ବାଲେଶ୍ୱର ଅଫିସ/ସଜନାଗଡ଼, ୨୦।୬(ଡି.ଏନ.ଏ.)- ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ଜନ୍ମମାଟି ବାଲେଶ୍ୱର ଜିଲା ନୀଳଗିରି ଏନ୍ଏସି ଅଧୀନ ସାନଅତା ଗ୍ରାମ ସ୍ତବ୍ଧ ପାଲଟିଯାଇଛି। ୧୯୬୫ ଅଗଷ୍ଟ ୨୯ରେ ଜନ୍ମିତ ସ୍ବର୍ଗତ ବୃନ୍ଦାବନ ପାଣିଗ୍ରାହୀଙ୍କ ୪ର୍ଥ ସନ୍ତାନ ଦେବାଶିଷ ପିଲାବେଳୁ ମେଧାବୀ ଥିଲେ। ପାଠପଢା ବ୍ୟତୀତ ତବଲା ବଜାଇବା, ରଚନା ଲେଖିବା, ବକ୍ତୃତା, ଅଭିନୟ ଆଦି କ୍ଷେତ୍ରରେ ସେ ଆଗଭର ଥିଲେ। ଏଭଳି ସୁଯୋଗ୍ୟ ସନ୍ତାନକୁ ହରାଇ ଆଜି ଝୁରୁଛି ଜନ୍ମମାଟି।
ନୀଳଗିରିରୁ ଆରମ୍ଭ ହୋଇଥିଲା ତାଙ୍କର ଶିକ୍ଷା ଜୀବନ । ସାନଅତା ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ପରେ କୈଳାସ ଚନ୍ଦ୍ର ହାଇସ୍କୁଲରୁ ୧୯୮୧ରେ ଦଶମ ପାସ୍ କରିଥିଲେ। ପରେ ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟରେ ଇଣ୍ଟରମେଡିଏଟ୍, ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାପରେ ଦିଲ୍ଲୀର ଜେଏନ୍ୟୁରେ ଏମ୍ଫିଲ୍ ଓ ପିଏଚ୍ଡ଼ି କରିଥିଲେ। ୧୯୯୧ରେ ଭାରତୀୟ ପୋଲିସ ସେବାରେ (ଆଇପିଏସ୍) ଯୋଗ ଦେଇଥିଲେ। ବିଭିନ୍ନ ପଦପଦବୀରେ ନିଜ ଦକ୍ଷତା ପ୍ରତିପାଦିତ କରିଥିବା ଦେବାଶିଷ ୨୦୧୭ରୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଥିଲେ।
ସାହିତ୍ୟ କ୍ଷେତ୍ରରେ ତାଙ୍କର ଥିଲା ଗଭୀର ଅନୁଶୀଳନ। ଓଡ଼ିଆ ଓ ଇଂରାଜୀ ଭାଷାରେ ୯ଟି କ୍ଷୁଦ୍ର ଗଳ୍ପ ସଂକଳନ, ୭ଟି ଉପନ୍ୟାସ ଓ ଅନେକ ଗୀତି କବିତା ରଚନା କରିଯାଇଛନ୍ତି। ତାଙ୍କ ଗୀତିକବିତାକୁ ନେଇ ଅନେକ ଭିଡ଼ିଓ ଏବଂ ଆଲବମ୍ ମଧ୍ୟ ପ୍ରସ୍ତୁତ ହୋଇଛି। ସେଥିମଧ୍ୟରୁ ଜହ୍ନରାତି ବେଶ୍ ଲୋକପ୍ରିୟ। ୨୦୦୨ରେ ଗଳ୍ପ ପାଇଁ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ତଥା ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କର ପୁସ୍ତକ ‘ଥିଙ୍ଗ୍ସ ଲେଫ୍ଟ ଅନସେଡ୍’ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଲେଖକ ରସ୍କିନ୍ ବଣ୍ଡ୍ ଏବଂ ମନୋଜ ଦାସଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।
ସହପାଠୀ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ କହିଛନ୍ତି, ନୀଳଗିରି ମାଟି ତା’ର ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଛି। ସେ ଜଣେ ସଫଳ ଲେଖକ ଓ ଦୟାଳୁ ମଣିଷ ଥିଲେ। କେସି ହାଇସ୍କୁଲରେ ପଢ଼ିବା ବେଳେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ ଆଇନ୍ଜୀବୀ ସୂର୍ଯ୍ୟନାରାୟଣ ଆଇଚ। ସେ କୁହନ୍ତି, ମୃତ୍ୟୁର ମାସକ ପୂର୍ବରୁ ସେ ଦେବାଶିଷଙ୍କ ସହ କଥା ହୋଇଥିଲେ। ତାଙ୍କ ଭଳି ବନ୍ଧୁ ମିଳିବା ବିରଳ। ସ୍କୁଲ ଜୀବନରୁ ଆରମ୍ଭ କରି ଭିଜିଲାନ୍ସ ନିର୍ଦ୍ଦେଶକ ହେବା ପର୍ଯ୍ୟନ୍ତ କୌଣସି ସମୟରେ ଫୋନ୍ କଲେ ସେ ସଙ୍ଗେ ସଙ୍ଗେ ପ୍ରତ୍ୟୁତ୍ତର ଦେବା ସହ ଅନ୍ୟ ସାଙ୍ଗମାନଙ୍କ ବିଷୟରେ ମଧ୍ୟ ପଚାରିଥାନ୍ତି। ତାଙ୍କୁ ହରାଇ ସାଙ୍ଗ ମୃତ୍ୟୁଞ୍ଜୟ ଦାସ, ବିନୋଦ ମହାପାତ୍ର, ଜୀବନ ମହାପାତ୍ର, ଦୀପକ ଜେନା, ରାମକୃଷ୍ଣ ଜେନା, ହରିହର ନାୟକ, ରାଜେଶ ମହାନ୍ତି, ଚିତ୍ତରଞ୍ଜନ ଜେନା ପ୍ରମୁଖ ଦୁଃଖରେ ଭାଙ୍ଗିପଡିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ମୃତ୍ୟୁ ଖବର ପାଇ ମର୍ମାହତ ହେବା ସହ ତାଙ୍କ ଅମର ଆମତ୍ାର ସଦ୍ଗତି କାମନା କରି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ କହିଛନ୍ତି, ନୀଳଗିରି ମାଟି ଜଣେ ବରପୁତ୍ରକୁ ହରାଇଲା। ଏଭଳି କଠିନ ସମୟରେ ସମ୍ମୁଖୀନ ହେବାକୁ ଠାକୁରେ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ।
ଡ. ପାଣିଗ୍ରାହୀ ପରିବାରଙ୍କର ସଜନାଗଡ଼ ମା’ ଭୂଧାରଚଣ୍ଡୀ ଦେବୀଙ୍କ ଉପରେ ଦୃଢ଼ ବିଶ୍ୱାସ ରହିଥିଲା ଏବଂ ସେମାନେ ମନ୍ଦିର ସହ ଜଡ଼ିତ ଥିଲେ। ତାଙ୍କ ମରଶରୀର କଲିକତାରୁ ଫେରିବା ବେଳେ ଶନିବାର ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ସ୍ଥିତ ବାମପଦା ଛକରେ ଜିଲା ଭିଜିଲାନ୍ସ ଏସ୍ପି ସନ୍ତୋଷ କୁମାର ମିଶ୍ରଙ୍କ ନେତୃତ୍ୱରେ ସମସ୍ତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଶେଷ ଦର୍ଶନ କରିବା ସହ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ବାଡ଼ିରେ ବୁଲୁଥିଲା ୫ ଫୁଟିଆ ନାଗ, ଆଉ ତା’ ପରେ
ବାଲେଶ୍ୱର ଅଫିସ,୨।୬: ବାଲେଶ୍ୱର ଜିଲାର ରାଇବଣିଆ ଥାନା ଅନ୍ତର୍ଗତ ଗୋପାଳପୁର ଗାଁରୁ ଏକ ନାଗ ସାପ ଉଦ୍ଧାର ହୋଇଛି। ଉକ୍ତ ଗାଁର ଜୟଦେବ ବେହେରାଙ୍କ ବାଡିରୁ...
‘ନିର୍ଭୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୪ା୬: ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନଂ ଲଞ୍ଚ୍ ପ୍ୟାଡ୍ରୁ ଗୁରୁବାର ପୂର୍ବାହ୍ନ ୧୦ଟା ୪୩ ମିନିଟ୍ରେ ଦୂରଗାମୀ ସବ୍ସୋନିକ କ୍ରୁଜ...
ନୂଆବଜାର ଅଞ୍ଚଳରେ ବିଦେଶୀ ପକ୍ଷୀ
ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ସହରସ୍ଥିତ ନୂଆବଜାର ଅଞ୍ଚଳ ଏବେ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ପ୍ରକମ୍ପିତ ହୋଇଉଠୁଛି। ସହର ନିକଟରେ କୌଣସି ହ୍ରଦ କିମ୍ବା ମୁହାଣ...
ଦିବ୍ୟାଙ୍ଗ ଝିଅ ସହ ରାହା ଖୋଜୁଛନ୍ତି ରଜନୀ
ସିମୁଳିଆ, ୨୦।୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ ୩ନଂ. ୱାର୍ଡ ରାଉତପଡା ଅଞ୍ଚଳର ୫୫ ବର୍ଷୀୟା ରଜନୀ ଦାସଙ୍କ ନିକଟରେ ମୁଣ୍ଡ ଗୁଞ୍ଜିବାକୁ...
ବାଲେଶ୍ୱରର ଜଣେ ବରିଷ୍ଠ ଶିକ୍ଷାବିତଙ୍କ ପରଲୋକ
ବାଲେଶ୍ବର ଅଫିସ,୧୭।୭: ବାଲେଶର ଜିଲାର ଜଣେ ବରିଷ୍ଠ ଶିକ୍ଷାବିତ ଓ ସତ୍ୟସାଇ ଇଞ୍ଜିନିୟରିଂ କଲେଜର ପରିଚାଳନା ନିର୍ଦ୍ଦେଶକ ତଥା ଯୁବ ନେତା ବେଣୁମାଧବ ପଣ୍ଡାଙ୍କ ପରଲୋକ...
ଚୁମ୍ବକମ୍ୟାନ ରାଜେନ୍ଦ୍ର
ସଜନାଗଡ଼, ୧୩।୬ (ଡି.ଏନ.ଏ.)-ତାଙ୍କ ଦେହରୁ ବାହାରୁଛି ଚୁମ୍ବକୀୟ ଶକ୍ତି। ଶରୀରରେ ଷ୍ଟିଲ ଚାମଚ, କଏନ ଯାହା ଲଗାଇଲେ ସେସବୁ ଲାଖି ରହୁଛି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ...
ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର
ବାଲେଶର ଅଫିସ, ୧୬।୬- ବାଲେଶ୍ୱର ଜିଲା ସେରଗଡ ବ୍ରିଜ ଉପରେ ବୁଧବାର ଭୋର ସମୟରେ ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର ହୋଇଯାଇଛନ୍ତି। ସମନାଥପୁର...
ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ: ୧୦ ଆହତ
ସୋର,୧୭ା୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନସ୍ଥ ଆଟପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ...


