ଭୁବନେଶ୍ୱର: ଦେଶରେ କ୍ରମାଗତ ଭାବେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଫଳରେ ଏହାର ପ୍ରଭାବ ବିଶେଷ ଭାବେ ପରିବହନ ବ୍ୟବସ୍ଥା ଉପରେ ପଡୁଛି। ପରିବହନ ଯୋଗୁ ପରିବାଠାରୁ ଆରମ୍ଭକରି ସାଧାରଣ ଜୀବନରେ ଆବଶ୍ୟକ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଏ ସମ୍ପର୍କରେ ବଜାର ବିଶେଷଜ୍ଞଙ୍କ କହିବା କଥା, ୨୦୧୯-୨୦ ଆର୍ଥିକ ବର୍ଷରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୭୩ ଏବଂ ୬୭ ଟଙ୍କାରେ ବିକ୍ରି ହେଉଥିଲା। ଗତ ଦୁଇ ବର୍ଷରେ ତୈଳ ଦର ବ୍ୟାପକ ଭାବେ ବୃଦ୍ଧି ପାଇଛି। ୨୦୧୯-୨୦ରୁ ୨୦୨୦-୨୧ ମଧ୍ୟରେ ପେଟ୍ରୋଲ ପ୍ରାୟ ୧୮ ଟଙ୍କା ବଢ଼ିଥିବା ବେଳେ ଡିଜେଲ ୧୪ ଟଙ୍କା ବୃଦ୍ଧି ପାଇଥିଲା। କିନ୍ତୁ ୨୦୨୧-୨୨ର ଅଦ୍ୟାବଧି ସମୟ ମଧ୍ୟରେ ପେଟ୍ରୋଲ ଉପରେ ଅତିରିକ୍ତ ୬ ଟଙ୍କା ବଢ଼ି ୨୪ ଟଙ୍କାରେ ଏବଂ ଡିଜେଲରେ ୭ ଟଙ୍କା ବୃଦ୍ଧିହୋଇ ୨୧ ଟଙ୍କାରେ ପହଞ୍ଚତ୍ଛି। ଫଳରେ କରୋନା ମହାମାରୀ ଭଳି ମାନ୍ଦାବସ୍ଥାରେ ଖାଉଟିଙ୍କ ପକେଟ ଉପରେ ଭାରି ପଡୁଥିବା ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଦେଶରେ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ବଜାରରେ ପନିପରିବା ଦରଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଅଁା ହୋଇଛି, ଯାହା ଜଣେ ଗରିବ ଓ ମଧ୍ୟବିତ୍ତଙ୍କ ପକ୍ଷେ ଅସମ୍ଭବ ବୋଲି କୁହାଯାଇଛି। ଚଳିତବର୍ଷ ମେ ୪ରୁ ଅଦ୍ୟାବଧି ୨୬ ଥର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଘଟିଲାଣି। ଫଳରେ ଟ୍ରାନ୍ସପୋର୍ଟରେ ଆସୁଥିବା ପନିପରିବା, ଫଳ ଓ ଅନ୍ୟ ସମସ୍ତ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି।
ରାଜ୍ୟରେ ୨୦୨୦-୨୧ରେ ଯେଉଁସବୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ୧୦୦ରୁ ଊର୍ଦ୍ଧ୍ୱ କିମ୍ବା ୧୦୦ ନିକଟବର୍ତ୍ତୀରେ ବିକ୍ରି କରାଯାଉଥିଲା, ବର୍ତ୍ତମାନ ସମୟରେ ସେସବୁ ୧୭୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ଏହାର ପ୍ରମୁଖ କାରଣ ହେଉଛି ଇନ୍ଧନ ଦର ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ପରିମାଣ ବୃଦ୍ଧି ସହ ଉପତ୍ାଦନ ହ୍ରାସ ପାଉଛି ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି। ସେହିଭଳି ଯେଉଁସବୁ ପନିପରିବା ବାହାର ରାଜ୍ୟରୁ ଆମଦାନୀ ହେଉଛି ତା’ର ଦର ମଧ୍ୟ ଅନେକାଂଶରେ ବୃଦ୍ଧି ପାଇଛି। ଇନ୍ଧନର ଦର ବୃଦ୍ଧି ଯୋଗୁ ପରିବହନ ଭଡ଼ା ବୃଦ୍ଧି ପାଇଛି। ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ମଧ୍ୟ ପରିବର୍ତ୍ତନ ହେଉଛି। ଆଳୁ, ପିଆଜ, ତେଲ,ମସଲା ଆଦି ବାହାର ରାଜ୍ୟରୁ ଆସୁଥିବାରୁ ସେ ସବୁର ଦର ଆକାଶଛୁଆଁ ହେଉଛି। ଭୁବନେଶ୍ୱରର ବିଭିନ୍ନ ପରିବାହାଟରେ ପରିବା ଦର ଉପରମୁହଁା ରହିଥିବା ବେଳେ ମସଲା ଓ ତୈଳ ଜାତୀୟ ସାମଗ୍ରୀ ଦର ସର୍ବାଧିକ ରହୁଛି ବୋଲି ବ୍ୟବସାୟୀମାନେ ସୂଚନା ଦେଇଛନ୍ତି।
ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ଏଫ୍ଡିଆଇ ସୀମା ବଢ଼ିପାରେ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକରେ ପୁଞ୍ଜି ପ୍ରତ୍ୟାହାର ଯୋଜନାକୁ ଆଗକୁ ବଢ଼ାଉଛନ୍ତି। ଏ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍ଡିଆଇ) ନିୟମ ପ୍ରତିବନ୍ଧକ...
ବହୁଦେଶୀୟ କମ୍ପାନୀଙ୍କ ଟିକସ ନେଇ ଜି-୭ର ନିଷ୍ପତ୍ତି
ନୂଆଦିଲ୍ଲୀ,୭।୬: ଶନିବାର ଜି-୭ ରାଷ୍ଟ୍ର ସମୂହର ପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ଏକ ବିଶେଷ ବୈଠକ ଲଣ୍ଡନରେ ଅନୁଷ୍ଠିତ ହୋଇଯାଇଛି। ଗୁଗଲ, ଆପଲ୍ ଓ ଆମାଜନ...
ଡିଏପି ସାର ସବ୍ସିଡି ୭୦୦ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାର ଡିଏପି ସାର ଉପରେ ବ୍ୟାଗ୍ ପିଛା ସବ୍ସିଡିକୁ ୭୦୦ ଟଙ୍କା ବଢ଼ାଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ...
ସତର୍କ କଲା ଏସ୍ବିଆଇ: ଜୁନ୍ ୩୦ ମଧ୍ୟରେ କରି ନିଅନ୍ତୁ ଏହି କାମ; ନଚେତ…
ନୂଆଦିଲ୍ଲୀ,୨।୬: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ଗ୍ରାହକମାନଙ୍କୁ ଜୁନ୍ ୩୦ ସୁଦ୍ଧା ସେମାନଙ୍କର ପାନ୍-ଆଧାର ଲିଙ୍କ୍ କରିବାକୁ କହିଛି। ଏହାଦ୍ୱାରା ସେମାନେ ଭବିଷ୍ୟତରେ କୌଣସି ପ୍ରକାରର...
୫ ଟ୍ରିଲିୟନ ଡଲାର ଜିଡିପି ଲକ୍ଷ୍ୟ କଷ୍ଟସାଧ୍ୟ
ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୮୩ ବିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିଛି। ଏହି ଅବଧିରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୩%...
ଆର୍ବିଆଇ ଏମ୍ପିସି ବୈଠକ ଆରମ୍ଭ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ)ର ମୁଦ୍ରାନୀତି କମିଟି(ଏମ୍ପିସି) ବୈଠକ ବୁଧବାରଠାରୁ ଆରମ୍ଭ ହୋଇଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ୪...
ଏନ୍ଟିପିସି ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା
ଭୁବନେଶ୍ୱର: ଦେଶର ଅଗ୍ରଣୀ ନବରତ୍ନ କମ୍ପାନୀ ନ୍ୟାଶନାଲ ଥର୍ମାଲ ପାୱାର କର୍ପୋରେଶନ(ଏନ୍ଟିପିସି)କୁ ପ୍ରଥମ ଥର ପାଇଁ ୨୦୨୧-ରାଷ୍ଟ୍ର ନିର୍ମାତାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ନିଯୁକ୍ତିଦାତାର ସମ୍ମାନ ମିଳିଛି।...
ମଲ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଏସ୍ସିଏଆଇ
ଭୁବନେଶ୍ୱର: କରୋନା ମହାମାରୀରେ ନିୟନ୍ତ୍ରଣ ଓ ସୁରକ୍ଷିତ ଭାବେ ମଲ୍ଗୁଡ଼ିକୁ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ ପାଇଁ ଶପିଂ ସେଣ୍ଟର ଆସୋସିଏଶନ ଅଫ୍ ଇଣ୍ଡିଆ...


