କୃଷି ବର୍ଜ୍ୟ ନ ପୋଡ଼ି ତାହାର ସଦୁପଯୋଗ କରିବାର ରାସ୍ତା ଦେଖାଇଛନ୍ତି ପୁଣେର ଡ. ପ୍ରିୟଦର୍ଶୀ କାର୍ଭେ। ଡ. କାର୍ଭେ ପଦାର୍ଥ ବିଜ୍ଞାନରେ ପୁଣେ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି ହାସଲ କରିଛନ୍ତି। ପରେ ଗବେଷଣା କରି ଆଖୁଚାଷ ବର୍ଜ୍ୟରୁ ବାୟୋଚାର୍ଲକୋଲ୍ ବା ଜୈବିକ କୋଇଲା ବା ଅଙ୍ଗାର ପ୍ରସ୍ତୁତ କରୁଛନ୍ତି। ତାଙ୍କ ନୂତନ ଟେକ୍ନୋଲୋଜିରେ ପ୍ରସ୍ତୁତ ଏହି ବାୟୋଚାର୍ଲକୋଲରୁ ଧୂଆଁ ବାହାରୁ ନାହିଁ। ଏହି ଟେକ୍ନୋଲୋଜି ପାଇଁ ତାଙ୍କୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପୁରସ୍କୃତ କରିଛି। ଡ. କାର୍ଭେ ମଧ୍ୟ ଏଥିପାଇଁ ଲଣ୍ଡନର ‘ଆସଦେନ୍ ଆଓ୍ବାର୍ଡ’ ପାଇଛନ୍ତି। ଆଖୁ ଚାଷରୁ ବାହାରୁଥିବା ବର୍ଜ୍ୟ ବ୍ୟତୀତ ସେ ବାୟୋଚାର୍ଲକୋଲ ପ୍ରସ୍ତୁତ କରିବା ପାଇଁ ଉଦ୍ୟାନ ବର୍ଜ୍ୟ ମଧ୍ୟ ବ୍ୟବହାର କରୁଛନ୍ତି। କାର୍ଭେ ଏହି ଜାଳେଣି ବ୍ୟବହାର କରିବା ପାଇଁ ଉନ୍ନତ ଧରଣର ଷ୍ଟୋଭ୍ ଓ ଚୁଲା ତିଆରି କରୁଛନ୍ତି। ଷ୍ଟୋଭ୍ର ନାଁ ରଖିଛନ୍ତି ସମୁଚିତ ଷ୍ଟିମ୍ କୁକର। ଏଥିରେ ୪ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇ ପାରୁଛି। ସବୁଠୁ ବଡ଼ କଥା ହେଉଛି ଏଥିପାଇଁ ମାତ୍ର ୧୦୦ ଗ୍ରାମ୍ ଚାର୍ଲକୋଲ୍ ଆବଶ୍ୟକ ପଡୁଛି। ଷ୍ଟୋଭ୍ର ଦାମ ୩୦୦୦ ଟଙ୍କା ଓ ଏବେ ସୁଦ୍ଧା ସେ ୬୦,୦୦୦ ଷ୍ଟୋଭ୍ ବିକ୍ରି କରିସାରିଲେଣି। ଡ. କାର୍ଭେଙ୍କ ପ୍ରସ୍ତୁତ ୧୦୦ ଗ୍ରାମ୍ ଚାର୍ଲକୋଲ୍ ୪ରୁ ୫ କେଜି ଜାଳେଣି କାଠର କାମ ଦେଉଛି। କାର୍ଭେ ମଧ୍ୟ ଏକ ଚୁଲା ବା ଆଞ୍ଚ ପ୍ରସ୍ତୁତ କରିଛନ୍ତି ଓ ଏଥିରୁ ୧୦,୦୦୦ ବିକ୍ରି କରିସାରିଲେଣି। ବିନା ଧୂଆଁରେ ଏଥିରେ ରୋଷେଇ ହେଉଛି। କାର୍ଭେଙ୍କ ଉଦ୍ଭାବନ କୃଷି ବର୍ଜ୍ୟ ପୋଡ଼ା ଯୋଗୁ ହେଉଥିବା ପ୍ରଦୂଷଣ ରୋକିବା ସହ ଏଲ୍ପିଜି ଗ୍ୟାସ୍ ମଧ୍ୟ ବଞ୍ଚାଯାଇ ପାରୁଛି। ଡ. କାର୍ଭେ ଇଂଲଣ୍ଡର ବାୟୋଟାର୍ ରିସର୍ଚ୍ଚ ସେଣ୍ଟର (ୟୁନିଭର୍ସିଟି ଅଫ୍ ଏଡିନ୍ବର୍ଗ)ରେ ଗବେଷଣା କରିବା ପରେ ଏହି ଟେକ୍ନୋଲୋଜି ଉଦ୍ଭାବନ କରିଛନ୍ତି।
ପ୍ରବାସୀ ଶ୍ରମିକ ବିକାଶକୁ ଉପଭୋଗ କରୁଛି ତ
ଇଂ. ଶକ୍ତି ପ୍ରସାଦ ଦାସ ନବେ ଦଶକରୁ ଅର୍ଥନୀତିର ଜଗତୀକରଣ ଓ ଉଦାରୀକରଣକୁ ବିଶ୍ୱର ଅଧିକାଂଶ ଦେଶ ଆପଣାଇଛନ୍ତି । କୋଭିଡ୍ ମହାମାରୀର ପ୍ରଭାବ ଏହାର...
ଏଇ ଭାରତରେ
କୋଭିଡ୍ ମହାମାରୀ ପରିଚାଳନାରେ ସରପଞ୍ଚମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। କିନ୍ତୁ ମହାରାଷ୍ଟ ସୋଲାପୁର ଜିଲାର ଅଟ୍ରୋଲି ଏବଂ ଘଟନେ ପଞ୍ଚାୟତର ଦୁଇ ଯୁବ ସରପଞ୍ଚଙ୍କ ମହାମାରୀ...
ମାଙ୍ଗାଲୋର ନ ଯାଇ ମଙ୍ଗଳ
ଜୁଲାଇ ୨୦ରେ ଆମାଜନ ପ୍ରତିଷ୍ଠାତା ତଥା ‘ବ୍ଲୁ ଅରିଜନ’ର ମାଲିକ ଜେଫ୍ ବେଜୋସ୍ଙ୍କ ସହ ତାଙ୍କ ଭାଇ ମାର୍କ ମହାକାଶକୁ ଯିବେ। ବିଶ୍ୱର ଅତିଧନୀ ବ୍ୟକ୍ତିବିଶେଷଙ୍କ...
ଭଲ ଖବର ପାଉନାହୁଁ
ଆକାର ପଟେଲ ଭାରତରେ ଭଲ ଖବର ପାଇବା ସହଜ ନୁହେଁ ଏବଂ ଅନେକ ଦିନରୁ ଏହା ପାଇବା ବି ସହଜ ହୋଇନାହିଁ। ନିକଟରେ ଭାରତର ଅର୍ଥ...
ଶାକାହାର ବନାମ ମାଂସାହାର
ମାନେକା ଗାନ୍ଧୀ ବ୍ରିଟେନ୍ର ବୃହତ୍ତମ ବେକରି ଗ୍ରେଗ୍ସ ବଜାରକୁ ଏକ ଭିଗନ୍(ଶୁଦ୍ଧ ଶାକାହାର) ସସେଜ୍ ରୋଲ୍ ଆଣିବାବେଳେ ତାହାକୁ ଜଣେ ବରିଷ୍ଠ ରିପୋର୍ଟର ତୀବ୍ର ବିରୋଧ...
ଯୁବବର୍ଗ ନା ବରିଷ୍ଠ
ଗତ ସପ୍ତାହରେ ବିଶ୍ୱର ଦୁଇ ଲୋକସଂଖ୍ୟା ବହୁଳ ରାଷ୍ଟ୍ର ଚାଇନା ଓ ଭାରତରେ ପୃଥକ୍ ଘଟଣା ଦେଖିବାକୁ ମିଳିଛି। ଯୁବସଂଖ୍ୟା କମିଯାଉଥିବାରୁ ପରିବାର ପିଛା ୩...
ଏଇ ଭାରତରେ
କଳା ଓ ସଂସ୍କୃତି ସୁରକ୍ଷା ପାଇଁ ଜଣେ ଫଟୋଗ୍ରାଫରଙ୍କ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ମୁମ୍ବାଇର ଏହି ଫଟୋଗ୍ରାଫର ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ଚତୁର୍ବେଦୀ। ସେ...
କଥା ବିକ୍ରି
ଡ. ସୁବାସ ଚନ୍ଦ୍ର ପାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଅନେକ ବସ୍ତୁ ବିକ୍ରି ହେବାକୁ ଲାଗିଲା, ଯାହା ବିକ୍ରିଯୋଗ୍ୟ ବୋଲି ୪୦/୫୦ ବର୍ଷ ପୂର୍ବରୁ କେହି ଚିନ୍ତା...


