ଭୁବନେଶ୍ୱର,୨୨।୬(ବ୍ୟୁରୋ): ଓଡ଼ିଶା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି)-୨୦୨୦-୨୧ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ବର୍ଷ ତୁଳନାରେ ଓଡ଼ିଶା ଏସ୍ଡିଜିରେ ଅଧିକ ୧୦ ପଏଣ୍ଟ ପାଇ ଏହି ସ୍ଥାନ ହାସଲ କରିଛି। ୨୦୧୮-୧୯ ନୀତି ଆୟୋଗର ଏହି ସୂଚୀରେ ଓଡ଼ିଶା ୫୧ ପଏଣ୍ଟ ହାସଲ କରିଥିବା ବେଳେ ୨୦୨୦-୨୧ରେ ଓଡ଼ିଶାକୁ ୬୧ ପଏଣ୍ଟ ମିଳିଛି।
ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଓଡ଼ିଶା ଆସିଥିବା ନୀତି ଆୟୋଗର ପ୍ରତିନିଧି ଦଳ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ‘ସଷ୍ଟେନେବଲ୍ ଡେଭେଲପମେଣ୍ଟ ଗୋଲ୍’ ସୂଚୀ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଛନ୍ତି। ବୈଠକ ଶେଷରେ ନୀତି ଆୟୋଗ ଉପଦେଷ୍ଟା ସଂୟୁକ୍ତା ସମାଦ୍ଦାର ଏସ୍ଡିଜି ଇଣ୍ଡିଆ ଡ୍ୟାସ୍ବୋର୍ଡ ଉପସ୍ଥାପନ କରିଥିଲେ। ଏସ୍ଡିଜି-୧୩ ଓ ଏସ୍ଡିଜି-୧୪ରେ ଓଡ଼ିଶା ୧ ନମ୍ବର ସ୍ଥାନ ହାସଲ କରିଛି। ଏସ୍ଡିଜି-୧୩ରେ ରାଜ୍ୟ ସରକାର ଜଳବାୟୁ ପରିବର୍ତ୍ତନ ଓ ପ୍ରଭାବ ଉପରେ ନେଇଥିବା ପଦକ୍ଷେପ ଏବଂ ଏସ୍ଡିଜି-୧୪ରେ ସାମୁଦ୍ରିକ ସମ୍ବଳର ନିରନ୍ତର ବ୍ୟବହାର ଯୋଗୁ ପ୍ରଥମ ସ୍ଥାନ ମିଳିଛି। ଏଥିସହିତ ଓଡ଼ିଶା ଏସ୍ଡିଜିର ୯ଟି ଲକ୍ଷ୍ୟ ହାସଲ କରିବାରେ ଆଗୁଆ ରାଜ୍ୟ ହୋଇ ପାରିଛି। ସ୍ବଚ୍ଛ ପାନୀୟଜଳ, ପରିମଳ, ପୁଞ୍ଜିନିବେଶକୁ ପ୍ରୋତ୍ସାହନ, ଶିଳ୍ପ ଭିତ୍ତିଭୂମି, ଦୀର୍ଘ ସ୍ଥାୟୀ ଇକୋ ବ୍ୟବସ୍ଥାର ସୁରକ୍ଷା ଓ ବିକାଶ ଇତ୍ୟାଦି କ୍ଷେତ୍ର ଆଧାରରେ ଓଡ଼ିଶାକୁ ୧ ନମ୍ବର ମାନ୍ୟତା ମଳିଛି।
ତେବେ ୨୦୨୦ ଏସ୍ଡିଜି ରିପୋର୍ଟରେ ଓଡ଼ିଶାର ଅନ୍ୟାନ୍ୟ କ୍ଷେତ୍ରକୁ ଉପଯୁକ୍ତ ଭାବେ ଦର୍ଶାଯାଇ ନାହିଁ। ସଷ୍ଟେନେବଲ୍ ଡେଭେଲପମେଣ୍ଟ ଗୋଲ୍-୨୦୩୦ ଲକ୍ଷ୍ୟ ହାସଲ ନିମନ୍ତେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଭିନ୍ନ ଭିନ୍ନ ଲକ୍ଷ୍ୟ ପୂରଣ ପାଇଁ ୭ଟି ୱାର୍କିଂ ଗ୍ରୁପ୍ ଗଠନ କରାଯିବ। ଏଥିସହିତ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ପ୍ରକଳ୍ପ ପରିଚାଳନା ୟୁନିଟ୍ ଗଠନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
ଓଡ଼ିଶା ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ମମତା ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଭଳି ଯୋଜନାଗୁଡିକୁ ଏହି ସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଇଣ୍ଡେକ୍ସରେ ରାଜ୍ୟର ଯୋଜନାକୁ ସାମିଲ କରାଯାଇ ନାହିଁ। ଏସ୍ଡିଜି ଲକ୍ଷ୍ୟ ହାସଲ ପାଇଁ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଏକ ବିଏମ୍ୟୁ ଗଠନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ସମସ୍ତ ବିଭାଗ ସହ ସମନ୍ବୟ ରକ୍ଷା କରାଯିବା ସହ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଉନ୍ନୟନ କମିଶନର କହିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଯୋଗ ଦେଇଥିଲେ।
ବଚସାରୁ ହତ୍ୟା
ସମ୍ବଲପୁର,୧୦ା୬(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଜାତୀୟ ରାଜପଥ କଡରେ ଥିବା ପଞ୍ଚମୁଖି ଢ଼ାବାରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଢ଼ାବା କର୍ମଚାରୀଙ୍କୁ...
୬ ହାର୍ଡକୋର ମାଓବାଦୀ ମୃତ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି,୧୬ା୬(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲା କାୟାଉର ଥାନା ଅନ୍ତର୍ଗତ ମେଟା ଜଙ୍ଗଲରେ ବୁଧବାର ଭୋର୍ରୁ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ...
ଆଜି ଆଉ ୩୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୫୦୮କୁ ବୃଦ୍ଧି
ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଶୁକ୍ରବାର କରୋନା ମହାମାରୀ ରାଜ୍ୟରୁ ଆଉ ୩୭ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
୨୪ ଘଣ୍ଟାରେ ସବୁ ଜିଲାକୁ ଛୁଇଁବ ମୌସୁମୀ
ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଏଥିସହିତ ଦକ୍ଷିଣ ପଶ୍ଚିମ ମୌସୁମୀ...
୮ ଦିନର ବିବାହରେ ଏମିତି କ’ଣ ହେଲା
ଚମ୍ପୁଆ,୧୯।୬: ମାତ୍ର ୮ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ସ୍ବାମୀ ସ୍ତ୍ରୀ ଟ୍ରାକ୍ଟରରେ ଦିନ ମଜୁରିଆ ଭାବେ କାମ କରି ଚଳୁଥିଲେ। ଶୁକ୍ରବାର...
ଆଜି ରାଜ୍ୟରୁ ୪୩୩୯ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୪ା୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କିଛିଦିନ ହେବ କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୪୩୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ...
ଇ-ବର୍ଜ୍ୟବସ୍ତୁରେ ସୁଉଚ୍ଚ ରୋବଟ
ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ୍, ୬।୬ରାଜ୍ୟର ବିଭିନ୍ନ ସହରରେ ଇ-ବର୍ଜ୍ୟବସ୍ତୁର ବୋଝ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଆଇଟିଆଇର ଦକ୍ଷ ପ୍ରଫେଶନାଲ ଏନେଇ ଉଦ୍ବେଗ ପ୍ରକାଶ କରିବା...
ରାଜଧାନୀରୁ ଆଉ ୯୭୪ ସଂକ୍ରମିତ ଚିହ୍ନଟ: ଜାଣନ୍ତୁ କେଉଁଠୁ କେତେ…
ଭୁବନେଶ୍ୱର,୧।୬(ବ୍ୟୁରୋ): ସଂକ୍ରମଣରେ ରୋକ୍ ଲାଗୁନି। ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ଆଉ ୯୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୦ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ...


