ସେଣ୍ଟ ପିଟର୍ସବର୍ଗ,୨୩।୬: ୟୁରୋକପ୍ରେ ବେଲ୍ଜିୟମ ତା’ର ଆଧିପତ୍ୟ ବଜାୟ ରଖିଛି। ଗ୍ରୁପ୍ ବି’ରେ ବେଲ୍ଜିୟମ ସବୁ ୩ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇ ହ୍ୟାଟ୍ରିକ ଅର୍ଜନ କରିଛି। ମୋଟ ୯ ପଏଣ୍ଟ ହାସଲ କରି ବିଶ୍ୱର ଏହି ୧ ନମ୍ବର ଦଳ ଗ୍ରୁପ୍’ ବି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ସୋମବାର ସ୍ଥାନୀୟ କ୍ରେସୋଭସ୍କି ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ବେଲ୍ଜିୟମ ୨-୦ ଗୋଲରେ ଫିନ୍ଲାଣ୍ଡକୁ ପରାସ୍ତ କରି ଗ୍ରୁପ୍ ଚାମ୍ପିୟନ ହୋଇ ପୂରା ଢଙ୍ଗରେ ନକ୍ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ବେଲ୍ଜିୟମକୁ ବାଦ୍ ଦେଲେ ଇଟାଲୀ ଓ ନେଦରଲାଣ୍ଡ୍ସ ଯଥାକ୍ରମେ ଗ୍ରୁପ୍ ଏ ଓ ଗ୍ରୁପ୍ ସି’ରେ ସବୁ ମ୍ୟାଚ୍ ଜିତି ୯ ପଏଣ୍ଟ ହାସଲ କରି ନକ୍ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ପରାଜୟ ସହ ଫିନ୍ଲାଣ୍ଡ ୩ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ଦୁଇଟି ପରାଜୟ ସହ ୩ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛି। ଏବେ ଫିନ୍ଲାଣ୍ଡ ନକ୍ ଆଉଟକୁ ଉଠିବାର ସମ୍ଭାବନା କମ୍ ରହିଛି। ବିଭିନ୍ନ ଗ୍ରୁପ୍ରେ ତୃତୀୟ ସ୍ଥାନ ଅଧିକାର କରିବାକୁ ଥିବା ଶ୍ରେଷ୍ଠ ଦଳଗୁଡିକ ମଧ୍ୟ ନକ୍ ଆଉଟ ପ୍ରବେଶ କରିବେ।
ଫିନ୍ଲାଣ୍ଡ ବିପକ୍ଷରେ ବେଲ୍ଜିୟମ ପୂରା ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ବଲ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ବେଲ୍ଜିୟମ ବହୁ ଆଗରେ ରହିଥିଲା। ତେବେ ପ୍ରଥମାର୍ଦ୍ଧରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଦ୍ୱିତୀୟାର୍ଦ୍ଧରେ ୭୪ତମ ମିନିଟ୍ରେ ଫିନ୍ଲାଣ୍ଡ ଗୋଲକିପର ଲୁକାସ ରାଡେକିଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ଏକ ଆତ୍ମଘାତୀ ଗୋଲ ହୋଇଥିଲା। ଫଳରେ ବେଲ୍ଜିୟମ ଅଗ୍ରଣୀ ହାସଲ କରିଥିଲା। ବେଲ୍ଜିୟମ ଡିଫେଣ୍ଡର ଥୋମାସ ଭେର୍ମାଲେନ ହେଡ୍ କରିଥିଲେ ଓ ବଲ୍ ପୋଷ୍ଟରେ ବାଜି ଫେରିଥିଲା ଏବଂ ଲୁକାସଙ୍କ ହାତରେ ବାଜି ପୋଷ୍ଟକୁ ଯାଇଥିଲା। ଏହାପରେ ୮୧ତମ ମିନିଟ୍ରେ ରୋମେଲୁ ଲୁକାକୁ ଗୋଲ ଦେଇ ବେଲ୍ଜିୟମକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହି ପରାଜୟ ଦ୍ୱାରା ଫିନ୍ଲାଣ୍ଡ କୋଚ୍ ମାର୍କୁ କାନେର୍ଭା ଅସନ୍ତୋଷ ଜାହିର କରିଛନ୍ତି। ରବିବାର ରାଉଣ୍ଡ ଅଫ୍ ୧୬ରେ ବେଲ୍ଜିୟମ ତୃତୀୟ ସ୍ଥାନରେ ଥିବା ଶ୍ରେଷ୍ଠ ୪ଟି ଦଳ ମଧ୍ୟରୁ ଗୋଟିଏକୁ ଭେଟିବ। ଏହାପୂର୍ବରୁ ବେଲ୍ଜିୟମ ରୁଷିଆକୁ ୩-୦ରେ ଓ ଡେନ୍ମାର୍କକୁ ୨-୧ ଗୋଲରେ ହରାଇଥିଲା। ଗ୍ରୁପ ପର୍ଯ୍ୟାୟରେ ବେଲ୍ଜିୟମର ପ୍ରଦର୍ଶନ ଐତିହାସିକ ସାବ୍ୟସ୍ତ ହୋଇଛି। ତେବେ ବିଳମ୍ବିତ ଗୋଲ ବେଲ୍ଜିୟମ ପାଇଁ ଚିନ୍ତା ସୃଷ୍ଟି କରିଥିବ। ଏବେ ଲୁକାକୁ ମୋଟ ୩ଟି ଗୋଲ ସ୍କୋର କରି କ୍ରିଷ୍ଟିଆନୋ ରୋନାଲ୍ଡୋ, ଜିଓଜିନିଓ ଓ୍ବିଜନାଏଡମ ଓ ପାଟ୍ରିକ ସିକଙ୍କ ସମକକ୍ଷ ହୋଇଛନ୍ତି।
ନକ୍ଆଉଟ ପର୍ଯ୍ୟାୟରେ ଚିଲି
କୁଇବା, ୨୩।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଗ୍ରୁପ୍ ଏ’ରେ ଖେଳାଯାଇଥିବା ମ୍ୟାଚ୍ରେ ଚିଲି ଓ ଲୁଇସ ସୁଆରେଜଙ୍କ ଉରୁଗୁଏ ଦଳ ମୁହାଁମୁହିଁ ହୋଇଥିଲେ। ସ୍ଥାନୀୟ...
ଆଇସିସି ଉପରେ କୋହଲି ଖପ୍ପା: କଥାରେ କଥାରେ ଦେଲେ ଚେତାବନୀ; କହିଲେ ଏହା ଉପରେ ବିଚାର କରିବା…
ସାଉଥାମ୍ପଟନ,୨୪।୬: ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ ପ୍ରଶିକ୍ଷକ ରବିଶାସ୍ତ୍ରୀଙ୍କ ସ୍ବରରେ ସ୍ବର ମିଳାଇଛନ୍ତି ଅଧିନାୟକ ବିରାଟ କୋହଲି। ଦୁନିଆର ସର୍ବଶ୍ରେଷ୍ଠ ଟେଷ୍ଟ ଦଳକୁ ଗୋଟିଏ ଫାଇନାଲ...
୨୦ ବର୍ଷ ବୟସରେ ମାରିଥିଲେ ୨୦ ଛକା: ମଦ ନିଶା ଯୋଗୁ ନଷ୍ଟ ହୋଇଯାଇଥିଲା କ୍ରିକେଟ୍ କ୍ୟାରିୟର୍
ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ୍ ଆଜି ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ସାଇମଣ୍ଡସ ଜଣେ ମହାନ ଅଲରାଉଣ୍ଡର ଥିଲେ। ସେ ପଡ଼ିଆରେ ଯାହା ବି...
ନକ୍ଆଉଟ୍ରେ ଡେନ୍ମାର୍କ: ରୁଷିଆ ୪-୧ ଗୋଲରେ ପରାସ୍ତ
କୋପେନହାଗେନ,୨୩।୬: ଘରୋଇ ପରିବେଶରୁ ଫାଇଦା ଉଠାଇ ଡେନ୍ମାର୍କ ୟୁରୋ କପ୍ ଗ୍ରୁପ୍ ବି’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରୁଷିଆକୁ ୪-୧ ଗୋଲ ବୃହତ୍ ବ୍ୟବଧାନରେ ପରାସ୍ତ...
ଡବ୍ଲ୍ୟୁଟିସି ଫାଇନାଲ୍ର ଏହି ଗୋଟିଏ ମୁହୂର୍ତ୍ତ ସମସ୍ତଙ୍କ ହୃଦୟକୁ ଛୁଇଁଗଲା
ସାଉଥାମ୍ପଟନ୍,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ମ୍ୟାଚ କିମ୍ବା ଟୁର୍ନାମେଣ୍ଟର ଫଳାଫଳ ଯାହା ହେଉନା...
ଭାରତୀୟ ଦଳରୁ ବାଦ୍ ପଡ଼ିବେ କେଉଁ ଖେଳାଳି? କୋହଲି ଦେଲେ ପରିବର୍ତ୍ତନ ନେଇ ବଡ଼ ସଙ୍କେତ
ସାଉଥାମ୍ପଟନ,୨୪।୬: ନ୍ୟୁଜିଲାଣ୍ଡଠାରୁ ୮ ଉଇକେଟରେ ପରାସ୍ତ ହେବା ପରେ ଭାରତୀୟ ଅଧିନାୟକ ବିରାଟ କୋହଳି ଟେଷ୍ଟ ଦଳରେ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି। ଦଳର ପ୍ରଦର୍ଶନର...
ଡବ୍ଲ୍ୟୁଟିସି ଫାଇନାଲରେ କୋହଲି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
ସାଉଥାମ୍ପଟନ,୧୯।୬: ଏଜେସ ବାଉଲଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ବିରାଟ କୋହଲି ଟସ୍ ପକାଇଥିଲେ। ଅବଶ୍ୟ...
୨୮ ବଲ୍ରୁ ବିସ୍ଫୋରକ ଶତକ ମାରି ଇତିହାସ ରଚିଲେ ଏହି କ୍ରିକେଟର୍
କ୍ରିକେଟରେ ପ୍ରାୟତଃ ଅନେକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ୟୁରୋପୀୟ ଟି-୧୦ କ୍ରିକେଟ ଲିଗରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଏଭଳି ଏକ...


