ମ୍ୟୁନିକ୍,୧୭।୬: ୟୁରୋକପ୍ ଫୁଟ୍ବଲରେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ କରିଛି। ତେବେ ଏକ ଆତ୍ମଘାତୀ ଗୋଲ କାରଣରୁ ଜର୍ମାନୀ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ପରାସ୍ତ ହୋଇଛି। ଅଭିଜ୍ଞ ଡିଫେଣ୍ଡର ମ୍ୟାଟ୍ସ ହୁମେଲ୍ସ ଦୀର୍ଘ ଦିନ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ତାଙ୍କର ଏହି ଆତ୍ମଘାତୀ ଗୋଲ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଜର୍ମାନୀ କୋଚ୍ ଜୋଆଚିମ ଲୋ ହୁମେଲ୍ସଙ୍କ ପ୍ରତିଭା ଓ ନେତୃତ୍ୱର କଳାରେ ପ୍ରଭାବିତ ହୋଇ ତାଙ୍କୁ ଦଳରେ ସାମିଲ କରିଥିଲେ। ୟୁରୋପର ଦୁଇ ଫୁଟ୍ବଲ ମହାଶକ୍ତି ମଧ୍ୟରେ ଏହି ମୁକାବିଲା ଥିଲା ବୋଲି ଫ୍ରାନ୍ସ କୋଚ୍ ଡିଡିଏର ଡେସଚାମ୍ପ୍ସ କହିଛନ୍ତି। ୧୪,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏହି ମ୍ୟାଚ୍ ଖେଳାଯାଇଥିଲା।
ମ୍ୟାଚ୍ର ୨୦ତମ ମିନିଟ୍ରେ ଫ୍ରାନ୍ସ ସେଣ୍ଟର ବ୍ୟାକ୍ ଲୁକାସ ହେର୍ନାଣ୍ଡିଜଙ୍କ ଏକ ଶଟ୍କୁ ଫ୍ରାନ୍ସ ଫରଓ୍ବାର୍ଡ କିଲିଆନ ଏମ୍ବାପ୍ପେଙ୍କ ପାଖକୁ ଯିବା ପୂର୍ବରୁ ହୁମେଲ୍ସ ରୋକିବାକୁ ପ୍ରୟାସ କରିଥିଲେ। ତେବେ ବଲ୍ ସିଧା ଜର୍ମାନୀର ନେଟ୍ସକୁ ଯାଇଥିଲା। ଏହା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ଥିଲା। ତେବେ ଏଥିପାଇଁ ହୁମେଲ୍ସଙ୍କୁ ଦାୟୀ କରାଯିବା ଠିକ୍ ନୁହେଁ ବୋଲି ଲୋ କହିଛନ୍ତି। ବଲ୍ ଦ୍ରୁତଗତିରେ ଆସିଥିଲା ଓ ନିୟନ୍ତ୍ରଣ ବାହାରେ ଥିଲା। ତେଣୁ ଏଥିପାଇଁ କାହାକୁ ଦାୟୀ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏହି ବିଜୟ ସହ ଫ୍ରାନ୍ସ ୩ ପଏଣ୍ଟ ପାଇ ପର୍ତ୍ତୁଗାଲ ପଛକୁ ରହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ବଲ୍ ପଜେଶନ, ପାସ ଓ ପାସ୍ ଆକ୍ୟୁରେସିରେ ଜର୍ମାନୀ ଫ୍ରାନ୍ସଠାରୁ ଯଥେଷ୍ଟ ଆଗରେ ଥିଲା। ଉଭୟ ଦଳ ଏକାଧିକ ସୁଯୋଗ ହାସଲ କରିଥିଲେ। ଜର୍ମାନୀ ଅଧିକ ସୁଯୋଗ ହାତଛଡ଼ା କରିଥିଲା। ଜର୍ମାନୀର ଇଲକେ ଗୁଣ୍ଡୋଗାଁ ପ୍ରଥମାର୍ଦ୍ଧରେ ଏକ ନିଶ୍ଚିତ ଗୋଲ ସୁଯୋଗ ହାସଲ କରିଥିଲେ। ତେବେ ଏହା ପୋଷ୍ଟରେ ପହଞ୍ଚିପାରି ନ ଥିଲା। ସେହିପରି ଏମ୍ବାପ୍ପେ ଇ କରିମ୍ ବେଞ୍ଜାମା ମଧ୍ୟ ଗୋଲ କରିବାର ସମ୍ଭାବନା ସୃଷ୍ଟି କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ। ୨୦୧୪ ଫିଫା ବିଶ୍ୱକପ୍ରେ ଜର୍ମାନୀଠାରୁ କ୍ୱାର୍ଟର ଫାଇନାଲରେ ହାରିବା ପରେ ବେଞ୍ଜାମା ଫ୍ରାନ୍ସ ପାଇଁ ପ୍ରଥମ କମ୍ପିଟିଟିଭ ମ୍ୟାଚ୍ ଖେଳିଥିଲେ।
ୟୁରୋକପ୍ରେ ପୂର୍ବରୁ ଜର୍ମାନୀ କେବେ ବି ଗ୍ରୁପ୍ ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇ ନ ଥିଲା। ଏହାପୂର୍ବରୁ ଅନ୍ତିମ ଅଭ୍ୟାସ ମ୍ୟାଚ୍ରେ ଜର୍ମାନୀ ୭-୧ ଗୋଲରେ ଲାଟଭିଆକୁ ପରାସ୍ତ କରିଥିଲା। ତେବେ ଜର୍ମାନୀ ଏହି ସଫଳତାକୁ ଫ୍ରାନ୍ସ ବିପକ୍ଷରେ ଦୋହରାଇପାରି ନ ଥିଲା। ଅନ୍ୟପଟେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଫ୍ରାନ୍ସର ପଲ୍ ପୋଗବା କହିଛନ୍ତି। ଏହି ମ୍ୟାଚ୍ରେ ପୋଗ୍ବା ଏମ୍ବାପ୍ପେ, ବେଞ୍ଜାମା ଓ ଆଣ୍ଟୋଇନ୍ ଗ୍ରିଏଜମ୍ୟାନଙ୍କୁ ବହୁମୂଲ୍ୟ ପାସ୍ମାନ ପ୍ରଦାନ କରିଥିଲେ। ଜର୍ମାନୀ ଏବେ ତା’ର ପରବର୍ତ୍ତୀ ମ୍ୟାଚ୍ରେ ପର୍ତ୍ତୁଗାଲକୁ ଭେଟିବ ଓ ଫ୍ରାନ୍ସ ବୁଦାପେଷ୍ଟରେ ହଙ୍ଗେରୀକୁ ଭେଟିବ। ପ୍ରଥମ ମ୍ୟାଚ୍ରେ ବିଜୟୀ ହେବା ସବୁଠାରୁ ବଡ଼ କଥା। ତେବେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବାରୁ ଆମକୁ ଚାପର ସମ୍ମୁଖୀନ ହେବାକୁ ପଡିଛି ବୋଲି ଜର୍ମାନୀ ମିଡ୍ ଫିଲ୍ଡର ଟୋନି କ୍ରୁସ୍ କହିଛନ୍ତି।
ଇଂଲଣ୍ଡ ଗସ୍ତ: ଭାରତ ୨ଟି ଇଣ୍ଟ୍ରା ସ୍କ୍ବାଡ୍ ଗେମ୍ ଖେଳିବ
ନୂଆଦିଲ୍ଲୀ,୨୬।୬: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ୨ଟି ଇଣ୍ଟ୍ରା...
ପ୍ରତିଷ୍ଠିତ ଫୁଟ୍ବଲ କୋଚ୍ ନନ୍ଦକିଶୋରଙ୍କ ପରଲୋକ
ଭୁବନେଶ୍ୱର, ୨।୬(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଆସିଛି ଆଉ ଏକ ଦୁଃଖ ଖବର। ପ୍ରତିଷ୍ଠିତ ଫୁଟ୍ବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ...
କୋଚ୍ ଟୁଚେଲଙ୍କ କାର୍ଯ୍ୟକାଳ ବଢ଼ାଇଲା ଚେଲସି
ଲଣ୍ଡନ,୫।୬: ଚାମ୍ପିୟନ୍ସ ଲିଗ୍ ଟାଇଟଲ ହାସଲ କରିବା ପରେ ଚେଲସି କୋଚ୍ ଥୋମାସ ଟୁଚେଲଙ୍କୁ ପୁରସ୍କୃତ କରିଛି। ଚେଲ୍ସି ଶୁକ୍ରବାର ଟୁଚେଲଙ୍କ କାର୍ଯ୍ୟକାଳ ୨୦୨୪କୁ ବୃଦ୍ଧି...
ମହଙ୍ଗା ପଡ଼ିଲା ଷ୍ଟମ୍ପକୁ ଗୋଇଠା ମାରିବା
ଢାକା,୧୩।୬: ବାଂଲାଦେଶର ଶାକିବ ଅଲ ହାସନ ଘରୋଇ ଟି୨୦ ମ୍ୟାଚ୍ବେଳେ ଅମ୍ପାୟରଙ୍କୁ ଗାଳି ଗୁଲଜ କରିବା ସହ ଉଇକେଟକୁ ଗୋଇଠା ମାରିବା ମହଙ୍ଗା ପଡ଼ିଛି। ଏହି...
ଏହି ତାରିଖରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍
ନୂଆଦିଲ୍ଲୀ,୭।୬: ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି। ସେପ୍ଟେମ୍ବର ୧୯ରୁ ଏହି ଲିଗ ଆରମ୍ଭ ହେବ। ଫାଇନାଲ ଅକ୍ଟୋବର ୧୫ରେ ଖେଳାଯିବ।...
ଉଗାଣ୍ଡା ଅଲିମ୍ପିକ ଟିମ୍ର ଜଣେ ସଦସ୍ୟଙ୍କୁ କରୋନା
ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ...
ଅଶ୍ୱିନଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପାକିସ୍ତାନର ପୂର୍ବତନ ଖେଳାଳି
ନୂଆଦିଲ୍ଲୀ,୧୫।୬: ଖୁବ୍ କମ୍ ମ୍ୟାଚ୍ରେ ୪୦୦ ଟେଷ୍ଟ ଉଇକେଟ ହାସଲ କରିଥିବା ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ବର୍ତ୍ତମାନ ସର୍ବଶ୍ରେଷ୍ଠ...
କୋପା ଆମେରିକା ଫୁଟ୍ବଲ : ବ୍ରାଜିଲ- ଭେନିଜୁଏଲା ଉଦ୍ଘାଟନୀ ମ୍ୟାଚ୍
ବ୍ରାସିଲିଆ,୧୩।୬: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟ୍ବଲ ଟୁର୍ନାମେଣ୍ଟ ବିବେଚିତ ହେଉଥିବା କୋପା ଆମେରିକା ରବିବାରଠାରୁ ଆରମ୍ଭ ହେବ। ଦକ୍ଷିଣ ତଥା ଲାଟିନ ଆମେରିକାର ସର୍ବଶ୍ରେଷ୍ଠ ଫୁଟ୍ବଲ...


