କଟକ ଅଫିସ, ୨୬।୬: ଭିଜିଲାନ୍ସ ନିର୍ଦ୍ଦେଶକଭାବେ ବରିଷ୍ଠ ଆଇପିଏସ୍ ଅଫିସର ଯଶୱନ୍ତ ଜେଠୱା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ବିଭାଗର ପୂର୍ବତନ ନିର୍ଦ୍ଦେଶକ ସ୍ବର୍ଗତ ଦେବାଶିଷ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ନିର୍ଦ୍ଦେଶାଳୟର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଗତ ୧୮ ତାରିଖରେ ଦେବାଶିଷଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡିଥିଲା। ଗୁରୁବାର ରାଜ୍ୟ ସରକାର ୧୯୯୪ ବ୍ୟାଚ୍ର ଆଇପିଏସ୍ ଅଫିସର ଜେଠୱାଙ୍କୁ ନିଯୁକ୍ତି ଦେଇଛନ୍ତି। ଯଶୱନ୍ତ ପୂର୍ବରୁ ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା) ସହ ଅତିରିକ୍ତ ଭାବେ କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ୱ ସମ୍ଭାଳିଥିଲେ। ଏହି ସମୟରେ ସେ ବାହାର ରାଜ୍ୟକୁ ଅମ୍ଳଜାନ ଯୋଗାଣର ଗୁରୁଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ। ସେହିପରି କଟକରେ ନକଲି କରୋନା ଔଷଧ ବିକ୍ରି ମାମଲାରେ ଔଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଶିବପ୍ରସନ୍ନ ଜେନା, ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନା ଓ ୨ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଥିଲା। ଏଥିରେ ଯଶଓ୍ବନ୍ତଙ୍କ ଭୂମିକା ରହିଥିଲା। ଏଥିସହ ସେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଆଇଜି ଥିବାବେଳେ ବହୁ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇ ପାରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ପରି ଭିଭିଆଇପିଙ୍କ ପାଇଁ ନିୟୋଜିତ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍(ଏସ୍ପିଜି)ର ଆଇଜି ଭାବେ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିଥିଲେ।
Posted inଆମ ଜିଲା ଖବର, କଟକ View All
ଧାନ କିଣାବିକା ସମସ୍ୟା: ତେଜୁଛି ଆନ୍ଦୋଳନ
ବରଗଡ଼ ଅଫିସ,୨୪ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢ଼ି ଚାଲିଛି, ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି ତେଜି ଉଠିଛି । ଗୁରୁବାର ଅତାବିରା...
ବଳାତ୍କାର ପରେ ଅଚେତ ହୋଇଗଲା, ଭୟରେ ତଣ୍ଟି ଚିପିଦେଲି
ନୟାଗଡ଼ ଅଫିସ,୨୦।୬: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା ।...
ଅକ୍ସିଜେନ ବୋଝେଇ ଟ୍ରେନ୍ରୁ ଦୀର୍ଘ ୧୧ ଘଣ୍ଟା ଧରି ଅକ୍ସିଜେନ ଲିକ୍
କେସିଙ୍ଗା,୯ା୬(ଡି.ଏନ୍.ଏ.): ସମ୍ବଲପୁର ରେଲଓ୍ବେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲଓ୍ବେ ଷ୍ଟେଶନରେ ଏକ ଅକ୍ସିଜେନ ବୋଝେଇ ଟ୍ରେନ୍ରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲିକ୍ ହୋଇଥିଲା। କେସିଙ୍ଗା ରେଲଓ୍ବେ...
ବିଭିନ୍ନ ସ୍ଥାନରେ ଚଢାଉ କଲେ ଏସଡିପିଓ: ୨ ଗିରଫ
ପୁରୁଷୋତ୍ତମପୁର,୨୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ପୁରୁଷୋତ୍ତମପୁର ଥାନା ନନ୍ଦିକ ଗ୍ରାମରେ ଅଚାନକ ଚଢାଉ କରିଥିଲେ। ବେଆଇନ ଭାବେ ମଦ ବିକ୍ରି କରୁଥିବା...
୮ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣରେ ବିଳମ୍ବ
ଯାଜପୁର ଅଫିସ,୧୮।୬: ସରକାରୀ ରିପୋର୍ଟ ଅନୁଯାୟୀ ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାଜ୍ୟ ସରକାର ବାତ୍ୟା...
ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ
କୋକସରା,୯।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ମହିମା ପଞ୍ଚାୟତ ତେନ୍ତୁଲିପଡାର ଚାଷ ଜମି ନିକଟ ଏକ ବରଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ...
ହୋଟେଲ, ଭଡ଼ାଘରେ ଚାଲିଥିଲା ଦେହ ବ୍ୟବସାୟ; ଚଢାଉ କରି…
କଟକ ଅଫିସ, ୧୩ା୬: କଟକ ସହରର ଦୁଇଟି ସ୍ଥାନରେ ଶନିବାର ଦେହ ବ୍ୟବସାୟ ଚାଲିଥିବା ପୋଲିସ ଚଢାଉ କରିଥିଲା। ଉଭୟ ସ୍ଥାନରୁ ୪ ଜଣ ଯୁବତୀଙ୍କୁ...
ଧାର, କରଜ ବଢ଼ିଲାଣି ସେଲୁନ ଖୋଲିବାକୁ ଅନୁମତି ଦିଅ
ବଡଗାଁ,୧୭ା୬: ସୁନ୍ଦରଗଡ଼ ଜିଲା ବଡଗାଁ ବାରିକ ସମାଜ ପକ୍ଷରୁ ଗୁରୁବାର ବୈଠକ କରି ସେଲୁନ ଖୋଲିବାକୁ ଅନୁମତି ଦେବାକୁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।...


