E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ରାଉଣ୍ଡ ଅଫ୍‌ ୧୬ରେ କ୍ରୋଏସିଆ: ୟୁରୋକପ୍‌ରୁ ସ୍କଟ୍‌ଲାଣ୍ଡ ଆଉଟ
9:12 amJune 24, 2021

ଗ୍ଲାସଗୋ,୨୪।୬: ୟୁରୋକପ୍‌ରେ କ୍ରୋଏସିଆ ନକ୍‌ଆଉଟ ପର୍ଯ୍ୟାୟକୁ ଉଠିଛି। ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ୍‌ ଡି’ ମୁକାବିଲାରେ କ୍ରୋଏସିଆ ୩-୧ ଗୋଲରେ ସ୍କଟ୍‌ଲାଣ୍ଡକୁ ହରାଇ ଏହି ସଫଳତା ପାଇଛି। କ୍ରୋଏସିଆ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୪ ପଏଣ୍ଟ ହାସଲ କରି ଉନ୍ନତ ଗୋଲ ବ୍ୟବଧାନରେ ରାଉଣ୍ଡ ଅଫ୍‌ ୧୬ ପର୍ଯ୍ୟାୟକୁ ଉଠିଛି। ଅନ୍ୟପଟେ ପରାଜୟ ସହ ସ୍କଟ୍‌ଲାଣ୍ଡ ଟୁର୍ନାମେଣ୍ଟରୁ ବିଦାୟ ନେଇଛି। ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଡ୍ର ଓ ୨ଟି ପରାଜୟ ସହ ସ୍କଟ୍‌ଲାଣ୍ଡ ୧ ପଏଣ୍ଟ ପାଇ ଗ୍ରୁପ୍‌ ଡି’ର ଚତୁର୍ଥ ସ୍ଥାନରେ ରହିଛି।
ଅଧିନାୟକ ଲୁକା ମୋଡ୍ରିକ କ୍ରୋଏସିଆର ଏହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ୩୫ ବର୍ଷରେ ପଦାର୍ପଣ କରିଥିବାରୁ ମୋଡ୍ରିକଙ୍କର ଏହା ଶେଷ ୟୁରୋକପ୍‌ ଟୁର୍ନାମେଣ୍ଟ ବୋଲି କୁହାଯାଇପାରେ। ୧୭ତମ ମିନିଟ୍‌ରେ ନିକୋଲା ଭ୍ଲାସିକ ଗୋଲ ଦେଇ କ୍ରୋଏସିଆକୁ ଅଗ୍ରଣୀ କରାଇଥିଲେ। ଏହାପରେ ୪୨ତମ ମିନିଟ୍‌ରେ ସ୍କଟ୍‌ଲାଣ୍ଡ ତରଫରୁ କାଲମ ମ୍ୟାକ୍‌ଗ୍ରେଗର ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନସ୍ଥିତିକୁ ଆଣିଥିଲେ। ୬୨ତମ ମିନିଟ୍‌ରେ ମୋଡ୍ରିକ ଏକ ସୁନ୍ଦର ଗୋଲ ପ୍ରଦାନ କରି କ୍ରୋଏସିଆକୁ ପୁଣି ଅଗ୍ରଣୀ କରାଇଥିଲେ। ଶେଷରେ ୭୭ତମ ମିନିଟ୍‌ରେ କ୍ରୋଏସିଆ ପକ୍ଷରୁ ଇଭାନ ପେରିସ୍‌କ ଗୋଲ ଦେଇ ବିଜୟ ବ୍ୟବଧାନ ବଢାଇଥିଲେ। ବଲ ପଜେସନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ କ୍ରୋଏସିଆ ବହୁ ଆଗରେ ରହିଥିଲା। ଘରୋଇ ପରିବେଶରୁ ମଧ୍ୟ ସ୍କଟ୍‌ଲାଣ୍ଡ ଫାଇଦା ଉଠାଇପାରି ନ ଥିଲା। ଏହି ଗୋଲ ମୋ ପାଇଁ ଓ ଦଳ ଲାଗି ବହୁତ ମହତ୍ତ୍ୱ ରଖୁଛି ବୋଲି ମୋଡ୍ରିକ କହିଛନ୍ତି। ତେବେ ଦଳର ବିଜୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ୨୦୧୮ରେ ବାଲାନ ଡି’ଅର ପୁରସ୍କାର ହାସଲ କରିଥିବା ମୋଡ୍ରିକ କ୍ରୋଏସିଆକୁ ସେହିବର୍ଷ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚାଇଥିଲେ। ବିଜୟ ପରେ ମୋଡ୍ରିକ ଓ କୋଚ୍‌ ଜ୍ଲାଟକୋ ଡାଲିକ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଅନ୍ୟପଟେ ସ୍କଟ୍‌ଲାଣ୍ଡର ପ୍ରଦର୍ଶନ ଆଶାନୁରୂପ ହୋଇପାରି ନ ଥିଲା। କ୍ରୋଏସିଆ ଭଲ ଖେଳିଥିଲା ଓ ବିଜୟର ହକ୍‌ଦାର ବୋଲି ସ୍କଟ୍‌ଲାଣ୍ଡ କୋଚ୍‌ ଷ୍ଟିଭ କ୍ଲାର୍କ କହିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ଆଇସିୟୁରେ ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ

ଚଣ୍ଡିଗଡ,୫।୬(ପି.ଟି.): କିମ୍ବଦନ୍ତୀ ଭାରତୀୟ ଆଥଲେଟ୍‌ ମିଲ୍‌ଖା ସିଂ କୋଭିଡ୍‌-୧୯ ଲଢେଇ ଜାରି ରଖିଛନ୍ତି। ସ୍ଥାନୀୟ ପିଜିଆଇଏମ୍‌ଇଆର ହସ୍ପିଟାଲର ଇଣ୍ଟେନସିଭ କେୟାର ୟୁନିଟ୍‌ (ଆଇସିୟୁ)ରେ ତାଙ୍କୁ ଭର୍ତ୍ତି...

ଫ୍ରେଞ୍ଚ୍‌ ଓପନ ଟେନିସ: ସିତ୍‌ସିପାସଙ୍କ ବିଜୟ ଅଭିଯାନ

ପ୍ୟାରିସ, ୧।୬-ଏଠାରେ ଚାଲିଥିବା ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ଦ୍ୱିତୀୟ ଦିବସରେ ଷ୍ଟିଫାନୋସ ସିତ୍‌ସିପାସ, ଡାନିଲ ମେଡ୍‌ଭେଡେଭ୍‌, ଜାନିକ ସିନେର ପ୍ରମୁଖ...

ପେରେଜଙ୍କୁ ଦ୍ୱିତୀୟ ଫର୍ମୁଲା ଓ୍ବାନ ଟାଇଟଲ

ବାକୁ, ୭ା୬: ରେଡ୍‌ ବୁଲ୍‌ର ସର୍ଗିଓ ପେରେଜ ଆଜରବୈଜାନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଆଷ୍ଟନ ମାର୍ଟିନର ସେବାଷ୍ଟିଆନ ଭେଟେଲ ଓ...

ଜୁଡୋକା ସୁଶୀଲା ଦେବୀଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ, ୨୬ା୬(ପି.ଟି.)-ଭାରତର ଅଗ୍ରଣୀ ଜୁଡୋକା ସୁଶୀଲା ଦେବୀ କଣ୍ଟିନେଣ୍ଟାଲ କୋଟା ଜରିଆରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଖେଳର ଅନ୍ତର୍ଜାତୀୟ ମହାସଂଘ ତରଫରୁ...

ଅପମାନଜନକ ଟୁଇଟ୍‌ ପାଇଁ ରବିନସନ୍‌ ସସ୍‌ପେଣ୍ଡ

ଲଣ୍ଡନ, ୮ା୬ (ଏପି)-ଇଂଲଣ୍ଡ ଫାଷ୍ଟ ବୋଲର ଓଲି ରବିନସନ୍‌ଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ସସ୍‌ପେଣ୍ଡ କରାଯାଇଛି। ୨୦୧୨-୧୩ରେ ସୋସିଆଲ ମିଡିଆରେ ସେ ଅପମାନଜନକ ଟୁଇଟ୍‌ ପୋଷ୍ଟ କରିଥିଲେ।...

ଭାରତୀୟ କ୍ରିକେଟର ସ୍ବର୍ଣ୍ଣିମ ଦିନ

ନୂଆଦିଲ୍ଲୀ,୨୩।୬: ଠିକ୍‌ ୮ ବର୍ଷ ତଳେ ଅର୍ଥାତ ୨୦୧୩ ଜୁନ ୨୩ ତାରିଖରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ହାତେଇଥିଲା ଆଇସିସି ଚାମ୍ପିୟନ୍ସ...

କୋହଲି, ଯୁବି, ଧୋନୀଙ୍କ ପାଇଁ ଏମିତି ଶବ୍ଦର ବ୍ୟବହାର କଲେ ରଶିଦ

ନୂଆଦିଲ୍ଲୀ,୪।୬: ଭାରତ ପାଇଁ କ୍ରିକେଟ ଗ୍ରାଉଣ୍ଡରେ ଅନେକ ସଫଳତା ହାସଲ କରିଥିବା ମହେନ୍ଦ୍ର ସିଂ ଧୋନୀ, ଯୁବରାଜ ସିଂ (ଯୁବି) ଓ ବିରାଟ କୋହଲିଙ୍କୁ ଗୋଟିଏ...

ମହଙ୍ଗା ପଡ଼ିଲା ଷ୍ଟମ୍ପକୁ ଗୋଇଠା ମାରିବା

ଢାକା,୧୩।୬: ବାଂଲାଦେଶର ଶାକିବ ଅଲ ହାସନ ଘରୋଇ ଟି୨୦ ମ୍ୟାଚ୍‌ବେଳେ ଅମ୍ପାୟରଙ୍କୁ ଗାଳି ଗୁଲଜ କରିବା ସହ ଉଇକେଟକୁ ଗୋଇଠା ମାରିବା ମହଙ୍ଗା ପଡ଼ିଛି। ଏହି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
କମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ
Next Post Next post:
ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts