ସମଗ୍ର ପୃଥିବୀକୁ ଦେଖିଲେ କରୋନା ମହାମାରୀ ବିଭିନ୍ନ ଦିଗରୁ ଅନେକ କିଛି ଉଜାଡ଼ି ଦେଇଛି। ଏହାର ଦ୍ୱିତୀୟ ଲହରରେ ଭାରତ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଅସଂଖ୍ୟ ଲୋକଙ୍କ ଜୀବନ ଯାଇଥିଲେ ମଧ୍ୟ ତାହାକୁ ରାଜ୍ୟ ସରକାରଗୁଡ଼ିକ କମ୍ କରି ଦର୍ଶାଉଛନ୍ତି। ନିକଟରେ ପାଟନା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବିହାରରେ ନୀତୀଶ କୁମାରଙ୍କ ସରକାର ମୂଳ ସଂଖ୍ୟା ସହ ୫,୫୦୦ ମୃତ୍ୟୁ ସଂଖ୍ୟା ଯୋଡ଼ିଥିଲେ। ସେହିପରି ମହାରାଷ୍ଟ୍ରରେ ଉଦ୍ଧବ ଠାକ୍ରେଙ୍କ ସରକାର ପୂର୍ବ ମୃତ୍ୟୁ ସଂଖ୍ୟାରେ ପ୍ରାୟ ୯ ହଜାର ମୃତକଙ୍କ ନାମ ମିଶାଇଛନ୍ତି। ଏବେ ଜଣାପଡ଼ିଛି ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାର ମଧ୍ୟ କୋଭିଡ୍ ମୃତକଙ୍କ ସଂଖ୍ୟା କମାଇକରି ଦେଖାଇଛନ୍ତି। ସରକାରୀ ରେକର୍ଡ ତୁଳନାରେ ସେଠାରେ କରୋନାଜନିତ ମୃତକଙ୍କ ସଂଖ୍ୟା ପାଖାପାଖି ୩ ଗୁଣରୁ ଅଧିକ ରହିଥିବା ଜଣାପଡ଼ିଛି। ଏସବୁ ରାଜ୍ୟରେ ଖୋଳତାଡ଼ ହେବାରୁ ଏଭଳି ତଥ୍ୟ ହସ୍ତଗତ ହେଉଛି। ପୁଣି ଏହି ତଥ୍ୟ ଯେ ସତ୍ୟ ଉପରେ ଆଧାରିତ ତାହାକୁ ନେଇ ସନ୍ଦେହ ରହିଛି। ଗତମାସ ଉତ୍ତରପ୍ରଦେଶ ଓ ବିହାରରେ କରୋନା ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅନେକ ହଜାର ମୃତଦେହ ଗଙ୍ଗାନଦୀ ଜଳରେ ଭାସୁଥିବା ଓ ବାଲି ଭିତରେ ପୋତା ହୋଇଥିବାର ଦୃଶ୍ୟ ଗଣମାଧ୍ୟମରେ ଲୋକେ ଦେଖିଛନ୍ତି। ସେଥିରୁ ଜଣାପଡ଼ିଥିଲା ଯେ, ସରକାର ଜାଣିଶୁଣି ମୃତ୍ୟୁସଂଖ୍ୟା କମାଇବା ଲାଗି ଡାକ୍ତରଖାନା କର୍ମଚାରୀ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାର ସାହାଯ୍ୟ ନେଇଥିଲେ। ଏବର ସ୍ଥିତି ଦେଖିଲେ କୁହାଯାଇପାରେ ଯେ, କେବଳ ଏହିସବୁ ରାଜ୍ୟ ନୁହେଁ, ଅନ୍ୟାନ୍ୟ ରାଜ୍ୟ ସହ ଓଡ଼ିଶାରେ ଏ ସଂକ୍ରାନ୍ତ ତଥ୍ୟ ଯାଞ୍ଚ କରାଗଲେ ସଂଖ୍ୟା ନିଶ୍ଚୟ ବଢ଼ିପାରେ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ୍ ମୃତ୍ୟୁସଂଖ୍ୟାକୁ ନେଇ ଦିଆଯାଇଥିବା ଭୁଲ ତଥ୍ୟ ମହାମାରୀ ମୁକାବିଲା ରଣନୀତି ପ୍ରସ୍ତୁତିରେ ବାଧକ ସାଜିବ। ଏଠାରେ ସ୍ବୀକାରଯୋଗ୍ୟ ଯେ, ନିକଟ ଅତୀତ ଘଟଣାବଳୀକୁ ଦେଖିଲେ ଗୁଲେରିଆଙ୍କ ଅଧିକାଂଶ ମତ ରାଜନୈତିକ ପ୍ରଭାବ ଦ୍ୱାରା ପରିଚାଳିତ ହେଉଛି। କିନ୍ତୁ ସରକାରଙ୍କ ମୃତ୍ୟୁସଂଖ୍ୟା ଲୁଚାଇବାର ଚରିତ୍ର ଯୋଗୁ କୋଭିଡ୍ ମୁକାବିଲା ବାଧାପ୍ରାପ୍ତ ହେଉଥିବା କଥା ନିଶ୍ଚିତ ଭାବେ ବିଶ୍ୱସନୀୟ।
ପ୍ରଶ୍ନ ଉଠେ, ମଣିଷ ମରିଯିବାର ରିପୋର୍ଟ ଠିକ୍ ଦର୍ଶାଇବାରେ ପ୍ରଶାସନ କାହିଁକି କୁଣ୍ଠା ପ୍ରକାଶ କରେ। ଏହାର ସୂକ୍ଷ୍ମ ଉତ୍ତର ହୋଇପାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନ ଦେବା ଏବଂ ସରକାର କୋଭିଡ୍ ପରିଚାଳନା ଉଚିତ ଢଙ୍ଗରେ କରିଛନ୍ତି ବୋଲି ସାଧାରଣରେ ଦେଖେଇ ହେବା। ଏଥିସହିତ କେନ୍ଦ୍ର ସରକାରଙ୍କ ଭୂମିକା ମଧ୍ୟ ଗୁରୁତ୍ୱ ଧାରଣ କରୁଛି। ନିଜ କାର୍ଯ୍ୟରେ ଉଚିତ ପଦକ୍ଷେପ ନେବାରେ ଅସଫଳ ହୋଇଥିବା କେନ୍ଦ୍ର ଏବେ ବିଭିନ୍ନ ରାଜ୍ୟ ଦ୍ୱାରା ଘୋଷିତ ମୃତ୍ୟୁସଂଖ୍ୟାକୁ ନେଇ ଭଲ ଏବଂ ଖରାପ ପରିଚାଳନାର ସାର୍ଟିଫିକେଟ ଦେଉଛି। ଏହା ଫଳରେ ନିଜର ଦକ୍ଷତା ପ୍ରମାଣ କରିବାକୁ ଯାଇ ରାଜ୍ୟ ସରକାରଗୁଡ଼ିକ ମୃତ୍ୟୁସଂଖ୍ୟା ଲୁଚାଇବା ସକାଶେ ଉତ୍ସାହିତ ହେଉଛନ୍ତି। ଏହାଦ୍ୱାରା ଭାରତରେ କରୋନା ମହାମାରୀର ବାସ୍ତବ ତଥ୍ୟ ଇତିହାସରେ କେବେ ହେଲେ ମିଳିବ ନାହିଁ। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ସହିତ ଜାତୀୟ ଅର୍ଥନୀତି ଭୁଶୁଡ଼ି ପଡ଼ୁଥିବା ବେଳେ ଭାରତୀୟଙ୍କ ଅସତ୍ୟକୁ ହାମ୍ବୁଡ଼ି ବସିବାର ଚରିତ୍ର ଏ ଦେଶକୁ ଅଭୂତପୂର୍ବ କ୍ଷତି ପହଞ୍ଚାଇବ।
ନିଶାର ଦଶା
ଡ. ସତ୍ୟନାରାୟଣ ମିଶ୍ର ଆଧୁନିକ ସଭ୍ୟତାରେ ନିଶା ସେବନ ହେଉଛି ଏକ ମାରାତ୍ମକ ସାମାଜିକ ବ୍ୟାଧି ଓ ଅପରାଧ। ଏହା କର୍କଟ ରୋଗ ଭଳି ଦିନକୁ...
ଏଇ ଭାରତରେ
ଜନସେବା କରିବାର ତରିକା ସମାଜସେବୀ ମାତିୟୁର ରହମାନଙ୍କ କ୍ଷେତ୍ରରେ ନିଶ୍ଚିତ ଭିନ୍ନ। ସେ ବିଦେଶରୁ ମୃତଦେହ ଆଣିବାରେ ଗରିବ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସବୁ...
ଏଇ ଭାରତରେ
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଣିଷ ଜୀବନ ବଞ୍ଚାଇବା ଲାଗି ଯେତିକି ଗୁରୁତ୍ୱ ଦିଆଯାଏ ବାହାରେ ରହୁଥିତ୍ବା ପ୍ରାଣୀଙ୍କ ସୁରକ୍ଷା ଉପରେ ସେତିକି ଧ୍ୟାନ ଦିଆଯାଇ ନ...
ଜି-୭ ଓ ସର୍ବନିମ୍ନ ଟିକସ ହାର
ଡାନି ରୋଡ୍ରିକ ବିଶ୍ୱ ଅର୍ଥବ୍ୟବସ୍ଥାରେ ବେଶ୍ ଆଗୁଆ ଦେଶଗୁଡ଼ିକ ୫ ଜୁନ୍ରେ ଏକ ଚୁକ୍ତି ଘୋଷଣା କରିଛନ୍ତି। ଏହା ବିଶ୍ୱର କର୍ପୋରେଟ୍ଗୁଡ଼ିକ ଉପରେ ଟ୍ୟାକ୍ସ ବା...
ଏଇ ଭାରତରେ
ବର୍ଜ୍ୟ ଉପଯୋଗ କରି ପରିବେଶ ଉପଯୋଗୀ ସିମେଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ଏବଂ ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଉତ୍ତରପ୍ରଦେଶ)ର ପ୍ରାଧ୍ୟାପକମାନେ। ସେମାନଙ୍କ...
ଜରୁରୀ ସ୍ଥିତି ପାଇଁ ଏକଚ୍ଛତ୍ରବାଦ ଦାୟୀ
ଅମିତ ଶାହା ୪୬ ବର୍ଷ ପୂର୍ବେ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଲେଖା ହୋଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର...
ବାଇଡେନ୍ଙ୍କ ବୈଦେଶିକ ନୀତି ବିଶ୍ୱକୁ ବିପଦ
ହରେକୃଷ୍ଣ ପଣ୍ଡା ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ଶାସନଭାର ନେବା ପରେ ଯାହା ଅନୁମାନ କରାଯାଉଥିଲା ତାହା ଏବେ ବିପରୀତମୁଖୀ ବୋଲି ଜଣାପଡୁଛି। ବାଇଡେନ ସ୍ଥିର...
ବାବୁଙ୍କ ଭୟ
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୈତିକ ଲଢ଼େଇ ଘଟଣା ଏବେ ବଢୁଛି ଓ ଅମଲାତନ୍ତ୍ରୀମାନେ ଏହା ମଧ୍ୟରେ ଫସୁଛନ୍ତି। ଏ ସମ୍ପର୍କରେ ଯେଉଁମାନେ ଅବଗତ ସେମାନେ...


