ଯାଜପୁର ଅଫିସ,୫।୬:ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଏବଂ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍ପିଡିଏସି) ବୈଠକ ଶେଷ ଥର ପାଇଁ ୧୪ା୯ା୨୦୧୬ରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ କଟକଠାରେ ଆର୍ପିଡିଏସି ବୈଠକ ହୋଇଛି ବୋଲି ପ୍ରଶାସନ ପକ୍ଷରୁ ଦାବି କରାଯାଉଛି। ତେବେ ଏଭଳି ଲୁଚାଛପା ବୈଠକ କାହିଁକି ଏବଂ କାହାସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ପ୍ରାୟ ୫ ବର୍ଷ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆର୍ପିଡିଏସି ବୈଠକ ନ ହେବା ଶିଳ୍ପ ବିସ୍ଥାପିତଙ୍କ ଦୁର୍ଦ୍ଦଶା ପ୍ରତି ପ୍ରଶାସନ ସମ୍ବେଦନହୀନ ମନେ ହେଉଛି।
ରାଜ୍ୟ ସରକାରଙ୍କ ପ୍ରଣିତ ପୁନର୍ବାସ ଓ ଥଇଥାନ ନୀତିକୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱ ଦିଆଯାଉ ନଥିବାବେଳେ ଶିଳ୍ପସଂସ୍ଥା ମାଲିକଙ୍କୁ ଖୁସି କରିବା ପାଇଁ ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟା ପ୍ରତି ଆଖିବୁଜି ଦିଆଯାଉଛି। ବିଶେଷକରି ଶିଳ୍ପ ଓ ଖଣି ସଂସ୍ଥାଗୁଡ଼ିକରେ ସ୍ଥାନୀୟ ନିଯୁକ୍ତିକୁ ନେଇ ଅଞ୍ଚଳରେ ଅସନ୍ତୋଷ ସରକାରଙ୍କ ବିପକ୍ଷରେ ଏକ ନକାରାତ୍ମକ ଭାବନା ସୃଷ୍ଟି କରୁଛି। ଯାଜପୁର ଜିଲା କଳିଙ୍ଗନଗର କ୍ଷେତ୍ରରେ ଉଭୟ ରାଜ୍ୟ ଓ ଜିଲା ପ୍ରଶାସନ ଏହି ଭୂମିକା ନେଇଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି।
ଓଡ଼ିଶା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିର ସଫଳ ରୂପାୟନ ପାଇଁ ଯାଜପୁର ସମେତ ଶିଳ୍ପ ବହୁଳ ଜିଲାଗୁଡିକରେ ୨୦୦୮ରୁ ଓଡ଼ଶା ପ୍ରଶାସନିକ ସେବାର ଜଣେ ଲେଖାଏ ବରିଷ୍ଠ ପଦାଧିକାରୀଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଭାବରେ ଅବସ୍ଥାପିତ କରାଯାଇଛି। କିନ୍ତୁ ଯାଜପୁର ଜିଲା ପାଇଁ ନିଯୁକ୍ତ ସମ୍ପୃକ୍ତ ଅଧିକାରୀ କାର୍ଯ୍ୟରେ ଯୋଗଦେଇ ନାହାନ୍ତି । ସେହିପରି ଜିଲାରେ ୧୦ରୁ ଊର୍ଦ୍ଧ୍ୱ ବଡ ଶିଳ୍ପ ରହିଥିବାବେଳେ ଏହାର ଜମିହରା ଓ ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନ ଦିଗ ଅବହେଳିତ ହୋଇ ରହିଛି। ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ ବର୍ଷରେ ଅନ୍ତତଃ ୪ ଥର ଆର୍ପିଡିଏସି ବୈଠକ ହେବା କଥା। କିନ୍ତୁ ୪ ବର୍ଷ ୯ ମାସରୁ ଅଧିକ ସମୟ ହେଲା ଏହି ବୈଠକ ହୋଇନାହିଁ। ବିସ୍ଥାପିତ ଓ ଜମିହରାଙ୍କ ଅସନ୍ତୋଷରୁ ବିଭିନ୍ନ କାରଖାନାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଏବଂ କାରଖାନା ପ୍ରତିଷ୍ଠାରେ ବାଧା ସୃଷ୍ଟି ହେଉଥିଲେ ବି ପ୍ରଶାସନ ତତ୍ପରତା ପ୍ରକାଶ କରୁନାହିଁ। ଶିଳ୍ପ କାରଖାନାଜନିତ ବିସ୍ଥାପନକୁ ବନ୍ଦ କରିବା ପାଇଁ ଦିନ ଥିଲା ଲୋକଙ୍କୁ ପୋଲିସ ଗୁଳିର ସାମ୍ନା କରିବାକୁ ପଡୁଥିଲା। କିନ୍ତୁ କଳିଙ୍ଗନଗରରେ ଏବେ ପରିସ୍ଥିତି ଓଲଟା ହୋଇଛି। ଶିଳ୍ପଜନିତ ପରିବେଶ ଓ ସାମାଜିକ ପ୍ରଦୂଷଣରେ ଅତିଷ୍ଠ ହୋଇ ସାରଙ୍ଗପୁର, ବାରଗାଡିଆ, କୁଡୁମୀସାହି, ଟାଙ୍ଗରସାହି, ଅରାସାହି, କଚେରୀ ଗାଁ, ନୂଆଗାଁ, ଖୁରୁଣ୍ଟି, କେନ୍ଦୁଢିପି ଆଦି ଗ୍ରାମର ଲୋକେ ବିସ୍ଥାପନ କରିବାକୁ ଦାବି କରି ଆସୁଛନ୍ତି। ଅନ୍ୟପକ୍ଷେ କଳିଙ୍ଗନଗର ଶିଳ୍ପାଞ୍ଚଳ ପ୍ରତିଷ୍ଠାର ୨୫ ବର୍ଷ ପରେ ବି ୬ ଶିଳ୍ପ କାରଖାନା ଦ୍ୱାରା ବିସ୍ଥାପିତ ପରିବାରର ୫୪୯ ଉତ୍ତରାଧିକାରୀ ନିଯୁକ୍ତି ପାଇବାରୁ ବଞ୍ଚିତ ରହିଛନ୍ତି। ଏଭଳି ସ୍ଥିତିରେ ସୁକିନ୍ଦା ଖଣି ଅଞ୍ଚଳରେ ନୂଆ ଖଣି ହାତେଇଥିବା ବେଦାନ୍ତ ବାହାର ରାଜ୍ୟର ପ୍ରାୟ କର୍ମଚାରୀ ଓ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ଏହାସହ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ୨୦୧୭-୨୧ ମଧ୍ୟରେ ବିଆରପିଏଲ(ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ) ୩୦ ଜଣଙ୍କୁ ନୂଆ ନିଯୁକ୍ତି ଦେଇଛି। ଏଥିରେ ୨୦ ଜଣ ରାଜ୍ୟର ଓ ୧୦ ଜଣ ରାଜ୍ୟ ବାହାରର ବୋଲି ଦର୍ଶାଯାଇଛି। ତେବେ ନିଯୁକ୍ତି ପାଇଥିବା ବାହାର ରାଜ୍ୟର ସମସ୍ତେ ଅଫିସର କ୍ୟାଡର ହୋଇଥିବାବେଳେ ଓଡ଼ିଶାର ସମସ୍ତେ ଶ୍ରମିକ ଶ୍ରେଣୀଭୁକ୍ତ ବୋଲି ଜଣାପଡ଼ିଛି। ଏହା କେବଳ ଉଦାହରଣ ମାତ୍ର। ପ୍ରାୟ ସମସ୍ତ ଶିଳ୍ପ ଓ ଖଣି କମ୍ପାନୀରେ ଏଭଳି ନୀତି ଚାଲିଛି। ଇତିମଧ୍ୟରେ ନୀଳାଚଳ ଇସ୍ପାତ, ମେସ୍କୋ, ମୈଥାନ ଭଳି ବୃହତ୍ କାରଖାନା ବନ୍ଦ ପଡିଛି। ଏଥିରେ କାର୍ଯ୍ୟରତ ପ୍ରାୟ ୨୦ ହଜାର ସ୍ଥାନୀୟ ଲୋକେ ଜୀବିକା ହରାଇିଛନ୍ତି। ଏଭଳିସ୍ଥିତିରେ ଆର୍ପିଡିଏସି ବୈଠକ ନ ବସିବା ପ୍ରଶାସନର କମ୍ପାନୀ ପ୍ରୀତି ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ବିସ୍ଥାପିତମାନଙ୍କ ସମସ୍ତ ସମସ୍ୟାର ସମାଧାନ ହେଉଛି। ସେମାନଙ୍କ ପ୍ରତି କୌଣସି ପ୍ରକାର ଅବହେଳା କରାଯାଉ ନାହିଁ। ତେବେ ଆର୍ପିଡିଏସି ବୈଠକ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ।
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All
ସଂକ୍ରମଣ ନେଉଛି ଅଧିକ ଜୀବନ
ଅନୁଗୋଳ ଅଫିସ, ୩ା୬: ଜନ୍ମରୁ ୨୮ ଦିନ ଓ ୨୮ ଦିନରୁ ୧୨ ମାସ ମଧ୍ୟରେ ସଂକ୍ରମଣ (ଇନ୍ଫେକ୍ଶନ) ହିଁ ଅଧିକ ଶିଶୁଙ୍କ ଜୀବନହାନି ଘଟାଇଥାଏ।...
ଜରୁରିକାଳୀନ ପରିସ୍ଥିତିକୁ କ୍ଷମା ଦିଆଯାଇପାରିବନି: ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ୧୯୭୫ ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଦେଶରେ ଜାରି ଜରୁରିକାଳୀନ ପରିସ୍ଥିତିକୁ କେବେ କ୍ଷମା ଦିଆଯାଇପାରିବନି। ରାଜ୍ୟ ଭାଜପା...
ବେଆଇନ ଭାବେ ଖୋଳିନେଲେ ମାଟି
ପୁରୀ ଅଫିସ,୭ା୬: ଶ୍ରୀଜଗନ୍ନାଥ ମେଡିକାଲ ଓ କଲେଜ ପର୍ଯ୍ୟନ୍ତ ଲମ୍ବିଥିବା ମୁଖ୍ୟରାସ୍ତା ବିପଦସଙ୍କୁଳ ହୋଇ ପଡ଼ିଛି। ରାସ୍ତା ନିର୍ମାଣ ପାଇଁ ସଂଲଗ୍ନ ଜମିରୁ ବେଆଇନ ଭାବେ...
୧୧ରେ ଲଘୁଚାପ: ୫ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର,୩।୬(ବ୍ୟୁରୋ): ଆସନ୍ତା ଜୁନ୍ ୧୧ରେ ଉତ୍ତର-ପୂର୍ବ ବଙ୍ଗୋପସାଗର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଅବପାତରେ ପରିଣତ ହୋଇ...
ନକଲି ଡାକ୍ତରଙ୍କ କ୍ଲିନିକ୍ରେ ଚଢ଼ାଉ ଘଟଣା: ଏସ୍ଡିଜେଏମ୍ କୋର୍ଟରେ ମାମଲା
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶିକ୍ଷାଗତ ଯୋଗ୍ୟତା ନ ଥାଇ ନିଜକୁ ଜଣେ ହୋମିଓପାଥିକ୍ ଡାକ୍ତର କହୁଥିଲେ। ‘ଷ୍ଟପ କରୋନା’ ଔଷଧ ଦେଇ ଲୋକଙ୍କୁ ଠକୁଥିଲେ। ଏପରି ଏକ ସଙ୍ଗିନ...
୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ
ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...
ବଡ଼ ଆକ୍ରମଣ ଯୋଜନାରେ ଥିଲେ ମାଓବାଦୀ
ମାଲକାନଗିରି,୨୦ା୬: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲା ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ...
ହତାଶାରେ ବିତୁଛି ଶିଳ୍ପୀ, ବୁଣାକାରଙ୍କ ଜୀବନ
ଭୁବନେଶ୍ୱର, ୫।୬ (ବ୍ୟୁରୋ): ଯେଉଁମାନଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ପାଇଛି, ସେମାନେ ଆଜି ଦୁର୍ଦ୍ଦଶା ଓ ହତାଶାରେ ଜୀବନ ବିତାଉଛନ୍ତି। କୋଭିଡ୍...


