ଭୁବନେଶ୍ୱର, ୮।୬ (ବ୍ୟୁରୋ): ଟିକା ଅଭାବର ବିକଳ୍ପ ପନ୍ଥା ବାହାର କରାଯିବା ପରେ ୧୮ରୁ ୪୪ ବର୍ଷୀୟ ହିତାଧିକାରୀଙ୍କ ପାଇଁ ସୋମବାରଠାରୁ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଡୋଜ୍ ନେଇ ସାରିଥିବା ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ଟିକାକରଣ କରାଯାଉଛି। ଯାତ୍ରୀ ନିବାସ ଓ ତେରାପନ୍ଥ ଭବନ ବ୍ୟତୀତ ବାକି ହିତାଧିକାରୀମାନେ ଯେଉଁଠାରେ ପ୍ରଥମ ଡୋଜ୍ ଟିକା ନେଇଥିଲେ ଦ୍ୱିତୀୟ ଡୋଜ୍ ମଧ୍ୟ ସେହିଠାରେ ନେବେ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ଆରମ୍ଭରୁ ବହୁ ଅବ୍ୟବସ୍ଥା ନଜରକୁ ଆସିଥିଲା। କେବଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର, ବୁଦ୍ଧେଶ୍ୱରୀ କମ୍ୟୁନିଟି ସେଣ୍ଟର ଓ ୟୁନିଟ-୧ ବାଳିକା ଉଚ୍ଚ ବିଦ୍ୟାଳୟ ଟିକା କେନ୍ଦ୍ରକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ଟିକାକରଣ କରାଯାଉ ନ ଥିବା ଦେଖାଯାଇଥିଲା। ବିଏମ୍ସି ନିର୍ଦ୍ଧାରଣ କରିଥିବା ବହୁ ଟିକାକରଣ କେନ୍ଦ୍ର ବନ୍ଦ ରହିଥିଲା। ଫଳରେ ଲୋକେ ନିରାଶରେ ଫେରିବା ସହ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ବିଏମ୍ସିର ୬୭ ଓ୍ବାର୍ଡର ୧୯ କମ୍ୟୁନିଟି ସେଣ୍ଟର, ୧୪ କଲ୍ୟାଣ ମଣ୍ଡପ ଓ ୩ ଜୋନ୍ ଅଫିସ୍କୁ ମିଶାଇ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ସ୍ବତନ୍ତ୍ର ଟିକାକରଣ କରାଯାଇଥିଲା। ଏପରି କି କେତେକ ଓ୍ବାର୍ଡ ଅଫିସ୍ ଓ ସ୍ବତନ୍ତ୍ର ସ୍ଥାନ ନିରୂପଣ କରି ଗତ ମେ ୩ରୁ ୧୮ରୁ ୪୪ ବର୍ଗଙ୍କୁ ଟିକାକରଣ କରାଯାଇଥିଲା। ଦ୍ୱିତୀୟ ଡୋଜ୍ ଟିକା ପାଇବା ପାଇଁ ଏବେ ହିତାଧିକାରୀମାନେ ଅପେକ୍ଷା କରି ରହିଥିବାବେଳେ ସୋମବାରଠାରୁ ଟିକାକରଣ ଆରମ୍ଭ ହେବ ବୋଲି ରବିବାର ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିସହ ଯେଉଁମାନେ ମେ’ ୩ କିମ୍ବା ତା’ ପୂର୍ବରୁ ଓ ମେ ୪ରେ ପ୍ରଥମ ଡୋଜ୍ ନେଇଥିବା ହିତାଧିକାରୀ ସିଧାସଳଖ ଉକ୍ତ ଟିକାଦାନ କେନ୍ଦ୍ରରୁ ଦ୍ୱିତୀୟ ଡୋଜ୍ ନେଇପାରିବେ। ତେଣୁ ହିତାଧିକାରୀମାନେ ଟିକା ନେବା ପାଇଁ ନିର୍ଦ୍ଧାରିତ ସମୟରେ ସମ୍ପୃକ୍ତ ସ୍ଥାନକୁ ଯାଇଥିଲେ। ମାତ୍ର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ବ୍ୟତୀତ ଅନ୍ୟ କୌଣସି କେନ୍ଦ୍ରରେ ଟିକାକରଣ ହେଉ ନ ଥିବା ଦେଖିବାକୁ ପାଇଥିଲେ। ଟିକା ନେଇ ନ ପାରିବାରୁ ସେସବୁ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶହୀଦ ନଗର, ଝାରପଡା, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ରେଣ୍ଟାଲ କଲୋନୀ, ବରମୁଣ୍ଡା, ୟୁନିଟ୍-୮, ପୋଖରୀପୁଟ ଆଦି ସ୍ଥାନରେ ଟିକା ନ ପାଇ ଲୋକେ ନିରାଶ ହେବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ସମ୍ପର୍କରେ ବିଏମ୍ସିର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି, ସମସ୍ତ ଟିକାକେନ୍ଦ୍ରରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି। ତେବେ କିଛିଟା କେନ୍ଦ୍ରରେ ଟିକାକରଣ କରାଯାଇ ପାରିନାହିଁ। ଯେଉଁ ସ୍ଥାନରେ ଏଭଳି ପରିସ୍ଥିତି ଉପୁଜିଛି ସେଠାରେ ସମ୍ପୃକ୍ତ ହିତାଧିକାରୀ ନିକଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପ୍ରଥମ ଡୋଜ୍ ଟିକାର ସାର୍ଟିଫିକେଟ ଦେଖାଇ ଦ୍ୱିତୀୟ ଡୋଜ୍ ଟିକା ନେଇ ପାରିବେ।
କଙ୍ଗାରୁ କୋର୍ଟରେ ସାକ୍ଷୀ ଦେବାରୁ ଯୁବକଙ୍କୁ ହତ୍ୟା
ଜୟପୁର,୧୧ା୬: ଜୟପୁର ସଦର ଥାନା ଅଧୀନ କଣ୍ଡାପୁଟ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି ଜୟପୁର ସଦର ପୋଲିସ।...
କମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ
ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୪...
ସବୁ ଜିଲାରେ ଗାଡ଼ି ପଞ୍ଜୀକରଣ, ବିକ୍ରୟକୁ ଅନୁମତି
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ଲକ୍ଡାଉନ୍ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି। ସମସ୍ତ ଜିଲାରେ ଅଟୋମୋବାଇଲ୍ ଶୋ’ରୁମ୍ଗୁଡ଼ିକ ଖୋଲାଯିବା ସହ ନୂତନ ଗାଡ଼ି ପଞ୍ଜୀକରଣ ଓ ବିକ୍ରୟ...
୨୫୮ ବିଦ୍ୟାଳୟରେ ‘ଷ୍ଟେମ୍’ ଶିକ୍ଷାର ଶୁଭାରମ୍ଭ
ଭୁବନେଶ୍ୱର, ୯।୬(ବ୍ୟୁରୋ):ରାଜ୍ୟରେ ୩୦ ଜିଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍ ପକ୍ଷରୁ ‘ଷ୍ଟେମ୍’ (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ) ଶିକ୍ଷା ଆରମ୍ଭ କରାଯାଇଛି। ମଙ୍ଗଳବାର ବିଦ୍ୟାଳୟ...
ଜୁନ୍ ଶେଷରେ ମାଟ୍ରିକ୍ ରେଜଲ୍ଟ
ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏଥିପାଇଁ ଜୋର୍ସୋରରେ ମୂଲ୍ୟାୟନ ଚାଲିଛି। ଆସନ୍ତା ୧୭ ତାରିଖରୁ ନବମ ଓ ଦଶମ ଶ୍ରେଣୀ...
ଆଜିଠୁ କ୍ୟାମ୍ପେନ୍ ମୋଡ୍ରେ ଟିକାକରଣ
ଭୁବନେଶ୍ୱର,୨୧।୬(ବ୍ୟୁରୋ): ସାରା ରାଜ୍ୟରେ ସୋମବାରଠାରୁ କ୍ୟାମ୍ପେନ୍ ମୋଡ୍ରେ ଟିକାକରଣ ଆରମ୍ଭ ହେବ। ପୂର୍ବରୁ ରାଜ୍ୟରେ ଦୈନିକ ଦେଢ଼ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଉଥିବାବେଳେ ଏହା ଦୁଇଗୁଣ...
ବିଦେଶରେ ମୟୂରଭଞ୍ଜ ଛତୁ
ବାରିପଦା ଅଫିସ,୧୧।୬-ରାଜ୍ୟ ତଥା ବିଦେଶକୁ ଏବେ ରପ୍ତାନୀ ହେଉଛି ‘ମୟୂରଭଞ୍ଜ ମସୃମ’। ଜିଲା ତଥା ରାଜ୍ୟ ବାହାରେ ଛତୁ ଓ ମଞ୍ଜିର ବେଶ୍ ଚାହିଦା ରହଛି।...
୫ଦିନ ବନ୍ଦ ରହିବ ରାଜଧାନୀର ଏସବୁ ମାର୍କେଟ
ଭୁବନେଶ୍ୱର, ୨୬।୬ (ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁନିଟ-୪ ଆମିଷ ମାର୍କେଟ ଓ ବାପୁଜୀ ନଗର ମାର୍କେଟକୁ ଆସନ୍ତା ଜୁଲାଇ ୧ ତାରିଖ...


