ବରଗଡ଼ ଅଫିସ୍,୨୪।୬: କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ପରେ ରାଜ୍ୟ ସରକାର ସେଲୁନ, ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଜାରି କରିଥିଲେ। ଏହି କଟକଣା ଯୋଗୁ ବର୍ତ୍ତମାନ ସେଲୁନ, ବିୟୁଟି ପାର୍ଲର କର୍ମଚାରୀଙ୍କ ଜୀବନ ଦୁର୍ବିସହ ହୋଇପଡିଲାଣି। ବାରିକଙ୍କୁ କୌଣସି କୋଭିଡ୍ ସହାୟତା ମିଳିନି। ତେଣୁ ସେଲୁନ ଖୋଲିବାକୁ ଅନୁମତି ଦେବା ପାଇଁ ବରଗଡ଼ ଜିଲା ବାରିକ ସମାଜ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଛି । ଏହି କ୍ରମରେ ବାରିକ ସମାଜର ଏକ ପ୍ରତିନିଧି ଦଳ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବାରିକ ସମାଜର ଜିଲା ସଭାପତି ଦୁର୍ଗା ପ୍ରସାଦ ବାରିକ, ସମ୍ପାଦକ ଘନଶ୍ୟାମ ବାରିକ, ଉପଦେଷ୍ଟା ଅଶୋକ କୁମାର ପଶାୟତ, ଲାଭ ବାରିକ, ରୋହିତ ବାରିକଙ୍କ ସମେତ ଜିଲାର ୧୨ଟି ବ୍ଲକର ପ୍ରତିନିଧି ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗଲାଣି କଥା, ତଥାପି ସେଲୁନ ଖୋଲିବାକୁ ମିଳୁନି ଅନୁମତି
Posted inଆମ ଜିଲା ଖବର, ବରଗଡ଼, ରାଜ୍ୟ View All
ଅମାନବୀୟ: ପଥରରେ ଛେଚି ପ୍ରେମିକାଙ୍କ ଗର୍ଭପାତ, ବିବାହିତ ଥିବା କଥା ଲୁଚାଇଥିଲେ
ପରଜଙ୍ଗ, ୧୩।୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ମରଣାନ୍ତକ ଆକ୍ରମଣରେ ୯ମାସର ଗର୍ଭବତୀ ଥିବା...
ଟିକାକରଣ କେନ୍ଦ୍ରରେ ସେଲ୍ଫି ବୁଥ୍
ଛତ୍ରପୁର,୮।୬(ଡି.ଏନ୍.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଗଞ୍ଜାମ ଜିଲାରେ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଉଛି। ୧୮-୪୪ ବର୍ଷ ବୟସର ଲୋକଙ୍କ ପାଇଁ ବ୍ରହ୍ମପୁର ଓ...
ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର
ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି...
କୋଭିଡ୍ ଟିକା ପ୍ରସଙ୍ଗ: ନବୀନଙ୍କୁ ପିନାରାୟୀଙ୍କ ସମର୍ଥନ
ଭୁବନେଶ୍ୱର, ୫।୬(ବ୍ୟୁରୋ): କୋଭିଡ୍-୧୯ ଟିକା କ୍ରୟ କରି ରାଜ୍ୟକୁ ଯୋଗାଇବାକୁ କେନ୍ଦ୍ର ସରକାର ଉପରେ ଚାପ ସୃଷ୍ଟି କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ...
ନଷ୍ଟ ହେଉଛି ୫.୪୪ କୋଟିର ଟସର
ବାରିପଦା ଅଫିସ, ୨୨।୬-ମହାମାରୀ କରୋନା ଯୋଗୁ କିଣା ବିକା ହୋଇ ନ ପାରି ମୟୂରଭଞ୍ଜ ଜିଲାର ୨୧ ୟୁନିଟରେ ୫କୋଟି ୪୪ଲକ୍ଷ ଟଙ୍କାର ଟସର ପଡ଼ିରହିଛି...
ଉପକୂଳ ଅଞ୍ଚଳ ସୁରକ୍ଷାକୁ ଗୁରୁତ୍ୱ
ବାଲେଶ୍ୱର ଅଫିସ, ୧ା୬: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାଲେଶ୍ୱର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି।...
ଜ୍ୱାଇଁଙ୍କ ମୁଣ୍ଡ କାଟି ଦେଇଥିଲେ ଶ୍ୱଶୁର
ସୋରଡା,୨୬ା୬: ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ନୂଆଁଗଡ଼ ନିକଟ ନଦୀପଠାରୁ ପୋଲିସ ଗତ ମଙ୍ଗଳବାର ଭଗିଆ ବେହେରାଙ୍କ ମୁଣ୍ଡବିହୀନ ମୃତଦେହ ଜବତ କରିଥିଲା। ପୋଲିସ ଭଗିଆ...
ଅନ୍ୟ ରାଜ୍ୟରେ ଅଙ୍ଗୁର ଦାମ୍ରେ ବିକ୍ରି ହେଉଛି କେନ୍ଦୁଝର ଜାମୁକୋଳି
କେନ୍ଦୁଝର,୧୯ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ଜାମୁକୋଳି ପଡ଼ୋଶୀ ରାଜ୍ୟରେ ଚାହିଦା ଅଧିକ। ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ କେନ୍ଦୁଝର ଜାମୁକୋଳି ବହୁଳ ମାତ୍ରାରେ ବିକ୍ରି ହେଉଛି।...


