ଭୋପାଳ,୭।୬: ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪୨ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ କୂଅରେ ପକାଇଦେଇଛନ୍ତି। ଏଥିରେ ଜଣେ ୮ ବର୍ଷୀୟା ଝିଅଙ୍କ ମୃତ୍ୟୁ ଘଟିଛି। ପୁଅ ନ ଥିବାରୁ ବ୍ୟକ୍ତି ଜଣଙ୍କ ଏଭଳି ନିଷ୍ପତ୍ତି ନେଇଛନ୍ତି। ଜଣେ ଗ୍ରାମବାସୀ ମହିଳାଙ୍କ ସ୍ବର ଶୁଣିବା ପରେ ସମ୍ପୃକ୍ତ ମହିଳା ଏବଂ ତାଙ୍କର ଗୋଟିଏ ଝିଅଙ୍କୁ ଉଦ୍ଧାର କରିଥିଲେ। ଛତ୍ରପୁର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ଚାନ୍ଦ ପୋଲିସ ଷ୍ଟେଶନ ଅଧୀନରେ ଏହି ଘଟଣା ଘଟିଛି। ଚାନ୍ଦ ପୋଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀ ସବ-ଇନ୍ସପେକ୍ଟର ରାଜେନ୍ଦ୍ର ସିଂ କହିଛନ୍ତି ଯେ, ମୃତ ଝିଅର ମା’ ବିଟିବାଇ ଯାଦବ ପୋଲିସ ଆଗରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ତିନି ମାସ ପୂର୍ବେ ସେ ଦ୍ୱିତୀୟ ଝିଅ ଜନ୍ମହେବାରୁ ସ୍ବାମୀ ରାଜା ଭାୟା ଯାଦବ ତାଙ୍କୁ ମାରପିଟ୍ କରୁଥିଲେ। ଏହି କାରଣରୁ, ସେ ଏକ ମାସ ପୂର୍ବରୁ ଝିଅଙ୍କୁ ସହିତ ତାଙ୍କ ବାପଘରକୁ ପଳାଇଥିଲେ। ନିକଟରେ ରାଜା ଭାୟା ଯାଦବ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ଶ୍ୱଶୁର ଘରୁ ନେଇଆସିଥିଲେ। ଏହାପରେ ସେ ସ୍ତ୍ରୀ ଏବଂ ୨ ଝିଅଙ୍କୁ କୂଅକୁ ଠେଲି ଦେଇଥିଲେ। ଏବେ ଅଭିଯୁକ୍ତ ଫେରାର ଅଛନ୍ତି।
ମାଡ଼ି ଆସୁଛି ନୂଆ ବିପଦ, ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଭାକ୍ସିନ୍କୁ ପ୍ରଭାବହୀନ କରିବା ଆଶଙ୍କା…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍ ଯୋଗୁ ଦେଶରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା...
ଦିଲ୍ଲୀରୁ ଆସିଲା ଖୁସି ଖବର, ମୃତ୍ୟୁ ରୋକିବାରେ ଭାକ୍ସିନ୍ର ଦ୍ୱିତୀୟ ଡୋଜ୍ ୯୫ ପ୍ରତିଶତ ପ୍ରଭାବଶାଳୀ…
ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
ସମସ୍ତ ରାଜ୍ୟ ବୋର୍ଡରେ ସମାନ ମୂଲ୍ୟାଙ୍କନ ପଦ୍ଧତି ନୁହେଁ ସମ୍ଭବ, କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ୨୧ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ରଦ୍ଦ କରି ଦିଆଯାଇଛି। ଏନେଇ ସିବିଏସ୍ଇ ବୋର୍ଡ ପକ୍ଷରୁ ଆଗତ...
ଦିଲ୍ଲୀ ଏମ୍ସରେ ଛୁଆଙ୍କ ଉପରେ ହେବ ଟିକା ପରୀକ୍ଷା
ନୂଆଦିଲ୍ଲୀ, ୧୪।୬: ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ତଥା ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର କ୍ଲିନିକାଲ ପରୀକ୍ଷା ଦିଲ୍ଲୀ ଏମ୍ସରେ ମଙ୍ଗଳବାରଠାରୁ ୬ରୁ ୧୨...
ଭିତିରି କଥା କହିଲେନି
ନୂଆଦିଲ୍ଲୀ,୨୩ା୬: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ସୁପ୍ରିମୋ ଶରଦ ପାଓ୍ବାରଙ୍କ ଘରେ ବିରୋଧୀଙ୍କ ବୈଠକକୁ ଭାଜପାକୁ ଚ୍ୟାଲେଞ୍ଜ ଦେବା ପ୍ରକ୍ରିୟାର ଆରମ୍ଭ ବୋଲି ରାଜନୈତିକ ବିଶ୍ଳେଷକମାନେ...
ମୋଦିଙ୍କ କ୍ୟାବିନେଟ୍ରେ ସିନ୍ଧିଆ ପାଇବେ ସ୍ଥାନ: ମିଳିପାରେ ରେଳ ମନ୍ତ୍ରଣାଳୟ…
ନୂଆଦିଲ୍ଲୀ,୧୩।୬: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ର ସମ୍ପ୍ରସାରଣ କରାଯିବ। ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସ୍ଥାନ ମିଳିବା ପ୍ରାୟ ନିଶ୍ଚିତ ହୋଇଛି।...
ଅଗଷ୍ଟରେ ଦ୍ୱିତୀୟ ଦେଶୀ ଟିକା
ନୂଆଦିଲ୍ଲୀ, ୪।୬(ଆଇଏଏନ୍ଏସ୍):କରୋନା ମହାମାରୀ ମୁକାବିଲାରେ ସାମିଲ ହେବାକୁ ଯାଉଛି ଭାରତ ନିର୍ମିତ ଦ୍ୱିତୀୟ ଟିକା ‘କର୍ବେଭାକ୍ସ’। ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା ଏହି ଦେଶୀ ଟିକାର...
ଅନୈତିକ ସମ୍ପର୍କ ରଖିଥିବା ମହିଳା ବି ହୋଇ ପାରିବେ ଜଣେ ଭଲ ମା’: ହାଇକୋର୍ଟ…
ଚଣ୍ଡିଗଡ଼,୨।୬: ଜଣେ ମହିଳା ଅନୈତିକ ସମ୍ପର୍କ ରଖିଥିଲେ ବି ସେ ଭଲ ମା’ ହୋଇପାରିବେ। ଅନୈତିକ ସମ୍ପର୍କ ଭଲ ମା’ ହେବାକୁ ପ୍ରଭାବିତ କରି ନ...


