କୃଷି ବର୍ଜ୍ୟ ନ ପୋଡ଼ି ତାହାର ସଦୁପଯୋଗ କରିବାର ରାସ୍ତା ଦେଖାଇଛନ୍ତି ପୁଣେର ଡ. ପ୍ରିୟଦର୍ଶୀ କାର୍ଭେ। ଡ. କାର୍ଭେ ପଦାର୍ଥ ବିଜ୍ଞାନରେ ପୁଣେ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି ହାସଲ କରିଛନ୍ତି। ପରେ ଗବେଷଣା କରି ଆଖୁଚାଷ ବର୍ଜ୍ୟରୁ ବାୟୋଚାର୍ଲକୋଲ୍ ବା ଜୈବିକ କୋଇଲା ବା ଅଙ୍ଗାର ପ୍ରସ୍ତୁତ କରୁଛନ୍ତି। ତାଙ୍କ ନୂତନ ଟେକ୍ନୋଲୋଜିରେ ପ୍ରସ୍ତୁତ ଏହି ବାୟୋଚାର୍ଲକୋଲରୁ ଧୂଆଁ ବାହାରୁ ନାହିଁ। ଏହି ଟେକ୍ନୋଲୋଜି ପାଇଁ ତାଙ୍କୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପୁରସ୍କୃତ କରିଛି। ଡ. କାର୍ଭେ ମଧ୍ୟ ଏଥିପାଇଁ ଲଣ୍ଡନର ‘ଆସଦେନ୍ ଆଓ୍ବାର୍ଡ’ ପାଇଛନ୍ତି। ଆଖୁ ଚାଷରୁ ବାହାରୁଥିବା ବର୍ଜ୍ୟ ବ୍ୟତୀତ ସେ ବାୟୋଚାର୍ଲକୋଲ ପ୍ରସ୍ତୁତ କରିବା ପାଇଁ ଉଦ୍ୟାନ ବର୍ଜ୍ୟ ମଧ୍ୟ ବ୍ୟବହାର କରୁଛନ୍ତି। କାର୍ଭେ ଏହି ଜାଳେଣି ବ୍ୟବହାର କରିବା ପାଇଁ ଉନ୍ନତ ଧରଣର ଷ୍ଟୋଭ୍ ଓ ଚୁଲା ତିଆରି କରୁଛନ୍ତି। ଷ୍ଟୋଭ୍ର ନାଁ ରଖିଛନ୍ତି ସମୁଚିତ ଷ୍ଟିମ୍ କୁକର। ଏଥିରେ ୪ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇ ପାରୁଛି। ସବୁଠୁ ବଡ଼ କଥା ହେଉଛି ଏଥିପାଇଁ ମାତ୍ର ୧୦୦ ଗ୍ରାମ୍ ଚାର୍ଲକୋଲ୍ ଆବଶ୍ୟକ ପଡୁଛି। ଷ୍ଟୋଭ୍ର ଦାମ ୩୦୦୦ ଟଙ୍କା ଓ ଏବେ ସୁଦ୍ଧା ସେ ୬୦,୦୦୦ ଷ୍ଟୋଭ୍ ବିକ୍ରି କରିସାରିଲେଣି। ଡ. କାର୍ଭେଙ୍କ ପ୍ରସ୍ତୁତ ୧୦୦ ଗ୍ରାମ୍ ଚାର୍ଲକୋଲ୍ ୪ରୁ ୫ କେଜି ଜାଳେଣି କାଠର କାମ ଦେଉଛି। କାର୍ଭେ ମଧ୍ୟ ଏକ ଚୁଲା ବା ଆଞ୍ଚ ପ୍ରସ୍ତୁତ କରିଛନ୍ତି ଓ ଏଥିରୁ ୧୦,୦୦୦ ବିକ୍ରି କରିସାରିଲେଣି। ବିନା ଧୂଆଁରେ ଏଥିରେ ରୋଷେଇ ହେଉଛି। କାର୍ଭେଙ୍କ ଉଦ୍ଭାବନ କୃଷି ବର୍ଜ୍ୟ ପୋଡ଼ା ଯୋଗୁ ହେଉଥିବା ପ୍ରଦୂଷଣ ରୋକିବା ସହ ଏଲ୍ପିଜି ଗ୍ୟାସ୍ ମଧ୍ୟ ବଞ୍ଚାଯାଇ ପାରୁଛି। ଡ. କାର୍ଭେ ଇଂଲଣ୍ଡର ବାୟୋଟାର୍ ରିସର୍ଚ୍ଚ ସେଣ୍ଟର (ୟୁନିଭର୍ସିଟି ଅଫ୍ ଏଡିନ୍ବର୍ଗ)ରେ ଗବେଷଣା କରିବା ପରେ ଏହି ଟେକ୍ନୋଲୋଜି ଉଦ୍ଭାବନ କରିଛନ୍ତି।
ଇମ୍ରାନ୍ଙ୍କ ମନ୍ତବ୍ୟ
ସ୍ୱଳ୍ପ କପଡ଼ା ପିନ୍ଧୁଥିବା ଯୁବତୀ ଓ ମହିଳାଙ୍କ ଯୋଗୁ ଦେଶରେ ବଳାତ୍କାର ମାମଲା ବୃଦ୍ଧି ପାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି। ନିକଟରେ...
ଏଇ ଭାରତରେ
କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହରରେ ବେଙ୍ଗାଲୁରୁର ସତ୍ୟ ଶଙ୍କରନ୍ଙ୍କ କର୍ତ୍ତବ୍ୟନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ସେ ସାଇକେଲ ଚଳାଇ ବରିଷ୍ଠ ନାଗରିକ ଏବଂ କୋଭିଡ୍-୧୯...
ଏଇ ଭାରତରେ
କୃଷି ଛାଡ଼ି ଚାକିରି କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ଏସ୍.ଶିବଗଣେଶ ଚାକିରି ଛାଡ଼ି ଚାଷରେ ଲାଗିଛନ୍ତି। ୨୦୦୬ରେ ସେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା...
ଜି-୭ରେ ଜଳବାୟୁ ପ୍ରସଙ୍ଗ
ଡ. ଜୟକୃଷ୍ଣ ପାଣିଗ୍ରାହୀ ବ୍ରିଟେନ୍ କର୍ନଓ୍ବାଲ ପ୍ରଦେଶର କାର୍ବିସ ଉପକୂଳରେ ଜୁନ ୧୧ରେ ଯେତେବେଳେ ବିଶ୍ୱର ଜି-୭ ବା ସପ୍ତ-ରାଷ୍ଟ୍ର ଗୋଷ୍ଠୀର ରାଷ୍ଟ୍ରମୁଖ୍ୟମାନେ ୪୭ତମ ଶିଖର...
ଏଇ ଭାରତରେ
କଳା ଓ ସଂସ୍କୃତି ସୁରକ୍ଷା ପାଇଁ ଜଣେ ଫଟୋଗ୍ରାଫରଙ୍କ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ମୁମ୍ବାଇର ଏହି ଫଟୋଗ୍ରାଫର ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ଚତୁର୍ବେଦୀ। ସେ...
ଏଇ ଭାରତରେ
ବର୍ଜ୍ୟ ଉପଯୋଗ କରି ପରିବେଶ ଉପଯୋଗୀ ସିମେଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ଏବଂ ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଉତ୍ତରପ୍ରଦେଶ)ର ପ୍ରାଧ୍ୟାପକମାନେ। ସେମାନଙ୍କ...
ଏଇ ଭାରତରେ
ପଞ୍ଜାବର ଦୁଇ ମହିଳା ବନ ଅଧିକାରୀ କଳ୍ପନା କେ ଏବଂ ଏମ୍ ଗୀତାଞ୍ଜଳିଙ୍କର ପରିବେଶ ତଥା ଜୀବ ସୁରକ୍ଷା ପ୍ରତି ଶତ ପ୍ରତିଶତ ସମର୍ପିତ ଭାବ...
ରାନ୍ସମ୍ୱେର ଯୁଗ
ଗୁଗଲ୍, ଆମାଜନ ଓ ଫେସ୍ବୁକ୍ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ (ଏମ୍ଏନ୍ସି) ସମଗ୍ର ବିଶ୍ୱରେ ବେପାର କରୁଛନ୍ତି। କିନ୍ତୁ ହାତଗଣତି ଦେଶରେ ଟିକସ ଦେଉଛନ୍ତି। ହେଲେ ଆଗକୁ...


