ନୂଆଦିଲ୍ଲୀ,୩।୬(ପି.ଟି.): କୋଭିଡ୍-୧୯ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘରୋଇ କ୍ରିକେଟରଙ୍କ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ଷତିପୂରଣ ଦେବାକୁ ପ୍ରୟାସ ଆରମ୍ଭ କରିଛି। ଯଦିଓ ଏ ନେଇ ରାଜ୍ୟ ଆସୋସିଏଶନଗୁଡ଼ିକ ବିସିସିଆଇକୁ ଆଶାନୁରୂପ ସହଯୋଗ କରିପାରି ନାହାନ୍ତି। କେବଳ କ୍ଷତିପୂରଣ ଦେଲେ ଏହା ପର୍ଯ୍ୟାପ୍ତ ହେବ ନାହିଁ। ଏବେ ଘରୋଇ କ୍ରିକେଟରେ ଓ ଖେଳାଳିଙ୍କ ଲାଗି ସେଣ୍ଟ୍ରାଲ କଣ୍ଟ୍ରାକ୍ଟ (କେନ୍ଦ୍ରୀୟ ଚୁକ୍ତି) ବ୍ୟବସ୍ଥା ଲାଗୁ କରିବାକୁ ଦାବି ହୋଇଛି। ଜୟଦେବ ଉନାଡକଟ, ଶେଲ୍ଡନ ଜ୍ୟାକଶନ ଓ ହରପ୍ରୀତ ସିଂ ଭାଟିଆଙ୍କ ଭଳି ଅଭିଜ୍ଞ ତଥା ଜଣାଶୁଣା ଘରୋଇ କ୍ରିକେଟର ଏ ନେଇ ଦାବି କରିଛନ୍ତି ଓ ସ୍ବର ଉତ୍ତୋଳନ କରିଛନ୍ତି।
ଗତମାସରେ ପୂର୍ବତନ ଭାରତୀୟ ଖେଳାଳି ତଥା ଘରୋଇ କ୍ରିକେଟର ରୋହନ ଗାଭାସ୍କର ମଧ୍ୟ ସମାନ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟ ଆସୋସିଏଶନଗୁଡିକ ଖେଳାଳିଙ୍କ ଲାଗି କେନ୍ଦ୍ରୀୟ ଚୁକ୍ତି ଲାଗୁ କରିବା ନେଇ ନିଜର ମତ ରଖିଥିଲେ। ଜାତୀୟ ଦଳର କ୍ରିକେଟରଙ୍କ ଭଳି ଘରୋଇ କ୍ରିକେଟରମାନେ ମଧ୍ୟ ମ୍ୟାଚ୍ ପାଉଣାକୁ ବାଦ୍ ଦେଲେ କେନ୍ଦ୍ରୀୟ ଚୁକ୍ତିର ସୁବିଧା ପାଇବା ଉଚିତ ବୋଲି ସେ କହିଥିଲେ।
ଅଧିକାଂଶ ଘରୋଇ କ୍ରିକେଟର ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଖେଳିବାର ସୁଯୋଗ ପାଉନାହାନ୍ତି। ଏମାନଙ୍କର ଚାକିରିର ସୁରକ୍ଷା ମଧ୍ୟ ନାହିଁ। ଘରୋଇ କ୍ରିକେଟରମାନେ କେବଳ ମ୍ୟାଚ୍ ପାଉଣା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଗତବର୍ଷ କୋଭିଡ୍-୧୯ କାରଣରୁ ରଣଜୀ ଟ୍ରଫି ସମ୍ପୂର୍ଣ୍ଣ ବାତିଲ ହେବା ଫଳରେ ଖେଳାଳିମାନେ ପାଉଣା ପାଇନାହାନ୍ତି। ପ୍ରତ୍ୟେକ ରାଜ୍ୟର ଶ୍ରେଷ୍ଠ ୩୦ଜଣ କ୍ରିକେଟରଙ୍କୁ ଆସୋସିଏଶନଗୁଡିକ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରିବା ଉଚିତ ବୋଲି ଉନାଡକଟ କହିଛନ୍ତି। ମହାମାରୀ ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ଚୁକ୍ତି ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମ୍ୟାଚ୍ ଖେଳାଯାଉ ନ ଥିବାରୁ ବିଭିନ୍ନ ବୟସ ବର୍ଗର କ୍ରିକେଟରଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବା ଉଚିତ ବୋଲ ଉନାଡକଟ କହିଛନ୍ତି। ଗତବର୍ଷ ଉନାଡକଟଙ୍କ ନେତୃତ୍ୱରେ ସୌରାଷ୍ଟ୍ର ରଣଜୀ ଟ୍ରଫି ଟାଇଟଲ ହାସଲ କରିଥିଲା।
ଏକ ଫୁଲ୍ ସେସନ ଖେଳିଲେ ଜଣେ ଘରୋଇ କ୍ରିକେଟର ୧୫ରୁ ୧୬ ଲକ୍ଷ ଟଙ୍କା ଉପାର୍ଜନ କରିଥାଏ। କିନ୍ତୁ ୨୦୨୧ରେ ୮୭ ବର୍ଷ ପରେ ପ୍ରଥମଥର ପାଇଁ ରଣଜୀ ଟ୍ରଫି ବାତିଲ ହୋଇଥିଲା। ରାଜ୍ୟ ଆସୋସିଏଶନଗୁଡିକ ଚୁକ୍ତି ଲାଗୁ କରିବା ନେଇ ପ୍ରୟାସ ଆରମ୍ଭ କରିବା ଉଚିତ। କାରଣ କୋଭିଡ୍-୧୯ କେତେଦିନ ତା’ର ପ୍ରକୋପ ଜାରି ରଖିବ ତାହା କାହାକୁ ଜଣାନାହିଁ ବୋଲି ଜ୍ୟାକସନ କହିଛନ୍ତି। ପୁରୁଷଙ୍କ ଭଳି ମହିଳା କ୍ରିକେଟରଙ୍କୁ ମଧ୍ୟ ଚୁକ୍ତିରେ ସାମିଲ କରାଯିବା ଉଚିତ ବୋଲି ସେ କହିଛନ୍ତି।
ଅନ୍ୟପଟେ ଘରୋଇ କ୍ରିକେଟରଙ୍କୁ କ୍ଷତି ପୂରଣ ଦେବାକୁ ବିସିସିଆଇ ପ୍ରସ୍ତୁତ ରହିଛି। ଏ ନେଇ ରାଜ୍ୟ ଆସୋସିଏଶନଗୁଡିକ ସହ ଆଲୋଚନା ଚାଲିଛି ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି। କିନ୍ତୁ ମେ’ ୨୯ରେ ଅନୁଷ୍ଠିତ ହୋଇଥିତ୍ବା ସ୍ବତନ୍ତ୍ର ସାଧାରଣ ବୈଠକ (ଏସ୍ଜିଏମ୍)ରେ ଏ ନେଇ ଆଲୋଚନା ହୋଇ ନ ଥିଲା।
ଏହି ଖେଳାଳିଙ୍କ ଉପରେ ଲାଗିଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇଲା ବିସିସିଆଇ; ପୁଣି ଖେଳି ପାରିବେ…
ମୁମ୍ବାଇ,୧୬।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଙ୍କିତ ଚାଭାନଙ୍କ ଉପରେ ଲଗାଯାଇଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଏଣୁ ମୁମ୍ବାଇର ଏହି ସ୍ପିନର ଏବେ...
ଟୋକିଓ ଅଲିମ୍ପିକ୍ସ: ୨ ଓଡ଼ିଆଙ୍କୁ ଟିକେଟ
ନୂଆଦିଲ୍ଲୀ,୧୮।୬: ଟୋକିଓ ଅଲମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଟିମ୍ର ୧୬ଜଣିଆ ସ୍କ୍ବାଡ୍ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ୨ ଓଡ଼ିଆ। ସେମାନେ...
ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କ ପଡିଲା ହାତଗଣ୍ଠି
ୱେଷ୍ଟଇଣ୍ଡିଜ ଏବଂ ଆଇପିଏଲର ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ତାଙ୍କ ପ୍ରେମିକା କ୍ୟାଥରିନ ମିଗୁଲଙ୍କୁ ବିବାହ କରିଛନ୍ତି। ନିକୋଲାସ ବିବାହ ଫଟୋ ଶେୟାର କରି...
କ୍ରେଜିକୋଭାଙ୍କୁ ଡବଲ ଟାଇଟଲ
ପ୍ୟାରିସ, ୧୪।୬-ଚେକ୍ ରିପବ୍ଲିକ୍ର ବାର୍ବୋରା କ୍ରେଜିକୋଭା ରବିବାର ଶେଷ ହୋଇଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ଡବଲ ଟାଇଟଲ ବିଜୟୀ ହୋଇଛନ୍ତି। ପୂର୍ବରୁ ମହିଳା ସିଙ୍ଗଲ୍ସ...
ଜୁଡୋକା ସୁଶୀଲା ଦେବୀଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ନୂଆଦିଲ୍ଲୀ, ୨୬ା୬(ପି.ଟି.)-ଭାରତର ଅଗ୍ରଣୀ ଜୁଡୋକା ସୁଶୀଲା ଦେବୀ କଣ୍ଟିନେଣ୍ଟାଲ କୋଟା ଜରିଆରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଖେଳର ଅନ୍ତର୍ଜାତୀୟ ମହାସଂଘ ତରଫରୁ...
ଟିମ୍ ଇଣ୍ଡିଆକୁ ପରାମର୍ଶ ଦେଲେ ନ୍ୟୁଜିଲାଣ୍ଡ କୋଚ୍
ନୂଆଦିଲ୍ଲୀ,୯।୬ : ଆସନ୍ତା ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୟୁକେର ସାଉଥାମ୍ପଟନଠାରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍। ନ୍ୟୁଜିଲାଣ୍ଡ...
ଅଶ୍ୱିନଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପାକିସ୍ତାନର ପୂର୍ବତନ ଖେଳାଳି
ନୂଆଦିଲ୍ଲୀ,୧୫।୬: ଖୁବ୍ କମ୍ ମ୍ୟାଚ୍ରେ ୪୦୦ ଟେଷ୍ଟ ଉଇକେଟ ହାସଲ କରିଥିବା ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ବର୍ତ୍ତମାନ ସର୍ବଶ୍ରେଷ୍ଠ...
ଓସାକାଙ୍କୁ ଟେନିସ ଖେଳାଳି, ଅନ୍ୟ କ୍ରୀଡ଼ାବିତ୍ଙ୍କ ସମର୍ଥନ
ପ୍ୟାରିସ୍,୨।୬(ଏପି): ଡିପ୍ରେସନ କାରଣରୁ ଫ୍ରେଞ୍ଚ୍ ଓପନରୁ ଓହରିଯିବାକୁ ନାଓମି ଓସାକା ନେଇଥିବା ନିଷ୍ପତ୍ତିକୁ ଅନ୍ୟ ଟେନିସ ତାରକା ଓ କ୍ରୀଡ଼ାବିତ୍ମାନେ ସମର୍ଥନ କରିଛନ୍ତି। ଅଭିଜ୍ଞ ମହିଳା...


