ପ୍ରତାପଗଡ,୧।୬: ଉତ୍ତର ପ୍ରଦେଶର ପ୍ରତାପଗଡ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବିବାହ ସମାରୋହରେ ବରକୁ ବରଣମାଳା ପିନ୍ଧାଇବା ପାଇଁ ଷ୍ଟେଜ୍ ଉପରକୁ ଯିବା ପୂର୍ବରୁ କନ୍ୟା ରିଭଲଭରରେ ଫାୟାରିଂ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ କନ୍ୟାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଛି। ସୂଚନାଯୋଗ୍ୟ, ପ୍ରତାପଗଡର ଜେଠଓ୍ବାରା କୋତବାଲୀ ଅନ୍ତର୍ଗତ ଲକ୍ଷ୍ମଣ ପୁରଓ୍ବା ଗ୍ରାମରେ ଏହି ଘଟଣା ଘଟିଥିଲା। ଏଠାରେ ରହୁଥିବା ଗିରିଜା ଶଙ୍କର ପାଣ୍ଡ୍ୟାଙ୍କ ଝିଅ ରୂପାଙ୍କ ବିବାହ ମେ ୩୦ରେ ଅନୁଷ୍ଠିତ ହୋଇଥିଲା। ବରଣମାଳା କାର୍ଯ୍ୟକ୍ରମ ଚାଲିଥିବାବେଳେ ରୂପା ବରଙ୍କ ହାତ ଧରି ଷ୍ଟେଜ୍ ଉପରକୁ ଯିବା ପୂର୍ବରୁ ଦାଦାଙ୍କ ହାତରୁ ଏକ ରିଭଲଭର ଆଣି ଫାୟାରିଂ କରିଥିଲେ। ଏହାଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର ଭିଡିଓ ବିବାହରେ ଉପସ୍ଥିତି ଅତିଥିଙ୍କ ମଧ୍ୟରୁ କେହି ଜଣେ ଶୁଟ୍ କରିଥିଲେ। ଏବେ ତାହା ଭାଇରାଲ ହେବାରେ ଲାଗିଛି। ପୋଲିସ ଭିଡିଓ ବିବଷୟରେ ଜାଣି ସମ୍ପୃକ୍ତ କନ୍ୟା ଏବଂ ତାଙ୍କ ଦାଦାଙ୍କ ନାଁରେ ଏକ ମାମଲା ରୁଜୁ କରିଛି।
ବାହା ହେବାକୁ ଆସି ବର ଖାଉଥିଲେ ଗୁଟ୍ଖା, ଦେଖିନେଲେ କନ୍ୟା; ଆଉ ତା’ପରେ…
ଲକ୍ଷ୍ନୌ,୯ା୬: ବିଭିନ୍ନ କାରଣରୁ ବରଙ୍କୁ କନ୍ୟା ବାହା ହେବାକୁ ମନା କରିଦେଇଥିବା ଘଟଣା ପୂର୍ବରୁ ଅନେକ ଥର ଶୁଣିଥିବେ। ମାତ୍ର ଏଥରକ କନ୍ୟା ବରକୁ ବାହା...
‘ଜୟ ଶ୍ରୀ ରାମ’ ନ କହିବାରୁ ମାଡ଼ ଘଟଣା, ମିଛ କହୁଛି ୟୁପି ପୋଲିସ
ନୂଆଦିଲ୍ଲୀ,୧୬।୬: ‘ଜୟଶ୍ରୀ ରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ଘଟଣା ବୁଧବାର ନୂଆ ମୋଡ଼ ନେଇଛି। ଟୁଇଟର ଓ ଜର୍ନାଲିଷ୍ଟ, କଂଗ୍ରେସ ନେତାଙ୍କ...
୧୫୦ ଫୁଟ ଗାତରୁ ୮ଘଣ୍ଟା ପରେ ଉଦ୍ଧାର ହେଲା ୫ ବର୍ଷର ଶିଶୁ
ଆଗ୍ରା, ୧୪।୬: କଥାରେ ଅଛି ରଖେ ରହି ମାରେ କିଏ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଗ୍ରା ଫତେହାବାଦରୁ । ସୋମବାର ଏକ...
ପୁଣି ଘନେଇଲା ବିପଦ, ଆସିଲା କରୋନାର ନୂଆ ରୂପ: ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଅଧିକ ତାଣ୍ଡବ ରଚିବା ଆଶଙ୍କା…
ନୂଆଦିଲ୍ଲୀ,୧୫।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍ର ନୂଆ ରୂପ ଡେଲ୍ଟା...
ମାଡ଼ି ଆସୁଛି ନୂଆ ବିପଦ, ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଭାକ୍ସିନ୍କୁ ପ୍ରଭାବହୀନ କରିବା ଆଶଙ୍କା…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍ ଯୋଗୁ ଦେଶରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା...
ଟିକା ପାଇଁ କମ୍ପାନୀ ରିହାତି
ବେଙ୍ଗାଲୁରୁ, ୨୪।୬: କୋଭିଡ୍ ଟିକାକୁ ନେଇ କେତେକଙ୍କ ମଧ୍ୟରେ ରହିଥିବା କୁଣ୍ଠାବୋଧ ଦୂର କରିବା ଓ ଟିକାକରଣ ଅଭିଯାନରେ ବହୁସଂଖ୍ୟାରେ ସାମିଲ ହେବାକୁ ପ୍ରୋତ୍ସାହିତ କରିବା...
‘ଅନୁମତି ଦିଅ ନ ହେଲେ ଚାଷୀଙ୍କୁ ଜେଲ୍ ପଠାଅ’
ନୂଆଦିଲ୍ଲୀ,୨୬।୬: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଶନିବାର ୭ ମାସ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରତ ଚାଷୀ ବିଭିନ୍ନ ରାଜ୍ୟର ରାଜଭବନ ଘେରାଉ...
ଡାବର ଟୁଥ୍ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ
ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍ଏମ୍ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...


