ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାଯିବାକୁ ନେଇ ଜୋର ଧରିଲା ରାଜନୀତି। ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ରକୁ ବାଦ୍ଦେଇ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବାରୁ ବିଭିନ୍ନ ସ୍ଥାନରେ ଭାଜପା ପ୍ରତିବାଦ କରିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ବିଜେଡି, ଭାଜପା ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି। କଂଗ୍ରେସ କିନ୍ତୁ ଉଭୟ ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିଛି।
ବାଲେଶ୍ୱର, ଜୟପୁର ଓ ରାୟଗଡ଼ାରେ ଭାଜପା ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି। ବାଲେଶ୍ୱରରେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ବିନା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଥିବାରୁ ଭାଜପା କର୍ମୀମାନେ ହୋହଲ୍ଲା କରିବା ସହିତ ବିରୋଧ କରିଛନ୍ତି। ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନ ଟିକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବାରୁ ଭାଜପା କର୍ମୀମାନେ ସେଠାରେ ପ୍ରତିବାଦ କରିଥିଲେ। ଏହାସହ ଟିକାକରଣ ପୂର୍ବରୁ ସେମାନେ ରିବନ ଛିଣ୍ଡାଇ ମୋଦିଙ୍କ ଫଟୋ ଜବରଦସ୍ତ ଲଗାଇଛନ୍ତି। ଅନ୍ୟପଟେ ଜୟପୁରର ଟିକାକରଣ କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଟିକାକରଣ ନେଇ ରାଜ୍ୟ ସରକାର ବାହାବା ନେବାକୁ ଚେଷ୍ଟା କରୁଥିବା ଭାଜପା କର୍ମୀମାନେ ଅଭିଯୋଗ କରି ସିଡିଏମ୍ଓଙ୍କୁ ଘେରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ଅନେକ ସ୍ଥାନରୁ ଚିରିଦେଇଛନ୍ତି। ଅନ୍ୟପଟେ ରାୟଗଡ଼ା ୟୁଜିଏମ୍ଆଇଟିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ରହିବାରୁ ଭାଜପା ପ୍ରତିବାଦ କରିଛି। ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ମାଗଣାରେ ଟିକା ଦେଉଥିବା ବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ବୋଲି ଭାଜପା ପ୍ରଶ୍ନ କରିଛି। ସେହିପରି ଅନୁଗୋଳ ଜିଲାରେ ମଧ୍ୟ ସମାନ ଘଟଣା ଦୃଷ୍ଟିକୁ ଆସିଛି। ଭାଜପା କର୍ମୀମାନେ ଜୋରଦାର ପ୍ରତିବାଦ କରିଛନ୍ତି।
ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟ ସରକାର ଅନେକ କେନ୍ଦ୍ରୀୟ ଯୋଜନା ହଡ଼ପ କରି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି। ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ଫଟୋ ପୋଷ୍ଟର ଲଗାଯିବା କଥା। ଏନେଇ ଉଭୟ କେନ୍ଦ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବେ ବୋଲି ପ୍ରତାପ କହିଛନ୍ତି।
ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, ସଂଘୀୟ ବ୍ୟବସ୍ଥାକୁ ଭଲ ଭାବେ ବୁଝୁଥିବା କେନ୍ଦ୍ରମନ୍ତ୍ରୀ ଅସହିଷ୍ଣୁ ଭାବ ପ୍ରକାଶ କରିବା ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା କୋଭିଡ୍ ପରିଚାଳନାରେ ମାଗଣା ଚିକିତ୍ସା, ଭିତ୍ତିଭୂମିଠାରୁ ଆରମ୍ଭକରି ବିଭିନ୍ନ ବ୍ୟବସ୍ଥା କରି ଅନ୍ୟ ରାଜ୍ୟ ତୁଳନାରେ ପ୍ରଶଂସିତ ହୋଇଛି। ଟିକାକରଣ ଭଳି ସାମୂହିକ ସ୍ବାସ୍ଥ୍ୟ ଅଭିଯାନ ସମୟରେ ଏଠାରେ ସଂକୀର୍ଣ୍ଣ ରାଜନୈତିକ ତୁ ତୁ ମେ ମେ ଠିକ୍ ନୁହେଁ। କିଭଳି ଅନୁକୂଳ ବାତାବରଣ ଭିତରେ ଗାଁ ଗହଳି ଲୋକମାନଙ୍କର ଠିକ୍ ଭାବେ ଟିକାକରଣ ହୋଇପାରିବ ସେଥିପ୍ରତି ଧ୍ୟାନଦେବା ଆବଶ୍ୟକ ବୋଲି ଦେବୀ କହିଛନ୍ତି।
ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଯଦି କେନ୍ଦ୍ର ମାଗଣା ଟିକା ଦେଉଛି ବୋଲି ମୋଦିଙ୍କ ଫଟୋ ଲାଗିବା କଥା ଭାଜପା କହୁଛି ତେବେ ଲୋକମାନେ ଟଙ୍କା ଦେଇ ପେଟ୍ରୋଲ ପକାଉଛନ୍ତି, ପେଟ୍ରୋଲ ପମ୍ପଗୁଡ଼ିକରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଲାଗୁଛି। ପୋଷ୍ଟର ଲଗାକୁ ନେଇ ଯେଉଁ ପ୍ରତିଯୋଗିତା ଚାଲିଛି ତାହା ନିନ୍ଦନୀୟ। କିପରି ରାଜ୍ୟର ସବୁ ଲୋକ ଟିକା ନେଇପାରିବେ ସେଥିନେଇ ଉଭୟ ସରକାର ମିଳିତ ଭାବେ ପ୍ରତିଯୋଗିତା କରିବା ଆବଶ୍ୟକ। ମାଗଣା ଟିକା ଦେଉଛନ୍ତି ବୋଲି ପ୍ରଚାର କରିବାକୁ ଭାଜପା ମୋଦିଙ୍କ ଫଟୋ ଛାପିବାକୁ ଚାହୁଁଛି, ସେମିତି ୨ୟ ଲହରରେ ଭାରତ କରୋନା ସଂକ୍ରମଣରେ ଏକ ନମ୍ବର ହୋଇଛି ସେକଥା ଲେଖି ଫଟୋ ମାରୁନାହାନ୍ତି। ମହାମାରୀ ସମୟରେ ଲୋକେ ଖାଇବାକୁ ପାଉନାହାନ୍ତି, ଏଠି ଟିକାକରଣ ନ କରି ରାଜନୀତି କରିବା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିବାରେ ଅସୁବିଧା କେଉଁଠି ରହିଛି। ସବୁ ତ ମିଶିକରି କରୁଛନ୍ତି, ଏ କ୍ଷେତ୍ରରେ ଅସୁବିଧା କ’ଣ ରହିଗଲା ବୋଲି ନିରଞ୍ଜନ ପ୍ରଶ୍ନ ଉଠାଇଛନ୍ତି।
ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର
ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି...
ପୁରୀରେ ହେବ ଆନ୍ତର୍ଜାତିକ ବିମାନ ବନ୍ଦର
ପୁରୀ ଅଫିସ,୧୮ା୬: ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍ ଗୁରୁବାର ପ୍ରସ୍ତାବିତ...
କରୋନାରେ ଚାଲିଗଲେ କଣ୍ଠଶିଳ୍ପୀ ତପୁ ମିଶ୍ର
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶନିବାର ପରଲୋକ ଘଟିଛି। ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ନିକଟରେ ସେ...
ନିଃଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ
ଭୁବନେଶ୍ୱର,୩।୬: କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ଲାଇଲ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଏବଂ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକା ହେଲ୍ଥ ଆଣ୍ଡ...
ବିପଦରେ ଚିଲିକା, ସୌନ୍ଦର୍ଯ୍ୟ କମୁଛି
ଛତ୍ରପୁର,୮।୬(ଡି.ଏନ୍.ଏ.): ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଓ ଚିଙ୍ଗୁଡ଼ି ଚାଷ ଲାଗି ହ୍ରଦର ସୌନ୍ଦର୍ଯ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏଥିନେଇ ଏହାକୁ ଉଚ୍ଛେଦ...
ସୋସିଆଲ ମିଡ଼ିଆରେ ଅମ୍ରିତଙ୍କ ପାଇଁ ଚାଲିଛି ପାଣ୍ଠି ସଂଗ୍ରହ
ଭୁବନେଶ୍ୱର,୩।୬(ବ୍ୟୁରୋ): ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ଜଣେ ଗୁରୁତର ରୋଗୀଙ୍କୁ ଗୁରୁବାର ଗ୍ରୀନ କରିଡରେ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଇଥିଲା। ସେ ହେଲେ ବ୍ରହ୍ମପୁରର ଅମ୍ରିତ ପ୍ରଧାନ।...
ଆଉ ୧୦ ଦିନ ପରେ ହୋଇଥାନ୍ତା ବାହାଘର: କରୋନା ନେଇଗଲା ଜୀବନ
ବାଉଁଶୁଣୀ,୧୨ା୬: ବାହାଘର ଥିଲା ଆଉ ୧୦ ଦିନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ବାହା ହେବାକୁ ଥିବା ଯୁବକ ଜଣକ କରୋନାରେ...
ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା
କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ...


