ଯାଜପୁର ଅଫିସ/କୋରେଇ/ପାଣିକୋଇଲି(ଡି.ଏନ.ଏ.),୧୯।୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ବେଆଇନ ବାଲି ଖାଦାନ ଅଭିଯୋଗ ସଂକ୍ରାନ୍ତରେ ଏନ୍ଜିଟି(ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ)ଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର ତଦନ୍ତ ହୋଇଛି। ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ପରିବେଶ ବୈଜ୍ଞାନିକ ଏମ୍. ଆର୍. ପ୍ରସାଦ, ଖଣି ବିଭାଗ ସହ ନିର୍ଦ୍ଦେଶକ ବି.କେ. ସାହୁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ ବେହେରା ପ୍ରମୁଖ ଏହି ତଦନ୍ତରେ ସାମିଲ ହୋଇଥିଲେ। ୧୫ା୪ା୨୦୨୧ରେ ଏନଜିଟି ପକ୍ଷରୁ ଜଷ୍ଟିସ ବି.ଅମିତ୍ ସ୍ଥାଲେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ବାଲି ଖାଦାନ ଦ୍ୱାରା ହୋଇଥିବା କ୍ଷତି ପରିମାଣ, ପରିବେଶ କ୍ଷୟକ୍ଷତି ଆକଳନ, ନଦୀଶଯ୍ୟା, ନଷ୍ଟ ଇତ୍ୟାଦି ସମ୍ପର୍କରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ଜିଲାପାଳ, ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସ (ଡିଡିଏମ), ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଜଣେ ବରିଷ୍ଠ ବୈଜ୍ଞାନିକ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ପ୍ରତିନିଧିଙ୍କୁ ନେଇ ଏକ ସ୍ବତନ୍ତ୍ର କମିଟି ଏହି ଦାୟିତ୍ୱ ନିର୍ବାହ କରିବେ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଥିଲା।
ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ପାର୍ଶ୍ୱବର୍ତ୍ତୀ ମସୁଦପୁର ଗ୍ରାମର ପିନାକ ରଞ୍ଜନ ଦାସଙ୍କ ପକ୍ଷରୁ ଆଇନଜୀବୀ ଶଙ୍କରପ୍ରସାଦ ପାଣି ଏନଜିଟିରେ ଏହି ଅଭିଯୋଗ ଦାଖଲ କରିଥିଲେ। ତଦନୁସାରେ (କେସ୍ ନଂ-୪୮/୨୦୨୦/ଇଜେଡ୍)ରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗରେ ସେ ଦର୍ଶାଇଥିଲେ ଯେ, ବେଆଇନ ବାଲି ଉତ୍ତୋଳନ ଯୋଗୁ ନଦୀର ଗତିପଥ ବଦଳିବା, ଖରସ୍ରୋତା ବ୍ରିଜ୍ ପ୍ରତି ବିପଦ, ସ୍ଥାନୀୟ ହାଟ, ସ୍କୁଲ ଓ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଏହାର ପ୍ରଭାବ ଏବଂ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍ ହୋଇଛି। ଏହା ପୂର୍ବରୁ ଗ୍ରାମବାସୀ ତହସିଲଦାର ଓ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ତେଣୁ ଦାସ ବାଧ୍ୟ ହୋଇ ଏନ୍ଜିଟିର ଦ୍ୱାରସ୍ଥ ହୋଇଥିଲେ। ଏନଜିଟିରେ ମାମଲା ରୁଜୁ ହେବା ପରେ ବାଲି ଲୁଟ୍ କରିଥିବା ଅଭିଯୋଗରେ ଲକ୍ଷ୍ମୀଧର ମହାନ୍ତିଙ୍କ ଉପରେ ୨୦ ହଜାର ଜରିମାନା ଓ ବ୍ୟାସନଗର ତହସିଲ ପକ୍ଷରୁ ଗଚ୍ଛିତ ବାଲିକୁ ଆକଳନ କରାଯାଇ ୧ ଲକ୍ଷ ୮୮ ହଜାର ୨୩୭ ଟଙ୍କା ଜରିମାନା କରାଯାଇଥିଲା। ମାତ୍ର ଏହି ଜରିମାନା ସୁଲାସୁତୁରାରେ କରାଯିବା ଓ ତଦନ୍ତ ସମୟରେ ଅଭିଯୋଗକାରୀ ଦାସଙ୍କୁ ଡକା ନ ଯିବା ଓ ବହୁ ଅଧିକ ପରିମାଣରେ ରାଜସ୍ବ ହାନି ହେବା ନେଇ ଏନ୍ଜିଟିରେ ପୁନଃ ଅଭିଯୋଗ ହୋଇଥିଲା। ଜିଲାପାଳ ରାଠୋର କହିଛନ୍ତି, ନଦୀରୁ ବାଲି ଉତ୍ତୋଳନର ମାପ କରାଯିବା ପରେ ଏନେଇ ସମୀକ୍ଷା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବୈତରଣୀ ନଦୀଗର୍ଭରେ ଯାଜପୁର ଜିଲାର ବ୍ୟାସନଗର ତହସିଲ ଅନ୍ତର୍ଗତ ସଠିପୁର ଲିଙ୍ଗେଶ୍ୱର, ନିଶଙ୍ଖପୁର, ନୟାହାଟପାଟଣା, ଗହ୍ମାରିଆ, ଦୋସିଆମୁହଁ।, କଣ୍ଟାବଣିଆ, ସାହାଡାଶୁଣୀ, ମୁକୁନ୍ଦପୁର, ମଥୁରାପୁର, ମୂଳାପାଳ, ସାଁଆଳ, ସାଲବା ଆଦି ବାଲିଘାଟରେ ବେଆଇନ ଉତ୍ତୋଳନ ବ୍ୟାପକ ହେଉଛି। ଏକାଧିକ ମେଶିନ ଲଗାଇ ନିର୍ଦ୍ଧାରିତ ପରିମାଣଠାରୁ ୧୦ଗୁଣରୁ ଅଧିକ ବାଲି ଲୁଟ୍ କରାଯାଉଛି। ଏହାକୁ ବନ୍ଦ କରା ନ ଗଲେ ଆଗାମୀ ଦିନରେ ଆଇନର ଆଶ୍ରୟ ନିଆଯିବ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All
୪ ଅତିରିକ୍ତ ଏସ୍ପିଙ୍କୁ ନୂଆ ନିଯୁକ୍ତି
ଭୁବନେଶ୍ୱର, ୧ା୬(ବ୍ୟୁରୋ): ଓଡ଼ିଶା ପୋଲିସର ୪ଜଣ ଅତିରିକ୍ତ ଏସ୍ପି ପାହ୍ୟାର ଅଫିସରଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ଗତ ୭ ତାରିଖରେ ଗୃହ ବିଭାଗ ପକ୍ଷରୁ...
ଧାନ କିଣାବିକା ସମସ୍ୟା: ତେଜୁଛି ଆନ୍ଦୋଳନ
ବରଗଡ଼ ଅଫିସ,୨୪ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢ଼ି ଚାଲିଛି, ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି ତେଜି ଉଠିଛି । ଗୁରୁବାର ଅତାବିରା...
ବଢୁଛି ବଜ୍ରପାତ ବିପତ୍ତ
ଢେଙ୍କାନାଳ ଅଫିସ, ୧୨।୬ ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ବଜ୍ରପାତ ବିପତ୍ତି ବଢ଼ିବାରେ ଲାଗିଛି। ଜିଲାରେ ଗତ ୩ ବର୍ଷ ମଧ୍ୟରେ ଚଡ଼କ ୪୮ ଜଣଙ୍କ ଜୀବନ...
ଚିନ୍ତା ବଢ଼ାଇଛି ଚୋରା ବନ୍ଧୁକ
ଢେଙ୍କାନାଳ ଅଫିସ, ୨୩।୬ – ଢେଙ୍କାନାଳ ଜିଲାରେ ସକ୍ରିୟ ହୋଇଉଠିଛନ୍ତି ଅପରାଧୀ ଗୋଷ୍ଠୀ। କଥା କଥାରେ ଫୁଟୁଛି ବୋମା। ହେଉଛି ଗୁଳିମାଡ଼। ଗୋଷ୍ଠୀ ସଂଘର୍ଷରେ ଗଡୁଛି...
ଏସ୍ଡିଜି ଇଣ୍ଡେକ୍ସରେ ଓଡ଼ିଶା ୧ନଂ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ଓଡ଼ିଶା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି)-୨୦୨୦-୨୧ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ବର୍ଷ ତୁଳନାରେ ଓଡ଼ିଶା ଏସ୍ଡିଜିରେ ଅଧିକ ୧୦ ପଏଣ୍ଟ ପାଇ...
ସିଏମ୍ସି ପାଇଁ କୋହଳ ନିୟମ
କଟକ ଅଫିସ,୨୩ା୬:ମୋଟର ଯାନ ଆଇନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛି କଟକ ମହାନଗର ନିଗମ( ସିଏମ୍ସି)। ସିଏମ୍ସି ପକ୍ଷରୁ ଚାଲୁଥିବା ଆମ୍ବୁଲାନ୍ସ ଦୀର୍ଘ ୯ବର୍ଷ ହେବ...
ରାଜ୍ୟରେ ୪ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ପ୍ରତିଦିନ ନୂଆ ଦୈନିକ ସଂକମ୍ରଣ ହ୍ରାସ ପାଉଛି। ଶୁକ୍ରବାର ରାଜ୍ୟରେ ୫ହଜାରରୁ...
‘ସମ୍ଭାବ୍ୟ ବନ୍ୟା ପାଇଁ ପ୍ରସ୍ତୁତ ରୁହ’
ଭୁବନେଶ୍ୱର,୨୪।୬(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି । ଜୁନ୍ରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି...


