ଯାଜପୁର ଅଫିସ,୧୧।୬: ଲୁହାପଥର ଅଭାବ ଓ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ରାଜ୍ୟରେ ଗଢ଼ିଉଠିଥିବା ଇସ୍ପାତ୍ କାରଖାନାଗୁଡିକ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଗତ ବର୍ଷକ ମଧ୍ୟରେ ଲୁହାପଥର ଦର ପ୍ରାୟ ୫ ଗୁଣାରୁ ଅଧିକ ବଢ଼ିଛି। କରୋନା ମହାମାରୀ ପ୍ରଭାବରେ ଦୋହଲି ଯାଇଥିବା ବିଶ୍ୱ ଅର୍ଥନୀତିକୁ ସଜାଡ଼ିବାରେ ଇସ୍ପାତ ଶିଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ହେଲେ ବିଡମ୍ବନାର ବିଷୟ ଯେ ଶିଳ୍ପ ସମୃଦ୍ଧ ରାଜ୍ୟ ଓଡ଼ିଶାରେ ଲୁହାପଥର ଉତ୍ପାଦନ କ୍ରମେ ହ୍ରାସ ପାଉଥିବା ହେତୁ ଲୁହାପଥରର ଅହେତୁକ ମୂଲ୍ୟବୃଦ୍ଧି ଘଟିଛି। ନିଜସ୍ବ ଲୁହାପଥର ଖଣି ନ ଥିବା ଶିଳ୍ପସଂସ୍ଥାଗୁଡିକ ବର୍ତ୍ତମାନ ପରିସ୍ଥିତିରେ ବର୍ଦ୍ଧିତ ମୂଲ୍ୟରେ ଲୁହାପଥର କିଣି କାରଖାନା ଚଳାଇବା ସମ୍ଭବପର ହେଉନାହିଁ। ଫଳରେ ସଂମ୍ପୃକ୍ତ ଶିଳ୍ପସଂସ୍ଥାଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନଙ୍କ ଜୀବନଜୀବିକା ବିପନ୍ନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ଲୁହାପଥର ଉତ୍ପାଦନ ୧୪୨ ମିଲିୟନ ଟନ୍ ଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୩୧ ମିଲିୟନ ଟନ ହ୍ରାସ ପାଇ ୧୧୧ ମିଲିୟନ ଟନ୍ ହୋଇଛି। ସେହିପରି ୨୦୧୯-୨୦ରେ ୧୭.୪ ମିଲିୟନ ଟନ୍ ଲୁହାପଥର ଓଡ଼ିଶା ବାହାରକୁ ରପ୍ତାନି କରାଯାଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧୧.୬ ମିଲିୟନ ଟନ୍ ବୃଦ୍ଧି ପାଇ ୨୯ ମିଲିୟନ ଟନ୍ରେ ପହଞ୍ଚିଛି। ଫଳରେ ରାଜ୍ୟରେ ଗତ ବର୍ଷ ତୁଳନାରେ ଏହି ବର୍ଷ ୪୨ ମିଲିୟନ ଟନ୍ ଲୁହାପଥରର ଅଭାବ ଦେଖାଦେଇଛି। ଏହି କାରଣରୁ ଲୁହାପଥର ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ଜୁନ୍ ୨୦୨୦ରେ ଲୁହାପଥର ମୂଲ୍ୟ ଟନ୍ ପିଛା ୨୨୦୦ ଟଙ୍କା ଥିଲାବେଳେ ଜୁନ ୨୦୨୧ରେ ଏହା ଅଦ୍ଭୂତପୂର୍ବ ଭାବେ ବୃଦ୍ଧି ପାଇ ଟନ୍ ପିଛା ପ୍ରାୟ ୧୨ ହଜାର ଟଙ୍କାରେ ପହଞ୍ଚତ୍ଛି। ଲୁହା ପଥର କମ୍ ଉତ୍ପାଦନ ଯୋଗୁ ଇ-ନିଲାମ ପ୍ରକ୍ରିୟାରେ ନିଜସ୍ବ ଖଣି ନ ଥିବା ଲୁହାପଥର ଖରିଦକାରୀ ଇସ୍ପାତ୍ ଶିଳ୍ପ ସଂସ୍ଥାଗୁଡ଼ିକ ବିପୁଳ କ୍ଷତି ସହି ଆସୁଛନ୍ତି। ଏପରି କି ଲୁହାପଥରର ଅଭାବୀ ଯୋଗାଣ ଯୋଗୁ ପଶ୍ଚିମବଙ୍ଗ ଓ ଛତିଶଗଡ଼ ରାଜ୍ୟର ଇସ୍ପାତ୍ କାରଖାନାଗୁଡ଼ିକ ନିଜ କାରଖାନାର ଲୁହାପଥର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଗତ ୨ା୬ା୨୦୨୧ରେ ଓଡ଼ିଶା ଖଣି ନିଗମ (ଓଏମ୍ସି) ଦ୍ୱାରା ଆହୂତ ଇ-ନିଲାମରେ ଭାଗ ନେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ନିଜସ୍ବ ଲୁହାପଥର ଖଣି ଥିବା କେତେକ ଶିଳ୍ପ ସଂସ୍ଥା ମଧ୍ୟ ଭାଗ ଏଥିରେ ନେଇଥିଲେ। ଲୁହାପଥର ଦର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ନିଲାମ ପ୍ରକ୍ରିୟାରେ ନିଜସ୍ବ ଖଣି ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ଭାଗ ନେଇଥିଲେ ବୋଲି କୁହାଯାଇଛି। ଫଳରେ ନିଲାମ ପାଇଁ ରଖାଯାଇଥିବା ଲୁହାପଥରର ଟନ୍ ପିଛା ମୂଲ୍ୟ ୧୧,୬୧୨ ଟଙ୍କାକୁ ବୃଦ୍ଧି ପାଇଛି। ଯାହାକି ଗତ ଏପ୍ରିଲ ପ୍ରଥମ ସପ୍ତାହରେ ହୋଇଥିବା ନିଲାମ ଦର ଠାରୁ ଏହା ପ୍ରାୟ ୪ହଜାର ଟଙ୍କା ଅଧିକ। ଆର୍ଥିକ ମାନ୍ଦାବସ୍ଥା ସମୟରେ ଲୁହାପଥରର ଅହେତୁକ ମୂଲ୍ୟ ବୃଦ୍ଧି ନିଜସ୍ବ ଖଣି ନ ଥିବା ଇସ୍ପାତ୍ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ରାଜ୍ୟରେ ଗଢ଼ିଉଠିଥିବା ଇସ୍ପାତ୍ କାରଖାନା ଯଥା ଆଧୁନିକ ଇସ୍ପାତ୍, କନ୍କାଷ୍ଟ ଇସ୍ପାତ୍, ଏମ୍ଏସ୍ପି ଇସ୍ପାତ୍ କାରଖାନାଗୁଡ଼ିକ ବନ୍ଦ ହୋଇଯାଇଥିବାବେଳେ ଇସ୍ପାତ୍ ରାଜଧାନୀ ବୋଲାଉ ଥିବା କଳିଙ୍ଗନଗର ଶିଳ୍ପାଞ୍ଚଳ ଏବେ ରଙ୍ଗହୀନ ହୋଇପଡ଼ିଛି। ଏଠାରେ ଗଢ଼ିଉଠିଥିବା ନୀଳାଚଳ ଇସ୍ପାତ ନିଗମ, ମେସ୍କୋ ଷ୍ଟିଲ ପ୍ଲାଣ୍ଟ, ମଇଥାନ ଇସ୍ପାତ୍ ଓ ରୋହିତ କାରଖାନା ବନ୍ଦ ହୋଇଯାଇଥିବାବେଳେ କେତେକ କାରଖାନା ଏପରି ପରିସ୍ଥିତିରେ ସଂଘର୍ଷ କରୁଛନ୍ତି। କଳିଙ୍ଗନଗର ଶିଳ୍ପ ସଂଘ ପକ୍ଷରୁ ଏହି ସମ୍ବେଦନଶୀଳ ଘଟଣା ପ୍ରତି ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ ଏବଂ ଇସ୍ପାତ ଓ ଖଣି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ଲେଖିକା ମୀନାକ୍ଷୀ ଦେବୀଙ୍କ ପରଲୋକ
କଟକ ଅଫିସ, ୩।୬: ବିଶିଷ୍ଟ ଲେଖିକା ତଥା ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦିକା ମୀନାକ୍ଷୀ ଦେବୀ(୬୬)ଙ୍କର ବୁଧବାର ପରଲୋକ ହୋଇଯାଇଛି। କଟକ ରାଜାବଗିଚା ଚକୋଲେଟ୍...
ବୟସ୍କ, ଦିବ୍ୟାଙ୍ଗଙ୍କ ପାଇଁ ‘ନିଅର ଟୁ ହୋମ୍ ଟିକାକରଣ କେନ୍ଦ୍ର’
ଭୁବନେଶ୍ୱର, ୩୧।୫(ବ୍ୟୁରୋ): ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ଘର ନିକଟରେ ଟିକାକରଣ କେନ୍ଦ୍ର ବା ନିଅର ଟୁ ହୋମ୍ ଟିକାକରଣ କେନ୍ଦ୍ର (ଏନ୍ଏଚ୍ସିଭିସି) କରିବାକୁ କେନ୍ଦ୍ର...
କଙ୍ଗାରୁ କୋର୍ଟରେ ସାକ୍ଷୀ ଦେବାରୁ ଯୁବକଙ୍କୁ ହତ୍ୟା
ଜୟପୁର,୧୧ା୬: ଜୟପୁର ସଦର ଥାନା ଅଧୀନ କଣ୍ଡାପୁଟ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି ଜୟପୁର ସଦର ପୋଲିସ।...
୪ ଜିଲାରେ ହେବ ଅଣଧାନ ଫସଲ
ଭୁବନେଶ୍ୱର, ୧ା୬(ବ୍ୟୁରୋ): ଚଳିତ ଖରିଫ୍ରେ ରାଜ୍ୟର ମୋଟ ୧୨ ହଜାର ୨୦୭ ହେକ୍ଟର ଚାଷଜମିରେ ଫସଲର ବିବିଧୀକରଣର ଏକ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାକୁ...
ଆକାଶ ପାଠକଙ୍କୁ ସର୍ତ୍ତମୂଳକ ଜାମିନ
କଟକ ଅଫିସ, ୨୬।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଆକାଶ ପାଠକଙ୍କୁ ଶୁକ୍ରବାର ହାଇକୋର୍ଟରୁ...
ମହିଳାଙ୍କ ସହ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା
ବୌଦ୍ଧ,୫ା୬: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ ସରସରା ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ମୃତକ ହେଲେ...
ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର
ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି...
ଦାନ ମାଝିଙ୍କ ଝିଅ ମାଟ୍ରିକ ପାସ୍ କଲେ
ଭୁବନେଶ୍ୱର,୨୫।୬: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଶୁକ୍ରବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍(କିସ୍)ରେ ପଢୁଥିବା ବହୁ...


