କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହରରେ ବେଙ୍ଗାଲୁରୁର ସତ୍ୟ ଶଙ୍କରନ୍ଙ୍କ କର୍ତ୍ତବ୍ୟନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ସେ ସାଇକେଲ ଚଳାଇ ବରିଷ୍ଠ ନାଗରିକ ଏବଂ କୋଭିଡ୍-୧୯ ପୀଡ଼ିତଙ୍କ ନିକଟରେ ଖାଦ୍ୟ, ଓଷଧ ଏବଂ ଅନ୍ୟ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଉଛନ୍ତି। ଏହି ଅଭିଯାନକୁ ବ୍ୟାପକ କରିବା ଲାଗି ସେ ଏକ ଟିମ୍ ଗଠନ କରିଛନ୍ତି। ଏଥିତ୍ରେ ବିଭିନ୍ନ ସହରରୁ ୬୦୦ ସ୍ବେଚ୍ଛାସେବୀ ଯୋଗ ଦେଇଛନ୍ତି। ଏମାନଙ୍କୁ କୁହାଯାଉଛି ଭଲ୍ୟୁଣ୍ଟିୟର ସାଇକ୍ଲିଷ୍ଟ। ସତ୍ୟ ଏବଂ ତାଙ୍କ ଟିମ୍ ସାଇକେଲରେ ଦିନକୁ ୧୦୦ରୁ ଊର୍ଦ୍ଧ୍ୱ କୋଭିଡ୍ ରୋଗୀ ଓ ବରିଷ୍ଠ ନାଗରିକଙ୍କୁୁ ଜିନିଷ ଯୋଗାଉଛନ୍ତି। ସତ୍ୟଙ୍କ ଟିମ୍ର ଉକ୍ତ ରିଲିଫ୍ ରାଇଡର୍ମାନେ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବାଇ, ହୁବଲି-ଧରଓ୍ବାଡ, ସିଲଭାସା, ଗୁଆହାଟୀ, ଗୁରୁଗ୍ରାମ, ଜୟପୁର ଏବଂ ବେଲାଗାଭି ଆଦି ୧୦ଟି ସହରରେ ଖାଦ୍ୟ, ଓଷଧ ଏବଂ ଅନ୍ୟ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦେଉଛନ୍ତି। ସେମାନେ ଓଷଧ ଓ ଜିନିଷ ଡେଲିିଭରି କରିବା ସମୟରେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଉପରେ ଧ୍ୟାନ ଦେଉଛନ୍ତି।
ଏଲୋପାଥି ଉପରେ ଆକ୍ରମଣର ନିହିତାର୍ଥ
ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଆଧୁନିକ ଚିକିତ୍ସା ବିଜ୍ଞାନ ବା ଏଲୋପାଥି ଉପରେ ଯୋଗଗୁରୁ ରାମଦେବଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି।...
ଶାକାହାର ବନାମ ମାଂସାହାର
ମାନେକା ଗାନ୍ଧୀ ବ୍ରିଟେନ୍ର ବୃହତ୍ତମ ବେକରି ଗ୍ରେଗ୍ସ ବଜାରକୁ ଏକ ଭିଗନ୍(ଶୁଦ୍ଧ ଶାକାହାର) ସସେଜ୍ ରୋଲ୍ ଆଣିବାବେଳେ ତାହାକୁ ଜଣେ ବରିଷ୍ଠ ରିପୋର୍ଟର ତୀବ୍ର ବିରୋଧ...
ଜି-୭ରେ ଜଳବାୟୁ ପ୍ରସଙ୍ଗ
ଡ. ଜୟକୃଷ୍ଣ ପାଣିଗ୍ରାହୀ ବ୍ରିଟେନ୍ କର୍ନଓ୍ବାଲ ପ୍ରଦେଶର କାର୍ବିସ ଉପକୂଳରେ ଜୁନ ୧୧ରେ ଯେତେବେଳେ ବିଶ୍ୱର ଜି-୭ ବା ସପ୍ତ-ରାଷ୍ଟ୍ର ଗୋଷ୍ଠୀର ରାଷ୍ଟ୍ରମୁଖ୍ୟମାନେ ୪୭ତମ ଶିଖର...
ବିକଳ୍ପ ନ ଥିବା ଚରିତ୍ର
ଦ୍ୱିତୀ ଚନ୍ଦ୍ର ସାହୁ ନିମ୍ନ ଅଦାଲତର ପ୍ରକୋଷ୍ଠ। ବସିଛନ୍ତି ବିଚାରପତି। ସାମ୍ନାରେ ପୀଡ଼ିତା ବୋହୂ। ଭଲ ପାଇ ପରସ୍ପରକୁ ବାହା ହୋଇଛନ୍ତି ପୁଅ ଓ...
ମହାମାରୀରେ ସକାରାତ୍ମକ ମନୋଭାବ
ବାଦଲ ଭୂୟଁା କରୋନା କାଳରେ ଅନେକ ପ୍ରକାର ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରୁଛି। କି ଯୁବକ, କି ବୟସ୍କ ଅନେକେ ଏକ ଅଜଣା ଭୟରେ ଆତଙ୍କିତ...
ଫୁଲ ଚୋରି
ରୁଦ୍ର ପ୍ରସନ୍ନ ରଥ ସମୟ ସହ ତାଳ ଦେଇ ସହରର ଛାତି ବି ଚଉଡ଼ା ହୋଇ ଚାଲିଛି। ଗାଁରୁ ଦଳ ଦଳ ଲୋକ ସହର...
କଲେ ମଲ, ନ କଲେ ଭଲ
ରଞ୍ଜନ କୁମାର ଦାସ ଶାସନତନ୍ତ୍ରର ଦକ୍ଷତା ସଦାସର୍ବଦା ପ୍ରମାଣିତ ହୁଏ ତା’ର କର୍ମତପତ୍ରତା ଓ ତା’ର ଫଳପ୍ରସବର ମାତ୍ରାକୁ ନେଇ। ତେଣୁ ଶାସନ ବ୍ୟବସ୍ଥାରେ ନେତା...
ବାବା ଓ ବିଜ୍ଞାନ
ଡ. ପ୍ରଫୁଲ୍ଲ କୁମାର ସାହୁ ସଭ୍ୟତା ଆରମ୍ଭରୁ କେତେ କେତେ ମହାମାରୀକୁ ପରାସ୍ତ କରି ବିଜ୍ଞାନ ଆଗକୁ ବଢିଛି, ଯା’ର ସାକ୍ଷୀ ହେଉଛି ଇତିହାସ। ବିଜ୍ଞାନର...


