ଭୁବନେଶ୍ୱର,୨୨।୬(ବ୍ୟୁରୋ): ଓଡ଼ିଶା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି)-୨୦୨୦-୨୧ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ବର୍ଷ ତୁଳନାରେ ଓଡ଼ିଶା ଏସ୍ଡିଜିରେ ଅଧିକ ୧୦ ପଏଣ୍ଟ ପାଇ ଏହି ସ୍ଥାନ ହାସଲ କରିଛି। ୨୦୧୮-୧୯ ନୀତି ଆୟୋଗର ଏହି ସୂଚୀରେ ଓଡ଼ିଶା ୫୧ ପଏଣ୍ଟ ହାସଲ କରିଥିବା ବେଳେ ୨୦୨୦-୨୧ରେ ଓଡ଼ିଶାକୁ ୬୧ ପଏଣ୍ଟ ମିଳିଛି।
ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଓଡ଼ିଶା ଆସିଥିବା ନୀତି ଆୟୋଗର ପ୍ରତିନିଧି ଦଳ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ‘ସଷ୍ଟେନେବଲ୍ ଡେଭେଲପମେଣ୍ଟ ଗୋଲ୍’ ସୂଚୀ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଛନ୍ତି। ବୈଠକ ଶେଷରେ ନୀତି ଆୟୋଗ ଉପଦେଷ୍ଟା ସଂୟୁକ୍ତା ସମାଦ୍ଦାର ଏସ୍ଡିଜି ଇଣ୍ଡିଆ ଡ୍ୟାସ୍ବୋର୍ଡ ଉପସ୍ଥାପନ କରିଥିଲେ। ଏସ୍ଡିଜି-୧୩ ଓ ଏସ୍ଡିଜି-୧୪ରେ ଓଡ଼ିଶା ୧ ନମ୍ବର ସ୍ଥାନ ହାସଲ କରିଛି। ଏସ୍ଡିଜି-୧୩ରେ ରାଜ୍ୟ ସରକାର ଜଳବାୟୁ ପରିବର୍ତ୍ତନ ଓ ପ୍ରଭାବ ଉପରେ ନେଇଥିବା ପଦକ୍ଷେପ ଏବଂ ଏସ୍ଡିଜି-୧୪ରେ ସାମୁଦ୍ରିକ ସମ୍ବଳର ନିରନ୍ତର ବ୍ୟବହାର ଯୋଗୁ ପ୍ରଥମ ସ୍ଥାନ ମିଳିଛି। ଏଥିସହିତ ଓଡ଼ିଶା ଏସ୍ଡିଜିର ୯ଟି ଲକ୍ଷ୍ୟ ହାସଲ କରିବାରେ ଆଗୁଆ ରାଜ୍ୟ ହୋଇ ପାରିଛି। ସ୍ବଚ୍ଛ ପାନୀୟଜଳ, ପରିମଳ, ପୁଞ୍ଜିନିବେଶକୁ ପ୍ରୋତ୍ସାହନ, ଶିଳ୍ପ ଭିତ୍ତିଭୂମି, ଦୀର୍ଘ ସ୍ଥାୟୀ ଇକୋ ବ୍ୟବସ୍ଥାର ସୁରକ୍ଷା ଓ ବିକାଶ ଇତ୍ୟାଦି କ୍ଷେତ୍ର ଆଧାରରେ ଓଡ଼ିଶାକୁ ୧ ନମ୍ବର ମାନ୍ୟତା ମଳିଛି।
ତେବେ ୨୦୨୦ ଏସ୍ଡିଜି ରିପୋର୍ଟରେ ଓଡ଼ିଶାର ଅନ୍ୟାନ୍ୟ କ୍ଷେତ୍ରକୁ ଉପଯୁକ୍ତ ଭାବେ ଦର୍ଶାଯାଇ ନାହିଁ। ସଷ୍ଟେନେବଲ୍ ଡେଭେଲପମେଣ୍ଟ ଗୋଲ୍-୨୦୩୦ ଲକ୍ଷ୍ୟ ହାସଲ ନିମନ୍ତେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଭିନ୍ନ ଭିନ୍ନ ଲକ୍ଷ୍ୟ ପୂରଣ ପାଇଁ ୭ଟି ୱାର୍କିଂ ଗ୍ରୁପ୍ ଗଠନ କରାଯିବ। ଏଥିସହିତ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ପ୍ରକଳ୍ପ ପରିଚାଳନା ୟୁନିଟ୍ ଗଠନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
ଓଡ଼ିଶା ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ମମତା ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଭଳି ଯୋଜନାଗୁଡିକୁ ଏହି ସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଇଣ୍ଡେକ୍ସରେ ରାଜ୍ୟର ଯୋଜନାକୁ ସାମିଲ କରାଯାଇ ନାହିଁ। ଏସ୍ଡିଜି ଲକ୍ଷ୍ୟ ହାସଲ ପାଇଁ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଏକ ବିଏମ୍ୟୁ ଗଠନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ସମସ୍ତ ବିଭାଗ ସହ ସମନ୍ବୟ ରକ୍ଷା କରାଯିବା ସହ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଉନ୍ନୟନ କମିଶନର କହିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଯୋଗ ଦେଇଥିଲେ।
‘ମଦ ପାଇଁ ଟଙ୍କା ଦିଅ ନ ହେଲେ ଡେଇଁଲି’
ଝାରସୁଗୁଡ଼ା ଅଫିସ,୧୬ା୬: ଏକା ଜିଦ୍ ମଦ ପିଇବି। ମଦ ପାଇଁ ଟଙ୍କା ଦିଅ ନହେଲେ ଡେଇଁଲି। ଅଗ୍ନିଶମ କର୍ମୀଙ୍କ ଆଗରେ ଏଭଳି ସର୍ତ୍ତ ରଖିଥିଲେ ଟେଲିଫୋନ...
କସିବଣୀ ଗାଁକୁ ଛୁଇଁନି କରୋନା
କୁଆମରା,୧୧।୬(ଡି.ଏନ.ଏ.)- ଦୁଇବର୍ଷ ହେଲା ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ କୁଆମରା ପଞ୍ଚାୟତ...
ଶ୍ୱାସ ନେବାକୁ ସଂଘର୍ଷ
ତାଳଚେର,୨୨ା୬(ନି.ପ୍ର.) ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ। କୋଭିଡ୍ ସଂକ୍ରମିତ କିମ୍ବା ସନ୍ଦିଗ୍ଧ ହୋଇଥିଲେ, ଘରେ ମାସ୍କ ପିନ୍ଧିବାକୁ ବାଧ୍ୟ। କରୋନାକୁ କାବୁ କରିବାକୁ ମହାମାରୀ ପରିଚାଳନା...
‘ବିଜୁ ଏକ୍ସପ୍ରେସ୍ ଓ୍ବେ’କୁ ୪୪୮ କୋଟି
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଶିଳ୍ପ ଅଭିବୃଦ୍ଧି ସହ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାର ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରୁଛନ୍ତି।...
ଏଥର ଫିକା ପଡିଛି ରଜ
ଭୁବନେଶ୍ୱର,୧୪।୬(ବ୍ୟୁରେ): ଆଜି ପହିଲି ରଜ । ହେଲେ କରୋନା ପାଇଁ ଓଡ଼ିଶାର ଗଣ ପର୍ବ ରଜ ଏଥର ଫିକା ପଡ଼ିଛି। ଏଥର ସେତେଟା ଚଳଚଞ୍ଚଳ ନାହିଁ...
ରାଜ୍ୟରେ ୪ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ପ୍ରତିଦିନ ନୂଆ ଦୈନିକ ସଂକମ୍ରଣ ହ୍ରାସ ପାଉଛି। ଶୁକ୍ରବାର ରାଜ୍ୟରେ ୫ହଜାରରୁ...
ସାଇକେଲ ଚାଳନା ପ୍ରସାର ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୫।୬(ବ୍ୟୁରୋ): ରୋଟାରୀ କ୍ଲବ୍ ଇକୋ ପକ୍ଷରୁ ଅନ୍ଲାଇନ୍ ଜରିଆରେ ଶୁକ୍ରବାର ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି। ଏଥିରେ ରୋଟାରୀ କ୍ଲବ ଇକୋର ସଭାପତି...
ବଜ୍ରପାତ ନେଲା ୨ ଚାଷୀଙ୍କ ଜୀବନ
ପାଟଣା,୨୧।୬: କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମରେ ସୋମବାର ବଜ୍ରପାତ ଘଟି ୨ ଚାଷୀଙ୍କ ମୃତ୍ୟୁ ଘଟିଛି। ସେମାନେ ବିଲରେ ତଳି...


