ମ୍ୟୁନିକ୍,୧୭।୬: ୟୁରୋକପ୍ ଫୁଟ୍ବଲରେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ କରିଛି। ତେବେ ଏକ ଆତ୍ମଘାତୀ ଗୋଲ କାରଣରୁ ଜର୍ମାନୀ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ପରାସ୍ତ ହୋଇଛି। ଅଭିଜ୍ଞ ଡିଫେଣ୍ଡର ମ୍ୟାଟ୍ସ ହୁମେଲ୍ସ ଦୀର୍ଘ ଦିନ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ତାଙ୍କର ଏହି ଆତ୍ମଘାତୀ ଗୋଲ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଜର୍ମାନୀ କୋଚ୍ ଜୋଆଚିମ ଲୋ ହୁମେଲ୍ସଙ୍କ ପ୍ରତିଭା ଓ ନେତୃତ୍ୱର କଳାରେ ପ୍ରଭାବିତ ହୋଇ ତାଙ୍କୁ ଦଳରେ ସାମିଲ କରିଥିଲେ। ୟୁରୋପର ଦୁଇ ଫୁଟ୍ବଲ ମହାଶକ୍ତି ମଧ୍ୟରେ ଏହି ମୁକାବିଲା ଥିଲା ବୋଲି ଫ୍ରାନ୍ସ କୋଚ୍ ଡିଡିଏର ଡେସଚାମ୍ପ୍ସ କହିଛନ୍ତି। ୧୪,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏହି ମ୍ୟାଚ୍ ଖେଳାଯାଇଥିଲା।
ମ୍ୟାଚ୍ର ୨୦ତମ ମିନିଟ୍ରେ ଫ୍ରାନ୍ସ ସେଣ୍ଟର ବ୍ୟାକ୍ ଲୁକାସ ହେର୍ନାଣ୍ଡିଜଙ୍କ ଏକ ଶଟ୍କୁ ଫ୍ରାନ୍ସ ଫରଓ୍ବାର୍ଡ କିଲିଆନ ଏମ୍ବାପ୍ପେଙ୍କ ପାଖକୁ ଯିବା ପୂର୍ବରୁ ହୁମେଲ୍ସ ରୋକିବାକୁ ପ୍ରୟାସ କରିଥିଲେ। ତେବେ ବଲ୍ ସିଧା ଜର୍ମାନୀର ନେଟ୍ସକୁ ଯାଇଥିଲା। ଏହା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ଥିଲା। ତେବେ ଏଥିପାଇଁ ହୁମେଲ୍ସଙ୍କୁ ଦାୟୀ କରାଯିବା ଠିକ୍ ନୁହେଁ ବୋଲି ଲୋ କହିଛନ୍ତି। ବଲ୍ ଦ୍ରୁତଗତିରେ ଆସିଥିଲା ଓ ନିୟନ୍ତ୍ରଣ ବାହାରେ ଥିଲା। ତେଣୁ ଏଥିପାଇଁ କାହାକୁ ଦାୟୀ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏହି ବିଜୟ ସହ ଫ୍ରାନ୍ସ ୩ ପଏଣ୍ଟ ପାଇ ପର୍ତ୍ତୁଗାଲ ପଛକୁ ରହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ବଲ୍ ପଜେଶନ, ପାସ ଓ ପାସ୍ ଆକ୍ୟୁରେସିରେ ଜର୍ମାନୀ ଫ୍ରାନ୍ସଠାରୁ ଯଥେଷ୍ଟ ଆଗରେ ଥିଲା। ଉଭୟ ଦଳ ଏକାଧିକ ସୁଯୋଗ ହାସଲ କରିଥିଲେ। ଜର୍ମାନୀ ଅଧିକ ସୁଯୋଗ ହାତଛଡ଼ା କରିଥିଲା। ଜର୍ମାନୀର ଇଲକେ ଗୁଣ୍ଡୋଗାଁ ପ୍ରଥମାର୍ଦ୍ଧରେ ଏକ ନିଶ୍ଚିତ ଗୋଲ ସୁଯୋଗ ହାସଲ କରିଥିଲେ। ତେବେ ଏହା ପୋଷ୍ଟରେ ପହଞ୍ଚିପାରି ନ ଥିଲା। ସେହିପରି ଏମ୍ବାପ୍ପେ ଇ କରିମ୍ ବେଞ୍ଜାମା ମଧ୍ୟ ଗୋଲ କରିବାର ସମ୍ଭାବନା ସୃଷ୍ଟି କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ। ୨୦୧୪ ଫିଫା ବିଶ୍ୱକପ୍ରେ ଜର୍ମାନୀଠାରୁ କ୍ୱାର୍ଟର ଫାଇନାଲରେ ହାରିବା ପରେ ବେଞ୍ଜାମା ଫ୍ରାନ୍ସ ପାଇଁ ପ୍ରଥମ କମ୍ପିଟିଟିଭ ମ୍ୟାଚ୍ ଖେଳିଥିଲେ।
ୟୁରୋକପ୍ରେ ପୂର୍ବରୁ ଜର୍ମାନୀ କେବେ ବି ଗ୍ରୁପ୍ ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇ ନ ଥିଲା। ଏହାପୂର୍ବରୁ ଅନ୍ତିମ ଅଭ୍ୟାସ ମ୍ୟାଚ୍ରେ ଜର୍ମାନୀ ୭-୧ ଗୋଲରେ ଲାଟଭିଆକୁ ପରାସ୍ତ କରିଥିଲା। ତେବେ ଜର୍ମାନୀ ଏହି ସଫଳତାକୁ ଫ୍ରାନ୍ସ ବିପକ୍ଷରେ ଦୋହରାଇପାରି ନ ଥିଲା। ଅନ୍ୟପଟେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଫ୍ରାନ୍ସର ପଲ୍ ପୋଗବା କହିଛନ୍ତି। ଏହି ମ୍ୟାଚ୍ରେ ପୋଗ୍ବା ଏମ୍ବାପ୍ପେ, ବେଞ୍ଜାମା ଓ ଆଣ୍ଟୋଇନ୍ ଗ୍ରିଏଜମ୍ୟାନଙ୍କୁ ବହୁମୂଲ୍ୟ ପାସ୍ମାନ ପ୍ରଦାନ କରିଥିଲେ। ଜର୍ମାନୀ ଏବେ ତା’ର ପରବର୍ତ୍ତୀ ମ୍ୟାଚ୍ରେ ପର୍ତ୍ତୁଗାଲକୁ ଭେଟିବ ଓ ଫ୍ରାନ୍ସ ବୁଦାପେଷ୍ଟରେ ହଙ୍ଗେରୀକୁ ଭେଟିବ। ପ୍ରଥମ ମ୍ୟାଚ୍ରେ ବିଜୟୀ ହେବା ସବୁଠାରୁ ବଡ଼ କଥା। ତେବେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବାରୁ ଆମକୁ ଚାପର ସମ୍ମୁଖୀନ ହେବାକୁ ପଡିଛି ବୋଲି ଜର୍ମାନୀ ମିଡ୍ ଫିଲ୍ଡର ଟୋନି କ୍ରୁସ୍ କହିଛନ୍ତି।
ଡବ୍ଲୁଟିସି ଫାଇନାଲ ଡ୍ର’ ରହିଲେ ଭାରତ ସହିବ କ୍ଷତି, ନ୍ୟୁଜିଲାଣ୍ଡର ହେବ ଲାଭ: ଜାଣନ୍ତୁ କେମିତି
ସାଉଥାମ୍ପଟନ୍,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି)ର ଫାଇନାଲ ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ଏହି ମ୍ୟାଚ...
ଜାଡେଜାଙ୍କ ପାଇଁ ଖୁସି ଖବର
ଦୁବାଇ,୨୩।୬: ଭାରତୀୟ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ ବୁଧବାର ମିଳିଛି ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର ମାନ୍ୟତା। ପୂର୍ବରୁ ଏହି ତାଲିକାରେ ଶୀର୍ଷରେ ଥିଲେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ...
ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କଲା ଏଚ୍ସିଏ ଆପେକ୍ସ କାଉନ୍ସିଲ
ହାଇଦ୍ରାବାଦ, ୧୭ା୬- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍ସିଏ)ର ଆପେକ୍ସ କାଉନ୍ସିଲ ଏହାର ସଭାପତି ତଥା ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କରିଛି। ସେ...
ପୂଜାରାଙ୍କ ସମାଲୋଚନାକୁ ନେଇ ରାଗିଗଲେ ଏହି ମହାନ ବ୍ୟାଟ୍ସମ୍ୟାନ୍; ପଢ଼ାଇଲେ ଅସଲ କ୍ରିକେଟ ପାଠ…
ନୂଆଦିଲ୍ଲୀ,୧୫।୬: କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂଶୈଳୀର ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆରେ ଉଲ୍ଲେଖନୀୟ ଉଦ୍ୟମ ସତ୍ତ୍ୱେ ପୂଜାରା ସ୍କୋରବୋର୍ଡକୁ...
୧୧ ବଲ୍ରେ ୫ ଉଇକେଟ୍ ନେଇ ଦେଶକୁ ବିଶ୍ୱ ଚାମ୍ପିଅନ୍ କରାଇଥିଲେ ଏହି କ୍ରିକେଟର୍
କ୍ରିକେଟରେ ୧୯୬୦ ଏବଂ ୭୦ ଦଶକ ୱେଷ୍ଟଇଣ୍ଡିଜ ନାମରେ ନାମିତ ହୋଇଥିଲା। ଦ୍ରୁତ ବୋଲର ଏବଂ ଦୃଢ ବ୍ୟାଟ୍ସମ୍ୟାନ୍ଙ୍କ ଉପସ୍ଥିତିରେ ୱେଷ୍ଟଇଣ୍ଡିଜ ସେହି ସମୟରେ କ୍ରିକେଟ୍...
କୋଭିଡ୍ ନିୟମ ଭାଙ୍ଗିବାରୁ ବାଦ୍ ପଡ଼ିଲେ ଜାତୀୟ ଦଳରୁ
ଆବୁଧାବି,୨୪।୬: ଚଳିତ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍)ର ବାୟୋ ବବଲ ପ୍ରୋଟୋକଲ ଭାଙ୍ଗି ବାହାର ଲୋକଙ୍କୁ ଭେଟିଥିବା ଏବଂ ସାଧାରଣ ଦୂରତା ନିୟମ ମାନି ନ...
ଭୁବନେଶ୍ୱରଙ୍କ ଦୁଃଖ ସରୁନି: ପିତାଙ୍କ ମୃତ୍ୟୁ ପରେ ମା’ ହସ୍ପିଟାଲରେ, ନିଜଠାରେ କରୋନା ଲକ୍ଷଣ
ଟିମ ଇଣ୍ଡିଆର ଦ୍ରୁତ ବୋଲର ଭୂବନେଶ୍ୱର କୁମାରଙ୍କ ସମସ୍ୟା ଶେଷ ହେବାର ନାଁ ନେଉନାହିଁ। ନିକଟରେ ତାଙ୍କ ପିତାଙ୍କ ମୃତୁ ପରେ ଏବେ ଭୁବନେଶ୍ୱରଙ୍କ ମା’...
ଏହି କ୍ରିକେଟର୍ଙ୍କ ଜ୍ୟାକେଟ୍ ପିନ୍ଧି ଫଟୋ ଶେୟାର କଲେ ଅଭିନେତ୍ରୀ
ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି।...


