E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନୁଗୋଳ, ରାଜ୍ୟ

ସଂକ୍ରମଣ କମ୍‌ ଦେଖାଇବାକୁ ଷଡ଼ଯନ୍ତ୍ର
8:35 amJune 1, 2021

ବଇଣ୍ଡା,୧ା୬ କରୋନାକୁ କାବୁ କରିବାକୁ ହେଲେ ଅଧିକରୁ ଅଧିକ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ନିମନ୍ତେ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ମଧ୍ୟ ଏହା ଉପରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଗ୍ରାମାଞ୍ଚଳରେ ପ୍ରବେଶ କରିସାରିଥିବା କୋଭିଡ୍‌ ଭୂତାଣୁକୁ ନିୟନ୍ତ୍ରଣରେ ରଖିବା ପରିବର୍ତ୍ତେ ଅନୁଗୋଳ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ଏବେ ସଂକ୍ରମିତଙ୍କ ସଂଖ୍ୟା କମ୍‌ ଦେଖାଇବାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହେଉଛି। ବିଶେଷକରି କିଶୋରନଗର ବ୍ଲକର ସର୍ବାଧିକ ସଂକ୍ରମିତ ତଥା ଗୋଷ୍ଠୀ ସଂକ୍ରମଣ ହୋଇସାରିଥିବା ୮ ପଞ୍ଚାୟତରେ କଣ୍ଟାକ୍ଟ ଟ୍ରେସିଂ କରାଯାଉ ନାହିଁ କି ସ୍ବାବ୍‌ ସଂଗ୍ରହ ହେଉନାହିଁ। ଏପରି କି ବଇଣ୍ଡା ମେଡିକାଲରେ ମଧ୍ୟ କରୋନା ପରୀକ୍ଷାକୁ ବନ୍ଦ କରିଦିଆଯାଇଛି। ଏଥିଯୋଗୁ ବ୍ଲକ ଅଞ୍ଚଳରେ କୋଭିଡ୍‌ ଅଧିକ କାୟା ବିସ୍ତାର କରୁଥିବାବେଳେ ପ୍ରଶାସନର ଅବହେଳାକୁ ନେଇ ଅସନ୍ତୋଷ ଦେଖାଦେଇଛି।
କିଶୋରନଗର ବ୍ଲକରୁ ବର୍ତ୍ତମାନ ସୁଦ୍ଧା ୧୮୫୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି। ବିଶେଷକରି ୧୩ନଂ. ଜିଲା ପରିଷଦ ଜୋନ୍‌ରେ ଥିବା ୮ଟି ପଞ୍ଚାୟତରେ ସର୍ବାଧିକ ସଂକ୍ରମିତ ରହିଛନ୍ତି। ନୁନୁକାପଶି ପଞ୍ଚାୟତରୁ ୨୯୮ ଜଣ, ଗାଁ ବଇଣ୍ଡା ପଞ୍ଚାୟତରୁ ୨୮୫, ହଣ୍ଡପାରୁ ୨୭୮, ଲୁହାମୁଣ୍ଡାରୁ ୮୪, କଣ୍ଟେଇକୋଳିଆରୁ ୭୭, ଜାମୁନାଳୀରୁ ୯୦, ବିଲେଇନାଳୀରୁ ୭୮, କଟରଙ୍ଗା ପଞ୍ଚାୟତରୁ ୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ୧୩ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି। ଏସବୁ ପଞ୍ଚାୟତରେ ଗୋଷ୍ଠୀ ସଂକ୍ରମଣ ବଢୁଥିବାବେଳେ ୬ ପଞ୍ଚାୟତକୁ ଶଟ୍‌ଡାଉନ କରାଯାଇଛି। ଗାଁ ବଇଣ୍ଡାରେ ଗତ ଗୁରୁବାର ୨୦୦ ଜଣଙ୍କ ସ୍ବାବ୍‌ ଟେଷ୍ଟ କରାଯାଇଥିବା ବେଳେ ୧୫୧ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସମସ୍ତ ସଂକ୍ରମିତଙ୍କୁ ଔଷଧ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟେଷ୍ଟ କରାଯାଉ ନାହିଁ। ସେହିପରି ଖଣ୍ଡବର ଗ୍ରାମରୁ ସପ୍ତାହେ ତଳେ ୩୦ରୁ ଅଧିକ ପଜିଟିଭ୍‌ ବାହାରିଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସ୍ବାବ୍‌ ଟେଷ୍ଟ ଏଯାଏ କରାଯାଉନାହିଁ । ବଇଣ୍ଡା ମେଡିକାଲକୁ ପ୍ରତ୍ୟେକ ଦିନ ଶତାଧିକ ଜ୍ୱର ଆକ୍ରାନ୍ତ ଟେଷ୍ଟ କରିବାକୁ ଆସୁଥିବା ବେଳେ ୨ ଦିନ ହେବ ଟେଷ୍ଟ ବନ୍ଦ କରାଯାଇଛି। ସଂକ୍ରମଣରେ ହ୍ରାସ ଦେଖାଇବାକୁ ପ୍ରଶାସନ ପକ୍ଷରୁ ଏପରି ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ବଢ଼ୁଥିବା ବେଳେ ସୋମବାର ବଇଣ୍ଡା ମେଡିକାଲରେ ଉତ୍ତେଜନା ଦେଖାଯାଇଥିଲା। ସେହିପରି ଟିକାକରଣରେ ମଧ୍ୟ ରୋକ୍‌ ଲଗାଯାଇଛି। ଏପ୍ରିଲ ୨୭ ତାରିଖ ସୁଦ୍ଧା ବଇଣ୍ଡା ଅଞ୍ଚଳରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ମାତ୍ର ୬୬୨ ଜଣଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇଛି। ୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ ୮୮୦ ଜଣଙ୍କୁ ପ୍ରଥମ ଡୋଜ୍‌ ଓ ମାତ୍ର ୩୭ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି। ବ୍ଲକର ଅନ୍ୟ ମେଡିକାଲରେ ଟିକା ଦିଆଯାଉଥିବା ବେଳେ ବଇଣ୍ଡାରେ ଟିକାକରଣ ହେଉ ନ ଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ବଇଣ୍ଡା ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଏବଂ ବହୁ ପଜିଟିଭ୍‌ ଏଠାରୁ ଚିହ୍ନଟ ହେଉଥିବାରୁ ଅଧିକ ସ୍ବାବ୍‌ ଟେଷ୍ଟ ସହ ଟିକାକରଣକୁ ପ୍ରାଧାନ୍ୟ ଦେବାକୁ ଦାବି ହେଉଛି। ଏ ନେଇ ବଇଣ୍ଡା ମେଡିକାଲର ଆୟୁଷ ଡାକ୍ତର ସରୋଜ କୁମାର ନନ୍ଦ କହିଛନ୍ତି, ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିଲେ ବଇଣ୍ଡା ମେଡିକାଲ ଓ ଗୋଷ୍ଠୀ ସଂକ୍ରମଣ ଗ୍ରାମରୁ ସ୍ବାବ୍‌ ସଂଗ୍ରହ କରାଯିବ।

ଟେଷ୍ଟ କରା ନ ଗଲେ ଆନ୍ଦୋଳନ
କିଶୋରନଗର ବ୍ଲକର ବହୁ ଗାଁ ଏବେ କରୋନା କବଳରେ। କେତେକ ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଛି। କିନ୍ତୁ ସଂକ୍ରମଣ କମ୍‌ ଦେଖାଇବାକୁ ସେଠାକାର ଲୋକଙ୍କ ସ୍ବାବ୍‌ ସଂଗ୍ରହ କରାଯାଉ ନାହିଁ। ଏହାକୁ ନେଇ ବହୁ ବୟସ୍କ ଭୟଭୀତ ଅବସ୍ଥାରେ ଅଛନ୍ତି। ତୁରନ୍ତ ସେମାନଙ୍କ ଟେଷ୍ଟ କରା ନ ଗଲେ ଆନ୍ଦୋଳନ ହେବ।
-ସ୍ବୟଂମ୍ବର ପ୍ରଧାନ, ସରପଞ୍ଚ, ଜାମୁନାଳୀ
ଅଧିକରୁ ଅଧିକ ପରୀକ୍ଷା କରାଯାଉ
ବଇଣ୍ଡା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଛି। ଅମାନିଆମାନଙ୍କ ଯୋଗୁ ଗୋଷ୍ଠୀ ସଂକ୍ରମଣ ହୋଇଥିବା ବେଳେ ମେଡିକାଲରେ ଦୈନିକ ଅଧିକରୁ ଅଧିକ ସ୍ବାବ୍‌ ଟେଷ୍ଟ ଜରୁରୀ ହୋଇପଡ଼ିଛି। ତୁରନ୍ତ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଟେଷ୍ଟ କାର୍ଯ୍ୟ ପୁନଃ ଆରମ୍ଭ ନ କଲେ ଅଧିକ ଜୀବନହାନିର ଆଶଙ୍କା ରହିଛି।
-ଗିରୀଶ ଚନ୍ଦ୍ର ସାହୁ, ବଇଣ୍ଡା
ଓ୍ବାର୍ଡଗୁଡ଼ିକରେ କ୍ୟାମ୍ପ ହେଉ
କରୋନା ଯେପରି ଭାବେ ବ୍ୟାପୁଛି, ତାହାକୁ ନେଇ ଗ୍ରାମାଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଏହାକୁ ଗୁରୁତ୍ୱ ଦେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାର୍ଡଗୁଡ଼ିକରେ ଟେଷ୍ଟ ପାଇଁ କ୍ୟାମ୍ପ କରାଯାଉ। କେବଳ ବଇଣ୍ଡା ମେଡିକାଲରେ ଟେଷ୍ଟ କରାଗଲେ ସେଠାରେ ଅଧିକ ଭିଡ଼ ହେବ ଓ ପୁଣି ଗୋଷ୍ଠୀ ସଂକ୍ରମଣ ଅଧିକ ବଢ଼ିବ।
-ଧ୍ରୁବଚରଣ ପ୍ରଧାନ, ଲୁହାମୁଣ୍ଡା
ମେଡିକାଲରୁ ନିରାଶରେ ଫେରୁଛନ୍ତି ଲୋକେ
ସଚେତନତାର ଅଭାବ ସହ ଅନେକେ ଏହାକୁ ଖାମଖିଆଲରେ ନେଉଥିବାରୁ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛି। ମାସ୍କ ଓ ସାମାଜିକ ଦୂରତ୍ୱ ନିୟମକୁ ମଧ୍ୟ ଠିକ୍‌ ଭାବେ ପାଳନ କରାଯାଉ ନାହିଁ। ଟେଷ୍ଟ ଓ ଟିକା ପାଇଁ ବଇଣ୍ଡା ମେଡିକାଲ ଯାଉଥିବା ଲୋକେ ନିରାଶରେ ଫେରୁଥିବାରୁ ଅସନ୍ତୋଷ ଦେଖାଦେଇଛି।
-ଲିଙ୍ଗରାଜ ବିଶ୍ବାଳ, ଧୁଣ୍ଡି
ଖୁବ୍‌ଶୀଘ୍ର ଟିକାକରଣ ଦିଗରେ ପଦକ୍ଷେପ
ବଇଣ୍ଡା ମେଡିକାଲ ଅଧୀନରେ ଥିବା ଯେଉଁସବୁ ପଞ୍ଚାୟତରେ ଗୋଷ୍ଠୀ ସଂକ୍ରମଣ ହୋଇଛି, ସେଠାକାର ଲୋକେ ସ୍ବାବ୍‌ ଟେଷ୍ଟ କରାନ୍ତୁ। ସେଠାରେ ଖୁବ୍‌ଶୀଘ୍ର ଟିକାକରଣ ଦିଗରେ ପଦକ୍ଷେପ ନିଆଯିବ। ସମସ୍ତେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ବ୍ୟବହାର କରନ୍ତୁ ଓ ଲକ୍‌ଡାଉନ୍‌ ନିୟମ ମାନି ଘରେ ରୁହନ୍ତୁ।
-ଲଳିତ ମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ


[mc4wp_form id="252536"] All Right Reserved By Dharitri.Com

Posted inଅନୁଗୋଳ, ରାଜ୍ୟ View All

‘ସମ୍ଭାବ୍ୟ ବନ୍ୟା ପାଇଁ ପ୍ରସ୍ତୁତ ରୁହ’

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି । ଜୁନ୍‌ରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି...

ଏସ୍‌ଡିଜି ଇଣ୍ଡେକ୍ସରେ ଓଡ଼ିଶା ୧ନଂ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଓଡ଼ିଶା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)-୨୦୨୦-୨୧ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ବର୍ଷ ତୁଳନାରେ ଓଡ଼ିଶା ଏସ୍‌ଡିଜିରେ ଅଧିକ ୧୦ ପଏଣ୍ଟ ପାଇ...

ନକଲି ଔଷଧ ଧରିବ ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୬।୬(ବ୍ୟୁରୋ): କରୋନା ମହାମାରୀ ଭଳି ଘଡ଼ିସନ୍ଧି ସମୟରେ ରାଜ୍ୟରେ ନକଲି ଔଷଧ କାରବାର ଚାଲିଛି। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ନକଲି ଡାକ୍ତରଙ୍କ କ୍ଲିନିକ୍‌ରେ ଚଢ଼ାଉ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଲାଇସେନ୍ସ କିମ୍ବା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନାହିଁ। ତଥାପି ଘରେ ହୋମିଓପାଥିକ କ୍ଲିନିକ୍‌ ଖୋଲି ଔଷଧ ଦେବା ସହ ରୋଗୀଙ୍କ ଚିକିତ୍ସା କରୁଛନ୍ତି। କରୋନାକୁ...

ବିନା ସ୍ଲଟ୍‌ ବୁକିଂରେ ନେଇପାରିବେ ଦ୍ୱିତୀୟ ଡୋଜ୍‌ ଟିକା

ଭୁବନେଶ୍ୱର,୬ା୬(ବ୍ୟୁରୋ): ଏଣିକି ବିନା ସ୍ଲଟ୍‌ରେ ଦିଆଯିବ ଦିତୀୟ ଡୋଜ୍‌ ଟିକା। ଭୁବନେଶ୍ୱରରେ ଦ୍ୱିତୀୟ ଡୋଜ୍‌ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି। ମେ’ ୧୪ ପୂର୍ବରୁ ଟିକା ନେଇଥିବା...

ଟିକାକରଣରୁ ବଞ୍ଚିତ ହେଉଛନ୍ତି ଲୋକେ

କଟକ ଅଫିସ, ୧୨ା୬: ରାଜ୍ୟରେ କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ପାଇଁ ଘୋଷଣା କରାଯାଇଛି। ମାତ୍ର...

କଟକଣାରେ ପୁରୀ ରଥଯାତ୍ରା: ଥରେ ନୁହେଁ ସମ୍ପୃକ୍ତ ଲୋକଙ୍କ ହେବ ୪ ଥର କରୋନା ଟେଷ୍ଟ

ଭୁବନେଶ୍ୱର,୧୮।୬: କରୋନା କଟକଣା ମଧ୍ୟରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀରେ ରଥଯାତ୍ରା ପାଳନ ହେବାକୁ ଯାଉଛି। ତେବେ ଏହି ରଥଯାତ୍ରାରେ ସମ୍ପୃକ୍ତ...

ଭଉଁରି ଯାତ୍ରାରେ ନିୟୋଜିତ ହେବେ ୫ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ, ୩।୬: ଅକ୍ଷୟତୃତୀୟାଠାରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରାର ବିଂଶତମ ଦିବସକୁ ଭଉଁରି ଯାତ୍ରା କୁହାଯାଏ। ଶ୍ରୀମନ୍ଦିର ସ୍ବତ୍ୱଲିପି ଏବଂ ରଥସଂହିତା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଏଇ ଭାରତରେ
Next Post Next post:
ଆରପାରିରେ ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts