ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍ ଯୋଗୁ ଦେଶରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଛି। ଅପରପକ୍ଷରେ ନୂଆ ଡେଲ୍ଡା ପ୍ଲସ୍ ଭାରିଆଣ୍ଟ୍କୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ଦେଶରେ ନୂଆ ବିପଦ ମାଡ଼ିଆସୁଛି। କରୋନା ଭୂତାଣୁର ନୂଆ ରୂପ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ସଂକ୍ରମଣ ଦେଶରେ ଆରମ୍ଭ ହୋଇସାରିଛି। ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଅର୍ଥାତ୍ ବି-୧-୬୧୭-୨-୧ କରୋନା ଭାକ୍ସିନ୍କୁ ପ୍ରଭାବହୀନ କରିବା ସହିତ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ସହଜରେ ପରାସ୍ତ କରିବ ବୋଲି ବିଶେଷଜ୍ଞ ମତପୋଷଣ କରିବା ସହିତ ସତର୍କ ସୂଚନା ଜାରି କରିଛନ୍ତି। ଦେଶରେ ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶ ଆଦି ୩ ରାଜ୍ୟରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମହାରାଷ୍ଟ୍ରରେ ୨୧ ଜଣଙ୍କଠାରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଚିହ୍ନଟ ହୋଇଥିବାବେଳେ କେରଳରେ ୩ ଜଣ ଏବଂ ମଧ୍ୟପ୍ରଦେଶରେ ୫ ଜଣ ଏହାଯୋଗୁ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରର ଜଲଗାଓଁରେ ୯ଜଣ, ମୁମ୍ବାଇରେ ୭ ଜଣ, ସିନ୍ଧୁଦୁର୍ଗ, ଥାଣେ ଏବଂ ପାଲଘର ଆଦି ଜିଲାରେ ଜଣେ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କେରଳର ପାଲକ୍କଡ୍ ଜିଲାରେ ୨ ଜଣ ଏବଂ ପାଥାନାମିଥିଟ୍ଟା ଜିଲାରେ ଜଣେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମଧ୍ୟପ୍ରଦେଶର ଭୋପାଳରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଡେଲ୍ଟା ଭାରିଆଣ୍ଟ୍ ତୁଳନାରେ ଅଧିକ ବେଗରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।
ମାଡ଼ି ଆସୁଛି ନୂଆ ବିପଦ, ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଭାକ୍ସିନ୍କୁ ପ୍ରଭାବହୀନ କରିବା ଆଶଙ୍କା…
Posted inକରୋନା ଭାଇରସ୍, ଜାତୀୟ View All
ଭାରତରେ ବିଦେଶୀ ଟିକାର ପରୀକ୍ଷା କରାଯିବ ନାହିଁ
ନୂଆଦିଲ୍ଲୀ,୨।୬: ବିଶ୍ୱସ୍ତରରେ ଉପଲବ୍ଧ ହେଉଥିବା କୋଭିଡ୍-୧୯ ଟିକା ଭାରତରେ ବିନା କ୍ଲିନିକାଲ ପରୀକ୍ଷା ଏବଂ ଅନୁମୋଦନରେ ବ୍ୟବହାର ହୋଇପାରିବ। ଭାରତର ଔଷଧ ମହାନିୟନ୍ତ୍ରକ (ଡିଜିଜିଆଇ) ପକ୍ଷରୁ...
ଭାଜପାକୁ ଝଟ୍କା: ଟିଏମ୍ସିକୁ ଫେରିପାରନ୍ତି ମୁକୁଲ ରାୟ
କୋଲକତା,୧୧।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଭାଜପାକୁ ଆଉ ଏକ ଝଟକା ଲାଗିଛି। ଭାଜପା ବଡ ନେତା ମୁକୁଲ ରାୟ ନିଜ ପୁଅ ଶୁଭ୍ରାଂଶୁଙ୍କ...
ଟିକା କିଣିବା ପାଇଁ ପ୍ରାଇଭେଟ ମେଡିକାଲକୁ ଦିଆଯିବ ବିନା ସୁଧରେ ଟଙ୍କା
ଗୁଆହାଟୀ,୪।୬: ଆସାମରେ କୋଭିଡ୍ ଟିକାକରଣକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଏକ ଭିନ୍ନ ଉପାୟ ବାହାର କରିଛନ୍ତି। ବିଭିନ୍ନ ଟିକା ଉତ୍ପାଦନକାରୀ...
୮ ଜିଲାରେ ଅକ୍ସିଜେନ୍ ପ୍ଲାଣ୍ଟ ଶିଳାନ୍ୟାସ
ଭୁବନେଶ୍ୱର, ୧୯।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସ ଜରିଆରେ ରାଜ୍ୟର ୮ ଜିଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍ଘାଟନ କରିବା ସହ ତରଳ...
ୟୁପିରେ ଲଗାଣ ବର୍ଷା ସାମ୍ନାକୁ ଆଣିଲା ଆଉ ଏକ କବରସ୍ଥାନ
ଲକ୍ଷ୍ନୌ, ୨୪।୬: ମୌସୁମୀ ବର୍ଷା ଯୋଗୁ ବୃଦ୍ଧିପାଇଛି ଗଙ୍ଗାନଦୀର ଜଳସ୍ତର। ଏଥି ଯୋଗୁ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଲୁକାୟତ ଥିବା ଆଉ ଏକ କବରସ୍ଥାନ।...
୬୧ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ଅଢ଼େଇ କିଲୋର ଟ୍ୟୁମର ବାହାର କଲେ ଡାକ୍ତର
ପାଟନା,୧୯।୬: ବିହାର ପାଟନା ସ୍ଥିତ ଏମ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏମ୍ସର ଡାକ୍ତରମାନେ ଜଣେ ୬୧ବର୍ଷୀୟ ବୃଦ୍ଧଙ୍କ ସଫଳ ଚିକିତ୍ସା କରି ତାଙ୍କର...
ବାଘ, ସିଂହର କରୋନା ମୃତ୍ୟୁ
ରାଞ୍ଚି/ଚେନ୍ନାଇ: ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ...
ମାସ୍କ ନ ପିନ୍ଧିବାରୁ ବ୍ୟାଙ୍କ୍ରେ ଗ୍ରାହକଙ୍କୁ ଗୁଳି
ବରେଲି,୨୫।୬: ମାସ୍କ ପିନ୍ଧି ନ ଥିବାରୁ ଜଣେ ଗ୍ରାହକଙ୍କୁ ଗୁଳି କରିଛନ୍ତି ଏକ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ। ଉତ୍ତର ପ୍ରଦେଶର ବରେଲି ଜିଲାରେ ଘଟିଛି ଏଭଳି...


