ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆ ଉପରେ ଭାରୀ ପଡିଛି। ମ୍ୟାଚର ତୃତୀୟ ଦିନରେ ପ୍ରଥମ ଇନିଂସରେ ୨୧୭ରନ ସ୍କୋର କରିବା ପରେ ଟିମ ଇଣ୍ଡିଆ ଅଲଆଉଟ ହୋଇଥିଲା। ଦଳ ୬୮ ରନ ପାଇଁ ଶେଷ ୭ ଉଇକେଟ ହରାଇଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ତୃତୀୟ ଦିନ ଖେଳ ଶେଷ ହେବା ବେଳକୁ ୨ ଉଇକେଟ୍ ହରାଇ ୧୦୧ ରନ ସଂଗ୍ରହ କରିଥିଲା। ଡିଭନ କନୱେ ୫୪ ଏବଂ ଟମ ଲାଥାମ ୩୦ ରନରେ ଆଉଟ୍ ହୋଇଛନ୍ତି।
ନ୍ୟୁଜିଲାଣ୍ଡ ଇନିଂସର ୨୮ ଓଭରର ତୃତୀୟ ବଲରେ ଇଶାନ୍ତ ଶର୍ମା ଡିଭନ କନୱେଙ୍କ ବିରୋଧରେ ଦୃଢ ଏଲବିଡବ୍ଲୁ ଆବେଦନ କରିଥିଲେ। କିନ୍ତୁ ଅମ୍ପାୟାର ବ୍ୟାଟ୍ସମ୍ୟାନଙ୍କୁ ଆଉଟ ଦେଇ ନ ଥିଲେ। ତେବେ ରିପ୍ଲାଏରେ ଏହା ସ୍ପଷ୍ଟ ହୋଇଥିଲା ଯେ ବଲ୍ ବ୍ୟାଟରେ ନ ବାଜି ରିଷଭ ପନ୍ତଙ୍କ ହାତକୁ ଯାଇଥିଲା। ଏହା ପରେ ମଧ୍ୟ ଇଶାନ୍ତ ଅମ୍ପାୟାରଙ୍କୁ ଅପିଲ୍ କରିଥିଲେ। ଏହା ଉପରେ ବିରାଟ କୋହଲି କହିଥିଲେ ଯେ ଆପଣ ଅମ୍ପାୟାରଙ୍କୁ ପଚାରୁଛ ନା ଗାଳି କରୁଛ। ଭାରତୀୟ ଦଳ ଏହି ମ୍ୟାଚ୍ରେ ତିନି ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି ଏବଂ ଇଶାନ୍ତଙ୍କ ଏହି ମ୍ୟାଚରେ ଅବତରଣ କରିଛି। ଆର ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ସ୍ପିନର ଭାବରେ ଖେଳୁଛନ୍ତି।
ଗୋଟିଏ ଉଇକେଟ୍ ନେଇ ୨ ରେକର୍ଡ କଲେ ଇଶାନ୍ତ ଶର୍ମା: କପିଳ ଦେବଙ୍କୁ ପଛରେ ପକାଇଲେ
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ଇଶାନ୍ତ ଶର୍ମା ଏପର୍ଯ୍ୟନ୍ତ ଗୋଟିଏ ଉଇକେଟ ନେଇଛନ୍ତି। ସେ ନ୍ୟୁଜିଲାଣ୍ଡର ଓପନର୍ ଡେଭନ କନୱେଙ୍କୁ ଆଉଟ କରିଛନ୍ତି। ଏହି...
ମେଲବୋର୍ନ କ୍ଲବର କୋଚ୍ ହେବେ ଜୟସୁରିୟା
ମେଲବୋର୍ନ,୫।୬(ପି.ଟି.): କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଶ୍ରୀଲଙ୍କା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସନଥ ଜୟସୁରିୟା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ (ଆଇସିସି) ଦ୍ୱାରା ଦୁଇ ବର୍ଷ ବାସନ୍ଦ ହେବା...
ରାଉଣ୍ଡ ଅଫ୍ ୧୬ରେ କ୍ରୋଏସିଆ: ୟୁରୋକପ୍ରୁ ସ୍କଟ୍ଲାଣ୍ଡ ଆଉଟ
ଗ୍ଲାସଗୋ,୨୪।୬: ୟୁରୋକପ୍ରେ କ୍ରୋଏସିଆ ନକ୍ଆଉଟ ପର୍ଯ୍ୟାୟକୁ ଉଠିଛି। ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ୍ ଡି’ ମୁକାବିଲାରେ କ୍ରୋଏସିଆ ୩-୧ ଗୋଲରେ ସ୍କଟ୍ଲାଣ୍ଡକୁ ହରାଇ ଏହି ସଫଳତା ପାଇଛି।...
ପୋଲାଣ୍ଡ ଓପନ୍ରେ ସ୍ବର୍ଣ୍ଣ ଜିତିଲେ ଭିନେଶ
ଓ୍ବାରସ, ୧୨ା୬ (ପି.ଟି.)- ଭାରତର ଷ୍ଟାର ରେସ୍ଲର ଭିନେଶ ଫୋଗତ (୫୩ କେଜି) ଏଠାରେ ଚାଲିଥିବା ପୋଲାଣ୍ଡ ଓପନ୍ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଚଳିତ...
ଉଗାଣ୍ଡା ଅଲିମ୍ପିକ ଟିମ୍ର ଜଣେ ସଦସ୍ୟଙ୍କୁ କରୋନା
ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ...
ଆଇପିଏଲର ବଳକା ମ୍ୟାଚ୍ରେ ନ ଖେଳିପାରନ୍ତି ବହୁ ଅନ୍ତର୍ଜାତୀୟ ତାରକା
ନୂଆଦିଲ୍ଲୀ, ୧।୬: ଆଇପିଏଲ-୧୪’ର ବଳକା ୩୧ ମ୍ୟାଚ୍ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଏଇଠାରେ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍ଗୁଡ଼ିକରେ ବହୁ ଅନ୍ତର୍ଜାତୀୟ ତାରକା...
କୋହଲି କହିଲେ ଭୁଲ ହେଲା କେଉଁଠି; ଚତୁର୍ଥ ଦ୍ରୁତ ବୋଲର୍ ନ ଖେଳାଇବା ପଛରେ ଥିଲା କି ଉଦ୍ଦେଶ୍ୟ
ସାଉଥାମ୍ପଟନ,୨୪।୬: ଡବ୍ଲୁଟିସିର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଦୀର୍ଘ ୯୧ ବର୍ଷରେ ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ କୌଣସି...
ଆଡ୍ହକ କମିଟିର ନୂଆ ଚେୟାରମ୍ୟାନ ହେଲେ ଦିଲୀପ ତିର୍କୀ
ଭୁବନେଶ୍ୱର,୧୮।୬: ଓଡ଼ିଶା ହକିର ପରିଚାଳନା ପାଇଁ ହକି ଇଣ୍ଡିଆ ଶୁକ୍ରବାର ଏକ ଆଡ୍ହକ୍ କମିଟି ଗଠନ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ...


