ଭୁବନେଶ୍ୱର, ୧୭ା୬ (ବ୍ୟୁରୋ): କୋଭିଡ୍ ରୋଗୀଙ୍କ ପାଇଁ ଏବେ ଜୀବନ ରକ୍ଷକ ସାଜିଛି ଏକ୍ମୋ ମେଶିନ। କିନ୍ତୁ ରାଜ୍ୟରେ ଏହି ମେଶିନର ଅଭାବ ଥିବାରୁ ବହୁ ଗୁରୁତର ରୋଗୀ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଉଛନ୍ତି। ତେବେ ସବୁ ରୋଗୀ ଏକ୍ମୋ ଦ୍ୱାରା ଭଲ ହେଉଛନ୍ତି କି ନାହିଁ ସେ ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି ପ୍ରଫେସର ଡା. ବାନାମ୍ବର ରାୟ। ସେ କହିଛନ୍ତି, ଫୁସ୍ଫୁସ୍ ବହୁତ ଖରାପ ହେଲେ ଭେଣ୍ଟିଲେଟର କାମ କରିପାରେ ନାହିଁ। କୋଭିଡ୍ ବେଳେ ଭେଣ୍ଟିଲେଟରକୁ ୧୦ଜଣ ଗଲେ, ପ୍ରାୟ ୨ ଜଣ ବଞ୍ଚନ୍ତି। କିନ୍ତୁ ଏକ୍ମୋ ସପୋର୍ଟରେ ହୁଏତ ୧୦ ଜଣରୁ ୪ଜଣ ବଞ୍ଚତ୍ ଯାଇପାରନ୍ତି। ଏକ୍ମୋ ଦ୍ୱାରା ଯେ ସମସ୍ତେ ବଞ୍ଚତ୍ବେ ସେମିତି ଭାବିବା ଠିକ୍ ନୁହେଁ। ଏକ୍ମୋରେ ରୋଗୀଙ୍କ ରକ୍ତ ଜମାଟ ବାନ୍ଧିବା, ଇନ୍ଫେକସନ୍ର ଆଶଙ୍କା ଥାଏ ବୋଲି ସେ କହିଛନ୍ତି।
ଏକ୍ମୋ ଚିକିତ୍ସା ସମ୍ପର୍କରେ ପ୍ରଫେସର ରାୟ କହିଛନ୍ତି, ଶରୀର ଭିତରେ ଫୁସ୍ଫୁସ୍ ଯେଉଁ କାମ କରେ, ଶରୀର ବାହାରେ ଏକ୍ମୋ ତାହା କରେ। ଶରୀର ଭିତରେ ଥିବା ରକ୍ତ ପରିଷ୍କାର କରି ପୁଣି ଶରୀରକୁ ଛାଡ଼େ। ଯେପର୍ଯ୍ୟନ୍ତ ଫୁସଫୁସ୍ ଖରାପ ଥିବ, ସେପର୍ଯ୍ୟନ୍ତ ଏକ୍ମୋ ରକ୍ତ ପରିଷ୍କାର କାମ କରିବ। ସ୍ବାଇନ୍ ଫ୍ଲୁ, ନିମୋନିଆ, ଲଙ୍ଗସ ଫାଇବ୍ରୋସିସ୍ ହେଲେ ଏକ୍ମୋ ବ୍ୟବହାର ହୋଇଥାଏ। କାହାର ଫୁସ୍ଫୁସ୍ ଟ୍ରାନ୍ସପ୍ଲାଣ୍ଟ ହେଲେ, ଏକ୍ମୋ ବ୍ୟବହାର କରାଯାଇଥାଏ। ଏହା ଏକ ଚିକିତ୍ସା ପଦ୍ଧତି ନୁହେଁ, ଏହା କେବଳ ଏକ ସପୋର୍ଟ ବୋଲି ଡା. ରାୟ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ମାସ ବହୁ ଗୁରୁତର ରୋଗୀ ଏକ୍ମୋ ଚିକିତ୍ସା ପାଇଁ ଏୟାର ଲିଫ୍ଟିଂ ହୋଇ ଚେନ୍ନାଇ, କୋଲକାତା ଯାଇଛନ୍ତି। ଏହି ଚିକିତ୍ସା ପାଇଁ ଦୈନିକ ପ୍ରାୟ ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ରୋଗୀ କେତେ ଦିନ ଏହି ମେଶିନ ସପୋର୍ଟର ଆବଶ୍ୟକ କରିବ ତାହା ରୋଗୀର ସ୍ବାସ୍ଥ୍ୟାବସ୍ଥା ଉପରେ ନିର୍ଭର କରେ ବୋଲି ସେ ସୂଚନା ଦେଇଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ସିବିଏସ୍ଇ, ସିଆଇଏସ୍ସିଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଶୁଣାଣି ୩କୁ ଘୁଞ୍ଚିଲା
ଭୁବନେଶ୍ୱର, ୧ା୬(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍ଇ) ଏବଂ କାଉନ୍ସିଲ ଫର୍ ଦି ଇଣ୍ଡିଆନ ସ୍କୁଲ୍ ସାର୍ଟିଫିକେଟ୍ ଏଜୁକେଶନ (ସିଆଇଏସ୍ସିଇ)ର ଦ୍ୱାଦଶ ବୋର୍ଡ...
ଅଭୟ ପାଠକଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର,୧୭।୬: ବୈଦ୍ୟନାଥପୁର ଥାନା ମାମଲାର ବିଚାର କରି ଗୁରୁବାର ହାଇକୋର୍ଟ ପୂର୍ବତନ ଆଇଏଫ୍ଏସ୍ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କା ଏବଂ...
ଦ୍ୱାଦଶ ପିଲାଙ୍କୁ ଟିକାକରଣ କରାଇବାକୁ ଲକ୍ଷ୍ୟ: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ମୃତ୍ୟୁସଂଖ୍ୟା ଥମିବାର ନା ନେଉନି। କରୋନା ମୁକାବିଲା ପାଇଁ ବର୍ତ୍ତମାନ ରାଜ୍ୟରେ ଲକ୍ଡାଉନ ଜାରି...
ଶିଶୁଙ୍କଠାରେ ଦୀର୍ଘମିଆଦୀ କୋଭିଡ୍ କମ୍ ଦେଖାଯାଏ
ଭୁବନେଶ୍ୱର,୧୭ା୬(ବ୍ୟୁରୋ): କୋଭିଡ୍ରୁ ସୁସ୍ଥ ହେବା ପରେ ବି ଆକ୍ରାନ୍ତଙ୍କ ଶରୀରରେ ଅନେକ ଲକ୍ଷଣ ଦେଖାଯାଉଛି। ଅତିଶୀଘ୍ର ଅବଶ ହୋଇପଡ଼ିବା, ରାତିରେ ନିଦ ନ ହେବା, ଭୋକ...
ସୋମବାରଠାରୁ ଏହି ସହରରେ ଘର ଘର ବୁଲି ହେବ ଟିକାଦାନ…
ବିକାନେର୍,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଦେଶରେ...
ଦୀପ୍ତେଶ ଜେଲ ଆଇଜି, ନରସିଂହଙ୍କୁ କେନ୍ଦ୍ରାଞ୍ଚଳ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ୪ଜଣ ଆଇପିଏସ୍ ଓ ୨ଜଣ ଓପିଏସ୍ ଅଫିସରଙ୍କ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି...
ଭାକ୍ସିନ୍ ନ ନେଇଥିବା ବିଧାୟକଙ୍କୁ ବିଧାନସଭାରେ ପ୍ରବେଶ ମନା…
ପାଟନା,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି।...
ଫାଇଜର-ମର୍ଡେନା ଭାକ୍ସିନ୍କୁ ନେଇ ଆତଙ୍କ, ଯୁବବର୍ଗଙ୍କଠାରେ ସୃଷ୍ଟି ହେଉଛି ହାର୍ଟ ସମସ୍ୟା …
ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍...


