E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳରେ ଜେଡେନ ସିଲ୍ସ
8:53 amJune 6, 2021

ଗ୍ରସ୍‌ ଆଇଲେଟ୍‌ (ସେଣ୍ଟ ଲୁସିଆ), ୬ା୬(ପି.ଟି.)-ଗୁରୁବାରଠାରୁ ଆରମ୍ଭ ହେବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ୧୭ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଏଥିରେ ତ୍ରିନିଦାଦ ଓ ଟେବୋଗୋର ଯୁବ ପେସ୍‌ ବୋଲର ୧୯ ବର୍ଷୀୟ ଜେଡେନ୍‌ ସିଲ୍ସଙ୍କୁ ସ୍ଥାନ ମିଳିଛି। ସୋମବାର ୧୩ଜଣିଆ ଚୂଡ଼ାନ୍ତ ଦଳ ଘୋଷଣା କରାଯିବ। ଇଞ୍ଜୁରି ଯୋଗୁ ଫାଷ୍ଟ ବୋଲର ଚେମର ହୋଲ୍ଡର ସିଲେକ୍ସନ ପାଇଁ ଉପଲବ୍ଧ ହୋଇ ନ ଥିଲେ। ଓ୍ବେଷ୍ଟଇଣ୍ଡିଜ ଦଳରେ ପ୍ରଥମ ଥର ସ୍ଥାନ ପାଇଥିବା ସିଲ୍ସ ମାତ୍ର ୧୦ଟି ପ୍ରଫେସନାଲ ଗେମ୍‌ ଖେଳିଛନ୍ତି। ତନ୍ମଧ୍ୟରେ ଗୋଟିଏ ପ୍ରଥମଶ୍ରେଣୀ ମ୍ୟାଚ, ତିନୋଟି ଲିଷ୍ଟ ଏ’ ଗେମ୍‌ ଏବଂ ଛଅଟି ଟି୨୦ ମ୍ୟାଚ ରହିଛି। ସିଲ୍ସ ଗତବର୍ଷ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ସୀମିତ ଓଭର ବିଶିଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ କରି ଲୋକଲୋଚନକୁ ଆସିଥିଲେ। ଚଳିତ ସପ୍ତାହ ପ୍ରାରମ୍ଭରେ ୪ ଦିନିଆ ଆନ୍ତଃ ଦଳୀୟ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୪୦ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ। ୧୭ ଜଣିଆ ଦଳରେ ଓପନର ସାଇ ହୋପ୍‌ ଓ କିରନ ପୋଲାର୍ଡ ଏବଂ ଅଲରାଉଣ୍ଡର ରୋଷ୍ଟନ ଚେଜ୍‌ ସ୍ଥାନ ପାଇଛନ୍ତି। ଏମାନେ ଶ୍ରୀଲଙ୍କା ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଖେଳି ନ ଥିଲେ। ଟେଷ୍ଟ ଦଳର ପ୍ରସ୍ତୁତି ପାଇଁ ପେସ୍‌ ବୋଲର କିଅନ ହାର୍ଡିଂ, ପ୍ରେଷ୍ଟନ ମ୍ୟାକ୍‌ସ୍ବିନ ଓ ନିଆଲ ସ୍ମିଥ୍‌ ପ୍ରମୁଖ ସହାୟତା କରିବେ। ସାର୍‌ ଭିଭିଆନ ରିଚାଡର୍‌ସ ଟ୍ରଫି ପାଇଁ ଦୁଇଟି ଟେଷ୍ଟ ମ୍ୟାଚ ଡାରେନ ସାମି କ୍ରିକେଟ ଗ୍ରାଉଣ୍ଡରେ ଜୁନ୍‌ ୧୦ରୁ ୧୪ ଏବଂ ଜୁନ୍‌ ୧୮ରୁ ୨୨ ପର୍ଯ୍ୟନ୍ତ ଖେଳାଯିବ। ବର୍ତ୍ତମାନର ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଚକ୍ରର ଏହା ହେଉଛି ଅନ୍ତିମ ସିରିଜ। ଏଥିରେ ଭଲ ପ୍ରଦର୍ଶନ କରି ଫାଇନାଲ ଚାମ୍ପିୟନଶିପ୍‌ ଟେବୁଲରେ ନିଜ ସ୍ଥିତିରେ ଉନ୍ନତି ଆଣିବା ଲାଗି ଉଭୟ ଦଳ ଚେଷ୍ଟା କରିବେ।
ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିିଜ ଦଳ: କ୍ରେଗ୍‌ ବ୍ରାଥ୍‌ଓ୍ବେଟ୍‌ (ଅଧିନାୟକ), ଜର୍ମେନ ବ୍ଲାକ୍‌ଉଡ୍‌ (ଉପଅଧିତ୍ନାୟକ), ଏନ୍‌କ୍ରୁମା ବୋନର, ଡାରେନ ବ୍ରାଭୋ, ରୋଷ୍ଟନ ଚେଜ୍‌, ରକିମ୍‌ କର୍ନଓ୍ବାଲ, ଯୋଶୁଆ ଡି’ସିଲ୍‌ଭା, ଶାନନ ଗାବ୍ରିଏଲ୍‌, ଜାହମାର, ହାମିଲଟନ, ଜାସନ ହୋଲ୍ଡର, ସାଇ ହୋପ୍‌, ଅଲ୍‌ଜାରି ଯୋଶେଫ୍‌, କାଇଲ ମେୟର୍ସ, କିରନ ପାଓ୍ବେଲ, କେମର ରୋଚ୍‌, ଜେଡେନ ସିଲ୍ସ, ଜୋମେଲ ଓ୍ବାରିକାନ।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ଚୁର୍‌ମାର୍‌ ହେଲା କୋହଲିଙ୍କ ସ୍ବପ୍ନ: ଗୋଟିଏ ବି ଆଇସିସି ଟ୍ରଫି ନ ଜିତିପାରି କଲେ ହ୍ୟାଟ୍ରିକ୍‌

ସାଉଥାମ୍ପଟନ୍‌,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆକୁ ୮ ଉଇକେଟରେ ପରାସ୍ତ କରିଛି। ଫଳରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପୁଣି ଥରେ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପୂର୍ବରୁ ସାକ୍ଷାତକାର ନେଲେ ସ୍ତ୍ରୀ, ବୁମ୍‌ରା ପଚାରିଲେ- ମୁଁ ଆପଣଙ୍କୁ ପୂର୍ବରୁ କେଉଁଠି ଦେଖିଛି କି?

ସାଉଥାମ୍ପଟନ,୧୭।୬: ଚଳିତ ବର୍ଷ ଫେବୃୟାରୀରେ ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ଲୋକପ୍ରିୟ ଟେଲିଭିଜନ ଉଦ୍‌ଘୋଷିକା ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ। ଉଭୟ ବିବାହ ପର୍ଯ୍ୟନ୍ତ...

ଆଇସିୟୁରେ ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ

ଚଣ୍ଡିଗଡ,୫।୬(ପି.ଟି.): କିମ୍ବଦନ୍ତୀ ଭାରତୀୟ ଆଥଲେଟ୍‌ ମିଲ୍‌ଖା ସିଂ କୋଭିଡ୍‌-୧୯ ଲଢେଇ ଜାରି ରଖିଛନ୍ତି। ସ୍ଥାନୀୟ ପିଜିଆଇଏମ୍‌ଇଆର ହସ୍ପିଟାଲର ଇଣ୍ଟେନସିଭ କେୟାର ୟୁନିଟ୍‌ (ଆଇସିୟୁ)ରେ ତାଙ୍କୁ ଭର୍ତ୍ତି...

ଟସ୍‌ ଜିତିଥିଲେ ଆମେ ବି କରିଥାନ୍ତୁ ବୋଲିଂ; ତଥାପି ଆମ ଖେଳାଳି ଯେକୌଣସି ପରିସ୍ଥିତିରେ ଖେଳିବାକୁ ପ୍ରସ୍ତୁତ: କୋହଲି

ସାଉଥମ୍ପାଟନ,୧୯।୬: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳ ଶନିବାର ଆରମ୍ଭ ହୋଇଛି। ଶୁକ୍ରବାର ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ...

ଏଏଫ୍‌ସି ଏସିଆନ କପ୍‌: କ୍ୱାଲିଫାୟର୍ସ ତୃତୀୟ ରାଉଣ୍ଡରେ ଭାରତ

ଦୋହା,୧୬।୬: ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ଭାରତୀୟ ଫୁଟ୍‌ବଲ ଦଳ ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏସିଆନ କପ୍‌ କ୍ୱାଲିଫାୟର୍ସର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛି। ସ୍ଥାନୀୟ...

ଟି୨୦ ବିଶ୍ୱକପ୍‌: ୨୮ ସୁଦ୍ଧା ନିଷ୍ପତ୍ତି

ନୂଆଦିଲ୍ଲୀ, ୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟି୨୦ ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି...

ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କଲେ

ବୁଦାପେଷ୍ଟ,୨୧।୬: ୟୁରୋକପ୍‌ରେ ଶନିବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆଣ୍ଟୋନିଓ ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କରିଛନ୍ତି। ଏହି ମୁକାବିଲାରେ ଫ୍ରାନ୍ସ ଓ ହଙ୍ଗେରୀ ପରସ୍ପରକୁ...

ମେଲବୋର୍ନ କ୍ଲବର କୋଚ୍‌ ହେବେ ଜୟସୁରିୟା

ମେଲବୋର୍ନ,୫।୬(ପି.ଟି.): କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଶ୍ରୀଲଙ୍କା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସନଥ ଜୟସୁରିୟା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ଦ୍ୱାରା ଦୁଇ ବର୍ଷ ବାସନ୍ଦ ହେବା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଡୋପିଂ ଟେଷ୍ଟ ଲାଞ୍ଚ ମାମଲା: ଭାରୋତ୍ତୋଳକ ଚୁମାକ୍‌ ସସ୍‌ପେଣ୍ଡ
Next Post Next post:
ଟୁଇଟର-କେନ୍ଦ୍ର ଶୀତଳଯୁଦ୍ଧ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts