କରାଚୀ, ୨୩ା୬(ପି.ଟି.)-ପୂର୍ବତନ ଅଧିନାୟକ ୟୁନିସ ଖାଁ ମଙ୍ଗଳବାର ପାକିସ୍ତାନ କ୍ରିକେଟ ଦଳର ବ୍ୟାଟିଂ କୋଚ୍ ପଦବୀରୁ ଆକସ୍ମିକ ଓହରିଯାଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିର କାରଣ ଯଦିଓ ସ୍ପଷ୍ଟ ହୋଇ ନାହିଁ, ବୋର୍ଡ କିନ୍ତୁ ଆପୋସ ବୁଝାମଣା ଭିତ୍ତିରେ ଏହା ହୋଇଥିବା ସଫେଇ ଦେଇଛି। ପାକିସ୍ତାନ ଟିମ୍ ଜୁନ୍ ୨୫ରୁ ଜୁଲାଇ ୨୦ ୟୁନାଇଟେଡ କିଙ୍ଗ୍ଡମ୍ (ୟୁକେ) ଟୁର୍ରେ ଯିବ। ଦଳ ସେଠାରେ ୩ ଅନ୍ତର୍ଜାତୀୟ ଦିନିକିଆ ଓ ୫ ସମାନ ସଂଖ୍ୟକ ଟି୨୦ ଖେଳିବ। ପାକିସ୍ତାନ କ୍ରିକେଟ ଦଳ ବ୍ୟାଟିଂ କୋଚ୍ ବିନା ୟୁକେ ଗସ୍ତ କରିବ। ପରେ ଓ୍ବେଷ୍ଟଇଣ୍ଡିଜ ଟୁର୍ ପାଇଁ ୟୁନିସ ଖାଁଙ୍କ ଉତ୍ତରାଧିକାରୀ ଠିକଣା ସମୟରେ ଚୟନ କରାଯିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ କହିଛି। ଖବର ଅନୁସାରେ ୟୁନିସ ତାଙ୍କର ଭୂମିକାକୁ ନେଇ ସନ୍ତୁଷ୍ଟ ନ ଥିଲେ। ଦଳର ଖେଳାଳି ଚୟନ କ୍ଷେତ୍ରରେ ତାଙ୍କର ବିଶେଷ କ୍ଷମତା ରହୁ ବୋଲି ସେ ଚାହୁଁଥିଲେ।
ମାଳବିକା ଫାଇନାଲରେ
କନାସ୍(ଲିଥୁଆନିଆ),୧୪ା୬(ପି.ଟି.)- ଭାରତର ମାଳବିକା ବନସୋଡ୍ ଏଠାରେ ଚାଲିଥିବା ଆର୍ଏସ୍ଏଲ୍ ଲିଥୁଆନିଆନ୍ ଇଣ୍ଟରନ୍ୟାଶନାଲ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଫ୍ରାନ୍ସର...
ନକ୍ଆଉଟ୍ରେ ଡେନ୍ମାର୍କ: ରୁଷିଆ ୪-୧ ଗୋଲରେ ପରାସ୍ତ
କୋପେନହାଗେନ,୨୩।୬: ଘରୋଇ ପରିବେଶରୁ ଫାଇଦା ଉଠାଇ ଡେନ୍ମାର୍କ ୟୁରୋ କପ୍ ଗ୍ରୁପ୍ ବି’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରୁଷିଆକୁ ୪-୧ ଗୋଲ ବୃହତ୍ ବ୍ୟବଧାନରେ ପରାସ୍ତ...
ବ୍ୟାଟ୍ ଛାଡି ମାଇକ୍ ଧରିବେ ଏହି କ୍ରିକେଟର୍
ଲଣ୍ଡନ,୬।୬: ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନ୍ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ମ୍ୟାଚ ଖେଳାଯିବ। ଏହି ମ୍ୟାଚ...
ଦେଶର ଶ୍ରେଷ୍ଠ ଆଥଲେଟିକ୍ ଏକାଡେମୀ ମଧ୍ୟରେ କିଟ୍
ଭୁବନେଶ୍ୱର, ୧୦।୬- ଭାରତର ଶ୍ରେଷ୍ଠ ୧୦ ଆଥଲେଟିକ୍ ଏକାଡେମୀ ମଧ୍ୟରେ ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ...
ଟୋକିଓ ଅଲିମ୍ପିକ୍ସ: କିମ୍ସ ପ୍ରଫେସର ସୁଦୀପ ଭାରତୀୟ ପୁରୁଷ ହକି ଦଳର ଡାକ୍ତର
ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- କିମ୍ସ ପ୍ରଫେସର ଡକ୍ଟର ସୁଦୀପ ଶତପଥୀ (ଫିଜିଓଲୋଜି ଆଣ୍ଡ ସ୍ପୋଟର୍ସ ମେଡିସିନ୍) ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳର...
ଅଶ୍ୱିନ୍ ଆଉଟ୍ ହେବାପରେ ଏମିତି କହିଦେଲେ ସ୍ତ୍ରୀ
ସାଉଥାମ୍ପଟନ୍,୨୩।୬:ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ସାଉଥାମ୍ପଟନ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। କିନ୍ତୁ ସାଉଥାମ୍ପଟନରେ ବର୍ଷା ଲାଗି ରହିଥିବାରୁ ମ୍ୟାଚ୍ରେ...
ଫ୍ରେଞ୍ଚ୍ ଓପନରୁ ଓହରିଲେ ଫେଡରର
ପ୍ୟାରିସ, ୭।୬-ତୃତୀୟ ରାଉଣ୍ଡରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ସୁଇଜରଲାଣ୍ଡର ରୋଜର ଫେଡରର ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଆଣ୍ଠୁରେ ୨...
ନ୍ୟୁଜିଲାଣ୍ଡ ଅଧିନାୟକଙ୍କୁ ଆଉଟ୍ କରିବା ପାଇଁ ସୋନୁ ସୁଦ୍ଙ୍କୁ ସାହାଯ୍ୟ ମାଗିଲେ ପ୍ରଶଂସକ: ଜବାବ ମିଳିଲା ଏମିତି
ସାଉଥାମ୍ପଟନ୍,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ଶିପ୍ର ଫଶଇନାଲ୍ ଖେଳାଯାଉଛି। ଡବ୍ଲୁଟିଏସି ଫାଇନାଲ୍ ପଞ୍ଚମ ଦିନରେ ଦ୍ରୁତ ବୋଲରମାନେ ଟିମ ଇଣ୍ଡିଆକୁ ମ୍ୟାଚକୁ...


