ଯାଜପୁର ଅଫିସ, ୧୮ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ କମ୍ପାନୀ ଦ୍ୱାରା ଗତ ପ୍ରାୟ ୬ ମାସ ହେବ କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ୍ ଖଣିର ସୁରକ୍ଷା ବ୍ୟବସ୍ଥାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ୍ ମାଇନ୍ସ ସେଫ୍ଟି (ଡିଜିଏମ୍ଏସ୍)ର ଭୁବନେଶ୍ୱର କ୍ଷେତ୍ର ଡେପୁଟି ଡାଇରେକ୍ଟର ଇନୁମୁଲା ସତ୍ୟନାରାୟଣ ଏହି ତଦନ୍ତ କରୁଛନ୍ତି। ସେ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ସେଠାରେ ରହି ତଦନ୍ତ କରି ଡିଜିଏମ୍ଏସ୍ କାର୍ଯ୍ୟାଳୟକୁ ରିପୋର୍ଟ ଦେବେ ବୋଲି ସୂଚନା ମିଳିଛି।
ଗୁରୁବାର ସେ ପ୍ରଥମେ ବେଦାନ୍ତର ଖଣି କାର୍ଯ୍ୟାଳୟରୁ କେତେକ କାଗଜପତ୍ର ଜବତ କରିବା ସହ ଖଣି ଭିତରକୁ ଯାଇ ବିଭିନ୍ନ କ୍ଷେତ୍ରକୁ ନିରୀକ୍ଷଣ କରିଥିଲେ। ଏହାବାଦ୍ ଖଣିର ଉତ୍ତର ଓ ଦକ୍ଷିଣ ଦିଗରେ ଥିବା ଦୁଇଟି ଡମ୍ପ ଅଞ୍ଚଳକୁ ଯାଇ ଖଣି କର୍ମଚାରୀଙ୍କ ସହଯୋଗରେ ମାପଚୁପ୍ କରିଥିଲେ। ତେବେ ଅଭିଯୋଗକାରୀ ସୁରେଶ କୁମାରଙ୍କୁ ଏହି ତଦନ୍ତ ପ୍ରକ୍ରିୟାରେ ସାମିଲ ହେବାକୁ ସୂଚନା ଦିଆଯାଇଥିଲେ ହେଁ ସେ କୌଣସି କାରଣବଶତଃ ଉପସ୍ଥିତ ରହି ପାରି ନ ଥିଲେ। ଅଭିଯୋଗକାରୀ ସୁରେଶ କୁମାର ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ୍ ଖଣି ଗୁରୁତର ଭାବେ ଅସୁରକ୍ଷିତ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ୱେବ୍ପୋର୍ଟାଲ ସେଣ୍ଟ୍ରାଲାଇଜ୍ଡ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ ଆଣ୍ଡ ମନିଟରିଂ ସିଷ୍ଟମ ମାଧ୍ୟମରେ ଗତ ୯ା୪ା୨୦୨୧ ଏବଂ ୧୬ା୪ା୨୦୨୧ରେ ଅଭିଯୋଗ କରିିଥିଲେ। ଉକ୍ତ ଅଭିଯୋଗରେ ଖଣିଠାରୁ ଉତ୍ତର ଦିଗକୁ ଥିବା ଡମ୍ପର ଦୂରତା ମାତ୍ର ୨୦ ମିଟର ଏବଂ ଦକ୍ଷିଣକୁ ରହିଥିବା ଡମ୍ପର ଦୂରତା ୩୦ ମିଟର। ଏନେଇ ଧରିତ୍ରୀରେ ସବିଶେଷ ତଥ୍ୟଭିତ୍ତିକ ଖବର ଗତ ୧୫ା୬ା୨୦୨୧ରେ ପ୍ରକାଶ ପାଇଥିଲା। ଏହାପରେ ଡିଜିଏମ୍ଏସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତେବେ ବେଦାନ୍ତ ପ୍ରରୋଚନାରେ ତଦନ୍ତ ଯେପରି ବାଟବଣା ନ ହେବ, ସେଥିପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ତଦନ୍ତକାରୀ ଅଧିକାରୀଙ୍କୁ ତାଗିଦା କରାଯାଇଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଡିିଜିଏମ୍ଏସ୍ର ତଦନ୍ତ ଅଧିକାରୀ ସତ୍ୟନାରାୟଣଙ୍କୁ ପଚାରିବାରୁ ସେ କହିଛନ୍ତି, ସମସ୍ତ ଦିଗକୁ ନେଇ ଅନୁଧ୍ୟାନ କରାଯାଉଛି। ତଦନ୍ତ ଅନୁସାରେ ବାସ୍ତବ ରିପୋର୍ଟ ସେ ପଠାଇବେ। ଏ ପର୍ଯ୍ୟନ୍ତ ଆପଣ ତଦନ୍ତରେ କି ତଥ୍ୟ ପାଇଛନ୍ତି ବୋଲି ପ୍ରଶ୍ନ କରିବାରୁ ସେ ସଂକ୍ରାନ୍ତରେ କିଛି କହିପାରିବି ନାହିଁ ବୋଲି ସତ୍ୟନାରାୟଣ ସ୍ପଷ୍ଟ କରିଛନ୍ତି।
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All
ଘରେ ବସି ଆପ୍ରେ ବୁକିଂ କରିହେବ ଅକ୍ସିଜେନ୍
ଭୁବନେଶ୍ୱର, ୫।୬ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତିରେ ସୁଧାର ଆସୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଲକ୍ଡାଉନ ଶଟ୍ଡାଉନ୍ର ସୁଫଳ ମିଳୁଛି। ହେଲେ ଏବେ...
ବାତ୍ୟା କ୍ଷତିପୂରଣ ଅର୍ଥ ମିଳୁନି: ଅତିରିକ୍ତ ତହସିଲଦାର, ଆର୍ଆଇଙ୍କୁ ଘେରିଲେ ଲୋକେ
ଖଇରା,୪ା୬(ଡି.ଏନ୍.ଏ.): ବାତ୍ୟା ‘ୟାସ୍’ କୁ ୧୦ଦିନ ବିତିଯାଇଥିଲେ ହେଁ ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ ଗଣ୍ଡିବେଡ଼ ତଥା ଅନ୍ୟାନ୍ୟ ରାଜସ୍ବ କ୍ଷେତ୍ର ଅଧୀନରେ ବନ୍ୟା...
ପୁରସ୍କୃତ ହେବେ ୧୫୫ ପ୍ରକୃତିମିତ୍ର, ୧୬୮ ପ୍ରକୃତିବନ୍ଧୁ
ଭୁବନେଶ୍ୱର,୫।୬(ବ୍ୟୁରୋ): ପ୍ରତିବର୍ଷ ୫ ଜୁନ୍ରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି । ଏହି ଦିବସରେ ସମଗ୍ର ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ପରିବେଶ ସମସ୍ୟା...
କରୋନାର ତୃତୀୟ ଲହରକୁ ନେଇ ଶିଶୁଙ୍କ ସ୍ବାସ୍ଥ୍ୟ ଜୋର୍ଦାର ଯାଞ୍ଚ
ବୁଗୁଡ଼ା,୧୩ା୬(ଡି.ଏନ୍.ଏ.): କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀମାନେ ଘର...
ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍
ଭୁବନେଶ୍ୱର, ୨।୬(ବ୍ୟୁରୋ):ବହୁ ପ୍ରତୀକ୍ଷା ପରେ ଶେଷରେ ରାଜଧାନୀ ଭୁବନେଶ୍ୱରରେ ବୁଧବାରଠାରୁ ୧୮ରୁ ୪୪ ବର୍ଷୀୟ ବର୍ଗଙ୍କ ପାଇଁ ୨ୟ ଡୋଜ୍ କୋଭିଡ୍ ଟିକାକରଣ ଆରମ୍ଭ ହେବାକୁ...
ଗଞ୍ଜାମର ୧୦ ବ୍ଲକରେ ଆଜି ଟିକାକରଣ ବନ୍ଦ
ଛତ୍ରପୁର,୨୪ା୬(ଡି.ଏନ୍.ଏ): ଗଞ୍ଜାମ ଜିଲାରେ ଗତ ୩ ଦିନ ହେଲା ମେଗା କରୋନା ଟିକାକାରଣ ଚାଲିଥିଲା। ତେବେ ଟିକା ଅଭାବ ଯୋଗୁ ଜିଲାର ୨୨ ବ୍ଲକ ମଧ୍ୟରୁ...
ଇ-ବର୍ଜ୍ୟବସ୍ତୁରେ ସୁଉଚ୍ଚ ରୋବଟ
ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ୍, ୬।୬ରାଜ୍ୟର ବିଭିନ୍ନ ସହରରେ ଇ-ବର୍ଜ୍ୟବସ୍ତୁର ବୋଝ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଆଇଟିଆଇର ଦକ୍ଷ ପ୍ରଫେଶନାଲ ଏନେଇ ଉଦ୍ବେଗ ପ୍ରକାଶ କରିବା...
ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା
କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ...


