ବୁଡାପେଷ୍ଟ,୧୭।୬ (ପି.ଟି.) : ୟୁରୋକପ୍ରେ ପର୍ତ୍ତୁଗାଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ହଙ୍ଗେରୀ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ତାଙ୍କ ଆଗରେ ରଖାଯାଇଥିବା କୋକା କୋଲା ବୋତଲ ହଟାଇ ଦେଇଥିଲେ। ଏହା କୋକା କୋଲା କମ୍ପାନୀର ପ୍ରଭୁତ କ୍ଷତି ଘଟାଇଛି। ରୋନାଲ୍ଡୋଙ୍କ ଏହି ଆଚରଣ ଦ୍ୱାରା କମ୍ପାନୀ ୪ ବିଲିୟନ ଅମେରିକୀୟ ଡଲାର ଅର୍ଥାତ ୨୯.୩୪ ହଜାର କୋଟି ଟଙ୍କାର କ୍ଷତି ସହିଛି। ଏହି ଘଟଣା ପରେ ଶେୟାର ବଜାରେ କମ୍ପାନୀର ଶେୟାର ପ୍ରାଇସ୍ ୫୬.୧୦ ଡଲାରରୁ ୧.୬ ପ୍ରତିଶତ ଅବନତି ହୋଇ ୫୫.୨୨ ଡଲାରରେ ପହଞ୍ଚିଛି। ଏହାଦ୍ୱାରା କମ୍ପାନୀର ମାର୍କେଟ ଭେଲ୍ୟୁ ୨୪୨ରୁ କମି ୨୩୮ ଡଲାରରେ ପହଞ୍ଚିଛି। ଉଲ୍ଲେଖଥାଉ କି, କୋକା କୋଲା ୟୁରୋପର ୧୧ଟି ଦେଶରେ ଖେଳାଯାଉଥିବା ୟୁରୋକପ୍ର ଅଫିସିଆଲ ସ୍ପୋନ୍ସର ରହିଛି। ଏ ସଂମ୍ପର୍କିତ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। କୋକା କୋଲା ବୋତଲ ବଦଳରେ ସେ ଏକ ପାଣି ବୋତଲକୁ ଧରିଥିଲେ ଓ କୋଲ୍ଡ ଡ୍ରିଙ୍କ୍ସ ବଦଳରେ ପାଣିକୁ ବ୍ୟବହାର କରିବାକୁ ସେ କହୁଥିବା ସମ୍ମିଳନୀରେ ଲକ୍ଷ୍ୟ କରାଯାଇଥିଲା। ୩୬ ବର୍ଷୀୟ ରୋନାଲ୍ଡୋ ପୂର୍ବରୁ ମଧ୍ୟ ଏଭଳି କୋଲ୍ଡ ଡ୍ରିଙ୍କ୍ସ ପିଇବା ନେଇ ଅସହଜ ମନେ କରୁଥିବା ଏକାଧିକ ବାର କହିଛନ୍ତି। ମଙ୍ଗଳବାର ଫ୍ରାନ୍ସ ମିଡ୍ ଫିଲ୍ଡର ପଲ ପୋଗବା ମଧ୍ୟକ ଏଭଳି ଘଟଣା ଘଟାଇଛନ୍ତି। ସେ ଜଣେ ମୁସ୍ଲିମ୍ ହୋଇଥିବାରୁ ଖବରଦାତା ସମ୍ମିଳନୀରେ ହେନେକେନ ବିୟର ବୋତଲ ହଟାଇଥିଲେ।
ସ୍ପେନ୍- ସ୍ବିଡେନ ମ୍ୟାଚ୍ ଗୋଲ ଶୂନ୍ୟ
ସେଭିଲେ,୧୬।୬: ୟୁରୋକପ୍ରେ ଗ୍ରୁପ୍ ଇ’ରେ ସୋମବାର ସ୍ପେନ୍ ଓ ସ୍ବିଡେନ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ ଗୋଲ ଶୂନ୍ୟ ଭାବେ ଶେଷ ହେବା...
ରୋନାଲ୍ଡୋଙ୍କ ରେକର୍ଡ
ବୁଦାପେଷ୍ଟ,୧୬।୬: ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍ ଗୋଲ ବଲରେ ପର୍ତ୍ତୁଗାଲ ୟୁରୋକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ୩-୦ ଗୋଲ ବୃହତ୍ ବ୍ୟବଧାନରେ ହଙ୍ଗେରୀକୁ ହରାଇଛି। ରୋନାଲ୍ଡୋ...
ଡବ୍ଲ୍ୟୁଟିସି ଫାଇନାଲରେ କୋହଲି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
ସାଉଥାମ୍ପଟନ,୧୯।୬: ଏଜେସ ବାଉଲଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ବିରାଟ କୋହଲି ଟସ୍ ପକାଇଥିଲେ। ଅବଶ୍ୟ...
‘ଭାରତ ଜିତିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍’
ମେଲବୋର୍ନ,୧୬ା୬(ପି.ଟି.)-ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଭାରତ ଅତି ସହଜରେ ବିଜୟ ଲାଭ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ଅଷ୍ଟ୍ରେଲିଆର...
ଓ୍ବିଲିୟମସନ ଆହତ, ଦ୍ୱିତୀୟ ଟେଷ୍ଟରୁ ଓହରିଲେ
ବର୍ମିଂହାମ, ୧୦।୬(ପି.ଟି.)- ନ୍ୟୁଜିଲାଣ୍ଡ କ୍ରିକେଟ ଅଧିନାୟକ କେନ୍ ଓ୍ବିଲିୟମସନ ଆହତ ସମସ୍ୟା ଯୋଗୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି। ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ...
ଟୋକିଓ ଅଲିମ୍ପିକ୍ସ : ସର୍ବାଧିକ ୧୦ହଜାର ସ୍ଥାନୀୟ ଦର୍ଶକଙ୍କୁ ଅନୁମତି
ଟୋକିଓ, ୨୨ା୬ (ଏପି)-ଟୋକିଓ ଅଲିମ୍ପିକ୍ସକୁ ଦେଖିବାଲାଗି କିଛି ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦିଆଯିବ। ଆୟୋଜକ କମିଟିର ଅଫିସିଆଲ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସୋମବାର...
ଭାରତୀୟ ଦଳକୁ ମିଳିଲା ଖୁସି ଖବର
ମୁମ୍ବାଇ,୧।୬: ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି-୨୦୨୧) ଫାଇନାଲ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟ ସିରିଜ ପାଇଁ ଜୁନ୍...
ଟିମ୍ ଇଣ୍ଡିଆରେ ହୋଇପାରେ ଏସବୁ ପରିବର୍ତ୍ତନ
ନୂଆଦିଲ୍ଲୀ,୨୬।୬: ଆମକୁ ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ଦଳର ଆବଶ୍ୟକତା ଅନୁଯାୟୀ ଖେଳି ପାରୁଥିବା ଖେଳାଳି ଦରକାର। ବିଶ୍ୱ ଟେଷ୍ଟ ଚାମ୍ପିୟନ ଫାଇନାଲରେ ପରାଜୟ ପରେ...


