କୋପେନହାଗେନ,୨୩।୬: ଘରୋଇ ପରିବେଶରୁ ଫାଇଦା ଉଠାଇ ଡେନ୍ମାର୍କ ୟୁରୋ କପ୍ ଗ୍ରୁପ୍ ବି’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରୁଷିଆକୁ ୪-୧ ଗୋଲ ବୃହତ୍ ବ୍ୟବଧାନରେ ପରାସ୍ତ କରିଛି। ସ୍ଥାନୀୟ ପାର୍କେନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଡେନ୍ମାର୍କ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଏହି ବିଜୟ ସହ ଡେନ୍ମାର୍କ ରାଉଣ୍ଡ ଅଫ୍ ୧୬ ଅର୍ଥାତ ନକ୍ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ଗ୍ରୁପ୍ ବି’ରେ ୩ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୩ ପଏଣ୍ଟ ପାଇଥିଲେ ମଧ୍ୟ ଡେନ୍ମାର୍କ ଉନ୍ନତ ଗୋଲ ବ୍ୟବଧାନରେ ଫିନ୍ଲାଣ୍ଡ ଓ ରୁଷିଆ (ଉଭୟ ୩ ପଏଣ୍ଟ)କୁ ପଛରେ ପକାଇ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି। ବଲ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ଡେନ୍ମାର୍କ ରୁଷିଆକୁ ବହୁ ପଛରେ ପକାଇଥିଲା।
ପ୍ରଥମାର୍ଦ୍ଧର ୩୮ତମ ମିନିଟ୍ରେ ମିକେଲ ଡାମ୍ସଗାର୍ଡ ପ୍ରଥମ ଗୋଲ ଦେଇ ଡେନ୍ମାର୍କକୁ ଅଗ୍ରଣୀ କରାଇଥିଲେ। ଏହାପରେ ଦ୍ୱିତୀୟାର୍ଦ୍ଧରେ ୪ଟି ଗୋଲ ଦେଖିବାକୁ ମିଳିଥିଲା। ୫୯ତମ ମିନିଟ୍ରେ ୟୁସୁଫ ପୌଲସେନ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। କିନ୍ତୁ ୭୦ତମ ମିନିଟ୍ରେ ରୁଷିଆ ତରଫରୁ ଅର୍ଟେମ ଡିଜିଉବା ପେନାଲ୍ଟି ଜରିଆରେ ଗୋଲ ଦେଇ ଦଳର ପ୍ରତ୍ୟାବର୍ତ୍ତନ କରାଇଥିଲେ। ଏହାପରେ ଡେନ୍ମାର୍କ ତରଫରୁ ଆଣ୍ଡ୍ରିଆସ କ୍ରିଷ୍ଟେନସେନ ଓ ଜୋଆକିମ ମାହେଲେ ଯଥାକ୍ରମେ ୭୯ ଓ ୮୨ତମ ମିନିଟ୍ରେ ଗୋଲ ଦେଇ ଦଳକୁ ୪-୧ରେ ବିଜୟୀ କରାଇଥିଲେ। ଦଳର ବୃହତ୍ ବିଜୟରେ ଡେନ୍ମାର୍କ କୋଚ୍ କାସ୍ପର ହଜୁଲମାଣ୍ଡ ଖୁସି ଜାହିର କରିଛନ୍ତି। ସେ ଖେଳାଳିମାନଙ୍କୁ ଏହି ବିଜୟ ଉତ୍ସର୍ଗ କରିଛନ୍ତି। ଡେନ୍ମାର୍କ, ରୁଷିଆ ଓ ଫିନ୍ଲାଣ୍ଡ ପ୍ରତ୍ୟେକ ୩ ଲେଖାଏ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଉନ୍ନତ ଗୋଲ ବ୍ୟବଧାନରେ ଡେନ୍ମାର୍କ ନକ୍ଆଉଟ୍ରେ ପ୍ରବେଶ କରିଛି। ଏବେ ଡେନ୍ମାର୍କ ଶନିବାର ଓ୍ବେଲ୍ସକୁ ଭେଟିବ। ଏହି ମ୍ୟାଚ୍କୁ ଡ୍ର ରଖିପାରିଥିଲେ ରୁଷିଆ ନକ୍ଆଉଟରେ ପ୍ରବେଶ କରିଥାନ୍ତା।
ଆରପାରିରେ ଫୁଟ୍ବଲ କୋଚ ନନ୍ଦ କିଶୋର ପଟ୍ଟନାୟକ
ଭୁବନେଶ୍ୱର,୧।୬(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଫୁଟ୍ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ ଏହି ସୂଚନା ଦେଇଛନ୍ତି।...
ରାଉଣ୍ଡ ଅଫ୍ ୧୬ରେ କ୍ରୋଏସିଆ: ୟୁରୋକପ୍ରୁ ସ୍କଟ୍ଲାଣ୍ଡ ଆଉଟ
ଗ୍ଲାସଗୋ,୨୪।୬: ୟୁରୋକପ୍ରେ କ୍ରୋଏସିଆ ନକ୍ଆଉଟ ପର୍ଯ୍ୟାୟକୁ ଉଠିଛି। ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ୍ ଡି’ ମୁକାବିଲାରେ କ୍ରୋଏସିଆ ୩-୧ ଗୋଲରେ ସ୍କଟ୍ଲାଣ୍ଡକୁ ହରାଇ ଏହି ସଫଳତା ପାଇଛି।...
ୟୁରୋକପ୍ ଫୁଟ୍ବଲ: ପର୍ତ୍ତୁଗାଲକୁ ହରାଇଲା ଜର୍ମାନୀ
ମ୍ୟୁନିକ,୨୧।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଗତଥର ଚାମ୍ପିୟନ ପର୍ତ୍ତୁଗାଲ ୨-୪ ଗୋଲରେ ଜର୍ମାନୀଠାରୁ ପରାସ୍ତ ହୋଇଛି। ଶନିବାର ଗ୍ରୁପ୍ ଏଫ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପର୍ତ୍ତୁଗାଲ...
କୋଣ୍ଟାଙ୍କୁ ଚତୁର୍ଥ ଡବ୍ଲ୍ୟୁଟିଏ ଟାଇଟଲ
ନଟିଂହାମ୍(ୟୁକେ),୧୪ା୬- ବ୍ରିଟେନର ଜୋହାନା କୋଣ୍ଟା ନଟିଂହାମ୍ ଓପନ ଟେନିସ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ଚାଇନାର ଝାଙ୍ଗ...
ଲେକ୍ରେକ୍ଙ୍କୁ ପୋଲ୍ ପୋଜିଶନ
ବାକୁ, ୬ା୬ (ଏପି)-ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ପାଇଁ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍ରେ ଫେରାରିର ଚାଲର୍ସ ଲେକ୍ରେକ୍ ପୋଲ୍ ପୋଜିଶନ ହାସଲ କରିଛନ୍ତି। ଫଳରେ...
କୋପା ଆମେରିକାରେ କରୋନା ସଙ୍କଟ
ସାଓ ପାଉଲୋ,୧୭।୬(ଏପି): ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ କରୋନା ଆକ୍ରାନ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି। ୩୩ ଜଣ ଖେଳାଳି ଓ ଷ୍ଟାଫ୍ଙ୍କ ସମେତ ମୋଟ...
ଡବ୍ଲୁଟିସି ଫାଇନାଲର ଆଜି ଶେଷ ଦିନ: ବାହାରିପାରେ ଫଳାଫଳ
ସାଉଥାମ୍ପଟନ୍,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ମଜାକୁ ବର୍ଷା ନଷ୍ଟ କରିଦେଇଛି। ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଏବଂ...
ଡରହାମରେ ଇଣ୍ଟ୍ରା ସ୍କାଡ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ପ୍ରସ୍ତୁତି ଲାଗି ଡରହାମଠାରେ ଏକତ୍ରିତ ହେବେ ଭାରତୀୟ ଦଳର ଖେଳାଳିମାନେ। ସେଠାରେ ଟିମ୍...


