ରିଓ ଡି ଜାନେଇରୋ,୧୬।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ସୋମବାର ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ପଛରେ ଥାଇ ପ୍ରତ୍ୟାବର୍ତ୍ତନ କରି ପାରାଗୁଏ ୩-୧ ଗୋଲରେ ବଲିଭିଆକୁ ପରାସ୍ତ କରିଛି। ଦ୍ୱିତୀୟାର୍ଦ୍ଧରେ ୩ଟି ଗୋଲ ସ୍କୋର କରି ପାରାଗୁଏ ଶେଷରେ ବାଜି ମାରିଛି। ବଲିଭିଆ ତରଫରୁ ମିଡ୍ଫିଲ୍ଡର ଏରଓ୍ବିନ ସାଭେଡ୍ରା ପେନାଲ୍ଟି ଜରିଆରେ ଦଶମ ମିନିଟ୍ରେ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ପାରାଗୁଏ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ୬୨ତମ ମିନିଟ୍ରେ ଆଲେଜାଣ୍ଡ୍ରୋ ରୋମେରୋ ଗୋଲ ଦେଇ ମ୍ୟାଚ୍ ସ୍ଥିତିକୁ ୧-୧ ସମାନସ୍ତରକୁ ଆଣିଥିଲେ। ଏହାପରେ ୬୫ ଓ ୮୦ତମ ମିନିଟ୍ରେ ଆଞ୍ଜେଲ ରେମାରିଓ ଦୁଇଟି ଗୋଲ ସ୍କୋର କରି ଦଳକୁ ଜିତାଇଥିଲେ। ଏହି ବିଜୟ ସହ ଗ୍ରୁପ୍ ଏ’ରେ ପାରାଗୁଏ ୩ ପଏଣ୍ଟ ପାଇ ଶୀର୍ଷରେ ରହିଛି। ସାରା ମ୍ୟାଚ୍ରେ ପାରାଗୁଏ ଚମତ୍କାର ପ୍ରଦର୍ଶନ କରିଥିଲା। କୋଭିଡ୍-୧୯ କାରଣରୁ ଷ୍ଟ୍ରାଇକର ମାର୍ସେଲୋ ମାର୍ଟିନ୍ସଙ୍କ ସମେତ ୫ଜଣ ଆଗଧାଡିର ଖେଳାଳି ବଲିଭିଆ ଦଳରେ ସାମିଲ ହୋଇ ନ ଥିଲେ। ଫଳରେ ଏହାର ପ୍ରଭାବ ପ୍ରଦର୍ଶନ ଉପରେ ପଡିଥିଲା। ୧୯୬୩ ପରେ ବଲିଭିଆ କୋପା ଆମେରିକାରେ ପାରାଗୁଏକୁ ହରାଇପାରି ନାହିଁ।
ମୁହଁରେ ବଲ୍ ବାଜିବାରୁ ବ୍ୟାଟ୍ସମ୍ୟାନ୍ଙ୍କ ପଡିଲା ୭ ଷ୍ଟିଚ୍
କରୋନା କାରଣରୁ ସ୍ଥଗିତ ରଖାଯାଇଥିବା ପାକିସ୍ତାନ ସୁପର ଲିଗ (ପିଏସଏଲ)ର ଏହି ସିଜିନର ଅବଶିଷ୍ଟ ମ୍ୟାଚ ବୁଧବାରଠାରୁ ଆରମ୍ଭ ହେଉଛି। କିନ୍ତୁ ଏହାପୂର୍ବରୁ ଲାହୋର କଲନ୍ଦର୍ସ...
ସ୍ପେନ୍- ପୋଲାଣ୍ଡ ମ୍ୟାଚ୍ ଡ୍ର
ସେଭିଲ,୨୧।୬: ୟୁରୋକପ୍ରେ ଗ୍ରୁପ୍ ଇ’ରେ ଶନିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ ଓ ପୋଲାଣ୍ଡ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ ୧-୧...
ବୋପାନ୍ନା-ସ୍କୁଗୋର ଦ୍ୱିତୀୟ ରାଉଣ୍ଡରେ
ପ୍ୟାରିସ୍, ୨ା୬ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କ୍ରୋଏସିଆର ଫ୍ରାଙ୍କୋ ସ୍କୁଗୋର ଫ୍ରେଞ୍ଚ ଓପନ୍ ଟେନିସ୍ ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର...
ଭୋ’ ଭୋ’ ହୋଇ କାନ୍ଦିଲେ ସୁଶୀଲ କୁମାର
ନୂଆଦିଲ୍ଲୀ,୪।୬: ଅଲିମ୍ପିଆନ ସୁଶୀଲ କୁମାର ଜେଲ୍ରେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ଦୁଇ ଦିନ ହେବ ମାଣ୍ଡୋଲି ଜେଲକୁ ଆସିଥିବା ସୁଶୀଲଙ୍କୁ ଜେଲ ପ୍ରଶାସନ ତାଙ୍କ ପରିବାର...
ଦେଶର ଶ୍ରେଷ୍ଠ ଆଥଲେଟିକ୍ ଏକାଡେମୀ ମଧ୍ୟରେ କିଟ୍
ଭୁବନେଶ୍ୱର, ୧୦।୬- ଭାରତର ଶ୍ରେଷ୍ଠ ୧୦ ଆଥଲେଟିକ୍ ଏକାଡେମୀ ମଧ୍ୟରେ ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ...
କୋଭିଡ୍ କର୍ଫ୍ୟୁ ଯୋଗୁ ଫ୍ରେଞ୍ଚ୍ ଓପନ ପ୍ରେମୀଙ୍କ ଅସନ୍ତୋଷ
ପ୍ୟାରିସ, ୧୧ା୬(ଏପି): ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ବୁଧବାର ରାତି ୧୧ଟା ବେଳେ ଆକସ୍ମିକ କରୋନା ଭାଇରସ୍ କର୍ଫ୍ୟୁ ଜାରି ହେବାରୁ ଖେଳପ୍ରେମୀଙ୍କ ମହଲରେ ଏନେଇ...
ରୋହିତ ଶର୍ମାଙ୍କୁ ଥଟ୍ଟାରେ ଏମିତି କହିଦେଲେ ସ୍ତ୍ରୀ
ସାଉଥାମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ହାଇ ଭୋଲଟେଜ ଫାଇନାଲ ମ୍ୟାଚ ସାଉଥାମ୍ପଟନ୍ରଠାରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ବର୍ଷା ବାଧାପ୍ରାପ୍ତ...
ଦର୍ଶକଙ୍କୁ ଖୁସି ଖବର ଦେଲା ଆଇସିସି: ୮ ବର୍ଷ ଭିତରେ ହେବ ୧୦ଟି ବିଶ୍ୱକପ୍!
ଦୁବାଇ,୨।୬: ଆଇସିସି କ୍ରିକେଟ ପରିଷଦ (ଆଇସିସି) ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଆଇସିସି ଆସନ୍ତା ୮ ବର୍ଷ ପାଇଁ ଫ୍ୟୁଚର ଟୁର୍ ପ୍ରୋଗ୍ରାମ (ଏଫଟିପି)...


