ଯୋଗ ଏବଂ ଧ୍ୟାନର ପ୍ରଚାରକ ହେଲେ ଜଗ୍ଗି ବାସୁଦେବ ଓରଫ ସଦ୍ଗୁରୁ। ସେ ଇଶା ଫାଉଣ୍ଡେଶନର ସଂସ୍ଥାପକ ମଧ୍ୟ। ଏହି ଅନୁଷ୍ଠାନ ସାମାଜିକ କଲ୍ୟାଣ ଦିଗରେ କାର୍ଯ୍ୟ କରିଆସୁଛି। ଯୋଗର ପ୍ରଚାର-ପ୍ରସାର କରିବା ଫାଉଣ୍ଡେଶନର ମୁଖ୍ୟ ଉଦ୍ଦେଶ୍ୟ । ଅନେକଙ୍କ ଗୁରୁ ସାଜିଥିବା ସଦ୍ଗୁରୁଙ୍କ ଗୁରୁ କିଏ ବୋଲି ଅନେକ ସମୟରେ ପ୍ରଶ୍ନ ଉଠେ।
କର୍ନାଟକର ମୈସୁର ସହରରେ ପିଲାଦିନୁ ରହିଆସୁଥିଲେ ସଦ୍ଗୁରୁ। ତାଙ୍କ ଘର ପାଖରେ ଘନ ଜଙ୍ଗଲ ଥିଲା। ଯେତେବେଳେ ଇଚ୍ଛା ହେଉଥିଲା ସେ ଜଙ୍ଗଲକୁ ଚାଲି ଯାଉଥିଲେ ଏବଂ କିଛି ଦିନ ପରେ ଫେରି ଆସୁଥିଲେ। ଜଙ୍ଗଲରେ ସେ ଗଛ ଉପରେ ବସି ରହୁଥିଲେ। ପ୍ରକୃତି କୋଳରେ ସେ ବେଶ୍ ଖୁସି ଅନୁଭବ କରୁଥିଲେ। ଦିନେ ସେ ଚାମୁଣ୍ଡି ପାହାଡ଼ ଉପରେ ବସିଥିବା ବେଳେ ହଠାତ ଭିନ୍ନ ଅନୁଭବ କରିଥିଲେ। ଶରୀରରୁ ସେ ଅଲଗା ହୋଇଯାଇଥିବା ଏବଂ ତାଙ୍କ ବିସ୍ତାର ସମସ୍ତ ପ୍ରକୃତି ରୂପରେ ହୋଇଥିବା ଭଳି ତାଙ୍କୁ ଅନୁଭୂତି ହୋଇଥିଲା। ଖୋଲା ଆଖିରେ ଏଭଳି ଅନୁଭବକୁ ବୁଝିବାକୁ ତାଙ୍କୁ କିଛି ସମୟ ଲାଗିଥିଲା। ଏହା ତାଙ୍କୁ ଆନନ୍ଦିତ କରିଥିଲା। ପରେ କିଛି ଦିନ ବ୍ୟତିରେକ ସେହିଭଳି ହେବାକୁ ଲାଗିଲା। ଏଥିଯୋଗୁ ତାଙ୍କର ମାନସିକତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆସିଥିଲା। ପରମାନନ୍ଦ ଭଳି ଲାଗୁଥିବା ଅନୁଭବକୁ ବଢ଼ାଇବା ପରେ ସେ ରାଘବେନ୍ଦ୍ର ରାଓଙ୍କଠାରୁ ଯୋଗ ଶିକ୍ଷା କରିଥିଲେ। ଫଳରେ ତାଙ୍କର ଆତ୍ମ ଅନୁଭୂତି ଆହୁରୀ ଅଧିକ ବଢ଼ିବାକୁ ଲାଗିଲା। ଏହାକୁ ବାଣ୍ଟିବା ପାଇଁ ବାକି ତକ ଜୀବନ ଲୋକଙ୍କ ସେବାରେ ଲଗାଇବା ପାଇଁ ସେ ନିଶ୍ଚିତ କରିଥିଲେ। ଏହି ସଙ୍କଳ୍ପ ନେଇ ସେ ଇଶା ଫାଉଣ୍ଡେଶନର ମୂଳଦୁଆ ପକାଇଥିଲେ।
ବର୍ତ୍ତମାନ ସରେ ଭାରତ ସମେତ ଅନେକ ଦେଶରେ ଫାଉଣ୍ଡେଶନ ପକ୍ଷରୁ ଯୋଗ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଇଂଲଣ୍ଡ, ଲେବନାନ, ଆମେରିକା, ସିଂଗାପୁର, ଅଷ୍ଟ୍ରେଲିଆ ଆଦି ଦେଶରେ ଏହା ଚାଲିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.