ଯୋଡା/ଚମ୍ପୁଆ,୨୪।୬(ଡି.ଏନ୍.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ୍ ଅନ୍ତର୍ଗତ କୋଦଗାଡିଆ ଗ୍ରାମରେ ମଙ୍ଗଳବାର ରାତି ସାଢେ ୮ଟାରେ ହାତୀପଲ ଆସି ଉପଦ୍ରବ କରି ୪ ଘର ଭାଙ୍ଗିଛନ୍ତି। ଲୋକଙ୍କ ଘର ଭାଙ୍ଗିବା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି ା ପ୍ରତିବର୍ଷ ଏପରି ହାତୀପଲ ଆସି ବ୍ୟାପକ ଘର ଭାଙ୍ଗିଚାଲିଛନ୍ତି। ମାତ୍ର ବନ ବିଭାଗର ଖାମଖିଆଲି ଯୋଗୁ ଅବସ୍ଥା ସୁଧୁରୁନାହିଁ। ଲୋକେ ଘର ଭଙ୍ଗାର କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି। ସୁଚନା ଅନୁଯାୟୀ, ମଙ୍ଗଳବାର ରାତିରେ ୨୩ ଗୋଟି ହାତୀ ଗ୍ରାମରେ ପଶି ଉପଦ୍ରବ ରଚିଥିଲେ। ଏହି ଉପଦ୍ରବରେ ଗା୍ରମର ଜଙ୍ଗଲକଡ଼ରେ ଥିବା ଶିବନାଥ ମହାନ୍ତଙ୍କ ଘରକୁ ହାତୀପଲ ସମ୍ପୂର୍ଣ୍ଣ ଭାଙ୍ଗିଦେଇ ଧାନଚାଉଳ ଖାଇଦେଇଥିଲେ। ତେବେ ହାତୀପଲ ଆସିବା ଜାଣି ଶିବନାଥଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ା ହାତୀପଲ ପା୍ରୟ ଏକ ଘଣ୍ଟା ଧରି ଗା୍ରମର ବିଭିନ୍ନ ସ୍ଥାନରେ ଉପତ୍ାତ ଚଳାଇଥିଲେ। ଅନ୍ୟ ଗା୍ରମବାସୀଙ୍କ ମଧ୍ୟରେ ମହେଶ୍ୱର ନାଏକ, ଅକ୍ଷୟ ବାରିକ, ଚକ୍ର ବାରିକଙ୍କ ଘର ଆଂଶିକ ଭାଙ୍ଗିଥିବା ଜଣାପଡ଼ିଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଗତ ବର୍ଷ ମଧ୍ୟ ହାତୀ ଉପଦ୍ରବରେ ଶିବନାଥଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଏପର୍ଯ୍ୟନ୍ତ ତାଙ୍କୁ ବନବିଭାଗ କ୍ଷତିପୂରଣ ପ୍ରଦାନ କରି ନ ଥିବାବେଳେ ବହୁକଷ୍ଟରେ ମରାମତି କରିଥିବା ଘରକୁ ଆଉଥରେ ହାତୀପଲ ଭାଙ୍ଗିଦେଇଥିବାରୁ ସେ ନିରାଶ୍ରୟ ହୋଇପଡ଼ିଛନ୍ତି। ଏ ସମ୍ପର୍କରେ ଚମ୍ପୁଆ ବନପାଳ ପିଅନ ନାଏକ କହିଛନ୍ତି, ହାତୀ ଗତିବିଧି ଲକ୍ଷ୍ୟ ରଖିବା ପାଇଁ ସ୍ବତନ୍ତ୍ରଭାବେ ଦୃଷ୍ଟି ଦିଆଯାଉଛି ା ହାତୀ ଘଉଡାଇବା ପାଇଁ ସ୍କ୍ବାଡ ଓ ବନ କର୍ମଚାରୀମାନେ ନିୟୋଜିତ ଅଛନ୍ତି।
୮ ଦିନର ବିବାହରେ ଏମିତି କ’ଣ ହେଲା
ଚମ୍ପୁଆ,୧୯।୬: ମାତ୍ର ୮ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ସ୍ବାମୀ ସ୍ତ୍ରୀ ଟ୍ରାକ୍ଟରରେ ଦିନ ମଜୁରିଆ ଭାବେ କାମ କରି ଚଳୁଥିଲେ। ଶୁକ୍ରବାର...
ଏମିତି ବି ମାଡ଼ିଆସେ ମୃତ୍ୟୁ
କେନ୍ଦୁଝର,୨ା୬: ଘର ଅଗଣାରେ ବସିଥିବା ବେଳେ ଟ୍ରକ ମାଡ଼ି ଯିବାରୁ ଜେଜେମା’ ଓ ନାତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ଥାନା ଅଧୀନ ୨୦ନମ୍ବର ଜାତୀୟ...
କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ସିଟୁର ପ୍ରତିବାଦ
କେନ୍ଦୁଝର,୨୬ା୬(ସ୍ବ.ପ୍ର.): ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନ କ୍ରମେ ସ୍ଥାନୀୟ ଢାଙ୍ଗରପଡ଼ା ଏନ୍ଏଚ ୪୯ କଡ଼ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି।...
ଏଥର ବି ରଜ ଫିକା
କେନ୍ଦୁଝର, ୧୪।୬ (ସ୍ବ.ପ୍ର.): କରୋନା କଟକଣା ପାଇଁ ଚଳିତବର୍ଷ କେନ୍ଦୁଝର ଜିଲାର ପ୍ରମୁଖ ଗଣପର୍ବ ରଜ ମହୋତ୍ସବ ଫିକା ପଡ଼ିଯାଇଛି । ଏହି ଉତ୍ସବ ପାଳନ...
ଅଗ୍ନିକାଣ୍ଡରେ ଜଳିଗଲା କ୍ୟାବିନ: ସାମଗ୍ରୀ ପୋଡ଼ି ପାଉଁଶ
ପାଟଣା,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ଛକରେ ଥିବା ଏକ ପାନ ଦୋକାନ କ୍ୟାବିନରେ ଶନିବାର ସକାଳୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଅନେକ...
ବିନା ଭକ୍ତରେ ଶେଷ ହେଲା ବଳଦେବଜୀଉଙ୍କ ସ୍ନାନୋତ୍ସବ
କେନ୍ଦୁଝର,୨୪।୬(ସ୍ବ.ପ୍ର): କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଦେବସ୍ନାନ ଉତ୍ସବ କୋଭିଡ କଟକଣା ମଧ୍ୟରେ ଗୁରୁବାର ପାଳିତ ହୋଇଯାଇଛି। ପ୍ରଥମେ ପାରମ୍ପରିକ ରୀତିନୀତିରେ ଶ୍ରୀ...
ସାବିତ୍ରୀବ୍ରତରେ ସ୍ତ୍ରୀ ମାଡ଼ରେ ସ୍ବାମୀ ଗୁରୁତର
ବଡ଼ବିଲ,୧୦।୬(ସ୍ବ.ପ୍ର.): ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ପୂଜାର୍ଚ୍ଚନା କରିଥାନ୍ତି ସ୍ତ୍ରୀ। ହେଲେ ଏଭଳି ଏକ ଦିନରେ ସ୍ତ୍ରୀଙ୍କ ଆକ୍ରମଣରେ ସ୍ବାମୀ...
ଛେଳିର ଅନ୍ତ୍ୟେଷ୍ଟିକ୍ରିୟା
ପାଟଣା,୧୭ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧୀନ ତେନ୍ତେଳା ଗ୍ରାମରେ ବୁଧବାର ପ୍ରାଣୀ ଓ ମଣିଷ ଭିତରେ ଥିବା ଅନାବିଳ ସମ୍ପର୍କ ଦେଖିବାକୁ...


