ମିରୁଟ୍,୧୧।୬: ଉତ୍ତରପ୍ରଦେଶର ମିରୁଟ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମଦ୍ୟପ ସ୍ବାମୀ ତୀକ୍ଷ୍ଣ ଅସ୍ତ୍ରରେ ନିଜ ସ୍ତ୍ରୀଙ୍କ ବେକକୁ କାଟି ଦେଇଛନ୍ତି। ଆକ୍ରମଣ ସମୟରେ ମହିଳା ଜଣକ ମଧ୍ୟ ମଦ୍ୟପାନ କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅନୈତିକ ସମ୍ପର୍କ ସନ୍ଦେହରେ ସ୍ବାମୀ ଏହି କାଣ୍ଡ ଘଟାଇ ଥିବା ଜଣାପଡିଛି। ପରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ବ୍ରହ୍ମପୁରୀ ପୋଲିସ ଷ୍ଟେଶନ ଅଞ୍ଚଳର ମୋହଲା ବାଗଡିଆନଙ୍କ ଅଞ୍ଚଳରେ ଏହି ଘଟଣା ଘଟିଛି। ବିକାଶ ଓରଫ୍ ବିକି ଗତ ବର୍ଷ ଦିଲ୍ଲୀର ମଙ୍ଗୋଲପୁରୀ ନିବାସୀ ନେହାଙ୍କୁ ବିବାହ କରିଥିଲେ। ଦୁହେଁ ସାରେ ଘରେ ମଦ୍ୟପାନ କରୁଥିଲେ। ଏହି ସମୟରେ ନେହାଙ୍କ ଫୋନରେ ଏକ କଲ ଆସିଥିଲା। ଏହି ପ୍ରସଙ୍ଗରେ ବିକାଶ ଏବଂ ନେହାଙ୍କ ମଧ୍ୟରେ ଝଗଡା ହୋଇଥିଲା। ବିକାଶ ପ୍ରଥମେ ନେହାଙ୍କୁ ଆକ୍ରମଣ କରିଥିଲେ ଏବଂ ପରେ ପନିପରିବା କଟାଯାଉଥିବା ଛୁରୀରେ ତାଙ୍କ ଗଳା କାଟି ଦେଇଥିଲେ। ଦୀର୍ଘ ସମୟ ଧରି ସେ ରକ୍ତସ୍ରାବ ଅବସ୍ଥାରେ ନେହା ଅଚେତ୍ ହୋଇ ତଳେ ପଡ଼ି ରହିଥିଲେ। ବିକାଶଙ୍କ ମା’ ଏହା ଜାଣି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଲୋକଙ୍କ ସାହାଯ୍ୟରେ ନେହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଲିସ କହିଛି ଯେ, ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରାଯାଇଛି।
କୋଭିଶିଲ୍ଡ ଡୋଜ୍ ସମୟସୀମା ବୃଦ୍ଧି: ବିଶେଷଜ୍ଞ କମିଟି ପରାମର୍ଶକୁ ଅଣଦେଖା କରିଛନ୍ତି କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ...
ଭାକ୍ସିନ ମିଶ୍ରଣକୁ କେନ୍ଦ୍ରର ନା
ନୂଆଦିଲ୍ଲୀ,୨ା୬: କୋଭିଡ୍-୧୯ ନିରାକରଣ ପାଇଁ ଦୁଇ ପ୍ରକାର ଭାକ୍ସିନର ମିଶ୍ରଣକୁ ନେଇ ନାନା ମତ ପ୍ରକାଶ ପାଉଥିବାବେଳେ ମଙ୍ଗଳବାର କେନ୍ଦ୍ର ସରକାର ଏପରି ନ କରିବାକୁ...
ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ଶୁକ୍ରବାର...
ବିପଦ ଉପରେ ପୁଣି ନୂଆ ବିପଦ: ୬ରୁ ୮ସପ୍ତାହ ମଧ୍ୟରେ ତୃତୀୟ ଲହର…
ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ମାଡ଼ି ଆସୁଥିବା ନେଇ ଏମ୍ସ୍ ପକ୍ଷରୁ ସୂଚନା ଦିଆଯାଇଛି।...
ଜୁଲାଇ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ
ଲକ୍ଷ୍ନୌ,୧୬।୬: କରୋନାର ଦ୍ୱିତୀୟ ଲହର ଉତ୍ତରପ୍ରଦେଶରେ ତାଣ୍ଡବ ରଚିଥିବା ବେଳେ ବର୍ତ୍ତମାନ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ତେବେ କିଛି ଜିଲାକୁ ଛାଡ଼ିଦେଲେ ଅନ୍ୟ...
ରାଜ୍ୟକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨ା୬: ମହାମାରୀ ସମୟରେ ଜେଲରେ ଭିଡ଼ କମାଇବା ପାଇଁ କେତେଜଣ କଏଦୀଙ୍କୁ ଜାମିନ ଦିଆଯାଇଛି ସେନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମଙ୍ଗଳବାର ସୁପ୍ରିମକୋର୍ଟ ବିସ୍ତୃତ...
‘କୋର୍ଟରେ ସମୟ ନଷ୍ଟ ନ କରି ମହାମାରୀର ଉପଶମ ଖୋଜ’
ନୂଆଦିଲ୍ଲୀ, ୩।୬ : ଏଲୋପାଥି ଔଷଧ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରାମଦେବଙ୍କ ବିରୋଧରେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା (ପିଆଇଏଲ୍) ଦାଖଲ କରିଥିଲା...
କରୋନାର ଦ୍ୱିତୀୟ ଲହର ନେଇଛି ୫୯୪ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ,୨।୬: କରୋନା ମହାମାରୀ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁରା ହଲାଇଦେଇଛି। ଏହି ମହାମାରୀ ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ...


