ନୂଆଦିଲ୍ଲୀ: ଆଗାମୀ କିଛି ମାସରେ ୪ ଶ୍ରମ କୋଡ୍ ବିଲ୍ ଦେଶ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଆଇନକୁ ଲାଗୁ କରାଇବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତିର ଚୂଡାନ୍ତ ପର୍ଯ୍ୟାୟରେ ରହିଛନ୍ତି। ଏହା ଆସିଲେ କର୍ମଚାରୀଙ୍କ ହାତକୁ ଆସୁଥିବା ଅର୍ଥ କମିବାକୁ ଥିବା ବେଳେ କମ୍ପାନୀଙ୍କ ଭବିଷ୍ୟନିଧି ଲାଏବିଲିଟି ବଢିବ ବୋଲି କୁହାଯାଉଛି। ଆଗାମୀ ଦିନରେ ବେସିକ୍ ପେ ଏବଂ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ପ୍ରଦାନ ହିସାବରେ ମଧ୍ୟ ପରିବର୍ତ୍ତନ ଆସିବ। ଆସିବାକୁ ଥିବା ୪ କୋଡ୍ ମଧ୍ୟରେ ଇଣ୍ଡଷ୍ଟ୍ର୍ରିଆଲ ରିଲେସନ, ଓ୍ବେଜେସ, ସୋସିଆଲ ସିକ୍ୟୁରିଟି ଏବଂ ଅକ୍ୟୁପେଶନାଲ ହେଲଥ ସେଫ୍ଟି ଆଣ୍ଡ ଓ୍ବାର୍କିଂ କଣ୍ଡିସନ। ୪୪ କେନ୍ଦ୍ରୀୟ ଶ୍ରମ ଆଇନରେ ମିଶ୍ରଣରେ ଏହି କୋଡ୍ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ୪ କୋଡ୍ ଲାଗି କେନ୍ଦ୍ର ନିୟମ ଚୂଡାନ୍ତ କରିସାରିଛି। ମାତ୍ର ରାଜ୍ୟଗୁଡିକ ପରିସରରେ ଆସୁଥିବା ନିୟମକୁ ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ଏବେ ଯାଏ ଅନେକାଂଶ ରାଜ୍ୟ ସ୍ଥିତିରେ ନାହାନ୍ତି।
ଶ୍ରମ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ନିୟମ ପ୍ରଣୟନ କରିପାରିବେ। ନିୟମକୁ ଚୂଡାନ୍ତ କରିବା ଲାଗି ବର୍ତ୍ତମାନ କିଛି ରାଜ୍ୟ ପ୍ରକ୍ରିୟା ଜାରି କରିଛନ୍ତି। ରାଜ୍ୟଗୁଡିକ କେବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବେ ତାକୁ ନେଇ ସବୁ ବେଳେ କେନ୍ଦ୍ର ଅପେକ୍ଷା କରିପାରିବ ନାହିଁ। ଏଣୁ ଆଗାମୀ କିଛି ମାସରେ ଏହି ନିୟମ ନେଇ ବିଜ୍ଞକ୍ତି ଜାରି କରିବାକୁ କେନ୍ଦ୍ର ତତ୍ପରତା ପ୍ରକାଶ କରିଛି। ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କିଛି ରାଜ୍ୟ ଅଦ୍ୟାବଧି ଡ୍ରାଫ୍ଟ ନିୟମ ଜାରି କରିଛନ୍ତି। ଏହା ମଧ୍ୟରେ ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ହରିୟାଣା, ଓଡ଼ିଶା, ପଞ୍ଜାବ, ଗୁଜରାଟ, କର୍ନାଟକ ଏବଂ ଉତ୍ତରାଖଣ୍ଡ ରହିଛି।
ନୂଆ ନିୟମରେ ଭତ୍ତାକୁ ୫୦%ରେ ସୀମାବଦ୍ଧ କରାଯାଇଛି। ଏହାର ଅର୍ଥ ହେଲା କର୍ମଚାରୀ ପାଉଥିବା ମୋଟ ବେତନର ପ୍ରାୟ ଅଧା ବେସିକ୍ ଓ୍ବେଜ ବା ମୂଳ ବେତନ ହୋଇପାରେ। ଭବିଷ୍ୟନିଧି ପାଣ୍ଠିକୁ କେତେ ଯୋଗଦାନ ରହିବ ବେସିକ ଓ୍ବେଜର ପ୍ରତିଶତକୁ ନେଇ ବିଚାର କରାଯିବ। ଏହା ମଧ୍ୟରେ ବେସିକ ପେ ଏବଂ ମହଙ୍ଗା ମଧ୍ୟ ରହିଛି। ବର୍ତ୍ତମାନ ନିଯୁକ୍ତିଦାତା ବେତନକୁ ଅନେକ ପ୍ରକାର ଭତ୍ତାରେ ବାଣ୍ଟି ଦେଉଛନ୍ତି। ଫଳରେ ମୂଳ ବେତନ କମ୍ ରହୁଛି। ଏହାଦ୍ୱାରା ଭବିଷ୍ୟନିଧି ଏବଂ ଆୟକର ଯୋଗଦାନ ମଧ୍ୟ ନିମ୍ନରେ ରହୁଛି। ନୂଆ ବିଲ୍ରେ ଭବିଷ୍ୟନିଧି ଯୋଗଦାନ ମୋଟ ବେତନର ୫୦% ହିସାବରେ ନିର୍ଦ୍ଧାରଣ କରାଯିବ। ଏହା ଲାଗୁ ହେଲେ କର୍ମଚାରୀଙ୍କ ହାତକୁ ଆସୁଥିବା ବେତନ କମିବ। ନିଯୁକ୍ତିଦାତାଙ୍କ ଭବିଷ୍ୟନିଧି ଲାଏବିଲିଟି ଅନେକ କ୍ଷେତ୍ରରେ ବୃଦ୍ଧି ହେବ। ଆଗାମୀ ଦିନରେ ବେତନ କୋଡ୍ ଅନୁସାରେ ନିଯୁକ୍ତିଦାତା ପ୍ରଦାନ କରୁଥିବା ସେମାନଙ୍କ ବେତନ ଢାଞ୍ଚାକୁ ପୁଣିଥରେ ପୁନର୍ଗଠନ କରିବେ। ଏହାଦ୍ୱାରା ଇଜ ଅଫ ଡୁଇଂ ବିଜ୍ନେସ୍ରେ ଉନ୍ନତି ଆସିବ ବୋଲି କୁହାଯାଇଛି।
ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାର ଚିନ୍ତାଜନକ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି. ସୁବାରାଓ ଦେଶ ମଧ୍ୟରେ ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାରକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। କରୋନା ମହାମାରୀ ଯୋଗୁ ଦେଶରେ...
ଡିଏପି ସାର ସବ୍ସିଡି ୭୦୦ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାର ଡିଏପି ସାର ଉପରେ ବ୍ୟାଗ୍ ପିଛା ସବ୍ସିଡିକୁ ୭୦୦ ଟଙ୍କା ବଢ଼ାଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ...
ମେ’ରେ ବ୍ୟବହାର ହୋଇଛି ୧୭% ଟିକା
ନୂଆଦିଲ୍ଲୀ,୧୩।୬: ସାରା ଦେଶ କୋଭିଡ୍ ମହାମାରୀ ଭୟରେ ଦିନ କାଟୁଛନ୍ତି। କୋଭିଡ୍ ଟିକା ନେବା ଦ୍ୱାରା ମହାମାରୀରୁ କିଛି ମାତ୍ରାରେ ସୁରକ୍ଷିତ ରହିପାରିବା ବୋଲି କୁହାଯାଇଛି।...
ସୁଇସ ବ୍ୟାଙ୍କରୁ ତଥ୍ୟ ମଗାଗଲା
ନୂଆଦିଲ୍ଲୀ: ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ବଢିଥିବା ଏକ ରିପୋର୍ଟ ନିକଟରେ ଆସିଥିଲା। ଭାରତୀୟଙ୍କ କଳାଧନ ବଢିଥିବା ଏହି ରିପୋର୍ଟକୁ ଆଧାର କରି ସାରା ଦେଶରେ...
ଡାକ ବିଭାଗର ବିଶେଷ ରଦ୍ଦକରଣ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଚଳିତ ମାସ ୨୧ରେ ବିଶ୍ୱ ଯୋଗ ଦିବସର ମହତ୍ତ୍ୱ ପ୍ରତିପାଦନ ନିମିତ୍ତ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ବିଶେଷ ରଦ୍ଦକରଣ (ସ୍ପେଶାଲ କ୍ୟାନସେଲେଶନ)...
ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଆୟୋଜିତ ଭର୍ଚୁଆଲ ପ୍ଲାଟଫର୍ମରେ ବିଶ୍ୱ ପରିବେଶ...
ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ଏଫ୍ଡିଆଇ ସୀମା ବଢ଼ିପାରେ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକରେ ପୁଞ୍ଜି ପ୍ରତ୍ୟାହାର ଯୋଜନାକୁ ଆଗକୁ ବଢ଼ାଉଛନ୍ତି। ଏ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍ଡିଆଇ) ନିୟମ ପ୍ରତିବନ୍ଧକ...
ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଆର୍ବିଆଇ ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି। ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟିଦିନ ବିଭିନ୍ନ ସ୍ଥାନରେ...


