କଟକ ଅଫିସ, ୧୯।୬: ରାଜ୍ୟରେ ବାସ୍ତବ ପକ୍ଷେ ଯେତିକି କୋଭିଡ୍ଜନିତ ମୃତ୍ୟୁ ଘଟୁଛି ସରକାର ତାହାକୁ ଦର୍ଶାଉ ନାହାନ୍ତି। ଏହି ମୃତ୍ୟୁସଂଖ୍ୟାକୁ ରାଜ୍ୟ ସରକାର ଲୁଚାଉଛନ୍ତି। ତେଣୁ ଏହାର ସ୍ବତନ୍ତ୍ର ଅଡିଟ କରାଯିବାକୁ ଶୁକ୍ରବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଏଥିସହ ଗ୍ରାମାଞ୍ଚଳରେ କୋଭିଡ୍ ଟେଷ୍ଟ ଓ ଟିକାକରଣ ବ୍ୟାପକ କରାଯିବାକୁ ଦାବି କରାଯାଇଛି। ହାଇକୋର୍ଟ ଏ ନେଇ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ଆଇନଜୀବୀ ନିଶିକାନ୍ତ ମିଶ୍ର ତାଙ୍କ ପିଟିଶନରେ ନିବେଦନ କରିଛନ୍ତି।
ପିଟିଶନରେ ଉଲ୍ଲେଖ ହୋଇଛି ଯେ, କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଗ୍ରାମାଞ୍ଚଳରେ ସଂକ୍ରମଣ ହାର ବଢିଛି। ରାଜ୍ୟରେ ହେଉଥିବା ପ୍ରକୃତ ମୃତ୍ୟୁର ତଥ୍ୟ ଲୁଚାଇବାକୁ ସରକାର ଚେଷ୍ଟା କରୁଛନ୍ତି। ଆବେଦନକାରୀ ମିଶ୍ର ଗତ ଏପ୍ରିଲ ୨୫ରେ ସତୀଚଉରା ଶ୍ମଶାନ ପରିଦର୍ଶନ କରି ସିଏମ୍ସି କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସେହିଦିନ ଅତିକମ୍ରେ ୪୪ ମୃତଦେହ ସତ୍କାର କରାଯାଇଥିବାବେଳେ ସରକାରୀ ଭାବେ ମାତ୍ର ୩ ବୋଲି ଦର୍ଶାଯାଇଥିଲା। ସେହିପରି ଏପ୍ରିଲ ୨୬ରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଅତିକମ୍ରେ ୪୦ ଶବଦାହ ହୋଇଥିବାବେଳେ ଧାଡ଼ିରେ ୮ରୁ ୯ ମୃତଦେହ ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ପଶ୍ଚିମ ଓଡ଼ିଶାର ନୂଆପଡ଼ାରେ ଗତ ଏପ୍ରିଲରେ କୋଭିଡ୍ ପଜିଟିଭ ହାର ୩୫ ପ୍ରତିଶତ ରହିଥିଲା। ଅର୍ଥାତ ୩ଜଣରେ ଜଣେ ଆକ୍ରାନ୍ତ ଥିଲେ। ସରକାରୀ ଭାବେ ୪ଜଣ ମୃତ୍ୟୁ ଦର୍ଶାଯାଇଥିବାବେଳେ ଜିଲାର କୋଭିଡ୍ ହସ୍ପିଟାଲ ପକ୍ଷରୁ ୮୨ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଥିଲା। ସମ୍ବଲପୁର ଜିଲାରେ କୋଭିଡ୍ଜନିତ ମୃତ୍ୟୁ ୧୯୧ ବୋଲି ହସ୍ପିଟାଲ ପକ୍ଷରୁ ଜଣାପଡ଼ିିଥିବାବେଳେ ସରକାରୀ ତଥ୍ୟରେ ୮୨ବୋଲି ଦର୍ଶାଯାଇଥିଲା। ଅନ୍ୟପଟେ, ଦ୍ୱିତୀୟ ଲହରରେ ନୟାଗଡ଼ ଜିଲାରେ କୋଭିଡ୍ଜନିତ ମୃତ୍ୟୁସଂଖ୍ୟା ୯୭ ବୋଲି ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ମୁଖ୍ୟ ଜିଲା ଚିକିତ୍ସାଧିକାରୀ ତଥ୍ୟ ପ୍ରଦାନ କରିଥିବାବେଳେ ରାଜ୍ୟ ସରକାରଙ୍କ ପୋର୍ଟାଲରେ ୫୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣଙ୍କର କୋଭିଡ୍ଜନିତ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି।
Posted inଆମ ଜିଲା ଖବର, କଟକ, କରୋନା ଭାଇରସ୍ View All
ମାସ୍କ୍ ନ ପିନ୍ଧିବା ନିର୍ଦ୍ଦେଶ ପରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ଜେରୁଜେଲମ୍,୨୪।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ନିୟମିତ ବ୍ୟବଧାନରେ ହାତଧୋଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ...
ନୂଆ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର: ଭିଟାମିନ୍ ଟ୍ୟାବଲେଟ୍-ଷ୍ଟିମ୍ ନେବାକୁ ମନା …
ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ କରୋନା ମାର୍ଗଦର୍ଶିକା ଜାରି କରାଯାଇଛି।...
କରୋନାରୁ ସୁସ୍ଥ ହୃଦ୍ରୋଗୀ ହାର୍ଟ ଚେକ୍ ଅପ୍ କରିବାକୁ ପରାମର୍ଶ
ଭୁବନେଶ୍ୱର, ୫।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଆରୋଗ୍ୟ ଲାଭ କରିବା ପରେ ଆକ୍ରାନ୍ତଙ୍କ ଶରୀରରେ ଅନ୍ୟାନ୍ୟ ଜଟିଳତା ଦେଖାଯାଉଛି। ଫଳରେ ରୋଗୀ ଗୁରୁତର ହୋଇ ହସ୍ପିଟାଲରେ...
ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା
କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ...
ନୂଆ ଆକ୍ରାନ୍ତ ସଂଖ୍ୟା ବଢ଼ିଲା, ମୃତକଙ୍କ ସଂଖ୍ୟା କମିଲା…
ନୂଆଦିଲ୍ଲୀ,୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
କୋଭିଡ ନିୟମ ଉଲ୍ଲଂଘନ କଲେ ଶୀଘ୍ର ଆସିବ ତୃତୀୟ ଲହର: ହାଇକୋର୍ଟ
ନୂଆଦିଲ୍ଲୀ,୧୮।୬: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଥିବା ବେଳେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧ପ୍ରତିଶତରୁ ବି କମ୍ ରହିଛି। ତେଣୁ ଦିଲ୍ଲୀ ସରକାର...
‘ଘରେ ଘରେ ମାସ୍କ’ କାର୍ଯ୍ୟକ୍ରମ
ଭୁବନେଶ୍ୱର/ ପୁରୁଣା ଭୁବନେଶ୍ୱର, ୩।୬(ବ୍ୟୁରୋ/ (ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବୁଧବାର ଏକାମ୍ର ନିର୍ବାଚନମଣ୍ଡଳୀର ଗଙ୍ଗନଗର କମ୍ୟୁନିଟି ସେଣ୍ଟରରେ ଘରେ ଘରେ ମାସ୍କ...
୨ ବିଭାଗର ଅବହେଳାରୁ ଦନ୍ତା ମୃତ
ଭଞ୍ଜନଗର,୭।୬: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଢଉପଲ୍ଲୀ ନିକଟ କାଜୁ ଜଙ୍ଗଲରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧...


