ଚଣ୍ଡିଗଡ଼, ୨୦ା୬ (ପି.ଟି.)-କିମ୍ବଦନ୍ତୀ ସ୍ପ୍ରିଣ୍ଟର ମିଲ୍ଖା ସିଂଙ୍କର ଏଠାରେ ଶନିବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୋକାକୁଳ ପରିବେଶରେ ୯୧ବର୍ଷୀୟ ମିଲ୍ଖାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା। ଏହି ଅବସରରେ ମିଲ୍ଖାଙ୍କ ପରିବାର ସଦସ୍ୟ ବ୍ୟତୀତ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ‘ଦି ଫ୍ଲାଇଂ ଶିଖ୍’ ଭାବେ ପରିଚିତ ମିଲ୍ଖା କୋଭିଡ୍ଜନିତ ଜଟିଳତା ପାଇଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ରାତିରେ ତାଙ୍କର ଦେହାନ୍ତ ଘଟିଥିଲା। ତାଙ୍କ ପୁଅ ଜିଭ୍ ମିଲ୍ଖା ସିଂ ମୁଖାଗ୍ନି ଦେଇଥିଲେ। ପୋଲିସ ପକ୍ଷରୁ ବନ୍ଧୁକ ସଲାମି ଦିଆଯାଇଥିଲା। ଅନ୍ତ୍ୟେଷ୍ଟିକ୍ରିୟା ସମୟରେ ଉପସ୍ଥିତ ରହିଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପଞ୍ଜାବ ରାଜ୍ୟପାଳ ଓ ଚଣ୍ଡିଗଡ଼ ପ୍ରଶାସନର ଭି.ପି. ସିଂ ବାଡ୍ନୋର, ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ, ହରିୟାଣା କ୍ରୀଡ଼ାମନ୍ତ୍ରୀ ସନ୍ଦୀପ ସିଂ ଅନ୍ୟତମ। ପିଜିଆଇଏମ୍ଇଆର୍ ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ଜଗତ୍ ରାମ ମଧ୍ୟ ଉପସ୍ଥିତ ଥିଲେ, ଯେଉଁଠାରେ ମିଲ୍ଖା ଚିକିତ୍ସିତ ହେଉଥିଲେ। କିମ୍ବଦନ୍ତୀ ଆଥ୍ଲେଟଙ୍କୁ ସମ୍ମାନ ଜଣାଇ ପଞ୍ଜାବ ସରକାର ରାଜ୍ୟରେ ଶୋକ ଘୋଷଣା କରିବା ସହ ଗୋଟିଏ ଦିନ ଛୁଟି ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ମିଲ୍ଖାଙ୍କ ସ୍ତ୍ରୀ ତଥା ପୂର୍ବତନ ଜାତୀୟ ମହିଳା ଭଲିବଲ୍ ଅଧିନାୟିକା ନିର୍ମଳା କୌରଙ୍କର ମଧ୍ୟ କୋଭିଡ୍ଜନିତ ସମସ୍ୟା ଯୋଗୁ ଗତ ରବିବାର ମୃତ୍ୟୁ ଘଟିଛି। ଗଲ୍ଫ ଖେଳାଳି ଜିଭ୍ଙ୍କ ବ୍ୟତୀତ ମିଲ୍ଖାଙ୍କ ୩ ଝିଅ ରହିଛନ୍ତି।
୩୩ ବର୍ଷରେ ରାହାନେ
ନୂଆଦିଲ୍ଲୀ,୬।୬: ଭାରତୀୟ ଟେଷ୍ଟ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ରବିବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ତାଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ସମ୍ପୂର୍ଣ୍ଣ କ୍ରିକେଟ...
ସ୍କ୍ବାର୍ଜମ୍ୟାନ, ମେଡଭେଡେଭ ତୃତୀୟ ରାଉଣ୍ଡରେ
ପ୍ୟାରିସ, ୪।୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ, ଡାନିଏଲ ମେଡଭେଡେଭ ପ୍ରମୁଖ ନାମୀ ଖେଳାଳିମାନେ ବିଜୟୀ...
ଲଜ୍ଜାଜନକ ରେକର୍ଡ: ୪୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ଭାରତୀୟ ଦଳ
୪୭ ବର୍ଷ ପୂର୍ବେ ଠିକ୍ ଆଜିର ଦିନ ଲର୍ଡସରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଥିଲା। ୧୯୭୪ ମସିହାରେ ଅଜିତ ୱାଡେକରଙ୍କ...
ଟୋକିଓ ଅଲିମ୍ପିକ୍ସ ମହିଳା ହକି ଦଳ:ଓଡ଼ିଶାରୁ କେବଳ ଦୀପ୍ ଗ୍ରେସ
ଭୁବନେଶ୍ୱର, ୧୮।୬(କ୍ରୀଡ଼ା ପ୍ରତିନିଧି)-ଟୋକିଓ ଅଲିମ୍ପିକ୍ସ ପାଇଁ ଗୁରୁବାର ୧୬ ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି। ଏଥର ଦଳରେ ମାତ୍ର ଜଣେ ଓଡ଼ିଆ...
ଐତିହାସିକ ମୁକାବିଲାରେ ଭାରତକୁ ସମର୍ଥନ କରିବା ଲାଗି ସାଉଥାମ୍ପଟନ ପହଞ୍ଚିଲେ ଏହି ବଲିଉଡ୍ ଷ୍ଟାର; ଫଟୋ ଶେୟାର କରି..
ସାଉଥମ୍ପାଟନ,୧୯।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମୁକାବିଲାକୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ବଢ଼ିବାରେ ଲାଗିଛି। ମହାମାରୀ କରୋନା କାରଣରୁ ଏଜେସ ବାଉଲ...
ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍ରେ ବଡ଼ ପରିବର୍ତ୍ତନ
ଦୁବାଇ,୧୬।୬: ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍ରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ। ପଛରେ ପଡ଼ି ଯାଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ।...
ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍ମ୍ୟାନ୍ ହେଲେ ମାଷ୍ଟର ବ୍ଲାଷ୍ଟର…
ନୂଆଦିଲ୍ଲୀ,୨୦।୬: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କୁ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍ମ୍ୟାନ୍ ଭାବେ ଚୟନ କରାଯାଇଛି। ଷ୍ଟାର ସ୍ପୋଟର୍ସ ପକ୍ଷରୁ...
ଲାଲରୁଥରାଙ୍କ ସହ ଚୁକ୍ତିକଲା ଓଡ଼ିଶା ଏଫ୍ସି
ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ୮ମ ସଂସ୍କରଣ ପୂର୍ବରୁ ୨୬ ବର୍ଷୀୟ ଭାରତୀୟ ଡିଫେଣ୍ଡର ଲାଲରୁଥରାଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫ୍ସି। ଭୁବନେଶ୍ୱରଭିତ୍ତିକ...


