ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଜୁନ୍ ୨୦ ବିଶ୍ୱ ଶରଣାର୍ଥୀ ଦିବସ ଅବସରରେ ଶରଣାର୍ଥୀ ସଙ୍କଟ ଉପରେ ଜାତିସଂଘର କୂଟନୀତିଜ୍ଞ, ନୀତି ଅଧିକାରୀ ତଥା ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ବୈଶାଳୀ ମହାନ୍ତିଙ୍କ ନୃତ୍ୟ ଡକ୍ୟୁମେଣ୍ଟାରି ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶ କରାଯାଇଛି। ବୈଶାଳୀଙ୍କ ରଚିତ ତଥା ପରିବେଷିତ ଏହି ନୃତ୍ୟରେ ମ୍ୟାନ୍ମାରରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ରୋହିଙ୍ଗ୍ୟା ସମ୍ପ୍ରଦାୟଙ୍କ ଗଣ ପଳାୟନ ଓ ଦୁଃଖକୁ ପ୍ରଦର୍ଶନ କରାଯାଇଛି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା ପ୍ରଦର୍ଶିତ ଏହି ଡ୍ରାମା ସର୍ବପ୍ରଥମ କଳାତ୍ମକ ସୃଷ୍ଟି, ଯାହାକି ବିଶ୍ୱର ସର୍ବବୃହତ୍ ଶରଣାର୍ଥୀ ଗୋଷ୍ଠୀ ରୋହିଙ୍ଗ୍ୟାଙ୍କ ଦୁର୍ଦ୍ଦଶାକୁ ପ୍ରତିଫଳିତ କରିଛି। ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ବାସ୍ତବ କାହାଣୀ ସହ ପୂରା ପ୍ରସ୍ତୁତି ପାଇଁ ଏକ ବର୍ଷ ସମୟ ଲାଗିଥିବା ବୈଶାଳୀ କହିଛନ୍ତି। ସୂଚନାଯୋଗ୍ୟ, ପୁରୀରେ ଜନ୍ମଗ୍ରହଣ କରିଥିବା ବୈଶାଳୀ ଏବେ ରୋମ୍ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ନୀତି ଅଧିକାରୀ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି।
ଟିକା ନେଲେ ଜରାଶ୍ରମ ଅନ୍ତେବାସୀ
ଭୁବନେଶ୍ୱର, ୩।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ରେ କେତେକ ସ୍ବତନ୍ତ୍ର ବର୍ଗଙ୍କ ପାଇଁ ଟିକା ବ୍ୟବସ୍ଥାକୁ ଏବେ ପ୍ରାଥମିକତା ଦିଆଯାଉଛି। ବିଶେଷକରି ବୟୋଜ୍ୟେଷ୍ଠ ବୃଦ୍ଧାବୃଦ୍ଧଙ୍କୁ ଅଧିକ...
ଆଜି ଆଉ ୩୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୫୦୮କୁ ବୃଦ୍ଧି
ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଶୁକ୍ରବାର କରୋନା ମହାମାରୀ ରାଜ୍ୟରୁ ଆଉ ୩୭ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
୨୭ ଯାଏ ବର୍ଷା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଏହାର ପ୍ରଭାବରେ...
ବୃଦ୍ଧଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ
ମାହାଙ୍ଗା,୧୨ା୬(ସ୍ବ.ପ୍ର.): ଜଣେ ବୃଦ୍ଧ ଛେଳି ମାରି ଦେଇଥିବା ଅଭିଯୋଗରେ ଗ୍ରାମର କେତେଜଣ ଲୋକ ତାଙ୍କୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ କରିଥିବାର ଏକ...
ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଗଡ଼ନାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ା୬(ବ୍ୟୁରୋ): ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ଗଡ଼ନାୟକଙ୍କ ଗୁରୁବାର ରାତିରେ ପରଲୋକ ହୋଇଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି।...
ବଜାରରେ ବ୍ୟବସାୟୀଙ୍କ କୋଭିଡ୍ ପରୀକ୍ଷା
ଭୁବନେଶ୍ୱର, ୫।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ କାର୍ଯ୍ୟସ୍ଥଳରେ ବ୍ୟବସାୟୀଙ୍କ କୋଭିଡ୍ ପରୀକ୍ଷଣ ଆରମ୍ଭ ହୋଇଛି। ଶୁକ୍ରବାର ନର୍ଥ ଜୋନ୍ ଅନ୍ତର୍ଗତ ନୀଳାଦ୍ରିବିହାର ତାରିଣୀ...
୨୩ରୁ ପୁରୀରେ ୧୪୪
ପୁରୀ ଅଫିସ,୨୧।୬: ସ୍ନାନଯାତ୍ରା ପାଇଁ ପୁରୀ ସହରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନସମାଗମ ରୋକିବା ଉଦ୍ଦେଶ୍ୟରେ...
ବିଆର୍ପିଏଲ୍ରେ ଏସ୍ପିସିବିର ତଦନ୍ତ ଆଜି
ଯାଜପୁର ଅଫିସ,୨୪।୬: କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ (ବିଆର୍ପିଏଲ୍) କାରଖାନାର ବିଷାକ୍ତ ବର୍ଜ୍ୟଜଳ ବାହାରକୁ ଛାଡିବା ଅଭିଯୋଗ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...


