ବ୍ରହ୍ମଗିରି,୧୫।୬(ଡି.ଏନ୍.ଏ.): ପୁରୀ ଜିଲା ବ୍ରହ୍ମଗିରି ବ୍ଲକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ର ଅର୍ଥ ଆତ୍ମସାତ୍ ପାଇଁ ମସୁଧା ଚାଲିଥିବା ଅଭିଯୋଗ ହୋଇଛି। ଶ୍ରମିକମାନଙ୍କୁ ଗୋଟିଏ ବର୍ଷରେ ୧୦୦ ଦିନର କାମ ଯୋଗାଇଦେବାକୁ ଏମ୍ଜିଏନ୍ଆର୍ଇଜିଏସ୍ କାର୍ଯ୍ୟକାରୀ ହେଉଛି। ତେବେ ଏହି ଯୋଜନାରେ ବ୍ରହ୍ମଗିରି ବ୍ଲକ ଅଧୀନ ଆମ୍ବପଡ଼ା ପଞ୍ଚାୟତ କାକୁଡ଼ିଗାଡ଼ିଆ ଗ୍ରାମର ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବା ପରିବର୍ତ୍ତେ ମେଶିନ ସାହାଯ୍ୟରେ କାମ କରାଯାଉଛି। ଗ୍ରାମ ଘେରିବନ୍ଧ ଉନ୍ନତୀକରଣ ପାଇଁ ଏମ୍ଜିଏନ୍ଆର୍ଇଜିଏସ୍ରେ ୨୪୧୩୦୦୨୦୦୩/ ଆର୍ସି/ ୧୦୪୭୫୯୮୯ ରେ ଅନ୍ତର୍ଭୁକ୍ତ ହୋଇ କାର୍ଯ୍ୟାଦେଶ ମିଳିଛି। ଏପରି କି, ଏହି ଗ୍ରାମରେ ବହୁ ଶ୍ରମିକ ରହିଛନ୍ତି। ମାତ୍ର ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବା ବଦଳରେ ଜେସିବି ଓ ଟ୍ରାକ୍ଟର ବ୍ୟବହାର କରି ମାଟି ଖୋଲା ପ୍ରଭୃତି କାର୍ଯ୍ୟ କରାଯାଉଛି। ପୁରୁଣା ବନ୍ଧରେ ନାମକୁ ମାତ୍ର କାମ କରି ବିଲ୍ ପ୍ରସ୍ତୁତ ସହ ଅର୍ଥ ଆତ୍ମସାତ ପାଇଁ ମସୁଧା ଚାଲିଥିବା ଗ୍ରାମର ପ୍ରଫୁଲ୍ଲ ସେଠୀ, ରବି ବେହେରା, ପଦ୍ମଚରଣ ସେଠୀ ପ୍ରମୁଖ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି କାର୍ଯ୍ୟର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ବିଡିଓ ଜ୍ୟୋତି ପ୍ରକାଶ ସେଠୀ କହିଛନ୍ତି, ଏ ସମ୍ପର୍କରେ ଅଭିଯୋଗ ହୋଇଛି। ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ରିପୋର୍ଟକୁ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Posted inଆମ ଜିଲା ଖବର, ପୁରୀ View All
ଆଜି ମାଟ୍ରିକ ପରୀକ୍ଷାଫଳ
କଟକ ଅଫିସ,୨୫।୬: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା...
କରୋନା ସଂକଟରେ ରୋଜଗାର ହରାଇ ହାତବାନ୍ଧି ବସିଛନ୍ତି ଅଟୋ ଚାଳକ
ବୁଗୁଡ଼ା, ୫।୬(ଡି.ଏନ୍.ଏ.): ଚକ ଗଡ଼ିଲେ ଜଳୁଥିଲା ଚୁଲି। ଏବେ ତେଲ ପଇସା ମଧ୍ୟ ବାହାରୁନି। ଫଳରେ ଭୋକ ଉପାସରେ ଜୀବନ ବିତାଉଛନ୍ତି ଅଧିକାଂଶ ପରିବାର। କରୋନା...
ତୈଳଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ
ଛତ୍ରପୁର,୧୧।୬(ଡି.ଏନ୍.ଏ.): କେନ୍ଦ୍ରସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି। ଏହିପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି...
ବଞ୍ଚାଇଦେଲା ପୋଷା କୁକୁର
ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି।...
ଏନ୍କାଉଣ୍ଟରରେ ମହିଳା ମାଓବାଦୀ ନିହତ
ମାଲକାନଗିରି/ଏମ୍ଭି୭୯,୧୮ା୬: ପୋଲିସ ଏନ୍କାଉଣ୍ଟରରେ ଶୁକ୍ରବାର ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବନ୍ଧୁକ ସମେତ ବହୁ ମାଓବାଦୀ ସାମଗ୍ରୀ ପୋଲିସ ଜବତ କରିଛି। ମିଳିଥିବା...
ଅଙ୍ଗ ନଦୀରେ ପୋଲ ନିର୍ମାଣ କରିବାକୁ ସରକାରଙ୍କ ଘୋଷଣା
ବରଗଡ଼ ଅଫିସ,୧୮।୬: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଲଖମରା ଏବଂ ଚର୍ଦାପାଲି ଗ୍ରାମ ଦେଇ ପ୍ରବାହିତ ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାର...
ଦୁଇ ନାବାଳିକାଙ୍କୁ ୬୨ ବର୍ଷୀୟ ବୃଦ୍ଧଙ୍କ ଅସଦାଚରଣ ଅଭିଯୋଗ
ବାଲେଶ୍ୱର ଅଫିସ,୬ା୬: ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ବଜାରରେ ଥିବା ଏକ ଦୋକାନକୁ ଥଣ୍ଡା ପାନୀୟ ଆଣିବାକୁ ଯାଇଥିବା ବେଳେ ୬୨ ବର୍ଷୀୟ ଦୋକାନୀ ଦୁଇ...
ମଣ୍ଡିରୁ ଉଠୁନି ଧାନ: ରାସ୍ତାକୁ ଓହ୍ଲାଇଲେ ଚାଷୀ
ବରପାଲି, ୨୧।୬(ଡି.ଏନ୍.ଏ.): ବରଗଡ଼ ଜିଲାରେ ରବି ଧାନ ବିକ୍ରି ସମସ୍ୟା ଅସମାହିତ ହୋଇ ରହି ଯାଇଛି । ମଣ୍ଡିକୁ ଚାଷୀମାନେ ଧାନ ବିକ୍ରି ପାଇଁ ଆଣୁଥିଲେ...


