ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିୟର ବଦଳାଇ ଦେଇଥିଲା ଟେଲି ଧାରାବାହିକ ‘ପବିତ୍ର ରିସ୍ତା’। ତାଙ୍କ ମୃତ୍ୟୁ ପରେ ଓଟିଟି ପ୍ଲାଟଫର୍ମରେ ଏହି ଧାରାବାହିକ ପୁଣି ଥରେ ଦେଖିବାକୁ ପାଇବେ ଦର୍ଶକ। ସେ ବି ନୂଆ ରୂପରେ। ନୂଆ ଅଭିନେତାଙ୍କ ସହ। ଧାରାବାହିକର ଦ୍ୱିତୀୟ ଭାଗରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ପୁଣିଥରେ ଅର୍ଚ୍ଚନା ଭୂମିକାରେ ନଜର ଆସିବେ। ସେହିଭଳି ସୁଶାନ୍ତଙ୍କ ଭୂମିକାରେ ନଜର ଆସିପାରନ୍ତି ଅଭିନେତା ଶାହିର ଶେଖ। ଯଦି ଏଭଳି ହୁଏ ତେବେ ପବିତ୍ର ରିସ୍ତା ୨.୦ରେ ଶାହିର ମାନବ ଦେଶମୁଖ ଭୂମିକା ତୁଲାଇବେ।
ଶାହିର ପୂର୍ବରୁ ‘କୁଛ ରଙ୍ଗ ପ୍ୟାର୍ କେ ଐସେ ଭି’, ‘ୟେ ରିସ୍ତେ ହୈ ପ୍ୟାର୍ କେ, ମହାଭାରତ’ରେ ନଜର ଆସିଛନ୍ତି। ତାଙ୍କ ପୂର୍ବରୁ ଅଭିନେତା ହର୍ଷଦ ଚୋପ୍ରାଙ୍କୁ ମାନବଙ୍କ ଭୂମିକା ପାଇଁ କୁହାଯାଇଥିଲା। ହେଲେ ଏବେ ଶାହିଦଙ୍କୁ ବଛାଯାଇଥିବା ନେଇ ଚର୍ଚ୍ଚା ହେଉଛି।
୨୦୦୯ରେ ଜି ଟିଭିରେ ପ୍ରସାରିତ ହୋଇଥିଲା ପବିତ୍ର ରିସ୍ତା। ଦୁଇ ବର୍ଷ ଧରି ସୁଶାନ୍ତ ଏଥିରେ ମାନବ ଭୂମିକାରେ ଅଭିନୟ କରିଥିଲେ। ୨୦୧୪ରେ ଏହା ଅଫ୍ ଏୟାର ହୋଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.