ଭୁବନେଶ୍ୱର,୩।୬(ବ୍ୟୁରୋ): ଆସନ୍ତା ଜୁନ୍ ୧୧ରେ ଉତ୍ତର-ପୂର୍ବ ବଙ୍ଗୋପସାଗର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଅବପାତରେ ପରିଣତ ହୋଇ ପ୍ରବଳ ବର୍ଷା କରାଇବ। ଏହାର ପ୍ରଭାବରେ ୧୦ ତାରିଖ ରାତିରୁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଏବଂ ୧୨ରୁ ୧୪ ତାରିଖ ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୨ ଦିନ ବିଳମ୍ବରେ ଗୁରୁବାର କେରଳ ଛୁଇଁଛି। ଏହାର ପ୍ରଭାବରେ କେରଳର ଦକ୍ଷିଣ ଭାଗରେ ବର୍ଷା ଆରମ୍ଭ ହୋଇଛି। ସମ୍ଭାବ୍ୟ ଲଘୁଚାପ ଦକ୍ଷିଣ ପଶ୍ଚିମ ମୌସୁମୀକୁ ଅଧିକ ସକ୍ରିୟ କରାଇବ। ଆସନ୍ତା ୧୦ରୁ ୧୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶାକୁ ଛୁଇଁବା ସହ ସମଗ୍ର ରାଜ୍ୟକୁ ଆଚ୍ଛାଦିତ କରିବ। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ହେବ ଏବଂ ସ୍ବାଭାବିକଠାରୁ ୨୧% ଅଧିକ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ପ୍ରତିବର୍ଷ ଜୁନ୍ ୧୦ରୁ ୧୨ ତାରିଖ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚତ୍ଥାଏ। ଚଳିତ ଥର ମଧ୍ୟ ସମାନ ତାରିଖରେ ପହଞ୍ଚତ୍ବା ଆଶା ରହିଛି। ଜୁନ୍ରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି।
୪ ବର୍ଷର ପୁରୁଣା ଦାବି ଏବେ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ନିକଟରେ କେନ୍ଦ୍ର ସରକାର ଧାନ ସମେତ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବୃଦ୍ଧି କରିଛନ୍ତି। ସାଧାରଣ ଧାନର କୁଇଣ୍ଟାଲ ପିଛା ଏମ୍ଏସ୍ପି...
ନିଉତା ବାଣ୍ଟିଲେ ହନୁମାନ
ସମ୍ବଲପୁର,୧୪ା୬(ବ୍ୟୁରୋ): ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ଲୌକିକ ବିବାହରେ ସାମିଲ ହେବାକୁ ସୋମବାର ହନୁମାନ ନିଉତା (ଗୁଆଗୁଣ୍ଡା) ବିଧି ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ...
ଟିକା ନେବା ସତ୍ତ୍ୱେ ୨୭୪ ଆକ୍ରାନ୍ତ
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଟିକା ନେବା ପରେ କରୋନାରେ ଆକ୍ରାନ୍ତଙ୍କ ସମ୍ପର୍କରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆର୍ସି) ଏକ ଗବେଷଣା କରିଥିଲା। ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରୁ...
ନୂଆବଜାର ଅଞ୍ଚଳରେ ବିଦେଶୀ ପକ୍ଷୀ
ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ସହରସ୍ଥିତ ନୂଆବଜାର ଅଞ୍ଚଳ ଏବେ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ପ୍ରକମ୍ପିତ ହୋଇଉଠୁଛି। ସହର ନିକଟରେ କୌଣସି ହ୍ରଦ କିମ୍ବା ମୁହାଣ...
ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ
ଭୁବନେଶ୍ବର,୧୯।୬: ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର...
ସେଲ୍ଫି ନିଶା ନେଲା ୨ ଯୁବକଙ୍କ ଜୀବନ
ରାଜଗାଙ୍ଗପୁର,୬।୬: ସେଲ୍ଫି ନେବା କାଳ ହୋଇଛି। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂଶବାହାଲ ଡ୍ୟାମ୍ରେ ଖସିପଡ଼ି ରବିବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ...
ଶ୍ରୀମନ୍ଦିର ପାଇଁ ପଞ୍ଚବାର୍ଷିକ ଯୋଜନା: ମରାମତି ହେବ ପାର୍ଶ୍ୱ ଦେବଦେବୀ ମନ୍ଦିର
ପୁରୀ ଅଫିସ,୪।୬: ଶ୍ରୀମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବଦେବୀ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)କୁ ମନ୍ଦିର ପ୍ରଶାସନ ଅବଗତ କରାଇବା ସତ୍ତ୍ୱେ...
ଗୋଧୂଳି ଲଗ୍ନରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ
ସମ୍ବଲପୁର,୧୭ା୬(ବ୍ୟୁରୋ): ସାତଦିନ ଧରି ଚାଲିଥିବା ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଗୁରୁବାର ଶେଷ ହୋଇଛି। ନବବିବାହିତ ଶିବପାର୍ବତୀଙ୍କୁ ପଣ୍ଡିତମାନେ ମହାଆଳତି କରିଥିଲେ। ଘଣ୍ଟ, ଶଙ୍ଖ, ହରିବୋଳ...


