ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ତୃତୀୟ ଦିନରେ ଦଳ ୮୪ ଟି ବଲରେ ୩୬ ରନ ଦେଇ ଟିମ ଇଣ୍ଡିଆର ୩ ଉଇକେଟ ନେଇ ମ୍ୟାଚକୁ ଫେରିଛି। ଦ୍ୱିତୀୟ ଦିନର ଖେଳ ଶେଷରେ ଟିମ ଇଣ୍ଡିଆର ସ୍କୋର ତିନି ଉଇକେଟ ହରାଇ ୧୪୬ ରନ ଥିଲା। ଦ୍ରୁତ ବୋଲର କେଏଲ ଜେମସନଙ୍କ ନେତୃତ୍ୱରେ କିୱି ବୋଲରମାନେ କେବଳ ଟିମ ଇଣ୍ଡିଆକୁ ଅସୁବିଧାରେ ପକାଇ ନାହାଁନ୍ତି, ବରଂ ସେମାନଙ୍କୁ ବ୍ୟାକଫୁଟରେ ମଧ୍ୟ ଠେଲି ଦେଇଛନ୍ତି।
ଟିମ ଇଣ୍ଡିଆ ଦିନର ୧୮ ତମ ବଲରେ ପ୍ରଥମ ଝଟକା ପାଇଥିଲା। କାଇଲ ଜେମସନ ବିରାଟ କୋହଲିଙ୍କୁ (୪୪) ଆଉଟ୍ କରିଥିଲେ। ତୃତୀୟ ଦିନରେ ବିରାଟ କୋହଲି ଗୋଟିଏ ରନ ସ୍କୋର ମଧ୍ୟ କରିପାରି ନ ଥିଲେ। ଏହା ପରେ ରିଷଭ ପନ୍ତ (୪) ମଧ୍ୟ ଏକ ବଡ଼ ଇନିଂସ ଖେଳିପାରି ନ ଥିଲେ। ତାଙ୍କୁ ଜେମସନ ମଧ୍ୟ ଆଉଟ୍ କରିଥିଲେ। ଅଜିଙ୍କେ ରାହାନେ (୪୯) ଭଲ ଖେଳୁଥବଲେ ମଧ୍ୟ ତାଙ୍କୁ ନିଲ ୱାଗନର୍ ଆଉଟ୍ କରିଥିଲେ। ଟିମ ଇଣ୍ଡିଆର ସ୍କୋର ୬ ଉଇକେଟରେ ୧୮୨ ରନ ହୋଇଥିଲା। ଅର୍ଥାତ୍ ୮୪ଟି ବଲରେ ୩୬ ରନ ପାଇଁ ଦଳ ତିନୋଟି ବଡ ଉଇକେଟ ହରାଇଥିଲା।
ଦୋହାରେ ଭାରତୀୟ ମିଡ୍ ଫିଲ୍ଡର ଅନିରୁଦ୍ଧଙ୍କୁ କରୋନା
ନୂଆଦିଲ୍ଲୀ, ୬ା୬ (ପି.ଟି.)- ଭାରତୀୟ ଫୁଟ୍ବଲ ଦଳର ମିଡ୍ଫିଲ୍ଡର ଅନିରୁଦ୍ଧ ଥାପା କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍ ଟେଷ୍ଟରୁ ପଜିଟିଭ ଜଣାପଡ଼ିବା ପରେ ଦୋହାସ୍ଥିତ ଟିମ୍...
ବୋପାନ୍ନା-ସ୍କୁଗୋର ଦ୍ୱିତୀୟ ରାଉଣ୍ଡରେ
ପ୍ୟାରିସ୍, ୨ା୬ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କ୍ରୋଏସିଆର ଫ୍ରାଙ୍କୋ ସ୍କୁଗୋର ଫ୍ରେଞ୍ଚ ଓପନ୍ ଟେନିସ୍ ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର...
ଚାମ୍ପିଅନ୍ ହେବା ପରେ ଭାରତୀୟ ଦଳକୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଦେଲେ ନ୍ୟୁଜିଲାଣ୍ଡ ଅଧିନାୟକ
ସାଉଥାମ୍ପଟନ୍,୨୪।୫: କେନ ୱିଲିୟମସନଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ମୁକୁଟ ଜିତିଛି। ଐତିହାସିକ ବିଜୟ ପରେ ୱିଲିୟମସନ ବିରାଟ କୋହଲି ଏବଂ...
ଭାରତୀୟ କ୍ରିକେଟର ସ୍ବର୍ଣ୍ଣିମ ଦିନ
ନୂଆଦିଲ୍ଲୀ,୨୩।୬: ଠିକ୍ ୮ ବର୍ଷ ତଳେ ଅର୍ଥାତ ୨୦୧୩ ଜୁନ ୨୩ ତାରିଖରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ହାତେଇଥିଲା ଆଇସିସି ଚାମ୍ପିୟନ୍ସ...
ଭଙ୍ଗା ଆଙ୍ଗୁଠିରେ ଖେଳିଲେ ନ୍ୟୁଜିଲାଣ୍ଡ ଖେଳାଳି
ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ନିର୍ଣ୍ଣାୟକ ତଥା ୬ଷ୍ଠ ଦିନ ପ୍ରଥମ ସେସନରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ...
ଇତିହାସ ରଚିବା ଠାରୁ ୧୩୯ ରନ୍ ଦୂରରେ ନ୍ୟୁଜିଲାଣ୍ଡ
ସାଉଥାମ୍ପଟନ,୨୩।୬: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁସି) ଫାଇନାଲ। ୧୪୪ ବର୍ଷ ପରେ ବିଶ୍ୱକୁ ମିଳିବାକୁ ଯାଉଛି ପ୍ରଥମ ଟେଷ୍ଟ ଚାମ୍ପିୟନ।...
ମୁସ୍ଫିକର, ବ୍ରାଇସ୍ ପ୍ଲେୟର ଅଫ୍ ଦି ମନ୍ଥ୍
ଦୁବାଇ, ୧୪ା୬ (ପି.ଟି.)-ବାଂଲାଦେଶର ପୂର୍ବତନ ଅଧିନାୟକ ମୁସ୍ଫିକର ରହିମ ଓ ସ୍କଟିଶ ଅଲ୍ରାଉଣ୍ଡର କ୍ୟାଥରିନ୍ ବ୍ରାଇସ୍ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ଆଇସିସି ପ୍ଲେୟର...
ସଚିନ ତେନ୍ଦୁଲକରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
କ୍ରିକେଟର୍ ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେବା ପରେ ବି ଚର୍ଚ୍ଚାରେ ରହୁଚନ୍ତି। ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର୍ରେ ସେ...


