ବମ୍ବେ: ବିବାହର ୯ ବର୍ଷ ପରେ ସମ୍ପର୍କରେ ଫାଟ ନେଇ ନାନାଦି ଚର୍ଚ୍ଚା ପରେ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି କଥା। ଆମେ କଥା ହେଉଛୁ ‘ୟେ ରିସ୍ତା କ୍ୟା କହଲାତା ହୈ’ର ଅଭିନେତା କରନ୍ ମେହେରାଙ୍କ କଥା। ସ୍ତ୍ରୀ ନିଶାଙ୍କ ସହ ତାଙ୍କର ବୈବାହିକ ଜୀବନ ସୁରୁଖୁରୁରେ ଚାଲୁ ନ ଥିବା ନେଇ କୁହାଯାଉଥିଲା। ଗତକାଲି ସେ କରନ୍ଙ୍କ ନାମରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଏନେଇ ପୋଲିସଷ୍ଟେଶନରେ ଅଭିଯୋଗ କରିବା ପରେ କରନ୍ଙ୍କୁ ଗିରଫ କରାଯାଇଥିଲା। ଏବେ ସେ ଜାମିନରେ ମୁକୁଳି ସ୍ତ୍ରୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି।
ଏକ ସାକ୍ଷାତକାରରେ କରନ୍ କହିଛନ୍ତି, ନିଶା ଓ ତାଙ୍କ ଭାଇ ରୋହିତ ସେଠିୟା ଗତ ରାତିରେ ଉଭୟଙ୍କ ଝଗଡ଼ା ସମାଧାନ କରିବାକୁ ଆସିଥିଲେ। ଅଲଗା ହେବାକୁ ଅଧିକ ଟଙ୍କା ଦାବି କରିବାରୁ କରନ୍ ଅରାଜି ହୋଇଥିଲେ। ଏହାପରେ ନିଶାଙ୍କ ଭାଇ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ। ପରେ କରନ୍ ନିଜ ମା’ଙ୍କ ସହ କଥା ହେଉଥିଲେ। ଏହି ସମୟରେ ନିଶା ତାଙ୍କ ମା’, ସେ ଏବଂ ତାଙ୍କ ଭାଇଙ୍କୁ ଗାଳି ଦେବାରେ ଲାଗିଥିଲେ। ପରେ ସେ ନିଶାଙ୍କୁ ବାହାରକୁ ଚାଲିଯିବାକୁ କହିଥିଲେ। ହେଲେ ସେ ଆଗକୁ ମୁଁ କ’ଣ କରୁଛି ବୋଲି କହି ଧମକ ଦେଇଥିଲେ। କେବଳ ସେତିକି ନୁହେଁ ନିଶା ନିଜ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲେ। ସମସ୍ତଙ୍କୁ ପରେ ମୁଁ ତାଙ୍କର ଏଭଳି ଅବସ୍ଥା କରିଛି ବୋଲି କହିଥିଲେ। ହେଲେ ନିଶାଙ୍କ ଭାଇ ତାଙ୍କୁ ଚାପୁଡ଼ା ସହ ଛାତିକୁ ମାରିଥିବା କରନ୍ କହିଛନ୍ତି। ଯଦି ସେ କେସ୍ କରନ୍ତି ତେବେ ସହଜରେ ସତ ସମ୍ମୁଖକୁ ଆସିଯିବ ବୋଲି କରନ୍ କହିଛନ୍ତି।
ତେବେ ୫ ବର୍ଷ କାଳ ନିଶାଙ୍କୁ ଡେଟ୍ କରିବା ପରେ ୨୦୧୨ ନଭେମ୍ବର ୨୪ରେ ବିବାହ କରିଥିଲେ କରନ୍। ସ୍ବଭାବରେ ଲାଜକୁଳା ଥିବା ଅଭିନେତା ମିଡିଆ ସମ୍ମୁଖରେ ପ୍ରପୋଜ କରିଥିଲେ। ଉଭୟ ୨୦୧୭ରେ ମାତାପିତା ହୋଇଛନ୍ତି। ଏବେ ସେମାନଙ୍କର ଏକ ଶିଶୁପୁତ୍ର ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.