E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ଓଡ଼ିଶାରୁ ବୀରେନ୍ଦ୍ର, ଅମିତ ସାମିଲ
9:54 amJune 19, 2021

ଭୁବନେଶ୍ୱର, ୧୯।୬(କ୍ରୀଡ଼ା ପ୍ରତିନିଧି): ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି। ଏଥିରେ ଓଡ଼ିଶାର ୨ ଖେଳାଳି ଅଭିଜ୍ଞ ବୀରେନ୍ଦ୍ର ଲାକ୍ରା ଓ ପ୍ରତିଭାସମ୍ପନ୍ନ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ପ୍ରକାଶଯୋଗ୍ୟ ଯେ, ଗୁରୁବାର ଘୋଷିତ ଭାରତୀୟ ମହିଳା ହକି ଦଳରେ ଓଡ଼ିଶାରୁ ଏକମାତ୍ର ଦୀପ୍‌ ଗ୍ରେସ୍‌ ଏକ୍କା ସ୍ଥାନ ପାଇଥିଲେ। ବୀରେନ୍ଦ୍ରଙ୍କର ପୂର୍ବରୁ ୨୦୧୨ ଅଲିମ୍ପିକ୍ସ ଖେଳିବାର ଅଭିଜ୍ଞତା ରହିଛି। ଆଣ୍ଠୁରେ ଆଘାତ ଯୋଗୁ ସେ ୨୦୧୬ ରିଓ ଅଲିମ୍ପିକ୍ସରେ ଖେଳିପାରି ନ ଥିଲେ। ମାତ୍ର ଅମିତଙ୍କ ପାଇଁ ଏହା ହେବ ପ୍ରଥମ ଅଲିମ୍ପିକ୍ସ। ଘୋଷିତ ୧୬ ଜଣିଆ ଦଳରେ ଅମିତଙ୍କ ସମେତ ୯ ଖେଳାଳି ପ୍ରଥମଥର ପାଇଁ ଅଲିମ୍ପିକ୍ସ ସ୍ବାଦ ପାଇବେ। ସେମାନେ ହେଲେ ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ ସିଂ, ଗୁରଜାନ୍ତ ସିଂ ଓ ଲଳିତ କୁମାର ଉପାଧ୍ୟାୟ। ୨୦୧୬ ପରେ କ୍ରମାଗତ ଦ୍ୱିତୀୟ ଥର ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ୬ ଖେଳାଳି ହେଲେ ପୂର୍ବତନ ଅଧିନାୟକ ତଥା ଗୋଲକିପର ପି.ଆର. ଶ୍ରୀଜେଶ, ମିଡ୍‌ଫିଲ୍ଡର ମନ୍‌ପ୍ରୀତ ସିଂ, ଡିଫେଣ୍ଡର ହରମନପ୍ରୀତ ସିଂ, ରୂପିନ୍ଦରପାଲ ସିଂ, ସୁରେନ୍ଦର କୁମାର ଓ ମନଦୀପ ସିଂ। ଅଧିନାୟକଙ୍କ ନାମ ଘୋଷଣା ହୋଇ ନ ଥିଲେ ହେଁ ମନ୍‌ପ୍ରୀତ ଦଳର ନେତୃତ୍ୱ ନେବା ସମ୍ଭାବନା ଅଧିକ ରହିଛି।
ଦଳରେ ଜଣେମାତ୍ର ଗୋଲକିପରଙ୍କୁ ନିଆଯାଇଥିବାରୁ ପ୍ରତିଭାସମ୍ପନ୍ନ କ୍ରିଷ୍ଣନ ବାହାଦୁର ପାଠକ ସୁଯୋଗ ପାଇନାହାନ୍ତି। ଦଳରେ ୫ ଜଣ ଲେଖାଏ ଡିଫେଣ୍ଡର, ମିଡ୍‌ଫିଲ୍ଡର ଏବଂ ଫରଓ୍ବାର୍ଡଙ୍କୁ ନିଆଯାଇଛି। ରିଓରେ ଖେଳିଥିବା ଆକାଶଦୀପ ସିଂ ଏବଂ ରମଣଦୀପ ସିଂଙ୍କ ପରି ନାମୀ ଖେଳାଳି ଏଥର ଦଳରେ ନାହାନ୍ତି।
ଅଲିମ୍ପିକ୍ସରେ ଭାରତ ୮ ସ୍ବର୍ଣ୍ଣ ପଦକ ପାଇଛି। ଶେଷଥର ପାଇଁ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଦଳ ସ୍ବର୍ଣ୍ଣିମ ସଫଳତା ପାଇଥିଲା। ମାତ୍ର ୪ ଦଶନ୍ଧି ଧରି ପଦକ ଶୂନ୍ୟତା ରହିଛି। ଟୋକିଓ ଅଲିମ୍ପିକ୍ସର ପୁଲ୍‌-ଏ’ରେ ଏଥର ଭାରତ ରହିଛି। ଏହି ପୁଲ୍‌ରେ ଥିବା ଅନ୍ୟ ଦଳଗୁଡ଼ିକ ହେଲେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା, ୩ ଥର ବିଶ୍ୱ ଚାମ୍ପିୟନ ତଥା ବିଶ୍ୱର ନମ୍ବର ଓ୍ବାନ ଟିମ୍‌ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସ୍ପେନ ଏବଂ ଆୟୋଜକ ଜାପାନ।
ଭାରତୀୟ ଦଳ
ଗୋଲକିପର: ପି.ଆର. ଶ୍ରୀଜେଶ
ଡିଫେଣ୍ଡର: ହରମନପ୍ରୀତ ସିଂ, ରୂପିନ୍ଦରପାଲ ସିଂ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା।
ମିଡ୍‌ଫିଲ୍ଡର: ହାର୍ଦ୍ଦିକ ସିଂ, ମନ୍‌ପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ସୁମିତ।
ଫରଓ୍ବାର୍ଡ: ସମଶେର ସିଂ, ଦିଲପ୍ରୀତ ସିଂ, ଗୁରଜାନ୍ତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲୀୟ ଲେଗ ସ୍ପିନର ଆଦାମ ଜାମ୍ପା ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ହାଟୀ ଲେ ପାଲମେରଙ୍କୁ ବିବାହ କରିଛନ୍ତି। ଗତ...

ବୋପାନ୍ନା-ସ୍କୁଗୋର ଦ୍ୱିତୀୟ ରାଉଣ୍ଡରେ

ପ୍ୟାରିସ୍‌, ୨ା୬ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କ୍ରୋଏସିଆର ଫ୍ରାଙ୍କୋ ସ୍କୁଗୋର ଫ୍ରେଞ୍ଚ ଓପନ୍‌ ଟେନିସ୍‌ ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର...

‘ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ’

ମୁମ୍ବାଇ, ୩।୬(ପି.ଟି.)-  ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦ୍‌ଘାଟନୀ ସଂସ୍କରଣର ଫାଇନାଲ ୧...

ଭାରତୀୟ ଟି୨୦ ଟିମ୍‌ରୁ କାହିଁକି ବାହାର ହୋଇଥିଲେ ଦିନେଶ କାର୍ତ୍ତିକ; କାରଣ ନେଇ ଏଭଳି କହିଲେ…

ନୂଆଦିଲ୍ଲୀ,୫।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ହେଲେ...

ଐତିହାସିକ ମୁକାବିଲାରେ ଭାରତକୁ ସମର୍ଥନ କରିବା ଲାଗି ସାଉଥାମ୍ପଟନ ପହଞ୍ଚିଲେ ଏହି ବଲିଉଡ୍‌ ଷ୍ଟାର; ଫଟୋ ଶେୟାର କରି..

ସାଉଥମ୍ପାଟନ,୧୯।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମୁକାବିଲାକୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିବାରେ ଲାଗିଛି। ମହାମାରୀ କରୋନା କାରଣରୁ ଏଜେସ ବାଉଲ...

୨ଟି ବଲ୍‌ରୁ ବିସ୍ଫୋରକ ୨୧ ରନ୍‌ କରିଥିଲେ ସେହ୍ବାଗ:ଜାଣନ୍ତୁ କେମିତି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ସମସ୍ତ ପ୍ରକାର କ୍ରିକେଟର ୍‌ବିପଜ୍ଜନକ ବ୍ୟାଟ୍ସମ୍ୟାନ ସେହ୍ବାଗ ଆରମ୍ଭରୁ ପ୍ରତିପକ୍ଷଙ୍କୁ...

ଟିମ୍‌ ଇଣ୍ଡିଆର ଅଧିନାୟକ ହେବାକୁ ଚାହୁଁଥିଲେ ଏହି ମହାନ ଖେଳାଳି

ନୂଆଦିଲ୍ଲୀ, ୧୦।୬: ଦୁଇ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ ଯୁବରାଜ ସିଂ (ଯୁବି)। ଅନେକ ଥର ମ୍ୟାଚ୍‌ ବିଜୟୀ...

ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଏକାଦଶ ଘୋଷଣା: ଏହିସବୁ ଖେଳାଳି ବାଦ୍‌ ପଡିଲେ

ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ଟିମ ଇଣ୍ଡିଆ ଏକାଦଶ ଘୋଷଣା କରିଛି। ଭାରତୀୟ ଦଳ ଦୁଇଟି ସ୍ପିନରଙ୍କ ସହ ସାଉଥମ୍ପଟନରେ ଅବତରଣ କରିବେ।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
କୁଶଳୀ ହେବେ ଲକ୍ଷେ କୋଭିଡ୍‌ ଯୋଦ୍ଧା
Next Post Next post:
ସଂସଦରେ ଯୋଗ ଶିକ୍ଷା ଦେବେ ପ୍ରଜ୍ଞା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts