ଫିଲ୍ମ ଇଣ୍ଡଷ୍ଟ୍ରିର ରଙ୍ଗୀନ ଦୁନିଆରେ କେଉଁ ଷ୍ଟାର ଆଗକୁ ଯିବେ ତାହା କହିବା ଅତ୍ୟନ୍ତ କଷ୍ଟକର। ଏହି ଲାଇନ୍ରେ ଆସି ଅନେକ ଭଲ ତାରକା ମଧ୍ୟ କ୍ୟାରିୟର କରି ପାରି ନାହାନ୍ତି। କାରଣ ଉତ୍ଥାନ-ପତ୍ତନ ଏହି ଲାଇନ୍ରେ ସାଧାରଣ କଥା। ବେଳେବେଳେ କେତେକ କଳାକାର ଥରକରେ ସଫଳତାର ଉଚ୍ଚତାକୁ ସ୍ପର୍ଶ କରନ୍ତି। କେତେବେଳେ ସେ କାମ ପାଆନ୍ତି ନାହିଁ। ଆଫତାବ ଶିବଦାସାନି ମଧ୍ୟ ସେହି କଳାକାରମାନଙ୍କ ମଧ୍ୟରୁ ଜଣେ। ଆଜି ଆଫତାବ ଜନ୍ମଦିନରେ, ତାଙ୍କ ସହ ଜଡିତ କିଛି କଥା ଜାଣନ୍ତୁ।
ବଲିଉଡ ଅଭିନେତା ଆଫତାବ ୨୫ ଜୁନ ୧୯୭୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ଆଫତାବ ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି । ଆଫତାବ ବଲିଉଡର କିଛି କଳାକାରଙ୍କ ମଧ୍ୟରୁ ଜଣେ, ଯିଏ ପିଲାଦିନରୁ କ୍ରମାଗତ ଭାବରେ ଫିଲ୍ମରେ କାମ କରୁଛନ୍ତି, କିନ୍ତୁ ସଫଳତା ହାସଲ କରି ପାରି ନାହାନ୍ତିି। ଫିଲ୍ମ ‘ମଷ୍ଟ’ରେ ମୁଖ୍ୟ ଭୂମିକାରେ ସେ ବଲିଉଡରେ ଡେବ୍ୟୁ କରିଥିଲେ।
ପରେ ସେ ଅନେକ ଫିଲ୍ମ କରିଥିଲେ ହେଲେ ଯେତେବେଳେ ତାଙ୍କ ଫିଲ୍ମ ଗୋଟିଏ ପରେ ଗୋଟିଏ ଫ୍ଲପ ହେବା ଆରମ୍ଭ କଲା, ସେତେବେଳେ ସେ କମେଡି ଫିଲ୍ମର ସାହାରା ନେଲେ। ଯଦିଓ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ବିଶେଷ ନଥିଲା, କିନ୍ତୁ ପ୍ରଡକ୍ସନ ହାଉସ ଏବଂ ଅନ୍ୟାନ୍ୟ ଇଭେଣ୍ଟ ମାଧ୍ୟମରେ ସେ ବହୁତ ରୋଜଗାର କରନ୍ତି। ମୁମ୍ବାଇରେ ତାଙ୍କର ନିଜର ବିଳାସପୂର୍ଣ୍ଣ ଏବଂ ସୁସଜ୍ଜିତ ଆପାର୍ଟମେଣ୍ଟ ଅଛି ।ଏହା ବ୍ୟତୀତ ସେ ଗାଡିକୁ ବହୁତ ଭଲ ପାନ୍ତି। ସେ ବର୍ତ୍ତମାନ ମଧ୍ୟ ବଲିଉଡରେ ସକ୍ରିୟ ଅଛନ୍ତି, କିନ୍ତୁ ତାଙ୍କୁ କୌଣସି ବଡ ଫିଲ୍ମ ମିଳୁନାହିଁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.