ସାଓ ପାଓଲୋ,୧୦।୬(ଏପି): କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆୟୋଜନ ନେଇ ବିବାଦ ଦେଖାଦେଇଥିବା ବେଳେ ବ୍ରାଜିଲ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଗୁରୁବାର ଅନ୍ତିମ ନିଷ୍ପତ୍ତି ନେବେ। ବ୍ରାଜିଲରେ ଆଉ ମାତ୍ର ୨ ଦିନ ପରେ ଏହି ମେଗା ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି। ପ୍ରଥମେ ଏହାକୁ କଲମ୍ବିଆ ଓ ଆର୍ଜେଣ୍ଟିନା ମିଳିତ ଭାବେ ଏହାର ଆୟୋଜନ କରିଥାନ୍ତେ। କିନ୍ତୁ କୋଭିଡ୍-୧୯ କାରଣରୁ ଏହି ଦୁଇ ଦେଶରେ ଟୁର୍ନାମେଣ୍ଟ ଆୟୋଜନକୁ କଡ଼ା ବିରୋଧ କରାଯାଇଥିଲା। ଶେଷରେ କୋପା ଆମେରିକା ବ୍ରାଜିଲରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ମୁଖ୍ୟ ବିଚାରପତି ଲୁଇଜ୍ ଫୁକ୍ସ ଗୁରୁବାର ସ୍ବତନ୍ତ୍ର ସେସନ ଡାକିଛନ୍ତି। ଏଥିରେ ସେ ଓ ଅନ୍ୟ ୧୦ଜଣ ବିଚାରପତି ଇଲେକ୍ଟ୍ରୋନିକ ଡିଭାଇସ୍ ଦ୍ୱାରା ମତଦାନ କରିବେ। ଏହି ମାମଲାରେ ଅସାଧାରଣ ଭାବେ ଜରୁରିକାଳୀନ ସ୍ଥିତି ସୃଷ୍ଟି ହୋଇଛି ଓ କୋଭିଡ୍-୧୯ ସ୍ଥିତିରେ ଏହାର ପ୍ରାସଙ୍ଗିକତା ମଧ୍ୟ ରହିଛି ବୋଲି ଜଷ୍ଟିସ୍ କାରମେନ ଲୁସିଆ କହିଛନ୍ତି। ଯେତେଶୀଘ୍ର ସମ୍ଭବ ଏ ନେଇ ଅନ୍ତିମ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି।
ବ୍ରାଜିଲିଆନ ସୋସିଆଲିଷ୍ଟ ପାର୍ଟି ଓ ମେଟାଲ ଓ୍ବାର୍କରଙ୍କ ଏକ ଟ୍ରେଡ୍ ୟୁନିୟନ ଏହି ମାମଲାକୁ କୋର୍ଟରେ ପହଞ୍ଚାଇଥିଲେ। ଯେ ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଉଛି ସେ ପର୍ଯ୍ୟନ୍ତ ବ୍ରାଜିଲ କୌଣସି ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରିବା ଉଚିତ ନୁହେଁ ବୋଲି ୟୁନିୟନ ତରଫରୁ କୁହାଯାଇଛି। ଅନ୍ତିମ ମୁହୂର୍ତ୍ତରେ ଦକ୍ଷିଣ ଆମେରିକା ଫୁଟ୍ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା କନ୍ମେବୋଲର ଅନୁରୋଧ କ୍ରମେ ବ୍ରାଜିଲ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ରାଜି ହୋଇଥିଲା ବୋଲି ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସେନାରୋ କହିଛନ୍ତି। ସାମାଜିକ ଦୂରତା ବିରୋଧରେ ସେ ମନ୍ତବ୍ୟ ଦେଇଥିଲେ ଓ ଏହା ଦ୍ୱାରା ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେଉଛି ବୋଲି ସେ କହିଥିଲେ। କୋଭିଡ୍-୧୯ରେ ୪ ଲକ୍ଷ ୭୪ ହଜାର ପ୍ରାଣ ହରାଇଛନ୍ତି। ମାନେ ଗାରିଞ୍ଚା ଷ୍ଟାଡିୟମରେ ରବିବାର ଉଦ୍ଘାଟନୀ ମୁକାବିଲାରେ ଭେନେଜୁଏଲା ଓ ବ୍ରାଜିଲ ପରସ୍ପରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ପଡ଼ୋଶୀ ଘର ଝିଅଙ୍କ ପ୍ରେମରେ ପଡ଼ିଥିଲେ ପୀୟୁଷ ଚାଓ୍ବଲା: ବାପାଙ୍କୁ ମିଛ କହି ଦିଲ୍ଲୀରେ କିଣିଥିଲେ ଘର
ନୂଆଦିଲ୍ଲୀ,୫।୬: ୨୦୦୭ରେ ଟି୨୦ ବିଶ୍ୱକପ୍ ଖେଳାଯିବା ସମୟରେ ୧୮ ବର୍ଷର ହୋଇଥିଲେ ଭାରତୀୟ ଲେଗ୍ ସ୍ପିନର ପୀୟୁଷ ଚାଓ୍ବଲା। ଏହି ଟୁର୍ନାମେଣ୍ଟରେ ବିଜେତା ହୋଇଥିଲା ଭାରତ।...
ଓଲିଭିଏରା ଜିତିଲେ ମୋଟୋ ଜିପି
ମଣ୍ଟମେଲୋ(ସ୍ପେନ୍),୭ା୬(ଏପି)-ମିଗୁଏଲ ଓଲିଭିଏରା କାଟାଲୋନିଆ ଜିପି ଜିତିଛନ୍ତି। ଚଳିତ ସିଜନରେ ଏହା ତାଙ୍କର ପ୍ରଥମ ମୋଟୋ ଜିପିି ବିଜୟ। ପ୍ରାୟ ୨୦,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏ‘ହି ରେସ୍...
୬ ବର୍ଷ ପରେ ହେଲା ଖୁଲାସା: ପାକିସ୍ତାନ ଖେଳାଳିଙ୍କୁ ଭେଟିବା ପାଇଁ ରାସ୍ତାକଡ଼ରେ ଅପେକ୍ଷା କରିଥିଲେ ରାହୁଲ ଦ୍ରାଭିଡ
ରାହୁଲ ଦ୍ରାବିଡ ଜଣେ ଭଲ କ୍ରିକେଟର ତଥା ଜଣେ ଭଲ ମଣିଷ। ରାହୁଲ ଦ୍ରାବିଡ ଅନ୍ୟକୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥା’ନ୍ତି। ୨୦୧୪ ମସିହାରେ...
କୋପା ଆମେରିକା ମ୍ୟାଚ୍ ପରିଚାଳନା କରିବେ ସ୍ପାନିଶ୍ ରେଫରି
କୁଇଆବା(ବ୍ରାଜିଲ),୧୭।୬: ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଏକ ସ୍ପାନିଶ୍ ରେଫରିଂ କ୍ରିୟୁ ମ୍ୟାଚ୍ ପରିଚାଳନା କରିବେ। ଏ ନେଇ ୟୁରୋପ ଓ ଦକ୍ଷିଣ ଆମେରିକା...
ଲକ୍ଷ୍ମଣଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ ସେହ୍ବାଗ: ୪ ବର୍ଷ ଭିତରେ କରିଥିଲେ ପୂରଣ
ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଦୁନିଆର ସବୁଠାରୁ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। ଭାରତ ପାଇଁ ଟେଷ୍ଟରେ ତ୍ରିଗୁଣ ଶତକ ହାସଲ କରିଥିବା...
ଆଇସିୟୁରେ ଭର୍ତ୍ତି ହେଲେ ମିଲ୍ଖା ସିଂ: ଶୀଘ୍ର ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୪।୬: ଭାରତର ମହାନ ଧାବକ ମିଲ୍ଖା ସିଂଙ୍କୁ ଆଇସିୟୁ ଭର୍ତ୍ତି କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନରେ କଥା ହୋଇ ସ୍ବାସ୍ଥ୍ୟ...
ପୃଥ୍ବୀ ଶ’ଙ୍କ ବେଡ୍ରୁ ମିଳିଲା ଏମିତି ଜିନିଷ: ପ୍ରଶଂସକ କଲେ ଟ୍ରୋଲ
ମୁମ୍ବାଇ,୧୮।୬:ଆଇପିଏଲ ୨୦୨୧ ଏବଂ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ପୃଥ୍ବୀ ଶ’ ଖୁବ ଶୀଘ୍ର ଟିମ ଇଣ୍ଡିଆର ଜର୍ସିରେ ନଜର ଆସିବେ। ଶ୍ରୀଲଙ୍କା...
ଛେତ୍ରୀଙ୍କ ଡବଲ ଗୋଲରେ ଭାରତ ବିଜୟୀ
ଦୋହା, ୮।୬(ପି.ଟି.): ଚଳିତ ଫିଫା ବିଶ୍ୱକପ୍ ଓ ଏସିଆନ କପ୍ କ୍ୱାଲିଫାୟର୍ସ ଫୁଟ୍ବଲ ଟୁର୍ନାମେଣ୍ଟରେ ଭାରତ ସୋମବାର ପଡ଼ୋଶୀ ବାଂଲାଦେଶକୁ ୨-୦ ଗୋଲରେ ପରାସ୍ତ କରିଛି।...


