ସମଗ୍ର ପୃଥିବୀକୁ ଦେଖିଲେ କରୋନା ମହାମାରୀ ବିଭିନ୍ନ ଦିଗରୁ ଅନେକ କିଛି ଉଜାଡ଼ି ଦେଇଛି। ଏହାର ଦ୍ୱିତୀୟ ଲହରରେ ଭାରତ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଅସଂଖ୍ୟ ଲୋକଙ୍କ ଜୀବନ ଯାଇଥିଲେ ମଧ୍ୟ ତାହାକୁ ରାଜ୍ୟ ସରକାରଗୁଡ଼ିକ କମ୍ କରି ଦର୍ଶାଉଛନ୍ତି। ନିକଟରେ ପାଟନା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବିହାରରେ ନୀତୀଶ କୁମାରଙ୍କ ସରକାର ମୂଳ ସଂଖ୍ୟା ସହ ୫,୫୦୦ ମୃତ୍ୟୁ ସଂଖ୍ୟା ଯୋଡ଼ିଥିଲେ। ସେହିପରି ମହାରାଷ୍ଟ୍ରରେ ଉଦ୍ଧବ ଠାକ୍ରେଙ୍କ ସରକାର ପୂର୍ବ ମୃତ୍ୟୁ ସଂଖ୍ୟାରେ ପ୍ରାୟ ୯ ହଜାର ମୃତକଙ୍କ ନାମ ମିଶାଇଛନ୍ତି। ଏବେ ଜଣାପଡ଼ିଛି ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାର ମଧ୍ୟ କୋଭିଡ୍ ମୃତକଙ୍କ ସଂଖ୍ୟା କମାଇକରି ଦେଖାଇଛନ୍ତି। ସରକାରୀ ରେକର୍ଡ ତୁଳନାରେ ସେଠାରେ କରୋନାଜନିତ ମୃତକଙ୍କ ସଂଖ୍ୟା ପାଖାପାଖି ୩ ଗୁଣରୁ ଅଧିକ ରହିଥିବା ଜଣାପଡ଼ିଛି। ଏସବୁ ରାଜ୍ୟରେ ଖୋଳତାଡ଼ ହେବାରୁ ଏଭଳି ତଥ୍ୟ ହସ୍ତଗତ ହେଉଛି। ପୁଣି ଏହି ତଥ୍ୟ ଯେ ସତ୍ୟ ଉପରେ ଆଧାରିତ ତାହାକୁ ନେଇ ସନ୍ଦେହ ରହିଛି। ଗତମାସ ଉତ୍ତରପ୍ରଦେଶ ଓ ବିହାରରେ କରୋନା ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅନେକ ହଜାର ମୃତଦେହ ଗଙ୍ଗାନଦୀ ଜଳରେ ଭାସୁଥିବା ଓ ବାଲି ଭିତରେ ପୋତା ହୋଇଥିବାର ଦୃଶ୍ୟ ଗଣମାଧ୍ୟମରେ ଲୋକେ ଦେଖିଛନ୍ତି। ସେଥିରୁ ଜଣାପଡ଼ିଥିଲା ଯେ, ସରକାର ଜାଣିଶୁଣି ମୃତ୍ୟୁସଂଖ୍ୟା କମାଇବା ଲାଗି ଡାକ୍ତରଖାନା କର୍ମଚାରୀ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାର ସାହାଯ୍ୟ ନେଇଥିଲେ। ଏବର ସ୍ଥିତି ଦେଖିଲେ କୁହାଯାଇପାରେ ଯେ, କେବଳ ଏହିସବୁ ରାଜ୍ୟ ନୁହେଁ, ଅନ୍ୟାନ୍ୟ ରାଜ୍ୟ ସହ ଓଡ଼ିଶାରେ ଏ ସଂକ୍ରାନ୍ତ ତଥ୍ୟ ଯାଞ୍ଚ କରାଗଲେ ସଂଖ୍ୟା ନିଶ୍ଚୟ ବଢ଼ିପାରେ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ୍ ମୃତ୍ୟୁସଂଖ୍ୟାକୁ ନେଇ ଦିଆଯାଇଥିବା ଭୁଲ ତଥ୍ୟ ମହାମାରୀ ମୁକାବିଲା ରଣନୀତି ପ୍ରସ୍ତୁତିରେ ବାଧକ ସାଜିବ। ଏଠାରେ ସ୍ବୀକାରଯୋଗ୍ୟ ଯେ, ନିକଟ ଅତୀତ ଘଟଣାବଳୀକୁ ଦେଖିଲେ ଗୁଲେରିଆଙ୍କ ଅଧିକାଂଶ ମତ ରାଜନୈତିକ ପ୍ରଭାବ ଦ୍ୱାରା ପରିଚାଳିତ ହେଉଛି। କିନ୍ତୁ ସରକାରଙ୍କ ମୃତ୍ୟୁସଂଖ୍ୟା ଲୁଚାଇବାର ଚରିତ୍ର ଯୋଗୁ କୋଭିଡ୍ ମୁକାବିଲା ବାଧାପ୍ରାପ୍ତ ହେଉଥିବା କଥା ନିଶ୍ଚିତ ଭାବେ ବିଶ୍ୱସନୀୟ।
ପ୍ରଶ୍ନ ଉଠେ, ମଣିଷ ମରିଯିବାର ରିପୋର୍ଟ ଠିକ୍ ଦର୍ଶାଇବାରେ ପ୍ରଶାସନ କାହିଁକି କୁଣ୍ଠା ପ୍ରକାଶ କରେ। ଏହାର ସୂକ୍ଷ୍ମ ଉତ୍ତର ହୋଇପାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନ ଦେବା ଏବଂ ସରକାର କୋଭିଡ୍ ପରିଚାଳନା ଉଚିତ ଢଙ୍ଗରେ କରିଛନ୍ତି ବୋଲି ସାଧାରଣରେ ଦେଖେଇ ହେବା। ଏଥିସହିତ କେନ୍ଦ୍ର ସରକାରଙ୍କ ଭୂମିକା ମଧ୍ୟ ଗୁରୁତ୍ୱ ଧାରଣ କରୁଛି। ନିଜ କାର୍ଯ୍ୟରେ ଉଚିତ ପଦକ୍ଷେପ ନେବାରେ ଅସଫଳ ହୋଇଥିବା କେନ୍ଦ୍ର ଏବେ ବିଭିନ୍ନ ରାଜ୍ୟ ଦ୍ୱାରା ଘୋଷିତ ମୃତ୍ୟୁସଂଖ୍ୟାକୁ ନେଇ ଭଲ ଏବଂ ଖରାପ ପରିଚାଳନାର ସାର୍ଟିଫିକେଟ ଦେଉଛି। ଏହା ଫଳରେ ନିଜର ଦକ୍ଷତା ପ୍ରମାଣ କରିବାକୁ ଯାଇ ରାଜ୍ୟ ସରକାରଗୁଡ଼ିକ ମୃତ୍ୟୁସଂଖ୍ୟା ଲୁଚାଇବା ସକାଶେ ଉତ୍ସାହିତ ହେଉଛନ୍ତି। ଏହାଦ୍ୱାରା ଭାରତରେ କରୋନା ମହାମାରୀର ବାସ୍ତବ ତଥ୍ୟ ଇତିହାସରେ କେବେ ହେଲେ ମିଳିବ ନାହିଁ। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ସହିତ ଜାତୀୟ ଅର୍ଥନୀତି ଭୁଶୁଡ଼ି ପଡ଼ୁଥିବା ବେଳେ ଭାରତୀୟଙ୍କ ଅସତ୍ୟକୁ ହାମ୍ବୁଡ଼ି ବସିବାର ଚରିତ୍ର ଏ ଦେଶକୁ ଅଭୂତପୂର୍ବ କ୍ଷତି ପହଞ୍ଚାଇବ।
ଏଇ ଭାରତରେ
ଚା ଗଛର ପତ୍ରରୁ ସ୍ବାଦିଷ୍ଟ ଚା ପିଇବାରେ ଆମେ ଅଭ୍ୟସ୍ତ। କିନ୍ତୁ ବାମ୍ବୋ ଲିଫ୍ ଟି ବା ବାଉଁଶ ପତ୍ର ଚା କେବେ ପିଇଛନ୍ତି କି?...
କଥା ବିକ୍ରି
ଡ. ସୁବାସ ଚନ୍ଦ୍ର ପାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଅନେକ ବସ୍ତୁ ବିକ୍ରି ହେବାକୁ ଲାଗିଲା, ଯାହା ବିକ୍ରିଯୋଗ୍ୟ ବୋଲି ୪୦/୫୦ ବର୍ଷ ପୂର୍ବରୁ କେହି ଚିନ୍ତା...
ସମସ୍ୟା ସମାଧାନ କରାଯାଉ
ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ କରୋନା ମହାମାରୀଜନିତ ଲକ୍ଷଲକ୍ଷ ଲୋକ ଜୀବନ ଓ ଜୀବିକା ହରାଇବାର ଦୃଶ୍ୟରେ ବ୍ୟସ୍ତହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନ୍ଦି...
ଏଇ ଭାରତରେ
ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିତ୍ବା ପାଇଁ ଯେଉଁ କେତେଜଣ ପ୍ରୟାସ ଜାରି ରଖିତ୍ଛନ୍ତି ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ସମୀକ୍ଷା ଗନେରିଓ୍ବାଲ ସମ୍ପୂର୍ଣ୍ଣ ଭିନ୍ନ। ସମୀକ୍ଷା ପ୍ଲାଷ୍ଟିକ...
ବିଫଳତାର ଚିଠି
କୋଭିଡ୍ର ଦ୍ୱିତୀୟ ଲହରରେ ସରକାର ଜଟିଳ ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେଉ ନ ଥିବା ଏବଂ ଏହାର ସଞ୍ଚାଳନରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ୧୬...
ନିଶାର ଦଶା
ଡ. ସତ୍ୟନାରାୟଣ ମିଶ୍ର ଆଧୁନିକ ସଭ୍ୟତାରେ ନିଶା ସେବନ ହେଉଛି ଏକ ମାରାତ୍ମକ ସାମାଜିକ ବ୍ୟାଧି ଓ ଅପରାଧ। ଏହା କର୍କଟ ରୋଗ ଭଳି ଦିନକୁ...
ପେନ୍ ପିଣ୍ଟର ବିଜେତା
ବିଶ୍ୱରେ କଳା ଲୋକଙ୍କୁ ଘୃଣା କରିବାର ଇତିହାସ ବହୁ ପୁରୁଣା। କିନ୍ତୁ ସମୟ ପ୍ରମାଣ ଦେଇଛି ସେହି କୃଷ୍ଣକାୟମାନେ ପରିଶ୍ରମ ଓ ଧୀଶକ୍ତି ବଳରେ ଗୋରା...
କରୋନା ଓ ହ୍ବାଇଟ୍ ଫଙ୍ଗସ୍
ନାରାୟଣ ଚନ୍ଦ୍ର ବିଶ୍ୱାଳ କୋଭିଡ୍ ମହାମାରୀ ସମୟରେ ଏହା ପାଟି ଓ ନାକ ରୋଗର ମୁଖଶାଳା ହୋଇଥିବାରୁ ଏହାର ବିଶେଷ ଧ୍ୟାନ ରଖିବା ନିତାନ୍ତ ଜରୁରୀ।...


