ଯାଜପୁର ଅଫିସ,୧୧।୬: ଲୁହାପଥର ଅଭାବ ଓ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ରାଜ୍ୟରେ ଗଢ଼ିଉଠିଥିବା ଇସ୍ପାତ୍ କାରଖାନାଗୁଡିକ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଗତ ବର୍ଷକ ମଧ୍ୟରେ ଲୁହାପଥର ଦର ପ୍ରାୟ ୫ ଗୁଣାରୁ ଅଧିକ ବଢ଼ିଛି। କରୋନା ମହାମାରୀ ପ୍ରଭାବରେ ଦୋହଲି ଯାଇଥିବା ବିଶ୍ୱ ଅର୍ଥନୀତିକୁ ସଜାଡ଼ିବାରେ ଇସ୍ପାତ ଶିଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ହେଲେ ବିଡମ୍ବନାର ବିଷୟ ଯେ ଶିଳ୍ପ ସମୃଦ୍ଧ ରାଜ୍ୟ ଓଡ଼ିଶାରେ ଲୁହାପଥର ଉତ୍ପାଦନ କ୍ରମେ ହ୍ରାସ ପାଉଥିବା ହେତୁ ଲୁହାପଥରର ଅହେତୁକ ମୂଲ୍ୟବୃଦ୍ଧି ଘଟିଛି। ନିଜସ୍ବ ଲୁହାପଥର ଖଣି ନ ଥିବା ଶିଳ୍ପସଂସ୍ଥାଗୁଡିକ ବର୍ତ୍ତମାନ ପରିସ୍ଥିତିରେ ବର୍ଦ୍ଧିତ ମୂଲ୍ୟରେ ଲୁହାପଥର କିଣି କାରଖାନା ଚଳାଇବା ସମ୍ଭବପର ହେଉନାହିଁ। ଫଳରେ ସଂମ୍ପୃକ୍ତ ଶିଳ୍ପସଂସ୍ଥାଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନଙ୍କ ଜୀବନଜୀବିକା ବିପନ୍ନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ଲୁହାପଥର ଉତ୍ପାଦନ ୧୪୨ ମିଲିୟନ ଟନ୍ ଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୩୧ ମିଲିୟନ ଟନ ହ୍ରାସ ପାଇ ୧୧୧ ମିଲିୟନ ଟନ୍ ହୋଇଛି। ସେହିପରି ୨୦୧୯-୨୦ରେ ୧୭.୪ ମିଲିୟନ ଟନ୍ ଲୁହାପଥର ଓଡ଼ିଶା ବାହାରକୁ ରପ୍ତାନି କରାଯାଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧୧.୬ ମିଲିୟନ ଟନ୍ ବୃଦ୍ଧି ପାଇ ୨୯ ମିଲିୟନ ଟନ୍ରେ ପହଞ୍ଚିଛି। ଫଳରେ ରାଜ୍ୟରେ ଗତ ବର୍ଷ ତୁଳନାରେ ଏହି ବର୍ଷ ୪୨ ମିଲିୟନ ଟନ୍ ଲୁହାପଥରର ଅଭାବ ଦେଖାଦେଇଛି। ଏହି କାରଣରୁ ଲୁହାପଥର ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ଜୁନ୍ ୨୦୨୦ରେ ଲୁହାପଥର ମୂଲ୍ୟ ଟନ୍ ପିଛା ୨୨୦୦ ଟଙ୍କା ଥିଲାବେଳେ ଜୁନ ୨୦୨୧ରେ ଏହା ଅଦ୍ଭୂତପୂର୍ବ ଭାବେ ବୃଦ୍ଧି ପାଇ ଟନ୍ ପିଛା ପ୍ରାୟ ୧୨ ହଜାର ଟଙ୍କାରେ ପହଞ୍ଚତ୍ଛି। ଲୁହା ପଥର କମ୍ ଉତ୍ପାଦନ ଯୋଗୁ ଇ-ନିଲାମ ପ୍ରକ୍ରିୟାରେ ନିଜସ୍ବ ଖଣି ନ ଥିବା ଲୁହାପଥର ଖରିଦକାରୀ ଇସ୍ପାତ୍ ଶିଳ୍ପ ସଂସ୍ଥାଗୁଡ଼ିକ ବିପୁଳ କ୍ଷତି ସହି ଆସୁଛନ୍ତି। ଏପରି କି ଲୁହାପଥରର ଅଭାବୀ ଯୋଗାଣ ଯୋଗୁ ପଶ୍ଚିମବଙ୍ଗ ଓ ଛତିଶଗଡ଼ ରାଜ୍ୟର ଇସ୍ପାତ୍ କାରଖାନାଗୁଡ଼ିକ ନିଜ କାରଖାନାର ଲୁହାପଥର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଗତ ୨ା୬ା୨୦୨୧ରେ ଓଡ଼ିଶା ଖଣି ନିଗମ (ଓଏମ୍ସି) ଦ୍ୱାରା ଆହୂତ ଇ-ନିଲାମରେ ଭାଗ ନେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ନିଜସ୍ବ ଲୁହାପଥର ଖଣି ଥିବା କେତେକ ଶିଳ୍ପ ସଂସ୍ଥା ମଧ୍ୟ ଭାଗ ଏଥିରେ ନେଇଥିଲେ। ଲୁହାପଥର ଦର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ନିଲାମ ପ୍ରକ୍ରିୟାରେ ନିଜସ୍ବ ଖଣି ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ଭାଗ ନେଇଥିଲେ ବୋଲି କୁହାଯାଇଛି। ଫଳରେ ନିଲାମ ପାଇଁ ରଖାଯାଇଥିବା ଲୁହାପଥରର ଟନ୍ ପିଛା ମୂଲ୍ୟ ୧୧,୬୧୨ ଟଙ୍କାକୁ ବୃଦ୍ଧି ପାଇଛି। ଯାହାକି ଗତ ଏପ୍ରିଲ ପ୍ରଥମ ସପ୍ତାହରେ ହୋଇଥିବା ନିଲାମ ଦର ଠାରୁ ଏହା ପ୍ରାୟ ୪ହଜାର ଟଙ୍କା ଅଧିକ। ଆର୍ଥିକ ମାନ୍ଦାବସ୍ଥା ସମୟରେ ଲୁହାପଥରର ଅହେତୁକ ମୂଲ୍ୟ ବୃଦ୍ଧି ନିଜସ୍ବ ଖଣି ନ ଥିବା ଇସ୍ପାତ୍ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ରାଜ୍ୟରେ ଗଢ଼ିଉଠିଥିବା ଇସ୍ପାତ୍ କାରଖାନା ଯଥା ଆଧୁନିକ ଇସ୍ପାତ୍, କନ୍କାଷ୍ଟ ଇସ୍ପାତ୍, ଏମ୍ଏସ୍ପି ଇସ୍ପାତ୍ କାରଖାନାଗୁଡ଼ିକ ବନ୍ଦ ହୋଇଯାଇଥିବାବେଳେ ଇସ୍ପାତ୍ ରାଜଧାନୀ ବୋଲାଉ ଥିବା କଳିଙ୍ଗନଗର ଶିଳ୍ପାଞ୍ଚଳ ଏବେ ରଙ୍ଗହୀନ ହୋଇପଡ଼ିଛି। ଏଠାରେ ଗଢ଼ିଉଠିଥିବା ନୀଳାଚଳ ଇସ୍ପାତ ନିଗମ, ମେସ୍କୋ ଷ୍ଟିଲ ପ୍ଲାଣ୍ଟ, ମଇଥାନ ଇସ୍ପାତ୍ ଓ ରୋହିତ କାରଖାନା ବନ୍ଦ ହୋଇଯାଇଥିବାବେଳେ କେତେକ କାରଖାନା ଏପରି ପରିସ୍ଥିତିରେ ସଂଘର୍ଷ କରୁଛନ୍ତି। କଳିଙ୍ଗନଗର ଶିଳ୍ପ ସଂଘ ପକ୍ଷରୁ ଏହି ସମ୍ବେଦନଶୀଳ ଘଟଣା ପ୍ରତି ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ ଏବଂ ଇସ୍ପାତ ଓ ଖଣି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ଡିଭାଇଡରରେ ପିଟିହେଲା କାର୍: ଏକାସାଙ୍ଗରେ ଚାଲିଗଲେ ମା’, ପୁଅ
ବ୍ରହ୍ମପୁର ଅଫିସ,୨୪।୬: ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ମା’ ପୁଅଙ୍କ ଏମ୍କେସିଜି ମେଡିକାଲରେ ଗୁରୁବାର ମୃତ୍ୟୁ ଘଟିଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ର ପି.ଲକ୍ଷ୍ମୀ (୪୫)...
୧୧ରେ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ
ଭୁବନେଶ୍ୱର,୯ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ସମଗ୍ର ଦେଶ ଛଟପଟ ହେଉଥିବା ବେଳେ କେନ୍ଦ୍ରର ମୋଦି ସରକାର ଲଗାତର ଭାବେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି...
ଚିରନିଦ୍ରାରେ ‘ଶଲାବୁଢ଼ା’ ଫେମ୍ ଅଭିନେତା
ଭୁବନେଶ୍ୱର/ସୋନପୁର(ବ୍ୟୁରୋ, ନି.ପ୍ର.)୫।୬: ଲୋକପ୍ରିୟ ସମ୍ବଲପୁରୀ ଫିଲ୍ମ ‘ଶଲାବୁଢ଼ା’ ଫେମ୍ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ଘଟିଛି। ଶୁକ୍ରବାର ବିଳମ୍ବିତ...
ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ, ରାସ୍ତାରେ ଆବର୍ଜନା
କଟକ ଅଫିସ,୧୯।୬: କଟକ ମହାନଗର ନିଗମ (ସିଏମ୍ସି) ଅଧୀନ ୧୮ ନମ୍ବର ୱାର୍ଡବାସିନ୍ଦା ପରିମଳ ଓ ଡ୍ରେନେଜ୍ ସମସ୍ୟା ଘେରରେ ରହିଛନ୍ତି। ଏହି ୱାର୍ଡର କେତେକ...
କାର୍ଯ୍ୟକ୍ଷମ ହେଲା ଦେଓ ପ୍ରକଳ୍ପ
ବାରିପଦା ଅଫିସ/ଠାକୁରମୁଣ୍ଡା, ୨୬।୬ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ହାତୀବାରିଠାରେ ନିର୍ମାଣାଧୀନ ବହୁ ପ୍ରତିକ୍ଷୀତ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଶୁକ୍ରବାର ପରୀକ୍ଷାମୂଳକ...
୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ
ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...
ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ଝାରସୁଗୁଡ଼ା ଅଫିସ,୧୨।୬: ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ବୃନ୍ଦାମାଲ ଗ୍ରାମରେ ଶନିବାର ଏକ ଅଘଟଣ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ଘଟିିଛି। ମୃତକ...
୧ରୁ କାର୍ଯ୍ୟକ୍ଷମ ହେବ ବ୍ରହ୍ମପୁରର ଦ୍ୱିତୀୟ ପୋକ୍ସୋ କୋର୍ଟ
ବ୍ରହ୍ମପୁର ଅଫିସ,୨୫।୬: ବ୍ରହ୍ମପୁରରେ ଦ୍ୱିତୀୟ ପୋକ୍ସୋ କୋର୍ଟ ଆରମ୍ଭ ହେବ। ଜୁଲାଇ ୧ ତାରିଖରେ ଏହି କୋର୍ଟ ଉଦ୍ଘାଟିତ ହେବ। ପୂର୍ବରୁ ଗଞ୍ଜାମ ଜିଲାରେ ସ୍ବତନ୍ତ୍ର...


