ନୂଆଦିଲ୍ଲୀ, ୧।୬
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅବଶିଷ୍ଟାଂଶ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ଏକ ବିସିସିଆଇ ଅଧିକାରୀ ଦଳ ସୋମବାର ଦୁବାଇରେ ପହଞ୍ଚତ୍ଥିବା ଜଣାଯାଇଛି। ବିଧିବଦ୍ଧଭାବେ ଘୋଷଣା କରାଯାଇ ନ ଥିଲେ ହେଁ ଆଗାମୀ ଆଇପିଏଲ୍ରେ ଦର୍ଶକଙ୍କୁ ଅନୁମତି ମିଳିବା ସମ୍ଭାବନା ରହିଛି। କୌଣସି ସ୍ପୋର୍ଟିଂ ଇଭେଣ୍ଟରେ ଦର୍ଶକଙ୍କୁ ଅନୁମତି ସମ୍ପର୍କିତ ୟୁଏଇ ସରକାରଙ୍କ ପଲିସି ଅନୁସାରେ ସମ୍ପୂର୍ଣ୍ଣ ଟିକା ନେଇ ସାରିଥିବା କ୍ରିକେଟପ୍ରେମୀ ଷ୍ଟାଡିୟମରେ ଆଇପିଏଲ୍ ଦେଖିବା ସୁଯୋଗ ପାଇପାରନ୍ତି। ୟୁଏଇ ଜନସଂଖ୍ୟାର ଅଧିକାଂଶ ଭାଗ ଟିକା ନେଇ ସାରିଛନ୍ତି। ସ୍ଥାନୀୟ ସରକାରଙ୍କ ଏପରି ନିୟମ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିମ୍ବା ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ପାଇଁ ଦର୍ଶକଙ୍କୁ ନେଇ ଚିନ୍ତା କରିବାର ନାହିଁ। ଟିକା ନେଇ ସାରିଥିବା ବ୍ୟକ୍ତିଙ୍କୁ ଷ୍ଟାଡିୟମ କ୍ଷମତାର ୫୦ ପ୍ରତିଶତ ପାଇଁ ଅନୁମତି ମିଳିବ।
ୟୁଏଇ ସରକାର ଏବଂ ଇସିବି ସହିତ ଫ୍ରାଞ୍ଚାଇଜ୍ ସମ୍ପର୍କିତ ଆଲୋଚନା ପାଇଁ ବିସିସିଆଇ ସମ୍ପାଦକ ଜୟ ଶାହା, କୋଷାଧ୍ୟକ୍ଷ ଅରୁଣ ସିଂ ଧୁମାଲ, ଉପସଭାପତି ରାଜୀବ ଶୁକ୍ଳା ଏବଂ ଯୁଗ୍ମ ସମ୍ପାଦକ ଜୟେଶ ଜର୍ଜ ଦୁବାଇ ଯାଇଛନ୍ତି। ଭାରତୀୟଙ୍କ ପାଇଁ ୟୁଏଇ ସରକାରଙ୍କ ଭ୍ରମଣ କଟକଣା ଯୋଗୁ ବିସିସିଆଇ ପ୍ରତିନିଧି ଦଳକୁ ସ୍ବତନ୍ତ୍ର ଅନୁମତିର ଆବଶ୍ୟକତା ପଡ଼ିଥିଲା। ଇସିବି ଅଫିସିଆଲମାନେ ୟୁଏଇ ସରକାରଙ୍କ ସହ ଆଲୋଚନା କରି ଏପରି ବନ୍ଦୋବସ୍ତ କରିଥିବା ଜଣାଯାଇଛି। ସେଠାରେ ବିସିସିଆଇ ପ୍ରତିନିଧିମାନେ ଲିଗ୍ର ଅବଶିଷ୍ଟ ୩୧ ମ୍ୟାଚ ଆୟୋଜନକୁ ନେଇ ବିଭିନ୍ନ ଯୁକ୍ତିଯୁକ୍ତ ଏବଂ ପରିଚାଳନାଗତ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ। ପ୍ରତିଯୋଗିତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୦ ମଧ୍ୟରେ ଆୟୋଜନ ହେବା ଆଶା କରାଯାଉଛି। ଗତବର୍ଷ ସମ୍ପୂର୍ଣ୍ଣ ଆଇପିଏଲ୍ ଆୟୋଜନ ଅଭିଜ୍ଞତା ରଖିଥିବାରୁ ଇସିବି ପାଇଁ ୩୧ ମ୍ୟାଚ ଆୟୋଜନ ବିଶେଷ କଷ୍ଟକର ହେବନାହିଁ। ପାଖାପାଖି ୧୦୦ ଦିନ ବାକିଥିବାରୁ ଲିଗ୍ ଆୟୋଜନ ବ୍ୟବସ୍ଥା କରିବା ମଧ୍ୟ ସହଜ ହେବ।
ବୋପାନ୍ନା-ସ୍କୁଗୋର ଦ୍ୱିତୀୟ ରାଉଣ୍ଡରେ
ପ୍ୟାରିସ୍, ୨ା୬ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କ୍ରୋଏସିଆର ଫ୍ରାଙ୍କୋ ସ୍କୁଗୋର ଫ୍ରେଞ୍ଚ ଓପନ୍ ଟେନିସ୍ ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର...
ପନ୍ତଙ୍କୁ ସମାଲୋଚନା କଲେ ପୂର୍ବତନ ଖେଳାଳି
ନୂଆଦିଲ୍ଲୀ,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ରିଜର୍ଭ ଡେ’ରେ ସେଟ୍ ହୋଇସାରିଥିବା ରିଷଭ ପନ୍ତ ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟଙ୍କୁ ଷ୍ଟେପ ଆଉଟ୍ କରି ବଡ଼...
ଜାତୀୟ ଆନ୍ତଃରାଜ୍ୟ ଆଥ୍ଲେଟିକ ଚାମ୍ପିୟନଶିପ୍: ୧୦୦ ମିଟର ଫାଇନାଲରେ ଅମିୟ
ଭୁବନେଶ୍ୱର,୨୬।୬: ପଞ୍ଜାବର ପଟିଆଲାଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୬୦ତମ ଜାତୀୟ ଆନ୍ତଃରାଜ୍ୟ ଆଥ୍ଲେଟିକ ଚାମ୍ପିୟନଶିପ୍। ନେତାଜୀ ସୁଭାଷ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋଟର୍ସ (ଏନ୍ଏସ୍ଏନ୍ଆଇଏସ୍)ଠାରେ ଆରମ୍ଭ...
ଫେଲ୍ ମାରିଲା ତାରକା ଖଚିତ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନଅଫ୍
ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଫେଲ୍ ମାରିଛି ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ଅଫ୍। ଦଳରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି,...
ଆଇପିଏଲ ଫାଇନାଲର ଦୁଇ ଦିନ ପରେ ଟି୨୦ ବିଶ୍ୱକପ୍
ନୂଆଦିଲ୍ଲୀ,୨୫।୬: ଆଗାମୀ ଟି୨୦ ବିଶ୍ୱକପ୍ ଭାରତରେ ହେବ ନାହିଁ। ୧୬ ଦଳକୁ ନେଇ ଖେଳାଯିବାକୁ ଥିବା ଇଭେଣ୍ଟ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯିବ। ଅକ୍ଟୋବର...
କୋପା ଆମେରିକା ଫୁଟ୍ବଲ: ନକ୍ଆଉଟ୍ରେ ଉରୁଗୁଏ, ପାରାଗୁଏ
ସାଓ ପାଉଲୋ,୨୬।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଉରୁଗୁଏ ଓ ପାରାଗୁଏ ନକ୍ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଗ୍ରୁପ୍ ଏ’ରେ ଗୁରୁବାର ଅନୁଷ୍ଠିତ ମ୍ୟାଚ୍ଗୁଡିକରେ ଏହି...
ତଥାପି ଅଭ୍ୟାସକୁ ଗୁରୁତ୍ୱ ଦେଉନି ବିରାଟ ବାହିନୀ
ନୂଆଦିଲ୍ଲୀ,୨୫।୬: ଅଭ୍ୟାସ ଅଭାବରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପରାସ୍ତ ହେଲା ଟିମ୍ ଇଣ୍ଡିଆ। ତଥାପି ଅଭ୍ୟାସକୁ ଗୁରୁତ୍ୱ ଦେଉ ନାହିଁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ...
ୟୁରୋକପ୍ ଫୁଟ୍ବଲ ଉଦ୍ଘାଟିତ
ରୋମ୍,୧୩।୬(ଏପି): କୋଭିଡ୍-୧୯ ସାରା ବିଶ୍ୱକୁ ପ୍ରଭାବିତ କରିବା ପରେ ପ୍ରଥମଥର ପାଇଁ କୌଣସି ବୃହତ୍ ସ୍ପୋଟର୍ସ ଇଭେଣ୍ଟ ଆରମ୍ଭ ହୋଇଛି। ୟୁରୋପ ମହାଦେଶର ସର୍ବବୃହତ୍ ଫୁଟ୍ବଲ...


