ବାଲିଗୁଡ଼ା,୨୬ା୬(ଡି.ଏନ୍.ଏ.) ନୟାଗଡ଼ ଜିଲାର ଦୁଇ କାର୍ଯ୍ୟରତ ଖବରଦାତାଙ୍କ ଉପରେ ଅବକାରୀ ବିଭାଗର ଏଏସ୍ଆଇ ଆକ୍ରମଣ ଘଟଣାକୁ କନ୍ଧମାଳ ଜିଲା ଉତ୍କଳ ଖବରଦାତା ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଶୁକ୍ରବାର ନୟାଗଡ଼ ଜିଲା ଅବକାରୀ ବିଭାଗ ପକ୍ଷରୁ ଏକ ସରକାରୀ ମଦ ଦୋକାନରେ ଚଢ଼ାଉ କରି ନକଲି ମଦ ଜବତ କରି ଅବକାରୀ ବିଭାଗ ମୋବାଇଲ କାର୍ଯ୍ୟାଳୟକୁ ଆଣି ରଖିଥିବା ବେଳେ ଖବର ସଂଗ୍ରହ କରି ବାକୁ ଯାଇ ଜବତ ମଦର ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ବେଳେ ଏସ୍ଆଇ ଧନଞ୍ଜୟ ପାତ୍ର ଓ ଜଣେ କନଷ୍ଟେବଳ ଖବରଦାତାମାନଙ୍କୁ ଧକ୍କା ମାରିବା ସହ ଗାଳିଗୁଲଜ କରିଥିଲେ। ଯାହାକୁ ନେଇ ନୟାଗଡ଼ ଥାନାରେ ଏକ ମାମଲା ଦାୟର ହୋଇଥିଲା। ଜିଲା ଖବରଦାତାମାନେ ନ୍ୟାୟ ପାଇଁ ରାତି ସାରା ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ଘଟଣାକୁ କନ୍ଧମାଳ ଉତ୍କଳ ଖବରଦାତା ସଂଘ ସଭାପତି ସନ୍ତୋଷ କୁମାର ଦାଶ, ସୁବାସ ଚନ୍ଦ୍ର ପ୍ରଧାନ, ଫିଲିମୋହନ ନାୟକ, ସୁବାସ ଚନ୍ଦ୍ର ମହାରଣା, ସଞ୍ଜୟ କୁମାର ପାଣିଗ୍ରାହୀ, ମନୋରଞ୍ଜନ ରାୟ, ପ୍ରେମଚାନ୍ଦସିଂ, ବସନ୍ତ ବେହେରା, ହିମାଂଶୁ ବେହେରା, ପ୍ରଶାନ୍ତ ବେହେରା, ରମେଶ ପ୍ରଧାନ ପ୍ରମୁଖ ଦୃଢ଼ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ କନ୍ଧମାଳ ଜିଲା ଉତ୍କଳ ଖବରଦାତା ସଂଘ ମଧ୍ୟ ଏହାର ଦୃଢ଼ ପ୍ରତିବାଦ କରିବ ବୋଲି ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, କନ୍ଧମାଳ View All
୨ ନାବାଳିକାଙ୍କୁ ବଳାତ୍କାର
ଉମରକୋଟ, ୫।୬: ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ ଜଣ ନାବାଳକଙ୍କୁ...
କବିସୂର୍ଯ୍ୟନଗର, କୋଦଳାରେ ଇଣ୍ଡୋର ଷ୍ଟାଡିୟମ ପ୍ରସ୍ତାବ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ବିଧାୟିକା
ଛତ୍ରପୁର,୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି।...
ଏମ୍କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ
ବ୍ରହ୍ମପୁର ଅଫିସ,୧୭ା୬: ବ୍ରହ୍ମପୁର ବଡ଼ ମେଡିକାଲରେ ବୁଧବାର ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି। ଶିଶୁର ନାକ ନ ଥିବା ବେଳେ ଗୋଟିଏ ଜାଗାରେ ଦୁଇଟି...
ରାତିରେ ଶୋଇଥିଲେ, ଦଂଶିଲା ସାପ
ପାଟଣା,୨୧।୬(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜଣେ ୪୫ ବର୍ଷୀୟା ମହିଳାଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ...
ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍
ବ୍ରହ୍ମପୁର ଅଫିସ,୫ା୬: ଜନୈକା ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି।...
କରୋନାର ତୃତୀୟ ଲହରକୁ ନେଇ ଶିଶୁଙ୍କ ସ୍ବାସ୍ଥ୍ୟ ଜୋର୍ଦାର ଯାଞ୍ଚ
ବୁଗୁଡ଼ା,୧୩ା୬(ଡି.ଏନ୍.ଏ.): କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀମାନେ ଘର...
ମାଲବାହୀ ଟ୍ରେନ୍ର ୩ ବଗି ଲାଇନ୍ଚ୍ୟୁତ
କେନ୍ଦୁଝର,୬ା୬(ସ୍ବ.ପ୍ର.) କେନ୍ଦୁଝରଗଡ଼ ରେଳ ଷ୍ଟେଶନ ନିକଟରେ ମାଲବାହୀ ଟ୍ରେନ୍ର ୩ଟି ବଗି ଲାଇନ୍ଚ୍ୟୁତ ହେବା ଫଳରେ ଟ୍ରେନ୍ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି। ଆଜି ଦିନ...
ଗେମ୍ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର
ବାହାନଗା,୧୯ା୬: ମୋବାଇଲରେ ଗେମ୍ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା...


