ ମିଲିୟନ ଟନ୍ରେ ପହଞ୍ଚିଛି। ଫଳରେ ରାଜ୍ୟରେ ଗତ ବର୍ଷ ତୁଳନାରେ ଏହି ବର୍ଷ ୪୨ ମିଲିୟନ ଟନ୍ ଲୁହାପଥରର ଅଭାବ ଦେଖାଦେଇଛି। ଏହି କାରଣରୁ ଲୁହାପଥର ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ଜୁନ୍ ୨୦୨୦ରେ ଲୁହାପଥର ମୂଲ୍ୟ ଟନ୍ ପିଛା ୨୨୦୦ ଟଙ୍କା ଥିଲାବେଳେ ଜୁନ ୨୦୨୧ରେ ଏହା ଅଦ୍ଭୂତପୂର୍ବ ଭାବେ ବୃଦ୍ଧି ପାଇ ଟନ୍ ପିଛା ପ୍ରାୟ ୧୨ ହଜାର ଟଙ୍କାରେ ପହଞ୍ଚତ୍ଛି। ଲୁହା ପଥର କମ୍ ଉତ୍ପାଦନ ଯୋଗୁ ଇ-ନିଲାମ ପ୍ରକ୍ରିୟାରେ ନିଜସ୍ବ ଖଣି ନ ଥିବା ଲୁହାପଥର ଖରିଦକାରୀ ଇସ୍ପାତ୍ ଶିଳ୍ପ ସଂସ୍ଥାଗୁଡ଼ିକ ବିପୁଳ କ୍ଷତି ସହି ଆସୁଛନ୍ତି। ଏପରି କି ଲୁହାପଥରର ଅଭାବୀ ଯୋଗାଣ ଯୋଗୁ ପଶ୍ଚିମବଙ୍ଗ ଓ ଛତିଶଗଡ଼ ରାଜ୍ୟର ଇସ୍ପାତ୍ କାରଖାନାଗୁଡ଼ିକ ନିଜ କାରଖାନାର ଲୁହାପଥର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଗତ ୨ା୬ା୨୦୨୧ରେ ଓଡ଼ିଶା ଖଣି ନିଗମ (ଓଏମ୍ସି) ଦ୍ୱାରା ଆହୂତ ଇ-ନିଲାମରେ ଭାଗ ନେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ନିଜସ୍ବ ଲୁହାପଥର ଖଣି ଥିବା କେତେକ ଶିଳ୍ପ ସଂସ୍ଥା ମଧ୍ୟ ଭାଗ ଏଥିରେ ନେଇଥିଲେ। ଲୁହାପଥର ଦର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ନିଲାମ ପ୍ରକ୍ରିୟାରେ ନିଜସ୍ବ ଖଣି ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ଭାଗ ନେଇଥିଲେ ବୋଲି କୁହାଯାଇଛି। ଫଳରେ ନିଲାମ ପାଇଁ ରଖାଯାଇଥିବା ଲୁହାପଥରର ଟନ୍ ପିଛା ମୂଲ୍ୟ ୧୧,୬୧୨ ଟଙ୍କାକୁ ବୃଦ୍ଧି ପାଇଛି। ଯାହାକି ଗତ ଏପ୍ରିଲ ପ୍ରଥମ ସପ୍ତାହରେ ହୋଇଥିବା ନିଲାମ ଦର ଠାରୁ ଏହା ପ୍ରାୟ ୪ହଜାର ଟଙ୍କା ଅଧିକ। ଆର୍ଥିକ ମାନ୍ଦାବସ୍ଥା ସମୟରେ ଲୁହାପଥରର ଅହେତୁକ ମୂଲ୍ୟ ବୃଦ୍ଧି ନିଜସ୍ବ ଖଣି ନ ଥିବା ଇସ୍ପାତ୍ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ରାଜ୍ୟରେ ଗଢ଼ିଉଠିଥିବା ଇସ୍ପାତ୍ କାରଖାନା ଯଥା ଆଧୁନିକ ଇସ୍ପାତ୍, କନ୍କାଷ୍ଟ ଇସ୍ପାତ୍, ଏମ୍ଏସ୍ପି ଇସ୍ପାତ୍ କାରଖାନାଗୁଡ଼ିକ ବନ୍ଦ ହୋଇଯାଇଥିବାବେଳେ ଇସ୍ପାତ୍ ରାଜଧାନୀ ବୋଲାଉ ଥିବା କଳିଙ୍ଗନଗର ଶିଳ୍ପାଞ୍ଚଳ ଏବେ ରଙ୍ଗହୀନ ହୋଇପଡ଼ିଛି। ଏଠାରେ ଗଢ଼ିଉଠିଥିବା ନୀଳାଚଳ ଇସ୍ପାତ ନିଗମ, ମେସ୍କୋ ଷ୍ଟିଲ ପ୍ଲାଣ୍ଟ, ମଇଥାନ ଇସ୍ପାତ୍ ଓ ରୋହିତ କାରଖାନା ବନ୍ଦ ହୋଇଯାଇଥିବାବେଳେ କେତେକ କାରଖାନା ଏପରି ପରିସ୍ଥିତିରେ ସଂଘର୍ଷ କରୁଛନ୍ତି। କଳିଙ୍ଗନଗର ଶିଳ୍ପ ସଂଘ ପକ୍ଷରୁ ଏହି ସମ୍ବେଦନଶୀଳ ଘଟଣା ପ୍ରତି ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ ଏବଂ ଇସ୍ପାତ ଓ ଖଣି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ଦୀପ୍ତେଶ ଜେଲ ଆଇଜି, ନରସିଂହଙ୍କୁ କେନ୍ଦ୍ରାଞ୍ଚଳ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ୪ଜଣ ଆଇପିଏସ୍ ଓ ୨ଜଣ ଓପିଏସ୍ ଅଫିସରଙ୍କ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି...
ଟିକା ନେବା ସତ୍ତ୍ୱେ ୨୭୪ ଆକ୍ରାନ୍ତ
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଟିକା ନେବା ପରେ କରୋନାରେ ଆକ୍ରାନ୍ତଙ୍କ ସମ୍ପର୍କରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆର୍ସି) ଏକ ଗବେଷଣା କରିଥିଲା। ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରୁ...
ଟିକା ଯୋଗୁ ଜଣାପଡୁନି ଡେଲଟା ପ୍ଲସ୍ ଆକ୍ରାନ୍ତଙ୍କ ଲକ୍ଷଣ
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ସାରା ଦେଶରେ ଏବେ ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଚିନ୍ତା ଲାଗି ରହିଛି। ଓଡ଼ିଶାର ଜଣେ ଏହି ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର...
ଦିଆସିଲି କାଠିରେ ସାଇକେଲ ପ୍ରତିକୃତି
ପୁରୀ ଅଫିସ,୩।୬: ଜୁନ ୩ ତାରିଖକୁ ସାରା ବିଶ୍ୱରେ ୱାର୍ଲଡ ସାଇକେଲ ଦିବସ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ବାସ୍ଥ୍ୟ ଠିକ ରହିବା...
ମହଙ୍ଗା ପଡ଼ିଲା ବାର୍ହା ମାଂସ କିଣିବା
କୋକସରା,୨।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ବନ ବିଭାଗ କର୍ମଚାରୀ ୫ କେଜି ବାର୍ହା ମାଂସ ସହ ୨ ଜଣ ଯୁବକଙ୍କୁ ଧରିବାରେ ସଫଳ...
ସଂକ୍ରମଣ ସାମାନ୍ୟ କମିଲା: ରାଜଧାନୀରୁ ୬୬୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୮।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ୬୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୬ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୫୦୫ ଲୋକାଲ କେସ୍ ରହିଛି।...
ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା
ଭୁବନେଶ୍ବର,୧୮।୬: ରାଜ୍ୟର ୧୦ରୁ ଊର୍ଦ୍ଧ୍ୱ ଜିଲାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...
୪ବର୍ଷର ପ୍ରତିଭା ସାଇସାଗର
ଖୋର୍ଦ୍ଧା ଅଫିସ/ବେଗୁନିଆ, ୧୩ା୬(ଡି.ଏନ୍.ଏ.): କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗଁାର କୃପାସିନ୍ଧୁ ବରାଡ଼ଙ୍କ...


