ଭୋପାଳ,୪।୬: ମଧ୍ୟପ୍ରଦେଶରେ ବିଭିନ୍ନ ଦାବି ନେଇ ୬ଟି ମେଡିକାଲ କଲେଜର ଡାକ୍ତରମାନେ ହରତାଳ କରିଥିଲେ। ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଗୁରୁବାର ରାଜ୍ୟର ୬ ଟି ସରକାରୀ ମେଡିକାଲ କଲେଜର ଜୁନିଅର ଡାକ୍ତରମାନଙ୍କୁ ୨୪ ଘଣ୍ଟା ମଧ୍ୟରେ କାମକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହି ନିର୍ଦ୍ଦେଶ ଦେବାର କିଛି ଘଣ୍ଟା ପରେ ପ୍ରାୟ ୩୦୦୦ ଜୁନିଅର ଡାକ୍ତର ଇସ୍ତଫା ଦେଇଛନ୍ତି। ମଧ୍ୟପ୍ରଦେଶ ଜୁନିଅର ଡାକ୍ତର ସଂଘ ସଭାପତି ଅରବିନ୍ଦ ମୀନା କହିଛନ୍ତି ଯେ, ରାଜ୍ୟର ୬ ଟି ମେଡିକାଲ କଲେଜର ପ୍ରାୟ ୩ ହଜାର ଜୁନିଅର ଡାକ୍ତର ନିଜ ନିଜ ମେଡିକାଲ କଲେଜର ଡିନ୍ଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ତୃତୀୟ ବର୍ଷର ଜୁନିଅର ଡାକ୍ତରଙ୍କ ନାମଲେଖା ବାତିଲ କରିଛନ୍ତି। ଏହାଦ୍ୱାରା ସେମାନେ ଆଉ ପରୀକ୍ଷା ଦେଇପାରିବେ ନାହିଁ। ପିଜି କରୁଥିବା ଏହି ଜୁନିୟର ଡାକ୍ତରମାନେ କହିଛନ୍ତି ତିନି ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ମିଳେ ଦୁଇ ବର୍ଷ କଲେ ଡିପ୍ଲୋମା ସାର୍ଟିଫିକେଟ ମିଳିବ। ତେଣୁ ଏନରୋଲମେଣ୍ଟ ରଦ୍ଦ କରିବା ନିଷ୍ପତ୍ତିକୁ ସେମାନେ ବିରୋଧ କରୁଛନ୍ତି। ମୀନା କହିଛନ୍ତି ଯେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଆମେ ଶୀଘ୍ର ସୁପ୍ରିମକୋର୍ଟ ଯିବୁ।
ମଧ୍ୟପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏବଂ ଜଷ୍ଟିସ ସୁଜୟ ପାଲଙ୍କ ଏକ ଯୁଗ୍ମ ବେଞ୍ଚ ରାଜ୍ୟସ୍ତରୀୟ ଜୁନିଅର ଡାକ୍ତରଙ୍କ ଧର୍ମଘଟକୁ ବେଆଇନ ବୋଲି କହି ଜୁନିୟର ଡାକ୍ତରମାନଙ୍କୁ ୨୪ ଘଣ୍ଟା ମଧ୍ୟରେ କାମକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି କନିଷ୍ଠ ଡାକ୍ତରମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଧର୍ମଘଟ ଶେଷ କରିବା ପରେ କାର୍ଯ୍ୟକୁ ଫେରନ୍ତି, ତେବେ ରାଜ୍ୟ ସରକାର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
ଇନ୍ଷ୍ଟାଗ୍ରାମର ବଡ଼ ତ୍ରୁଟି ବାହାର କରିଥିବା ଛାତ୍ରଙ୍କୁ ଫେସ୍ବୁକ ଦେଲା ପୁରସ୍କାର
ମୁମ୍ବାଇ,୧୬।୬: ଭାରତୀୟ ହ୍ୟାକରଙ୍କୁ ଫେସ୍ବୁକ ଦେଲା ୨୨ଲକ୍ଷ ଟଙ୍କା ପୁରସ୍କାର ରାଶି। ପୁରସ୍କାର ରାଶି ପଛରେ ଥିବା କାରଣ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା...
ନକଲି ଟିକାକରଣର ଶିକାର ହେଲା ଟିପ୍ସ ଇଣ୍ଡଷ୍ଟ୍ରି: ୩୬୫କର୍ମଚାରୀଙ୍କୁ ଟିକା ଦିଆଯିବା ପରେ ବି ମିଳିଲାନି ସାର୍ଟିଫିକେଟ
ମୁମ୍ବାଇ,୧୮।୬: ବର୍ତ୍ତମାନ ଦେଶରେ ନକଲି ଟିକାକରଣକୁ ନେଇ ଚର୍ଚ୍ଚା ଚୋର ଧରିଛି। ନିକଟରେ ମୁମ୍ବାଇର ହିରାନନ୍ଦାନୀ ସୋସାଇଟିରେ ୩୯୦ଜଣଙ୍କୁ ମିଛ ଟିକାକରଣ କରାଯାଇଥିବା ଅଭିଯୋଗ ହୋଇଥିବା...
୬୦ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
ହିମାଚଳ ପ୍ରଦେଶରେ ଲାଗିଛି ଲମ୍ବା ଟ୍ରାଫିକ୍
ଶିମଲା,୧୩।୬: ହିମାଚଳ ପ୍ରଦେଶରେ ପ୍ରବେଶ କରିବା ପାଇଁ ଆରଟି-ପିସିଆର ରିପୋର୍ଟ ଦରକାର ନାହିଁ। ଏହି ଘୋଷଣା ହେବା ପରେ ରାଜ୍ୟର ପ୍ରବେଶ ପଥରେ ସୃଷ୍ଟି ହୋଇଛି...
ବିଧାନସଭା କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ରାଜ୍ୟପାଳ, ଅଭିଯୋଗ ଆଣିଲେ ବାଚସ୍ପତି…
କୋଲକାତା,୨୩।୬: ବିଧାନସଭା କାର୍ଯ୍ୟ ବାଧା ସୃଷ୍ଟି କରିବା ସହିତ ରାଜ୍ୟପାଳ ଜଗଦୀପ୍ ଧାନଖର ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ...
କରୋନା ଗ୍ରାଫ୍ ତଳ ମୁହାଁ…
ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିଲ୍ଲୀରୁ ପୁଣି ଖୁସି ଖବର...
ମୁଣ୍ଡ ପିଟି ବାହୁନି କାନ୍ଦିଲେ ମା’: ଜୀବନ ଫେରି ପାଇଲେ ୭ ବର୍ଷର ବାଳକ…
ବାହାଦୂରଗଡ଼,୧୭।୬: କୁହାଯାଏ ମା’ ଡାକରେ ଅମୃତ ରହିଛି। ମା’ ଡାକରେ ପିଲା ଆପଣା ଛାଏଁ ଟାଣି ହୋଇ ଚାଲି ଆସିଥାଏ। ଏହାର ସଦ୍ୟତମ ଉଦାହରଣ ହରିୟାଣାର...
ନାଇଜେରିଆରେ ଟୁଇଟରର ଜାଗା ନେବ ‘କୁ’
ନୂଆଦିଲ୍ଲୀ,୫।୬: ଆଫ୍ରିକୀୟ ଦେଶ ନାଇଜେରିଆ ଶୁକ୍ରବାର ଟୁଇଟରକୁ ବନ୍ଦ କରିଦେବା ପରେ ଭାରତୀୟ ସୋସିଆଲ ନେଟ୍ଓ୍ବର୍କିଂ କମ୍ପାନୀ ‘କୁ’ ଏବେ ସେଠାରେ ପ୍ରବେଶ ଲାଗି ବିଚାର...


