ସାଉଥାମ୍ପଟନ, ୫।୬(ପି.ଟି.)-
ସମ୍ପ୍ରତି ୟୁନାଇଟେଡ କିଙ୍ଗ୍ଡମ୍ ଟୁର୍ରେ ଥିବା ଭାରତୀୟ କ୍ରିକେଟ ଦଳର ୩ ଦିନିଆ କଠିନ କ୍ୱାରାଣ୍ଟାଇନ୍ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଖେଳାଳିମାନଙ୍କୁ ପରସ୍ପର ସହ ମିଶିବାକୁ ବାରଣ କରାଯାଇଛି। ୩ ଦିନିଆ କ୍ୱାରାଣ୍ଟାଇନ୍ ପରେ ଖେଳାଳିଙ୍କୁ ଏଜେସ ବାଓଲରେ ଟ୍ରେନିଂ ପାଇଁ ଅନୁମତି ମିଳିବ ବୋଲି ତାରକା ସ୍ପିନର ଅକ୍ଷର ପଟେଲ ପ୍ରକାଶ କରିଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଚଳିତ ମାସ ୧୮ ତାରିଖରୁ ଏଠାରେ ଆରମ୍ଭ ହେବ। ବୁଧବାର ଏଠାରେ ପହଞ୍ଚତ୍ଥିବା ଭାରତୀୟ ଦଳ ପାଇଁ ଅଭ୍ୟାସ କରିବାକୁ ଖୁବ୍ କମ୍ ସମୟ ଅଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଘରୋଇ ଇଂଲଣ୍ଡ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ଖେଳିବା ଆରମ୍ଭ କରି ଏହାର ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଉଛି।
ୟୁକେ ଆସିବା ପୂର୍ବରୁ ଭାରତୀୟ ଦଳ ମୁମ୍ବାଇରେ ୧୪ ଦିନିଆ କ୍ୱାରାଣ୍ଟାଇନ୍ରେ ରହିଥିଲା। ଏଠାରେ ପହଞ୍ଚତ୍ବା ପରେ ସଂକ୍ଷିପ୍ତ ତଥା କଠିନ କ୍ୱାରାଣ୍ଟାଇନ୍ ଆରମ୍ଭ ହୋଇଛି। ”୩ ଦିନ କ୍ୱାରାଣ୍ଟାଇନ ମଧ୍ୟରେ ଆମକୁ କେହି କାହାରି ସହିତ ନ ମିଶିବାକୁ ପରାମର୍ଶ ଦିଆ ଯାଇଛି। ତେଣୁ ଶୋଇ ବିଶ୍ରାମ ନେବୁ“ ବୋଲି ବିସିସିଆଇ ପକ୍ଷରୁ ପୋଷ୍ଟ କରାଯାଇଥିବା ଭାରତୀୟ ଦଳର ଭ୍ରମଣ ସମୟର ଏକ ଭିଡିଓରେ ଅକ୍ଷର କହିଛନ୍ତି। ଗୋଟିଏ ଚାର୍ଟାର୍ଡ ବିମାନରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଇଂଲଣ୍ଡ ଯାତ୍ରା କରିଥିଲେ। ଲଣ୍ଡନରେ ପହଞ୍ଚତ୍ବା ପରେ ଭାରତୀୟ ଦଳ ୨ ଘଣ୍ଟା ବସ୍ ଯାତ୍ରା କରି ସାଉଥାମ୍ପଟନରେ ପହଞ୍ଚତ୍ଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପରେ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଅନ୍ୟପକ୍ଷରେ ଭାରତୀୟ ଦଳ ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଚଳିତମାସ ୧୬ ତାରିଖରୁ ମହିଳା ଦଳର ଅଭିଯାନ ଆରମ୍ଭ ହେବ।
ରାଣୀ ଅଧିନାୟିକା, ଦୀପ୍ଗ୍ରେସ୍ ଓ ସବିତା ଉପଅଧିନାୟିକା
ନୂଆଦିଲ୍ଲୀ, ୨୨ା୬ (ପି.ଟି.)-ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ସୋମବାର ଷ୍ଟ୍ରାଇକର ହରିୟାଣାର ରାଣୀ ରାମପାଲ ଅଧିନାୟିକା ଏବଂ ଓଡ଼ିଶାର...
ନିଜ ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ: ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ
ଭୁବନେଶ୍ୱର(ସ୍ପୋଟର୍ସ ବ୍ୟୁରୋ)୨୨।୬: ଭାରତ ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପଟିଆଲାରେ ଚାଲିଥିବା ଭାରତୀୟ...
ଟୋକିଓ ଅଲିମ୍ପିକ୍ସ: ଛୁଟି ନେଲେ କ୍ଳାନ୍ତ ଟୋକିଓ ଗଭର୍ନର
ଟୋକିଓ,୨୪।୬: ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଠିକ୍ ମାସେ ରହିଥିବା ବେଳେ ଟୋକିଓ ଗଭର୍ନର ୟୁରିକୋ କୋଇକେ ଛୁଟି ନେଇଛନ୍ତି। ଅତ୍ୟଧିକ ମାତ୍ରାରେ କ୍ଲାନ୍ତ ହୋଇଥିବାରୁ...
ଦର୍ଶକଙ୍କୁ ଖୁସି ଖବର ଦେଲା ଆଇସିସି: ୮ ବର୍ଷ ଭିତରେ ହେବ ୧୦ଟି ବିଶ୍ୱକପ୍!
ଦୁବାଇ,୨।୬: ଆଇସିସି କ୍ରିକେଟ ପରିଷଦ (ଆଇସିସି) ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଆଇସିସି ଆସନ୍ତା ୮ ବର୍ଷ ପାଇଁ ଫ୍ୟୁଚର ଟୁର୍ ପ୍ରୋଗ୍ରାମ (ଏଫଟିପି)...
ଆଡ୍ହକ କମିଟିର ନୂଆ ଚେୟାରମ୍ୟାନ ହେଲେ ଦିଲୀପ ତିର୍କୀ
ଭୁବନେଶ୍ୱର,୧୮।୬: ଓଡ଼ିଶା ହକିର ପରିଚାଳନା ପାଇଁ ହକି ଇଣ୍ଡିଆ ଶୁକ୍ରବାର ଏକ ଆଡ୍ହକ୍ କମିଟି ଗଠନ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ...
ଦ୍ରାବିଡଙ୍କ ଏହି ଗୋଟିଏ ରଣନୀତି ପାଇଁ ବଦଳିଯାଇଛି ଭାରତୀୟ କ୍ରିକେଟର ରୂପ: ଅଭିଜ୍ଞତାକୁ ଦେଇଥିଲେ…
ନୂଆଦିଲ୍ଲୀ,୧୧।୬: ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ) ନିର୍ଦ୍ଦେଶକ ରାହୁଲ ଦ୍ରାବିଡଙ୍କୁ ଭାରତର ଯୁବ ପ୍ରତିଭାଙ୍କ ପ୍ରତିପୋଷଣର ଶ୍ରେୟ ଦିଆଯାଏ। ସେ ଏବେ ଭାରତର ଅଣ୍ଡର-୧୯ ଏବଂ ‘ଏ’...
ନୋଭାକ୍ ଜୋକୋଭିଚ୍ ଚାମ୍ପିୟନ
ପ୍ୟାରିସ, ୧୪।୬-ସର୍ବିୟାର ନୋଭାକ୍ ଜୋକୋଭିଚ୍ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ...
କ୍ରୀଡ଼ା ମହଲରେ ଶୋକ
ଚଣ୍ଡିଗଡ଼, ୨୦ା୬ (ପି.ଟି.)-ମିଲ୍ଖାଙ୍କ ଦେହାନ୍ତରେ କ୍ରୀଡ଼ା ମହଲରୁ ଶୋକବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କିମ୍ବଦନ୍ତୀ ଭାରତୀୟ...


