ବାଲିଗୁଡ଼ା,୨୬ା୬(ଡି.ଏନ୍.ଏ.) ନୟାଗଡ଼ ଜିଲାର ଦୁଇ କାର୍ଯ୍ୟରତ ଖବରଦାତାଙ୍କ ଉପରେ ଅବକାରୀ ବିଭାଗର ଏଏସ୍ଆଇ ଆକ୍ରମଣ ଘଟଣାକୁ କନ୍ଧମାଳ ଜିଲା ଉତ୍କଳ ଖବରଦାତା ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଶୁକ୍ରବାର ନୟାଗଡ଼ ଜିଲା ଅବକାରୀ ବିଭାଗ ପକ୍ଷରୁ ଏକ ସରକାରୀ ମଦ ଦୋକାନରେ ଚଢ଼ାଉ କରି ନକଲି ମଦ ଜବତ କରି ଅବକାରୀ ବିଭାଗ ମୋବାଇଲ କାର୍ଯ୍ୟାଳୟକୁ ଆଣି ରଖିଥିବା ବେଳେ ଖବର ସଂଗ୍ରହ କରି ବାକୁ ଯାଇ ଜବତ ମଦର ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ବେଳେ ଏସ୍ଆଇ ଧନଞ୍ଜୟ ପାତ୍ର ଓ ଜଣେ କନଷ୍ଟେବଳ ଖବରଦାତାମାନଙ୍କୁ ଧକ୍କା ମାରିବା ସହ ଗାଳିଗୁଲଜ କରିଥିଲେ। ଯାହାକୁ ନେଇ ନୟାଗଡ଼ ଥାନାରେ ଏକ ମାମଲା ଦାୟର ହୋଇଥିଲା। ଜିଲା ଖବରଦାତାମାନେ ନ୍ୟାୟ ପାଇଁ ରାତି ସାରା ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ଘଟଣାକୁ କନ୍ଧମାଳ ଉତ୍କଳ ଖବରଦାତା ସଂଘ ସଭାପତି ସନ୍ତୋଷ କୁମାର ଦାଶ, ସୁବାସ ଚନ୍ଦ୍ର ପ୍ରଧାନ, ଫିଲିମୋହନ ନାୟକ, ସୁବାସ ଚନ୍ଦ୍ର ମହାରଣା, ସଞ୍ଜୟ କୁମାର ପାଣିଗ୍ରାହୀ, ମନୋରଞ୍ଜନ ରାୟ, ପ୍ରେମଚାନ୍ଦସିଂ, ବସନ୍ତ ବେହେରା, ହିମାଂଶୁ ବେହେରା, ପ୍ରଶାନ୍ତ ବେହେରା, ରମେଶ ପ୍ରଧାନ ପ୍ରମୁଖ ଦୃଢ଼ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ କନ୍ଧମାଳ ଜିଲା ଉତ୍କଳ ଖବରଦାତା ସଂଘ ମଧ୍ୟ ଏହାର ଦୃଢ଼ ପ୍ରତିବାଦ କରିବ ବୋଲି ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, କନ୍ଧମାଳ View All
୮ଘଣ୍ଟା ପରେ ଉଦ୍ଧାର ହେଲା ଭାଲୁ
ଝରିଗାଁ, ୧୧।୬: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଞ୍ଚାୟତ ଅଧୀନ ରାଣୀଚଚରା ଗ୍ରାମକୁ ପଶି ଆସିଥିଲା ଶୁକ୍ରବାର ଏକ ଭାଲୁ। ଗ୍ରାମବାସୀ ଭାଲୁକୁ ଦେଖି...
ବଞ୍ଚାଇଦେଲା ପୋଷା କୁକୁର
ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି।...
ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଜେଠୱା
କଟକ ଅଫିସ, ୨୬।୬: ଭିଜିଲାନ୍ସ ନିର୍ଦ୍ଦେଶକଭାବେ ବରିଷ୍ଠ ଆଇପିଏସ୍ ଅଫିସର ଯଶୱନ୍ତ ଜେଠୱା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ବିଭାଗର ପୂର୍ବତନ...
ସଙ୍କଟରେ ଇସ୍ପାତ ଶିଳ୍ପ
ଯାଜପୁର ଅଫିସ, ୨୧।୬: ଅର୍ଥନୀତିକୁ ସୁଦୃଢ କରିବାକୁ ହେଲେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାଗୁଡିକ ପାଇଁ କଞ୍ଚାମାଲ ଉତ୍ତୋଳନ ଓ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ଠିକ୍...
ଯୋଗାଣ କର୍ମଚାରୀଙ୍କୁ ଅଫିସରୁ ବାହାର କରି ଧାରଣା ଦେଲା ଓକିଲ ସଂଘ
ବରଗଡ଼ ଅଫିସ,୨୩।୬: ବରଗଡ଼ ଜିଲାରେ ରବି ଧାନ ବିକ୍ରି ସମସ୍ୟା ଅସମାହିତ ହୋଇ ରହି ଯାଇଛି । ମଣ୍ଡିକୁ ବିକ୍ରି ପାଇଁ ଚାଷୀମାନେ ଧାନ ଆଣୁଥିଲେ...
ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ ହତ୍ୟା
ପାରଳାଖେମୁଣ୍ଡି,୧୩ା୬(ଡି.ଏନ୍.ଏ.): ଗଜପତି ଜିଲା ଅଡ଼ବା ଥାନା ମୁଠାଗୁଡ଼ା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ବାପପୁଅଙ୍କୁ ଅତି ନିର୍ମମ ଭାବେ ଗାଁର କିଛି ଲୋକ ହତ୍ୟା କରିଥିବା...
ଦରବୃଦ୍ଧିକୁ ନେଇ ଦିଗପହଣ୍ଡିରେ ପ୍ରତିବାଦ
ଦିଗପହଣ୍ଡି,୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ବୁଧବାର ସିପିଆଇ – ସିପିଆଇ(ଏମ) ଏବଂ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ...
ଅସୁରକ୍ଷିତ ବେଦାନ୍ତ ଖଣି ତଦନ୍ତ ଆଜିଠୁ
ଯାଜପୁର ଅଫିସ,୧୭ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ରହିଛି। ଏନେଇ ହୋଇଥିବା ଅଭିଯୋଗ ଉପରେ...


